ଅଧିକ ଚିନ୍ତା କରୁଥିବା ଲୋକଙ୍କ ବିଷୟରେ କିଛି ଅଜଣା କଥା ଯାହାକି ତାଙ୍କ ଭବିଷ୍ୟତ ପାଇଁ ବିପଦ ହୋଇ ସାବ୍ୟସ୍ତ ପାରେ ?
ଆଜି ଆମେ ଆପଣକୁ କହିବାକୁ ଯାଉଛୁ ସେମାନଙ୍କ ବିଷୟରେ ଯେଉଁ ମାନେ ଅଧିକ ଚିନ୍ତା କରନ୍ତି, ଯଦି ଆପଣ ସେହି ମାନଙ୍କ ମଧ୍ୟରୁ ଜଣେ ହୋଇଥାନ୍ତି ତାହେଲେ ଆମେ ଆପଣଙ୍କ ବିଷୟରେ କିଛି ସେହି କଥା ଯାହାକି ଆପଣଙ୍କ ଭବିଷ୍ୟତ ଉପରେ କୁପ୍ରଭାବ ପକାଇପାରେ । ତ ଚାଲନ୍ତୁ ଜାଣିବା କଣ ସେହି କଥା ଗୁଡିକ ବିଷୟରେ। ଯଦି ଆପଣ ଅଧିକ ଭାବୁଛନ୍ତି କିମ୍ବା ଅଧିକ ଚିନ୍ତା କରୁଛନ୍ତି ତାହେଲେ ଜାଣି ନିଅନ୍ତୁ ଯେ ଆପଣ ଆପଣଙ୍କ ଜୀବନ ନଷ୍ଟ କରୁଛନ୍ତି । କଣ ଆପଣ ଜାଣିଛନ୍ତି ଏକ ବୈଜ୍ଞାନିକ ପରୀକ୍ଷାରୁ ଜଣା ପଡିଛି ଯେ ଯେଉଁମାନେ ସାଧାରଣ ଭାବେ ଚିନ୍ତା କରନ୍ତି ସେମାନଙ୍କ ମତିଷ୍କ ଭଲ ଭାବେ କାମ କରି ଥାଏ, ଆଉ ଯେଉଁମାନେ ଅଧିକରୁ ଅଧିକ ଚିନ୍ତା କରନ୍ତି ସେମାନଙ୍କ ବୁଦ୍ଧିମତ୍ତାର ପରିମାଣ କମି କମି ଯାଇଥାଏ । ମଣିଷ ଜନ୍ମ ହେବାର କିଛି ବର୍ଷ ପରେ ଅନେକ କାରଣରୁ ଚିନ୍ତା ଆସି ଯାଇଥାଏ ,ଯେମିତିକି ଆପଣ ଛାତ୍ର ହୋଇଥାନ୍ତୁ କିମ୍ବା ଚାକିରି କରିଥାନ୍ତୁ ନଚେତ ବେପାର ବଣିଜ ମଧ୍ୟ କରୁଥାନ୍ତୁ ସବୁ କ୍ଷେତ୍ରରେ ଚିନ୍ତା ଆସିଥାଏ ।
ଯଦି ଆପଣ ଜଣେ ଛାତ୍ର ହୋଇଥିବେ ଯେତେ ବେଳେ ଗୋଟେ କ୍ଲାସରେ ଶିକ୍ଷକ ପଢ଼ାଇବା ବେଳେ କିଛି ଛାତ୍ର ଏମିତି ଥାନ୍ତି ଯାହାଙ୍କ ଧ୍ୟାନ ଆଡେ ସାଡେ ରହିଥାଏ ଆଉ କିଛି ନିଜକୁ ଜ୍ଞାନୀ ବୋଲି ଭାବିଥାନ୍ତି, ଯିଏ ଜ୍ଞାନୀ ଭାବନ୍ତି ସେମାନେ ପ୍ରଶ୍ନ ଅଧିକ କରନ୍ତି ଏବଂ ଅଧିକ କଥା ବାର୍ତା କରନ୍ତି ଆଉ ଯେଉଁମାନେ ଆଡେ ସାଡେ ଧ୍ୟାନ ଦିଅନ୍ତି ସେମାନେ କିଛି ବୁଝି ପାରନ୍ତିନି ତ ସାଧାରଣତଃ ସେମାନଙ୍କର ପାଠ ପଢ଼ାରର ଚିନ୍ତା ରହିଥାଏ ।
ଯଦି ଆପଣ ଜଣେ ଚାକିରିଆ ହୋଇଥିବେ ତ ଅଫିସର ବହୁତ ଆଡୁ ବହୁତ ପ୍ରକାର ଚିନ୍ତା ଆସିଥାଏ ଏମିତି ବହୁତ ପ୍ରକାର ଚିନ୍ତା ଆସି ଥାଏ ଯାହାକୁ ନେଇ ଆପଣ ସବୁବେଳେ କିଛି ନ କିଛି ଭାବୁ ଥାଉ କିମ୍ବା ଚିନ୍ତା କରୁଥାଉ ଯାହା ଆମ ପାଇଁ କ୍ଷତିକାରକ ଅଟେ, ବିଜ୍ଞାନର ହିସାବରେ ମତିଷ୍କରେ ଆସୁଥିବା ୧୦୦% ଚିନ୍ତାରୁ ୯୫% ଅଯଥା ଚିନ୍ତା ଆସିଥାଏ ଯାହାକି ଆପଣଙ୍କ କାମରେ ଆସି ନଥାଏ ତେଣୁ ଅତ୍ୟଧିକ ଚିନ୍ତା ଆପଣଙ୍କୁ କମଜୋର ଏବଂ ଦୁର୍ବଳ କରିଥାଏ ।
ଅତ୍ୟଧିକ ଚିନ୍ତା ଆପଣଙ୍କ ମତିଷ୍କର ଶକ୍ତିକୁ ନଷ୍ଟ କରିଦେଇଥାଏ । ଜଣେ ଆଫ୍ରିକୀୟ ପ୍ରବର୍ତ୍ତକ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଭିତରର ଶତ୍ରୁକୁ ନ ମାରିଛନ୍ତି ସେ ପର୍ଯ୍ୟନ୍ତ ଆପଣ ଅନ୍ୟମାନଙ୍କୁ ଡରିବେ, ଆଉ ଯେବେ ଆପଣ ଆପଣଙ୍କ ଭିତରେ ଥିବା ଶତ୍ରୁକୁ ମାରିଦେବେ ସେବେ ଠାରୁ ଆପଣଙ୍କର ବାହାରର ଶତ୍ରୁ କିମ୍ବା ଆଉ କେହି କିଛି ବି କ୍ଷତି କରିପାରିବେ ନାହିଁ ।
ଯେଉଁ ସବୁ ଆଶଙ୍କା ଆଉ ଶତ୍ରୁ ଅଛନ୍ତି ସେ ସବୁ ଆପଣଙ୍କ ଭିତରେ ଅଛି ଯେବେ ଆପଣ ଭିତରର ଶତ୍ରୁକୁ ହଟେଇବେ ଏବଂ ଆତ୍ମବିଶ୍ୱାସ ଆଣିବେ ତେବେ ଦୁନିଆର କୌଣସି ବି ଶତ୍ରୁ ଆପଣଙ୍କର କିଛି ବି ବିଗାଡି ପାରିବ ନାହି, ନିଜ ଭିତରେ ବିଶ୍ୱାସ ଆଣନ୍ତୁ ଯେ କିଛି ବି କାମ ଅସମ୍ଭବ ନୁହେଁ, ଦେଖିବେ ଆପାଣଙ୍କୁ କୌଣସି କାମ ବା କେହି ଡରାଇ ପାରିବେ ନାହିଁ ଏବଂ ଆପଣ ସେହି କାମକୁ ହାସଲ କରିକି ହିଁ ରହିବେ ।