June 27, 2025

Odia Express

Here, There and Everywhere

ମା ସରସ୍ଵତୀ ଏହି ବ୍ୟକ୍ତି ଏବଂ ବିଦ୍ୟାର୍ଥୀଙ୍କ ଉପରେ ରାଗିଥାନ୍ତି,ଆପଣ ନୁହଁନ୍ତି ତ ଏମିତି? ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

1 min read

ମା ସରସ୍ଵତୀଙ୍କ ଉପାସନା କରିବାଦ୍ୱାର ମୂର୍ଖ ବ୍ୟକ୍ତି ବି ବିଦ୍ୱାନ ହୋଇପାରେ। ମା ସରସ୍ଵତୀ ଆମର ବିଦ୍ୟା ,ବୁଦ୍ଧି,ମନୋବ୍ରତର ସରଖିକା ଅଟନ୍ତି। ମା ସରସ୍ଵତୀଙ୍କ କୃପା ପ୍ରାପ୍ତି ବ୍ୟକ୍ତି ଙ୍କୁ କେହି ସଫଳତା ପାଇବାରୁ ରୋକିପାରିବେ ନାହିଁ।ମା ସରସ୍ଵତୀ ଙ୍କ କୃପା ରୁ ଏକ ମନ୍ଦ ବୁଦ୍ଧି ଲୋକ ବି ଏକ ବିଦ୍ୱାନ ହୋଇପାରିବ। ସରସ୍ୱତୀ ଙ୍କ କୃପାରୁ ଏକ ବିଦ୍ୟାର୍ଥୀ ର ଜିଜ୍ଞାସା ଏବଂ ଜ୍ଞାନ ର ବିକାଶ ହୋଇଥାଏ ବ୍ୟକ୍ତି ସମାଜରେ ମାନ ସମ୍ମାନ ପାଇଥାଏ।ସରସ୍ଵତୀ ଙ୍କ କୃପା ପ୍ରାପ୍ତି ବ୍ୟକ୍ତି ମୁହଁରେ ସବୁବେଳେ ହସ ରହିଥାଏ। ବ୍ୟକ୍ତି କୌଣସି ଜିନିଷ କୁ ଘୃଣା କରିନଥାଏ।ତାଙ୍କ ବାଣୀ ମଧୁର ହୋଇଥାଏ ଏପରି ବ୍ୟକ୍ତି ଙ୍କ ମୁହଁରୁ କେବେ ବି ଅଭିଶପ୍ତ କଥା ବହାରିନଥାଏ ।

ସେ ନିଜ କାମ ରେ ପୁରା ନିଷ୍ଠା ରଖିଥାଏ।ମା’ଙ୍କ କୃପା ପାଇବା ପାଇଁ ବିଦ୍ୟାର୍ଥୀ ଉତ୍ତର ଦିଗ କୁ ମୁହଁ କରିକି ପଢିବା ଉଚିତ କାରଣ ସରସ୍ୱତୀ ଉତ୍ତର ଦିଗରେ ରହିଥାଏ ବୋଲି ମନାଯାଇଛି।ଆଜି ଆମେ ଆପଣ ମାନଙ୍କୁ ସେହି ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯେଉଁମାନ ଙ୍କ ଉପରେ ସରସ୍ୱତୀ ସବୁବେଳେ ରାଗିଥାନ୍ତି ଏବଂ ଏମାନଙ୍କୁ କେବେ କୃପା କରିନଥାନ୍ତି ।

୧:- ବିଦ୍ୟାକୁ ଅପମାନ କରୁଥିବା ବିଦ୍ୟାର୍ଥୀ- ଯେଉଁ ବିଦ୍ୟାର୍ଥୀ ବିଦ୍ୟାକୁ ଅପମାନ କରିଥାଏ କିମ୍ବା ନିଜ ବହିକୁ ଯତ୍ନରେ ନ ରଖି ଏଠିସେଠୀ ପକେଇଥାଏ ଏପରି ବିଦ୍ୟାର୍ଥୀଙ୍କୁ ମା ସରସ୍ଵତୀଙ୍କ କୃପା କେବେବି ମିଳିନଥାଏ।ମନଯାଇଥାଏ କି ବହି ରେ ମା ସରସ୍ଵତୀ ରହିଥାନ୍ତି ସେଥିପାଇଁ ଏହିପରି ବିଦ୍ୟାର୍ଥୀ ଙ୍କୁ ଜୀବନରେ କେବେବି ସଫଳତା ମିଳିନଥାଏ।

୨:- ଗୁରୁଙ୍କ ଅପମାନ କରୁଥିବା ବିଦ୍ୟାର୍ଥୀ- ଯେଉଁ ବିଦ୍ୟାର୍ଥୀ ନିଜ ଗୁରୁଙ୍କ ଅପମାନ କରିଥାଏ ଏବଂ ତାଙ୍କ ସହ ଅପଶବ୍ଦ ଭାବରେ କଥା ହୋଇଥାଏ ଏପରି ବିଦ୍ୟାର୍ଥୀ ଙ୍କୁ ସରସ୍ୱତୀ ଙ୍କ କୃପା କେବେ ମିଳିନଥାଏ। ଯେଉଁ ଗୁରୁଙ୍କ ମାଧ୍ୟମରେ ବିଦ୍ୟାର୍ଥୀ ଙ୍କୁ ଜ୍ଞାନ ପ୍ରାପ୍ତ ହୋଇଥାଏ ଯଦି ତାଙ୍କର ଅପମାନ କରାଯାଏ ତେବେ ଏହା ଉଚିତ କଥା ହୋଇନଥାଏ।ମନ୍ୟୁଷ ଙ୍କ ଜିଭରେ ମା’ ସରସ୍ଵତୀଙ୍କ ବାସ ହୋଇଥାଏ।ଏହି କଥା ବିଦ୍ୟାର୍ଥୀ ଙ୍କୁ ମନେ ରଖିବା ଉଚିତ ଏବଂ ସବୁବେଳେ ମଧୁର ବାଣୀ ମୁହଁରୁ ବାହାର କରିବା ଉଚିତ।ଏଭଳି ବିଦ୍ୟାର୍ଥୀ ଜୀବନରେ ସବୁବଳେ ଅସମର୍ଥ ରହିଯାଇଥାନ୍ତି।

୩:- ଅନ୍ୟକୁ କଷ୍ଟ ଦେଉଥିବା ବିଦ୍ୟାର୍ଥୀ- ଯେଉଁ ବିଦ୍ୟାର୍ଥୀ ଅନ୍ୟ ଗରିବ ବିଦ୍ୟାର୍ଥୀଙ୍କୁ କଷ୍ଟ ଦେଇଥାଏ ଏବଂ ତାଙ୍କ ଗରିବ ର ଉପହାସ କରିଥାଏ।ଏପରି ବିଦ୍ୟାର୍ଥୀ ସରସ୍ୱତୀ ଙ୍କ କୃପା ରୁ ବଞ୍ଚିତ ରହିଥାନ୍ତି ଏବଂ ଜୀବନସାରା ଅଜ୍ଞାନୀ ରହିଥାଏ। କେଉଁ ବି ବିଦ୍ୟାର୍ଥୀକୁ ଅନ୍ୟ କୌଣସି ବିଦ୍ୟାର୍ଥୀକୁ କେଉଁ ପ୍ରକାରରେ ବି କଷ୍ଟ ଦେବା କଥା ନୁହେଁ। ତାଙ୍କୁ ସାହାଯ୍ୟ କରିବା କଥା ।

୪:- ମାତା ପିତାଙ୍କ ଅପମାନ-ଆମ ପ୍ରଥମ ଗୁରୁ ମାତା ପିତା ହୋଇଥାନ୍ତି ।ଯିଏ ମାତା ପିତାଙ୍କ ଅପମାନ କରିଥାଏ ତାଙ୍କୁ କେବେବି ସରସ୍ୱତୀ ଙ୍କ କୃପା ମିଳିନଥାଏ।

୫:-କ୍ରୋଧ- କ୍ରୋଧ ମନୁଷ୍ୟର ସବୁଠୁ ବଡ ଶତ୍ରୁ ହୋଇଥାଏ।ବିଦ୍ୟାର୍ଥୀଙ୍କୁ ନିଜର କ୍ରୋଧ ସ୍ୱଭାବକୁ ନିଜ ଅୟତନରେ ରଖିବାକୁ ପଡିବ।କ୍ରୋଧ ସମୟରେ ଧ୍ୟାନ କରିବା ଆବଶ୍ୟକ ଏଥିରେ ରାଗ କମିଯାଇଥାଏ।

୬:- ଡେରି ଯାଏଁ ଶୋଇବା ବିଦ୍ୟାର୍ଥୀ- ଯେଉଁ ବିଦ୍ୟାର୍ଥୀ ଡେରି ଯାଏଁ ଶୋଇଥାଏ ସେ ମା ସରସ୍ଵତୀଙ୍କ କୃପାରୁ ବଞ୍ଚିତ ରହିଯାଇଥାଏ। ବିଦ୍ୟାର୍ଥୀଙ୍କୁ ବ୍ରାହ୍ମ ମୁହୂର୍ତ୍ତରେ ଉଠିବା କଥା ଏବଂ ଏହି ଅଭ୍ୟାସ ରଖିବା କଥା।

Leave a Reply

Your email address will not be published. Required fields are marked *