November 17, 2024

Odia Express

Here, There and Everywhere

ଥାଇରଏଡ଼ର ଘରୋଇ ଉପାୟ ବିଷୟରେ, ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ – ସମୂଳେ ବିନାଶ ହେଇଯିବ ଆପଣଙ୍କ ଥାଇରଏଡ଼..

1 min read

ଆଜିକାଲି ଜୀବନଶୈଳିରେ ଥାଇରଏଡ଼ ଗୋଟେ ସାଧାରଣ ସମସ୍ୟା ହୋଇଗଲାଣି ଆଉ ଔଷଧ ଖାଇଲା ପରେ ମଧ୍ୟ ଏହା ଏତେ ସହଜରେ ଭଲ ହୋଇନଥାଏ କାରଣ ଏହା ବହୁତ ଜିଦିଆ ହୋଇଥାଏ।ଯାହାକୁ ନେଇ ଲୋକମାନେ ବହୁତ ଚିନ୍ତିତ ଅଟନ୍ତି।ଥାଇରଏଡ଼ ଗୋଟେ ପ୍ରକାରର ହରମୋନ ହୋଇଥାଏ,ଯାହା ଆମ ଶରିରରୁ ଆୟୋଡିନ ନେଇ ଏହାକୁ ବନେଇ ଥାଆନ୍ତି।ମେଟାବୋଲିଯିମକୁ ସଠିକ ରଖିବା ପାଇଁ ହରମୋନ ନିହାତି ଆଵଶ୍ୟକ ହୋଇଥାଏ।

ଯେତେବେଳେ ଗ୍ଲାଣ୍ଡ କୌଣସି କାରଣରୁ ଅଧିକ ହରମୋନ ବନେଇବାକୁ ଲାଗେ ତାହାକୁ ଆମେ ଥାଇରଏଡ଼ ରୋଗ ବୋଲି କହିଥାଉ।ଏହା ସାଧାରଣତ ଖିବାକୁ ଗଲେ ୩ ପ୍ରକାରର ହୋଇଥାଏ।ପ୍ରଥମ ରେ ହାଇପୋ ଥାଇରଏଡ଼,ଦ୍ଵିତୀୟ ହାଇପର ଥାଇରଏଡ଼,ତୃତୀୟ ରେ ଗୋଟିଆର।ଏହା ଆମର ବହୁତ ଅସୁବିଧା କରେଇ ଥାଏ।ଏହାର ସବୁଠାରୁ ବେସି ଶିକାର ମହିଳାମାନେ ହୋଇଥାନ୍ତି।ଏହାଦ୍ୱାରା ଓଜନ ବଢିଯାଏ ବେଳେ ବେଳେ ଅଧିକ ମୋଟା ହୋଇଯାନ୍ତି ଓ ବେଳେ ବେଳେ ବହୁତ ପତଳା ହୋଇଯାନ୍ତି ଓ ଅସ୍ତବ୍ୟସ୍ତ ଲାଗେ ଓ ନିଦ ହୋଇନଥାଏ,ମାସିକ ଶ୍ରାବରେ ଅସୁବିଧା,ହୃଦ ସ୍ପନ୍ଦନ ବଢିବା,ଆଣ୍ଠୁ ଗଣ୍ଠି ବିନ୍ଧିବା ଇତ୍ୟାଦି ସମସ୍ୟା ଦେଖାଯାଏ।

ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ଆଣିଛୁ ଯାହାଦ୍ୱାରା ଆପଣଙ୍କ ହାଇପୋଥାଇରଏଡ଼ର ସମସ୍ୟା ମୂଳରୁ ଭଲ ହୋଇଯିବ।ଏହି ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଆମ ଶରୀର ଏଠିକ ମାତ୍ରରେ ହରମୋନ ଆମ ଶରୀରକୁ ଦେଇନଥାଏ।ଏମିତି କ୍ଷେତ୍ରରେ ଆମ ଶରୀରର ଓଜନ ବହୁତ ଶିଘ୍ର ଶିଘ୍ର ବଢିବାକୁ ଲାଗିଥାଏ।ଆଉ ତାସହିତ ହୃଦୟ ସମ୍ବନ୍ଧୀୟ ଅସୁବିଧା ସହିତ ଆମ ଚୁଟି ମଧ୍ୟ ଝଡ଼ିବାକୁ ଲାଗେ।ଆଉ ଏହାକୁ ନିଜ ନିୟନ୍ତ୍ରଣରେ ରଖିବାପାଇଁ ୩ ଟି ମୁଖ୍ୟ ଉପାୟ ରହିଛି।ସେଗୁଡିକ ହେଲା ଘରୋଇ ଉପାୟ,ଆୟୁର୍ବେଦିକ ଉପାୟ,ଯୋଗ ଓ ଶାରୀରିକ କସର୍ତ।ଆଉ ଏ ରୋଗକୁ ମୂଳରୁ ଶେଷ କରିବା ପାଇଁ ଏହି ୩ ଟି ଉପାୟ ଅତ୍ୟନ୍ତ ଜରୁରୀ ଅଟେ।ଏହାକୁ ନିୟମିତ ଭବାରେ ଗୋଟେ ମାସର ପ୍ରୟୋଗ ଦ୍ୱାରା ପିରୁଣାରୁ ପୁରୁଣା ଥାଇରଏଡ଼ ମୂଳରୁ ଭଲ ହୋଇଯିବ।

୧.ଘରୋଇ ଉପାୟ:- ଆମକୁ ପ୍ରଥମେ ଦରକାର ହେଉଛି ଧନିଆ ପାଣି।ଆପଣ ଏହି ପାଣି ବନେଇବା ପାଇଁ ଧନିଆ ଗୁଣ୍ଡ ନେଇ ପାରିବା ନହେଲେ ଗୋଟା ଧନିଆ ନେଇ ପାରିବେ।ଆପଣ ୪-୫ ଚାମୁଚ ଧନିଆ କୁ ନେଇ ଭଲ ଭାବରେ ଫୁଟେଇ ବାକୁ ଲାଗିବେ।ଆଉ ତାକୁ ସେ ପର୍ଯ୍ୟନ୍ତ ଫୁଟେଇବେ ଯେପର୍ଯ୍ୟନ୍ତ ପାଣି ଅଧା ନହୋଇଯିବ।ଏହିଭଳି ପାଣିର ରଙ୍ଗ ପରିବର୍ତ୍ତନ ହୋଇଯିବ ଓ ଏବେ ଏ ପାନିୟ ତିଆରି ହୋଇ ପ୍ରସ୍ତୁତ ହୋଇଯିବ।ଆଉ ଏହାକୁ ଆପଣ ସକାଳୁ ଖାଲି ପେଟରେ ପାନ କରି ପାରିବେ।ଆଉ ଏହି ପାନୀୟକୁ ପିଇବା ଦ୍ୱାରା ଥାଇରଏଡ଼ ସମସ୍ୟାର ଶିଘ୍ର ଉପଚାର ହୋଇଯିବ।ଏହା ବ୍ୟତୀତ ଆପଣ ଏକ ଚୂର୍ଣ୍ଣ ପ୍ରସ୍ତୁତ କରି ପାରିବେ ପ୍ରଥମେ ହେଉଛି ଡାଲଚିନି ପାଉଡର ଓ ତାପରେ ହେଉଛି ଅଜୁଆଣି ଗୁଣ୍ଡ,ତାପରେ ମେଥିଦାନା ଗୁଣ୍ଡ।ଆଉ ଏ ତିନିଟି ଗୁଣ୍ଡକୁ ମିଶେଇ ଗୋଟେ ଚାମୁଚ ଗରମ ପାଣିରେ ମିଶେଇ ପିବେ।ଆଉ ନଡ଼ିଆ ତେଲକୁ ଗରମ କ୍ଷୀରରେ ମିଶେଇ ପିଇବା ଉଚିତ।

ଏହା ପରେ ଆଉ ଏକ ଜିନିଷ ଅଛି ଯାହା ଆମ ଥାଇରଏଡ଼ ରୋଗରେ କାମରେ ଆସେ ସେ ହେଉଛି ଆପେଲ ଭିନେଗାର।ଉଷୁମ ପାଣିରେ ଗୋତ୍ୱ ଚାମୁଚ ଆପେଲ ଭିନେଗର ଓ ମହୁ ମିଶେଇ ପିବା ଦ୍ୱାରା ଆମ ଥାଇରଏଡ଼ ରୋଗରୁ ମୁକ୍ତି ମିଳିଥାଏ।ଆଉ ଏହା ସହିତ ଆମ ଓଜନ କମେଇବାରେ ମଧ୍ୟ ଏହା ସହାଯ୍ୟ କରିଥାଏ।

୨.ଏବେ ଆସନ୍ତୁ ଜାଣିବା ଆୟୁର୍ବେଦିକ ଉପାୟ ବିଷୟରେ:- ଏଥିରେ ସର୍ଵ ପ୍ରଥମରେ ଆସିବ କାଚନାର ଗୁଙ୍ଗଲୁ।ଏହା କୌଣସି ଆୟୁର୍ବେଦିକ ଦୋକାନ ନହେଲେ ପତଞ୍ଜଳି ଦୋକାନରେ ସହଜରେ ମିଳିଯିବ।ସବୁଦିନ ସକାଳେ କିମ୍ବା ରାତିରେ ଖାଇବା ଖାଇ ସାରି ଏହାର ସେବନ କଲେ ଆମେ ଥାଇରଏଡ଼ ସମସ୍ୟାରୁ ରକ୍ଷା ପାଇ ପାରିବା।ଏହା ବ୍ୟତୀତ ଆପଣ ଅଶ୍ଵଗନ୍ଧା ର ସେବନ କରି ପାରିବେ।ଏହା ସାଧାରଣତଃ ହାଇପୋ ଥାଇରଏଡିଯମରେ ବହୁତ ଲାଭ ଦାୟୀ ହୋଇଥାଏ।ତାପରେ ଆସିବ ହରଡ଼ ଗୁଣ୍ଡ,ଆପଣ ଏହାକୁ ସନ୍ଧ୍ୟା କିମ୍ବା ସକାଳେ ଅଳ୍ପ ହାଲ୍କା ଉଷୁମ ପାଣିରେ ଏହାର ସେବନ କରିପାରିବେ।

୩.ଏବେ ଆସିବ କୁସ୍ତି କସରର୍ ଓ ଯୋଗ:- ଥାଇରଏଡ଼ ସମସ୍ୟା ଥାଇରଏଡ଼ ଗ୍ରନ୍ଥି ଭଲ ଭାବରେ କାମ ନକରିବା ଦ୍ୱାରା ହୋଇଥାଏ।ଏହାକୁ ଠିକ କରିବାର ସବୁଠାରୁ ଭଲ ଉପାୟ ହେଉଛି ଯୋଗ ଓ ବ୍ୟାୟାମ କରିବା ଉଚିତ।ଆଜି ଆମେ ଆପଣଙ୍କୁ ଏକ ପ୍ରାଣାୟମ ବିଷୟରେ କହିବାକୁ ଯାଉଛୁ ଯାହାର ନାମ ହେଉଛି ଉଜ୍ଜୟି ପ୍ରାଣାୟମ।ଆପଣ ଏହି ପ୍ରାଣୟମରେ ନିଜ ଗଲାକୁ ଚାପି ଭିତରକୁ ନିଶ୍ୱାସ ନେଇ ନାକର ଗୋଟେ କଣାକୁ ବନ୍ଦ କରି ଆଉ ଏକ କଣା ବାଟରେ ନିଶ୍ୱାସ ଛାଡିବେ।ଏମିତି କରିବା ଦ୍ୱାରା ଆପଣଙ୍କ ଥାଇରଏଡ଼ ବହୁତ ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *