କରିନା ସୈଫ୍ ଅଲ୍ଲୀ ଖାନ୍ ଙ୍କ ସହ ବାହା ହେବା ପାଇଁ ରଖିଥିଲେ ସର୍ତ୍ତ , ଏବେ ଦୁନିଆଁର ଆସିଛି ସାମ୍ନାକୁ..
1 min read![](https://odiaexpress.net/wp-content/uploads/2020/09/gfADHJT6WUERTURW-oDIA-eXPRESS.jpg)
ବଲିଉଡ୍ ରେ ଛୋଟ ନବାବ୍ ନାଁରେ ପରିଚିତ ରଖୁଥିବା ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଆଜି ବହୁତ ଜଣାଶୁଣା ଅଭିନେତା ଭାବେ ଗଣାଯାଆନ୍ତି । ଏମିତିରେ ତାଙ୍କର ପ୍ରାୟ ସବୁ ଫ୍ୟାନ୍ସଙ୍କୁ ଜଣା କି ତାଙ୍କର ଦୁଇଟି ବିବାହ ହୋଇଛି । ତାଙ୍କର ପ୍ରଥମ ବିବାହ ଯେଉଁ ଅଭିନେତ୍ରୀଙ୍କ ସହ ହୋଇଥିଲା ତାଙ୍କ ନାଁ ଅମୃତା ସିଂ ଥିଲା , ଯିଏ ସୈଫଙ୍କ ଠାରୁ ୫-୭ ବର୍ଷ ବଡ ଥିଲେ , କିନ୍ତୁ ଘରର ସଦସ୍ୟଙ୍କୁ ଲୁଚିକରି ସେ ବିବାହ କରିନେଲେ , ଏହାପରେ ଲାଇଫ୍ ଅମୃତାଙ୍କ ସହ ଭଲ ସେ ସେଟଲ୍ ହୋଇଗଲା , ଓ ଦୁହେଁ ଦୁହିଁଙ୍କ ସହ ବହୁତ ଖୁସିରେ ଥିଲେ । ଅମୃତା ଯେଉଁଠି ହିନ୍ଦୁ ପରିବାରରୁ ଥିଲେ ସେ ସୈଫଙ୍କୁ ବିବାହ ପାଇଁ ଇସଲାମ୍ କବୁଲ୍ କରିଥିଲେ ,ତାଙ୍କ ତରଫରୁ ସୈଫଙ୍କ ଦୁଇଟି ଛୁଆ ଅଛନ୍ତି , ଯାହାଙ୍କ ନାଁ ସାରା ଅଲ୍ଲୀ ଖାନ୍ , ଓ ଇବ୍ରାହିମ୍ ଅଲ୍ଲୀ ଖାନ୍ ଅଟେ । କିନ୍ତୁ ସୈଫ୍ ଏହାପରେ ସଂମ୍ପର୍କକୁ ବେଶୀ ଦିନ ରଖିପାରିଲେ ନାହିଁ ଓ ଦୁହେଁଙ୍କ ମଧ୍ୟରେ ଛାଡପତ୍ର ହୋଇଗଲା, ଏହାପରେ ୨୦୧୨ ର ୧୬ ଅକ୍ଟୋବରକୁ ସୈଫ୍ କରିନା କାପୁର୍ ଙ୍କ ସହ ବିବାହ କରିନେଲ୍ ଯାହାଙ୍କର ଏକ ପୁତ୍ର ସନ୍ତାନ ବି ଅଛି ନାଁ ହେଲା ତୈମୁର୍ , ଓ ସୈଫ୍ ଓ କରିନାଙ୍କ ବିବାହ ପ୍ରାୟ ୮ ବର୍ଷର ହୋଇସାରିଲାଣି ।
ସୈଫ୍ ଓ କରିନାଙ୍କ ବିବାହକୁ ନେଇକରି ଚର୍ଚ୍ଚା ବେଶୀ ଏଥିପାଇଁ ହୋଇଥିଲା କାରଣ ସୈଫ୍ କରିନାଙ୍କ ଠାରୁ ବୟସରେ ୧୦ ବର୍ଷର ବଡ ଥିଲେ , କିନ୍ତୁ ୧୦ ବର୍ଷ ଛୋଟ ହେବାପରେ ବି କରିନାଙ୍କ ପ୍ରେମରେ ସୈଫ୍ ପଡିଯାଈଥିଲେ , ଖବରରୁ ଜଣାଯାଏ କି ଏହି ଦୁହେଁଙ୍କ ଲଭ୍ ଷ୍ଟୋରୀ ଫିଲ୍ମ ଟସନ୍ ସମୟରେ ଆରମ୍ଭ ହୋଇଥିଲା, ଓ ଏମାନଙ୍କ ମଧ୍ୟରେ ସଂମ୍ପର୍କ ଘନିଷ୍ଠତା ବଢିବାକୁ ଲାଗିଲା, ଫିଲ୍ମର କଥା କହିଲେ ଫିଲ୍ମ ସେତିକି ଭଲ ବ୍ୟବସାୟ କରିପାରିଲା ନାହିଁ , କିନ୍ତୁ ଦୁହେଁଙ୍କୁ ନିଜର ସଚ୍ଚା ପ୍ରେମ ମିଳିଗଲା, ସେହି ସମୟରେ ଏହି ଦୁହେଁଙ୍କର ପ୍ରେମର ଖବରକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା, କିନ୍ତୁ ଦୁହେଁ କାହାକୁ ବି ଏହି ବିଷୟରେ ଜଣାଇଲେ ନାହିଁ , ଓ ତାପରେ ଅଚାନକ ଜଣେ ଅନ୍ୟଜଣଙ୍କ ସହମତିରେ ବିବାହ କରିନେଲେ ।
ଏହି କପଲ୍ ବିବାହର ପୁର୍ବରୁ କିମ୍ବା ବିବାହର ପରେ କିଛି କଥା ଅଛପା ରଖିନାହାନ୍ତି ସବୁ ଇଭେଣ୍ଟ୍ସରେ ଦୁହେଁ ଆଜି ବି ଜଣେ ଅନ୍ୟଙ୍କ ହାତ ଧରି ଆସିଥାନ୍ତି , କରିନା ନିଜ ସଂମ୍ପର୍କକୁ ନେଇ ବହୁତ ଇଣ୍ଟରଭ୍ୟୁରେ କଥା କହିଥିଲେ , ଯେଉଁଥିରେ ସେ କହିଲେ କି ବିବାହ ପୁର୍ବରୁ ସେ ସୈଫଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ, ଓ ସୈଫ୍ ଆଜି ପର୍ଯ୍ୟନ୍ତ କରିନାଙ୍କ ଏହି ସର୍ତ୍ତକୁ ମାନିଛନ୍ତି , ଏହି କଥାକୁ କରିନା ନିଜେ କହିଛନ୍ତି ।
କରିନା ସର୍ତ୍ତରେ କହିଥିଲେ କି ଜଣେ ସ୍ତ୍ରୀ ହେବା ସହ ସେ ନିଜର ସବୁ କାମ କରିବେ , କାମ କରିବେ ପଇସା କମାଇବେ , ଓ ଏହି ସବୁ ମାମଲାରେ ସୈଫ୍ ତାଙ୍କ ସାଥ୍ ଦେବେ , ସୈଫ୍ ଏମିତିରେ କରିନାଙ୍କ ଏହି ସର୍ତ୍ତକୁ ଖୁସିରେ ଖୁସିରେ ରାଜି ବି ହୋଇଯାଇଥିଲେ, ଓ ଆଜି କରିନାଙ୍କ କହିବା କଥା କି ସପୋର୍ଟିଭ୍ ହେବା ସହ ସୈଫ୍ ଜଣେ ଯତ୍ନବାନ ସ୍ୱାମୀ ବି ଅଟନ୍ତି , ଆଜି ଏହି ଦୁହେଁଙ୍କ ଯୋଡି ସବୁଠାରୁ ଚର୍ଚ୍ଚିତ ଓ ଲଭିଙ୍ଗ୍ କପଲ୍ସଙ୍କ ସୁଚିରେ ଆସେ , ଓ ଏହା ସତ ବି ଦୁହେଁଙ୍କ ବଣ୍ତିଙ୍ଗ୍ ବହୁତ ମଜବୁତ୍ ଅଛି ।