June 27, 2025

Odia Express

Here, There and Everywhere

ନାଗାର୍ଜୁନଙ୍କ ଜୀବନଶୈଳୀ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ – ତାଙ୍କ ପୁଅ ବୋହୁ ମଧ୍ୟ ତେଲୁଗୁରେ ସବୁଠୁ ବଡ ହିରୋ ହିରୋଇନ..

1 min read

ନାଗାର୍ଜୁନଙ୍କ ପୂରା ନାମ ନାଗାର୍ଜୁନ ରାଓ ଏବଂ ନିକ ନାମ ନାଗ୍।ତାଙ୍କ ଜନ୍ମ ୨୯ ଅଗଷ୍ଟ ୧୯୫୯ ,ଚେନ୍ନାଇ ରେ ହୋଇଥିଲା ଏବଂ ୨୦୨୦ ହିସାବରେ ତାଙ୍କୁ ଏବେ ୬୦ବର୍ଷ।ସେ ହାଇଦ୍ରାବାଦ ପବ୍ଲିକ ସ୍କୁଲ ଏବଂ ଲିଟିଲ ଫ୍ଲାୱାର ଜୁନିୟର କଲେଜ ରେ ପଢିଥିଲେ ।ସେ ପଢିବାକୁ ବହୁତ ଭଲ ପାଉଥିଲେ ଏବଂ ସେ ଜଣେ ଭଲ ଛାତ୍ର ଥିଲେ।ସେ କଲେଜ ଅଫ ଇଂଜିନିୟରିଙ୍ଗ ଡିଉଲଡି ରେ ୧ବର୍ଷ ଡିପ୍ଲୋମା କରିଛନ୍ତି ଏହାପରେ ସେ ଇଷ୍ଟର୍ଣ୍ଣ ମିସିଜନ୍ ୟୁନିଭର୍ସିଟି ରେ ମେକାନିକାଲ ଇଂଜିନିୟରିଙ୍ଗ ରେ ଗ୍ରାଜୁଏସନ୍ କମ୍ପ୍ଲିଟ କରିଥିଲେ।ତାଙ୍କ ପିତା ଜଣେ ଆକ୍ଟର ଥିଲେ ସେଥିପାଇଁ ସେ ବି ଗ୍ରାଜୁଏସନ୍ ପରେ ଜଣେ ଆକ୍ଟର ହେବା ପାଇଁ ଚାହିଁଥିଲେ।

ସେ ପେଶାରେ ଏକ ଆକ୍ଟର,ଟିଭି ପ୍ରେଜେଣ୍ଟର,ପ୍ରଡୁସର,ବିସିନେସ ମ୍ୟାନ ଏବଂ ପ୍ଲେ ବ୍ୟାକ ସିଙ୍ଗର ଅଟନ୍ତି।ସେ ତାଙ୍କ ଆକ୍ଟର କ୍ୟାରିୟର ଛୁଆବେଳୁ ୧୯୬୭ ମସିହା ରେ ଏକ ତେଲୁଗୁ ଫିଲ୍ମରୁ ଆରମ୍ଭ କରିଥିଲେ। ବହୁତ ଗ୍ୟାପ ପରେ ସେ ପୁଣି ୧୯୮୬ ରେ ଭିକ୍ରମ ଫିଲ୍ମରେ ଲିଡ଼ ରୋଲ କରିଥିଲେ।ତାପରେ ସେ ୧୯୮୮ ରେ ଶ୍ରୀଦେବୀ ସହ ରୋଲ କରିଥିଲେ ଏବଂ ସେହି ଫିଲ୍ମ ସୁପରହିଟ ହୋଇଥିଲା। ୧୯୮୯ ରେ ତାଙ୍କର ଶିବା ଫିଲ୍ମ ରିଲିଜ ହୋଇଥିଲା ଏବଂ ଏହି ଫିଲ୍ମ ବକ୍ସ ଅଫିସିରେ ୩ କରୋଡ଼ର ବିଜନେସ କରିଥିଲା।

ସେ ୨୦୦୨ ରେ ପ୍ରଥମ କମେଡି ଫିଲ୍ମ କରିଥିଲେ ଯାହାର ନାମ ସନ୍ତୋଷମ।ବହୁତସାରା ଆକ୍ଟିଙ୍ଗ ରେ କାମ କରିବାପାରେ ସେ ପ୍ରଡୁସର୍ କାମ କରିଥିଲେ। ୨୦୦୩ ରେ ତାଙ୍କର ପ୍ରଥମ ମୁଭି ସତ୍ୟମ ରିଲିଜ ହୋଇଥିଲା।ଏହା ବହୁତ ସୁପରହିଟ ହୋଇଥିଲା।ମୁଭି ରେ କାମ କରିବାପାରେ ସେ ଟିଭି ରେ ମଧ୍ୟ କାମ କରିଥିଲେ।ସେ ପ୍ରଥମ ଥର କନ୍ ବନେଗା କରୋଡ଼ପତି ର ତେଲୁଗୁ ଭିଜନ୍ କୁ ହୋଷ୍ଟ କରିଥିଲେ।୨୦୧୪ ରେ ତାଙ୍କର ମନ୍ନମ୍ ମୁଭି ରିଲିଜ ହୋଇଥିଲା।ଏହି ମୁଭି ମୁଭି ବକ୍ସ ଅଫିସିରେ ୬୨ କରୋଡ଼ ର ବିଜିନେସ କରିଥିଲା। ସେ ତାଙ୍କ କ୍ୟାରିୟରରେ ବହୁତ ସାରା ସୁପରହିଟ ଫିଲ୍ମ କରିଛନ୍ତି ଯାହାର ନାମ “ଶିଭାମନି” , “ମାସ” , “ହ୍ୟାଲୋ ବ୍ରଦର” , ଏବଂ “ସନ୍ତୋଷମ”।

ତାଙ୍କ ବାପାଙ୍କ ନାମ ନଗେଶ୍ୱର ରାଓ।ତାଙ୍କ ମା’ଙ୍କ ନାମ ଅନ୍ନପୂର୍ଣା।ତାଙ୍କ ର ଏକ ଭାଇ ବି ଅଛି ଯାହାର ନାମ ଭେଙ୍କେଟ।ତାଙ୍କର ପ୍ରଥମ ସ୍ତ୍ରୀ ନାମ ଲକ୍ଷ୍ମୀ ଏବଂ ତାଙ୍କର ଦ୍ୱିତୀୟ ସ୍ତ୍ରୀ ଙ୍କ ନାମ ମାଳା।ତାଙ୍କର ୨ ଟି ପୁଅ ଅଛି।ଜଣଙ୍କର ନାମ “ନାଗା ଚୈତନ୍ୟ” ଏବଂ ଆଉ ଜଣଙ୍କ ନାମ “ଆଖିଲ” । ନାଗାର୍ଜୁନଙ୍କୁ କେତେ ସାରା ଆୱାର୍ଡ ମିଳିସାରିଛି ଅଲଗା ଅଲଗା ବିଭାଗରେ।

ଗୋଟିଏ ଫିଲ୍ମରେ କାମ କରିବା ପାଇଁ ସେ ୭.୫ କୋଟି ନିଅନ୍ତି। ତାଙ୍କର ବ୍ରାଣ୍ଡ ଏଣ୍ଡ୍ରୋସମେଣ୍ଟ ୨ କୋରଡ ।ସେ କେତେ ସାରା ଇଂଭେଷ୍ଟମେଣ୍ଟ ମଧ୍ୟ କରିଛନ୍ତି ।୨୦୨୦ ହିସାବରେ ତାଙ୍କର ନେଟ ୱାର୍ଥ ୮୫୦ କୋଟି । ନାଗାର୍ଜୁନ ତାଙ୍କ ପରିବାର ସହ ହାଇଦ୍ରାବାଦର ଏକ ଆଲିଶନ ଘରେ ରହୁଛନ୍ତି।

ତାଙ୍କ ଘରର ମୂଲ୍ୟ ୫୦ କୋରଡ। ତାଙ୍କ ଘରେ କେତେ ଲଗଜୁରୀୟସ ବେଡ଼ରୁମ ,ଗୋଟିଏ ରୋଷେଇ ଘର,ପାର୍ଟି ହଲ, ଗୋଟିଏ ସ୍ୱିମ୍ମିଙ୍ଗ ପୂଲ ଏବଂ ଜିମ ମଧ୍ୟ ରହିଛି।

ଗାଡି କଥା କହିବା ତ ତାଙ୍କ ପାଖରେ ଏକ “ବିଏମଡବ୍ଲୁ ୭ ସିରିଜ” ଅଛି ଯାହାର ଦାମ ୨ କୋରଡ ତାସହିତ “ଅଡ଼ି A7” କାର ଅଛି ଯାହାର ଦାମ ୨୦ ଲକ୍ଷ ଆହୁରି ମଧ୍ୟ ତାଙ୍କ ପାଖରେ ଏକ “ମରସିଡିଜ୍ ବିଏମଡବ୍ଲୁ ୭୪୦ ଏଲଆଇ” ଅଛି ଯାହାର ଦାମ ୨ କୋରଡ ଏବଂ ଏକ “ମରସିଡିଜ୍ ଏସ ୪୫୦” ଅଛି ଯାହାର ଦାମ ୩ କୋରଡ ଅଟେ।

Leave a Reply

Your email address will not be published. Required fields are marked *