June 21, 2025

Odia Express

Here, There and Everywhere

ବିନା କୌଣସି ଔଷଧରେ ଥଣ୍ଡା, କଫ ଏବଂ କାଶରୁ ମୁକ୍ତି ପାଆନ୍ତୁ – ଏହି ଘରୋଇ ଉପାୟ ଏବେ ଜାଣିରଖନ୍ତୁ..

ଆପଣ ମାନେ ତ ଜାଣିଥିବେ ଋତୁ ବଦଳିବା ଯୋଗୁ ଆମକୁ ଅନେକ ଥର ଥଣ୍ଡା,କାଶ, କଫ ହୋଇଥାଏ।କାଶ ପାଇଁ ଆମେ ଠିକ ସେ ଖାଇବା ପିଇବା ମଧ୍ୟ କରିପାରି ନ ଥାଉ।କଫ ଦ୍ଵାରା ଆମେ ତଣ୍ଟି ରେ ବହୁତ କଷ୍ଟ ଅନୁଭବ କରିଥାଉ। ଏହା ଭଲ ହେବା ପାଇଁ ଆମେ ଅନେକ ପ୍ରକାର ଔଷଧ ମଧ୍ୟ ଖାଇଥାଉ ।ବେଳେ ବେଳେ ଏହା ଭଲ ହୋଇଯାଇଥାଏ ଆଉ କିଛି ଟା କ୍ଷେତ୍ର ରେ ଏହା ଭଲ ହୋଇନଥାଏ।ଆଜି ଆମେ ଆପଣମାନ ଙ୍କୁ ଏପରି ଏକ କାଢା ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇଲେ ଏହି ସବୁ ଆପଣଙ୍କ ର ଭଲ ହୋଇଯିବ ।ତେବେ ଆସନ୍ତୁ ଜାଣିବା ସେହି କାଢା ବିଷୟରେ।


ପ୍ରଥମେ ଏକ କଡେଇ କୁ ଗ୍ୟାସ ରେ ବସେଇବେ।ସେଥିରେ ଏକ ଗ୍ଲାସ ପାଣି ଦେବେ।ପାଣି ଗରମ ହୋଇସାରିବା ପରେ ସେଥିରେ ୧୦ ରୁ ୧୨ କଳା ମରିଚ ପକେଇବେ।ଏହା ଗଳା ପାଇଁ ବହୁତ ଭଲ ହୋଇଥାଏ ଏବଂ ଏହା ଆମ ଇମ୍ୟୁନିଟି ସିଷ୍ଟମ କୁ ମଜଭୂତ ରଖିଥାଏ।୩ ରୁ ୪ ଟି ଲବଙ୍ଗ ପକେଇବେ ଏଥିରେ ।ଲବଙ୍ଗ କାଶ କୁ ରୋକିବାରେ ସାହାଯ୍ୟ କରିଥାଏ।ଏକ ଚାମଚ ପାଖାପାଖି ଅଜୱାଇନ୍ ମିସେଇବେ।ତାପରେ ଏଥିରେ ଅଦାକୁ ପକେଇବେ ।


ଏହା ଥଣ୍ଡା ଏବଂ କାଶ କୁ ବହୁତ ଜଲ୍ଦି ଭଲ କରିଦେଇଥାଏ।ଯଦି ଆପଣଙ୍କ ପାଖରେ ଅଦା ନାହିଁ ତେବେ ଆପଣ ଅଦା ଜାଗାରେ ସୁଣ୍ଠି ବି ବ୍ୟବହାର କରିପାରିବେ।ତେବେ ଅଧା ଚାମଚ ସୁଣ୍ଠି ଆପଣ ବ୍ୟବହାର କରିପାରିବେ।ସୁଣ୍ଠି ଅଦାରୁ ହିଁ ହୋଇଥାଏ।ଅଦାକୁ ସୁଖେଇକି ସୁଣ୍ଠି ତିଆରି କରିଥାନ୍ତି। ଏବେ ଏଥିରେ ୧ ଇଂଚ ପାଖାପାଖି ଅଦାକୁ ଛେଚିକି ପକେଇଦିଅନ୍ତୁ।ଏହାପରେ ଏଥିରେ ୫ ରୁ ୬ ଟି ତୁଳସୀ ପତ୍ର ପକାନ୍ତୁ।ତୁଳସୀ ପତ୍ର ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ।

ତୁଳସୀ ପତ୍ର କାଶ, କଫ, ଏବଂ ଥଣ୍ତା ରୁ ଆମକୁ ବହୁତ ଜଲ୍ଦି ଭଲ କରିଦେଇଥାଏ।ସମସ୍ତଙ୍କ ଅଗଣାରେ ତୁଳସୀ ଥାଏ ତେଣୁ ଏଥିପାଇଁ ଆପଣଙ୍କୁ ବେଶୀ କଷ୍ଟ କରିବାକୁ ପଡିବନି।ତାପରେ ସେହି ସବୁକୁ ଭଲରେ ମିସେଇଦିଅନ୍ତୁ।ଏବେ ସେଥିରେ ଗୁଡ଼ ପକାନ୍ତୁ ।

ଗୁଡ଼ ମିସାଇବା ଦ୍ଵାରା ଗୁଡ଼ ଏହାର ସ୍ୱାଦ ବହୁତ ଭଲ କରିଦେବ ।ଏହାକୁ ଆପଣ ଛୋଟ ପିଲାଙ୍କୁ ମଧ୍ୟ ଦେଇପାରିବେ।ଗୁଡ଼ ମିସେଇବାଦ୍ୱାରା ଛୋଟ ପିଲା ବହୁତ ସହଜରେ ଏହାକୁ ପିଇଦେବେ।ଗୁଡ଼ ରୁ ବହୁତସାରା ଫାଇଦା ବି ମିଳିଥାଏ।ଏବେ ଏଥିରେ ଗୁଜୁରାତି ପକେଇବେ।ଗୁଜୁରାତି କୁ ଆପଣ ଛେଚିକି ସେଥିରେ ପକେଇବେ।ଏବେ ଏହି ସବୁକୁ ଭଲରେ ଗରମ କରିବାକୁ ଦେବେ।


ଏଥିରେ ଆପଣ ୧ ଗ୍ଲାସ ପାଣି ନେଇଥିଲେ ପାଣି ଫୁଟି ଫୁଟି ଅଧା ଗ୍ଲାସ ହେବା ଯାଏଁ ଆପଣ ତାକୁ ଛାଡ଼ିଦେବେ।ଏମିତି କିଛି ସମୟ ଫୁଟିଲା ପରେ ଆପଣଙ୍କ କାଢା ପ୍ରସ୍ତୁତ ହୋଇଯିବ।ତାପରେ ଗ୍ୟାସ କୁ ବନ୍ଦ କରିଦେବେ ଏବଂ ସେହି କାଢା କୁ ଏକ ଭଲ ପାତ୍ର ରେ ଛାଣିଦେବେ।ଏହି କାଢା ଥଣ୍ଡା,କାଶ, କଫ ରୁ ଅପଣଙ୍କୁ ମୁକ୍ତି କରିଦେବ।ଏହାକୁ ଆପଣ ୪ ରୁ ୫ ଦିନ ଯାଏଁ ମଧ୍ୟ ରଖିପାରିବେ।

ଯେକୌଣସି କାଚର ପାତ୍ରରେ ଏହାକୁ ରଖିବେ।ଯଦି କାଢାକୁ ଆପଣ ଛୋଟ ପିଲାଙ୍କୁ ଦେବେ ତ ଏକ ଚାମଚ ଦେବେ ।ଛୋଟ ପିଲାକୁ ୨ ଥର ଦେବେ ଥରେ ସକାଳ ସମୟରେ ଏବଂ ଆଉ ଥରେ ସନ୍ଧ୍ୟା ସମୟରେ।ଏହି କାଢା କୁ ଆପଣ ଯଦି କୌଣସି ବୁଢ଼ା ଲୋକଙ୍କୁ ଦେବେ ତେବେ ୨ ଚାମଚ ଦେବେ ଏବଂ ୩ ଥର ଦେବେ।

Leave a Reply

Your email address will not be published. Required fields are marked *