June 27, 2025

Odia Express

Here, There and Everywhere

୧୨ ଟି ମସ୍ତିଷ୍କ ନିୟମ ଯାହା ଆପଣଙ୍କ ଜୀବନ ପରିବର୍ତ୍ତନ କରି ଦେଵ – ଦୁନିଆ ସାରା ଲୋକ ଏହାକୁ ନିଶ୍ଚୟ ପଢିବା ଦରକାର..

1 min read

ଆଜି ଆମେ କଥା ହେବା ମସ୍ତିଷ୍କ ପରୀକ୍ଷା ବିଷୟରେ,ଜନ ଯେ ମେଡିନା ଜଣେ ବାଇଓ ଲେଜିଷ୍ଟ ଅଟନ୍ତି।ସେ ତାଙ୍କର ସମସ୍ତ ଜୀବନ ମାନସିକ ସ୍ତରକୁ ବୁଝିବାରେ ଲଗେଇ ଦେଇଥିଲେ।ଆଉ ତାପରେ ସେ ମସ୍ତିଷ୍କ ଉପରେ ୧୨ ଟି ନିୟମ ନିଜ ପ୍ରକାଶିତ ପୁସ୍ତକ ମସ୍ତିଷ୍କ ନିୟମ ରେ ଲେଖିଲେ।ଆଉ ଆଜି ଆମେ ଏହି ମସ୍ତିଷ୍କ ନିୟମ ବିଷୟ ରେ ଜାଣିବା।ଆଜି ଆମେ ଏମିତି କିଛି ଉପାୟ ବିଷୟରେ ଜାଣିବା ଯାହା ଆମର ମସ୍ତିଷ୍କ କ୍ଷମତାକୁ ୩୪% ପର୍ଯ୍ୟନ୍ତ ବଢ଼ାଇ ପାରିବ।ଏବେ ଆସନ୍ତୁ ଜାଣିବା ସେ ନିୟମ ସବୁ ବିଷୟରେ।

୧.କୁସ୍ତି କସରତ ଆମ ମସ୍ତିଷ୍କ ର କ୍ଷମତା ବଢ଼େଇ ଥାଏ:-ଆମେ ଦୁଇ ଜଣ ଲୋକଙ୍କୁ ଦେଖିବା ଯିଏ ୮୦ ବର୍ଷ ଭିତରେ ଥିବେ ଆଉ ତାଣ୍କ ଭିତରୁ ଜଣେ କେବଳ ସୋଇ ସୋଇ ବସି ବସି ନିଜ ସବୁ ସମୟ ବିତଉ ଥିଲେ।ତାଙ୍କ ଭିତରେ ବିଭିନ୍ନ ପ୍ରକାରର ଅସୁବିଧା ପରିଲିଖିତ ହେଉଥିଲା,ଯେମିତିକି ସେ ସବୁବେଳେ ଦୁଖୀ ରହୁଥିଲେ ଓ ତାଙ୍କର ସ୍ମରଣ ଶକ୍ତି କ୍ଷୀଣ ହେଇ ଯାଉଥିଲା।ଆଉ ଯିଏ କୁସ୍ତିକସରତ କରୁଥିଲେ ତାଙ୍କ ପାଖରେ ଏ ଭଳି ଅସୁବିଧା ପରିଲିଖିତ ହେଉନଥିଲା।ଆଉ ଏହାକୁ ସଠିକ ପ୍ରମାଣ କରିବା ପାଇଁ ଦୁଇ ଜଣଙ୍କ ଉପରେ ବୈଜ୍ଞାନିକ ପରୀକ୍ଷା ମଧ୍ୟ କ୍ର ଗଲା ଆଉ ସେଥିରେ ପରିଶ୍ରମ ଓ କୁସ୍ତି କସରତ କରୁଥିବା ବ୍ୟକ୍ତି ଅଧିକ ପ୍ରଭାବ ଶାଳି ବୋଲି ସେମାନେ ଦେଖିଲେ।

୨.ମଣିଷ ମସ୍ତିସ୍କ ମଧ୍ୟ ବିକାଶ ହୋଇଥାଏ ବା ପରିବର୍ତ୍ତନ ହୋଇଥାଏ:-କୁହାଯାଏ ଆମ ମସ୍ତିସ୍କ ବୃଦ୍ଧି ହେବାକୁ କୋଟି କୋଟି ବର୍ଷ ଲାଗିଲା।ଆମର ପ୍ରଥମେ ଝିଟିପିଟି ଭଳି ମସ୍ତିଷ୍କ ଥିଲା ଆଉ ଏହା କେବଳ ଖାଇବା,ଶୋଇବା ଓ ନିଶ୍ୱାସ ନେବା ଇତ୍ୟାଦି ନିୟନ୍ତ୍ରଣ ହେଉଥିଲା ତାପରେ ଆମ ମସ୍ତିଷ୍କ ବଢି ବିଲେଇ ଭଳି ମସ୍ତିସ୍କ ଆସିଲା।ଏହା ଦ୍ୱାରା ଆମେ ଶିକାର କରି ପାରିଲୁ ଆଉ ସିକାରୀକୁ ଦେଖି ଲୁଚି ପାରିଲୁ ଆଉ ତାପରେ ଛୁଆ ଜନ୍ମ କରି ପରିଲୁ।ତାପରେ ବହୁତ ବର୍ଷ ପରେ ଆସିଲା କରଟେକ୍ସ, ଏହା ଦ୍ୱାରା ଆମେ କହି ପାରିଲୁ ଓ ମନେରଖି ପାରିଲୁ।ଏହା ସେତେବେଳେ ସମ୍ବବ ହେଲା ଯେତେବେଳେ ମଣିଷ ୪ ଟି ଗୋଡ଼ ବଦଳରେ ୨ ଟି ଗୋଡ଼ରେ ଚାଲି ପାରିଲା।

୩.ସବୁ ମସ୍ତିଷ୍କ ଅଲଗା ଅଲଗା ଉପାୟରେ ଗଠନ ହୋଇଥାଏ:-ଗୋଟେ ପରୀକ୍ଷାରୁ ଜଣା ପଡ଼ିଛିକି ସମସ୍ତଙ୍କ ମସ୍ତିଷ୍କ ସମାନ ସମୟରେ ସମାନ ଭାବରେ ପ୍ରତିକ୍ରିୟା କରିନଥାଏ।ଆଉ ସମସ୍ତଙ୍କ ମସ୍ତିଷ୍କ ଗଠନ ଏକା ଭଳି ହୋଇନଥାଏ।

୪.ଆମେ ବୋରିଙ୍ଗ ଜିନିଷକୁ ଧ୍ୟାନ ଦେଇ ନଥାଉ:-ଆମେ ଏକା ସାଙ୍ଗରେ କେବେ ଦୁଇଟି କାମ କରି ପାରିବ ନାହିଁ।ଆଉ ଆମେ ଯଦି ଏକା ସମୟରେ ଦୁଇଟି ଜିନିଷ ଦେଖୁଚେ ତାହେଲେ ତାହାକୁ ମନରଖି ପାରି ନଥାଉ ଆଉ ଯଦି ସେ ଆମ ଭାଵନାତ୍ମକ ଭାବେ ଜଡ଼ିତ ଥାନ୍ତି ତାହେଲେ ତାକୁ ମନେ ରଖି ପାରିଥାଉ।

୫.ମନ ରଖିବାକୁ ପୁନରାବୃତ୍ତି କର:-ଯଦି ଆପଣଙ୍କୁ କୌଣସି ଜିନିଷ ମନରଖିବାକୁ ଅସୁବିଧା ହେଉଛି ତାହେଲେ ଆପଣ ସେଇ ଜିନିଷକୁ ସେଇ ଭଳି ବାତାବରଣ ରେ ଆପଣ ସେ କଥାକୁ ଭଲ ଭାବରେ ମନ ରଖିବାକୁ ଚେଷ୍ଟା କର।

୬.ପୁନରାବୃତ୍ତି କରିବାକୁ ମନେରଖ:-ଆମେ ବହୁତ କିଛି ଜିନିଷ ପ୍ରଥମ କେତେ ମିନିଟରେ ଭୁଲି ଯାଉ।ଯଦି ଆମକୁ କିଛି ବେଶି ସମୟ ପର୍ଯ୍ୟନ୍ତ ମନରଖିବାର ଅଛି ତାହେଲେ ସେ ସବୁ ଜିନିଷ ସହିତ ଜଡିତ କିଛି ଜିନିଷ ମନରଖିବା ଉଚିତ ଆଉ ତାକୁ ମଝିରେ ମଝିରେ ମନ ପକେଇବାର ଅଛି।

୭.ଭଲ ନିଦ ରେ ସୁଅ ଓ ଭଲ ଚିନ୍ତା କର:-ଯଦି ଆମେ ଭଲ ଭାବରେ ଶୋଇନଥାଉ ତାହେଲେ ଆମର କୌଣସି କାର୍ଯ୍ୟ କରିବାରେ ଇଚ୍ଛା ହୁଏନି ଓ ନକାରାତ୍ମକ ପ୍ରଭାବ ଆମ ମସ୍ତିସ୍କ ଉପରେ ପଡିଥାଏ।ଆଉ ଆମେ ଯାହା ପଢ଼ିଥାଉ ତାକୁ ଅଳ୍ପ ସମୟ ସୋଇକି ମନପକେଇବ ଉଚିତ।ଯାହାଦ୍ୱାରା ଆମ ସ୍ମରଣ ଶକ୍ତି ବଢିଥାଏ।

୮.ଚିନ୍ତାରେ ସେହି ଭଳି ଜିନିଷ ଶିଖି ପାରିବା ନାହିଁ:-ଯେତେବେଳେ ଆମ ମନରେ କିଛି ଚିନ୍ତା ଥାଏ ତାହେଲେ ଆମେ କୌଣସି ପ୍ରକାରର ହିସାବ କିମ୍ବା ପାଠ ଭଲ ଭାବରେ ପଢି ପାରି ନଥାଉ।

୯.ଇନ୍ଦ୍ରିୟ ଗୁଡିକୁ ଅଧିକ ଉତ୍ସାହିତ କର:-ଯେମିତି ଆମେ ଯଦି ନିଜ ପଢ଼ା ଘରେ ଯେକୌଣସି ପ୍ରକାରର ପରଫ୍ୟୁମ କିମ୍ବା ସେଣ୍ଟ ଲଗେଇଥାଉ ତାହେଲେ ଯେତେବେଳେ ଆମେ ସେ ସେଣ୍ଟ କୁ ଆଘ୍ରାଣ କରିଥାଉ ଆମ ପଢିଥିବା ପାଠ ମନ ପଡେ ନହେଲେ ଆମକୁ ପଢିବାକୁ ଇଚ୍ଛା ହୁଏ।

୧୦.ଭିଜନ ଟ୍ରମ୍ପ ଅଲ ଅଦର ସେନ୍ସ:-କହିବାକୁ ଗଲେ ଆମ ଆଖି ଆମ ମସ୍ତିଷ୍କର ୫୦ % ଵ୍ୟଵହାର କରେ।ଆଉ ଆମେ ଶୁଣିବା ଓ ଘୋଷିବା ଠାରୁ ଦେଖିଲେ ବହୁତ ଜିନିଷ ମନରହି ଯାଏ।

୧୧.ପୁଅ ଓ ଝିଅ ମସ୍ତିଷ୍କ ଅଲଗା ଅଲଗା ହୋଇଥାଏ:-ପୁଅ ଓ ଝିଅଙ୍କ ମସ୍ତିସ୍କ ଅଲଗା ଅଲଗା ଭାବରେ କାମ କରେ ମାନେ କହିବାକୁ ଗଲେ ଯେତେବେଳେ ପୁଅ ଓ ଝିଅ ଉଭୟ ଚିନ୍ତାରେ ଥାନ୍ତି ଝିଅ ତାର ପୁରୁଣା ଓ ଭାବନାତ୍ମକ କଥା ମନପକାଇ ଦୁଃଖ ପ୍ରକାଶ କରେ।ଆଉ ସେଇଠି ଗୋଟେ ପୁଅ ତାକୁ ସମାଧାନ କରିବାକୁ ବାଟ ଖୋଜେ।

୧୨.ଆମେ ମାନେ ଶକ୍ତିଶାଳି ଓ ପ୍ରକୃତିକୁ ଖୋଜି ଥାଉ:-କୁହାଯାଏ କି ମଣିଷ ମସ୍ତିଷ୍କ ଅତି ଜିଜ୍ଞାସୁ ମସ୍ତିସ୍କ ଅଟେ।ଆପଣ ଦେଖିଥିବେ ଛୋଟ ଛୁଆ ବହୁତ ପ୍ରଶ୍ନ ପଚାରନ୍ତି ଆଉ ସବୁ ଜିନିଷ ଜାଣିବାକୁ ତାଙ୍କ ମନରେ ଗୋଟେ ଅଲଗା ପ୍ରକାରର ଆଗ୍ରହ ଥାଏ।ଆଉ ମଝିରେ ମଝିରେ ତାକୁ ପରୀକ୍ଷା କରି ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତି।

Leave a Reply

Your email address will not be published. Required fields are marked *