June 28, 2025

Odia Express

Here, There and Everywhere

ଏହି ଜିନିଷ ଖାଆନ୍ତୁ ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା, ଦୁର୍ବଳତା ଏବଂ କ୍ୟାଲସିୟମର ଅଭାବ କିଛି ବି ରହିବ ନାହିଁ…

1 min read

ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ଅଛି,ଆଣ୍ଠୁ ଗଣ୍ଠି ବିନ୍ଧା ହଉଛି,କାମ କରିବାବେଳେ ବହୁତ ଜଲ୍ଦି ଥକ୍କା ଲାଗୁଛି,କେଶ ଉପୁଡୁଛି, ଆଖି ର କିଛି ସମସ୍ୟା ଅଛି କିମ୍ବା ଆପଣଙ୍କର ଡାଇବେଟିସ ଅଛି ତ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ଆଣିଛୁ ଯାହାର ବ୍ୟବହାର କରିବାଦ୍ୱାରା ଆପଣ ଏହି ସବୁ ସମସ୍ୟା ରୁ ଦୂର ହୋଇପାରିବେ।ଆପଣ ଏଥିରେ ଯାହା ବି ବ୍ୟବହାର କରିବେ ତାହା ପ୍ରାକୃତିକ ଜିନିଷ ଅଟେ ଏହାଦ୍ୱାରା ଆପଣଙ୍କର ହାଡ ମଜଭୂତ ହେବ ,ଏବଂ ଏହାକୁ ଖାଇବା ଦ୍ଵାରା ଆପଣଙ୍କୁ ରାତିରେ ଭଲ ନିଦ ହେବ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବା।

୧:-ଖସ୍ ଖସ୍ ବା ପୋସ୍ତ-ଏଥିରେ ଓମେଗା ୩ ଫ୍ୟାକ୍ଟି ଏସିଡ ,ପ୍ରୋଟିନ, ଫାଇବର,କ୍ୟାଲସିୟମ,ମ୍ୟାଗ୍ନେସିୟମ ରହିଥାଏ।ଏଥିରେ ଫାଇବର ବହୁତ ମାତ୍ରାରେ ଥିବାରୁ ଏହା ପେଟ ଜନିତ ସବୁ ରୋଗ ଭଲ କରିଥାଏ।ଶରୀରରେ କ୍ୟାଲସିୟମର ଅଭାବକୁ ପୂରା କରିଥାଏ।ଏଥିରେ ଆପଣଙ୍କ ହାଡ ମଜଭୂତ ହୋଇଥାଏ।ଏହା ଆଖି ଏବଂ ମୁଣ୍ଡ କୁ ସୁସ୍ଥ ରଖିଥାଏ।ଏହାଦ୍ଵାରା ଆପଣଙ୍କ ର ଡାଇବେଟିସ,ହାଇ ବ୍ଲଡ଼ ପ୍ରେସର ଭଲ ହୋଇଥାଏ।ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ ତେବେ ଏହାକୁ ରାତିରେ କ୍ଷୀରରେ ପକାଇ ପିଇଲେ ଭଲ ନିଦ ହେବ ସହ ଏହା ଆପଣଙ୍କୁ ମାନସିକ ଯନ୍ତ୍ରଣାରୁ ଦୂର କରିଥାଏ।

୨:-ସଫେଦ ତିଲ ବା ରାଶି- ୧ ଚାମଚ ତିଲ୍ ରେ ପ୍ରାୟ ୧୦୦ ମିଲିଗ୍ରାମ କ୍ୟାଲସିୟମ ରହିଥାଏ।ଏଥିରେ ମ୍ୟାଗ୍ନେସିୟମ ଏବଂ ଆଇରନ୍ ମଧ୍ୟ ରହିଅଛି।ଦାନ୍ତ,କେଶ,ମୁଣ୍ଡ,ଏବଂ ସ୍କିନ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ।ଏହା ଆପଣଙ୍କ ହାର୍ଟ କୁ ମଧ୍ୟ ସୁସ୍ଥ ରଖିଥାଏ।ଯାହାର ପେଟ ସଫା ରହୁନି ,ଖାଦ୍ୟ ଭଲ ଭାବରେ ହଜମ ହୁଉନି ତାଙ୍କ ପାଇଁ ସଫେଦ ତିଲ୍ ବହୁତ ଭଲ ଅଟେ।

୩:-ୱାଲନଟ ବା ଅଖରୋଟ-ଏହା ଆପଣଙ୍କ ସ୍ୟାସ୍ଥ୍ୟ ର ଉନ୍ନତି କରିଥାଏ ଏବଂ ଇମ୍ୟୁନିଟି କୁ ବଢ଼େଇଥାଏ।ଏହା ମଧ୍ୟ ଆପଣଙ୍କ ଦାନ୍ତ,କେଶ,ମୁଣ୍ଡ,ଏବଂ ସ୍କିନ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ।ଏହା ଆପଣଙ୍କ ହାର୍ଟ କୁ ମଧ୍ୟ ସୁସ୍ଥ ରଖିଥାଏ।ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କ ସ୍କିନ କୁ ଭଲ ରଖିଥାଏ।ସ୍କିନର ପ୍ରାକୁତିକ ଗ୍ଲୋ କୁ ମେଣ୍ଟେନ ରଖିଥାଏ।ଏହା ମେମୋରୀ ପାଇଁ ବହୁତ ଭଲ ହୋଇଥାଏ।ଆଖିର ସବୁ ସମସ୍ୟା ଦୂର ହୋଇଥାଏ।ଯାହାର ଡାଇବେଟିସ ତାଙ୍କ ପାଇଁ ଅଖରୋଟ ବହୁତ ଭଲ ଅଟେ ।ଏହା ଇନ୍ସୁଲିଂ ଲେବେଲ କୁ କଣ୍ଟ୍ରୋଲ କରିଥାଏ।ଯେଉଁମାନନଙ୍କ ର ଆଣ୍ଠୁ ଗଣ୍ଠି ବିନ୍ଧା ରୋଗ ଅଛି ସେମାନଙ୍କ ପାଇଁ ମଧ୍ୟ ଅଖରୋଟ ବହୁତ ଲାଭଦାୟକ ଅଟେ।

ତେବେ ଆସନ୍ତୁ ଜାଣିବା ଆମେ କିପରି ତିଆରି କରିବା ଏହାକୁ।ପ୍ରଥମେ ଏକ ପାତ୍ର ନେବେ ।ସେଥିରେ ଏକ ଚାମଚ ସଫେଦ ତିଲ୍ ନେବେ। ତାପରେ ଏକ ଚାମଚ ଖସ୍ ଖସ୍ ନେବେ।ସେଥିରେ ପକାନ୍ତୁ ୨ଟି ଅଖରୋଟ।ଏହି ୩ଟି ମିସେଇବାପରେ ସେହି ପାତ୍ରରେ ଅଧା କପ ପାଣି ପକାନ୍ତୁ ଏବଂ ସେହି ପାତ୍ରକୁ ଘୋଡେଇ ରାତିସାରା ଛାଡିଦିଅନ୍ତୁ।

ସକାଳୁ ଉଠି ଏହାକୁ ଚୋବେଇ ଚୋବେଇ ଖାଆନ୍ତୁ ଏବଂ ଏହାର ପାଣିକୁ ମଧ୍ୟ ପିଅନ୍ତୁ।ଏହାକୁ ସକାଳ ସମୟରେ ନଖାଇବେ ଯଦି ରାତିରେ ଏଥିରୁ ପାଣି ବାହାରକରି ଏହାର ପେଷ୍ଟ କରିଦିଅନ୍ତୁ ପାଣି କୁ ପ୍ରଥମେ ପିଇଦିଅନ୍ତୁ ତାପରେ ସେହି ପେଷ୍ଟକୁ ଏକ ଗ୍ଲାସ କ୍ଷୀରରେ ମିଶେଇ ରାତିରେ ଶୋଇବାର ୧ଘଣ୍ଟା ପୂର୍ବରୁ ପିଅନ୍ତୁ ।ଆପଣ ଚାହିଁଲେ ଏଥିରେ ମିଶ୍ରି ମିସେଇପାରିବେ।

Leave a Reply

Your email address will not be published. Required fields are marked *