June 24, 2025

Odia Express

Here, There and Everywhere

ଆଜିର ୧୫ଟି ମଜାଦାର ଢଗଢମାଳି ପ୍ରଶ୍ନ – ଗୋଟେ ଗୁମ୍ଫାରେ ବତୀସି ଚୋର ଦିନରେ କରନ୍ତି କାମ ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ? ଉତ୍ତର କୁହନ୍ତୁ ଏବେ

1 min read

ନମସ୍କାର, ଆଜି ଆମେ ଏଠାରେ ଜାଣିବା ୧୦ ଟି ଓଡ଼ିଆ ଢଗ ଢ଼ମାଲି ବିଷୟରେ ଆଉ ଆମେ ନିଶ୍ଚିନ୍ତ ଯାହା ବିଷୟରେ ଆଜିକାଲିର ଛୁଆ ସବୁ ଅଜ୍ଞାନ ଥିବେ।ଆଉ ତାଙ୍କ ପାଖରେ ଏହି ଗୁତୁତ୍ୱ ପୁର୍ଣ୍ଣ କଥା ପହଞ୍ଚେଇ ବାକୁ ଆମର ଏକ ଛୋଟ ପ୍ରୟାସ।ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଆପଣାକୁ ଯଦି ଏହି ଢଗ ଗୁଡିକ ଭଲ ଲାଗେ ତେବେ ନିଶ୍ଚୟ ସାଙ୍ଗମାନଙ୍କ ପାଖକୁ ସେୟାର କରନ୍ତୁ ଓ ଏହାର ମଜା ନିୟନ୍ତୁ |ତେବେ ଚାଲନ୍ତୁ ଜାଣିବା ଆଜିର ପ୍ରଥମ ଢଗ

ଆସନ୍ତୁ ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୧:-ପବନ ତାହାର ଆହାର,ଖାଏ ଗୋଇଠା ପାହାର ଇଏ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫୁଟବଲ।

ଆସନ୍ତୁ ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ଆସିଲା ବଡ଼ ଚଢେଇ ବସିଲା ଡେଣା ମେଲେଇ ଧଇଲା ମାଛ ଖାଇଲା ନାହିଁ,ଏହା କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜାଲ।

ଆସନ୍ତୁ ଏବେ ଆମେ ଜାଣିବା ତୃତୀୟ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାରା।

ଆସନ୍ତୁ ଏବେ ଆମେ ଜାଣିବା ଚତୁର୍ଥ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୪:-ଯାଇଥିଲି ଉତ୍ତର ଦେଖି ଆସିଲି ଫଳ ଉପରେ ଧରିଛି ପତର,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସପୁରୀ।

ଆସନ୍ତୁ ଏବେ ଆମେ ଜାଣିବା ପଞ୍ଚମ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ପାହାଡ଼ ଉପରୁ ଖସିଲା ଭାଲୁ ତା ଦେହଜାକ କଣ୍ଟା ସାଲୁ ବାଲୁ।ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଣସ।

ଆସନ୍ତୁ ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-କଟକରୁ ଆସିଲା ଡେଙ୍ଗା ମହାନ୍ତି ତା ଅଇଁଠା ସମସ୍ତେ ଖାଆନ୍ତି।ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଢ଼ିଙ୍କି।

ଆସନ୍ତୁ ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-ସକାଳୁ ଉଠେ ଘର ଚାରି ପାଖେ ବୁଲି ଆସେ,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝାଡୁ।

ଆସନ୍ତୁ ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-କୃପଣ ନୁହଁଇ ସଞ୍ଚଇ ଧନ ଚୋର ନୁହେଁ ହରେ ପରର ଧନ ସକଳ ଛେଦଇ ଅସ୍ତ୍ର ନୁହଁଇ ମୁନି ନୁହଁଇ ଗୁମ୍ଫା ଭିତ୍ତରେ ଥାଇ,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୂଷା।

ଆସନ୍ତୁ ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-କଳା ଘାସ ବନେ ଧଇଲି ଚୋର ନଖ ମୁଣ୍ଡିରେ ତାର ହେଲା ବିଚାର,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉକୁଣୀ।

ଆସନ୍ତୁ ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-ଗୋଟେ ଗୁମ୍ଫାରେ ବତୀସି ଚୋର ଦିନରେ କରନ୍ତି କାମ ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦାନ୍ତ।

ଏହା ଥିଲା କେତେକ ଢଗଢମାଳି ପୁର୍ଣ୍ଣ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *