June 20, 2025

Odia Express

Here, There and Everywhere

ଚାଣକ୍ୟ ନୀତି ଯାହା ଆପଣଙ୍କୁ ଜୀବନରେ ସଫଳ କରିଥାଏ – ଏହି କଥା ପାଳନକଲେ ଆପଣ ଜୀବନରେ କେବେ ହାରିବେ ନାହିଁ..

ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ହୋଇଥିବା ଏକ ନୀତି ଗ୍ରନ୍ଥ ଅଟେ।ଯେଉଁ ରେ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ ଉପାୟ ଦିଆଯାଇଛି।ଚାଣକ୍ୟ ଜଣେ ମହାନ୍ ଜ୍ଞାନୀ ବ୍ୟକ୍ତି ଥିଲେ ଯେ କି ନିଜ ନୀତି ଦ୍ବାରା ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଙ୍କୁ ରାଜା ଙ୍କ ସିଂହାସନ ରେ ବସାଇ ଦେଇଥିଲେ। ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କ କିଛି ନୀତି ଯାହା ଆପଣଙ୍କୁ କୌଣସି ନା କୌଣସି କ୍ଷେତ୍ର ରେ ଆପଣଙ୍କର କାମରେ ଆସିପାରେ। ଚାଲନ୍ତୁ ଜାଣିବା ଛଅ ଟି ନୀତି ବିଷୟରେ।ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯଦି କୌଣସି ମନୁଷ୍ୟ ଏହି ନୀତି କୁ ଅବଲମ୍ବନ କରେ ତେବେ ତାକୁ ଜୀବନରେ ସବୁ କ୍ଷେତ୍ର ରେ ସଫଳତା ମିଳିଥାଏ।ଚାଣକ୍ୟ ଙ୍କ ଦ୍ଵାରା ରଚିତ ନୀତି କୁ ଯେକୌଣସି ବ୍ୟକ୍ତି ଆପଣାଇ ଜୀବନରେ ସବୁ ସମସ୍ୟା ର ସମାଧାନ କରି ଜଣେ ସଫଳ ବ୍ୟକ୍ତି ହୋଇପାରିବ।ତେବେ ଚାଲନ୍ତୁ ଜାଣିବା ସେହି ସବୁ ନୀତି ବିଷୟରେ।

୧.ପ୍ରଥମ ନୀତି ହେଉଛି ସତ୍ୟତା,ଚାଣକ୍ୟ ଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି ସର୍ବଦା ସତ୍ୟ କହିଥାଏ ସେ ତା ଜୀବନରେ ସବୁ କ୍ଷେତ୍ର ରେ ସଫଳତା ହାସଲ କରିଥାଏ। ସର୍ବଦା ସତ୍ୟ କହୁଥିବା ବ୍ୟକ୍ତି ସମସ୍ତଙ୍କ ର ପ୍ରିୟ ହୋଇଥାଏ। ସତ୍ୟ ଏକ ଏପରି ଔଷଧ ଯେଉଁ ଔଷଧ ବ୍ୟକ୍ତି ମଧ୍ୟରେ କେବେ ବି ରୋଗ ସୃଷ୍ଟି ହେବାକୁ ଦିଏ ନାହିଁ।ମାତା ଙ୍କ ପରି ସତ୍ୟ ସର୍ବଦା ମନୁଷ୍ୟ ର ରକ୍ଷା କରିଥାଏ ଆଉ ସତ୍ୟ ଠାରୁ ଅଧିକ କୌଣସି ଜିନିଷ ନାହିଁ।

୨.ଦ୍ଵିତୀୟ ନୀତି ହେଉଛି ଜ୍ଞାନ,ଚାଣକ୍ୟ କହିଛନ୍ତି ଜ୍ଞାନ କୁ ସର୍ବଦା ପିତାଙ୍କ ସମାନ ମନିବା ଉଚିତ୍।ପଇସା ଆସେ ଓ ଯାଏ ହେଲେ ଜ୍ଞାନ ସର୍ବଦା ଆପଣଙ୍କ ପାଖରେ ରହିଥାଏ।ମନୁଷ୍ୟ ଜୀବନରେ ଜ୍ଞାନ ଠାରୁ ବଡ଼ କୌଣସି ବି ଜିନିଷ ନାହିଁ।ମନୁଷ୍ୟ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ତା ପାଖରେ ଜ୍ଞାନ ଥାଏ।ବିନା ଜ୍ଞାନ ଥିବା ମଣିଷ ଆତ୍ମା ହିନ ମନୁଷ୍ୟ ସହିତ ସମାନ ହୋଇଥାଏ।ଆଉ ବିନା ଜ୍ଞାନର ମନୁଷ୍ୟ କେବେ ସମାଜରେ ସନ୍ନମାନିତ ହୋଇପାରି ନଥାଏ।

୩.ତୃତୀୟ ନୀତି ହେଉଛି ଧର୍ମ,ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଭଲ କାମ କରି ଧର୍ମ ପ୍ରାପ୍ତି କରିଥାନ୍ତି ସେହି ବ୍ୟକ୍ତି ଜୀବନରେ ସଫଳତା ହାସଲ କରିଥାନ୍ତି।ଧର୍ମ ମନୁଷ୍ୟ ର ଜୀବନକୁ ସକାରାତ୍ମକ କରିଥାଏ। ଧର୍ମ କୁ ମାନୁଥିବା ବ୍ୟକ୍ତି କେବେ ମଧ୍ୟ ଖରାପ ସାବ୍ୟସ୍ତ ହୋଇ ନଥାଏ।ମନୁଷ୍ୟ ର ଜନ୍ମ ଏଥିପାଇଁ ହୋଇଥାଏ କି ସେ ସର୍ବଦା ଧର୍ମ ର ମାର୍ଗ ରେ ଚାଲୁ ଓ ଧର୍ମ ପ୍ରାପ୍ତି କରି ଜୀବନରେ ସଫଳତା ହାସଲ କରୁ।

୪.ଚତୁର୍ଥ ନୀତି ହେଉଛି ଦୟା,ଚାଣକ୍ୟ ସବୁ ଧର୍ମ ଠାରୁ ଦୟା କୁ ସବୁଠାରୁ ଉପରେ ସ୍ଥାନ ଦେଇଛନ୍ତି।ପ୍ରାଣୀ ମାନଙ୍କ ଉପରେ ଦୟା କରୁଥିବା ବ୍ୟକ୍ତି କେବେ ମଧ୍ୟ ପାପ କର୍ମ ଆଡକୁ ଯାଇ ନଥାଏ।ଦୟା କୁ ନିଜର ମିତ୍ର ପରି ମାନିବା ଦରକାର ଓ ଦୟା କୁ କେବେ ମଧ୍ୟ ଛାଡ଼ିବେ ନାହିଁ।

୫.ପଞ୍ଚମ ନୀତି ଶାନ୍ତ ସ୍ଵଭାବ,ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଶାନ୍ତ ସ୍ଵଭାବ ର ହୋଇଥାନ୍ତି,ସେହି ବ୍ୟକ୍ତି ମାନଙ୍କ ର ସଫଳତା ହାସଲ କରିବା ପାଇଁ ଅନେକ ମାର୍ଗ ଖୋଲିଯାଏ।ଶାନ୍ତ ମନରେ ନେଇଥିବା ନିଷ୍ପତି ସର୍ବଦା ଲାଭଦାୟକ ହୋଇଥାଏ।ଯେଉଁ ବ୍ୟକ୍ତି ଶାନ୍ତି କୁ ନିଜର ପତ୍ନୀ ପରି ରଖିଥାଏ ସେହି ବ୍ୟକ୍ତି କେବେ ମଧ୍ୟ ସମସ୍ୟା ର ସମ୍ମୁଖୀନ ହୁଏ ନାହିଁ।

୬.ଷଷ୍ଠ ନୀତି ହେଉଛି କ୍ଷମା,ଚାଣକ୍ୟ କହିଛନ୍ତି କାହାର ଭୁଲ୍ କୁ କ୍ଷମା କରିବା ସବୁଠାରୁ ବଡ ବା ମହତ୍ୱପୂର୍ଣ୍ଣ କାର୍ଯ୍ୟ ରୂପେ ଜଣା ଯାଏ।ଯଦି ଆପଣ କାହାର ଭୁଲ୍ କୁ କ୍ଷମା କରୁଛନ୍ତି ତେବେ ଆପଣ ପୁଣ୍ୟ ଅର୍ଜନ କରିଥାନ୍ତି।ଯଦି ନିଜ ଦ୍ବାରା କିଛି ଭୁଲ୍ ହୋଇଯାଏ ତେବେ ତୁରନ୍ତ କ୍ଷମା ପ୍ରାଥନା କରିବାକୁ ପଛାନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *