June 27, 2025

Odia Express

Here, There and Everywhere

ଲକ୍ ଡାଉନ୍ ରେ ଭାରତ ବୁଲିବାକୁ ଆସିଥିଲେ ବିଦେଶୀ ଯୁବକ ଯୁବତୀ , ଫେରି ନଯାଇପାରିବା କାରଣରୁ ଏବେ ମନ୍ଦିରରେ କରିଲେ ବିବାହ..

କୁହନ୍ତି ପ୍ରେମରେ କୌଣସି ବୟସ ଜାଗା, କିମ୍ବା ସୁନ୍ଦରତା ଦେଖିକରି ହୁଏ ନାହିଁ ବରଂ ଏହା କେଉଁଠି ବି କାହା ସହ ବି ହୋଇପାରେ , କିଛି ଲୋକଙ୍କୁ ତାଙ୍କ ପ୍ରେମ ଘର ପାଖ ପଡୋଶୀଙ୍କ ଠାରୁ ମିଳିଯାଏ , ତେବେ କିଛି ଲୋକଙ୍କର ଭାଗ୍ୟ ତାଙ୍କୁ ଗୋଟେ ଦେଶରୁ ଅନ୍ୟ ଏକ ଦେଶକୁ ଟାଣିନେଇଥାଏ , ସେମିତି ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମୀ ଯୋଡିଙ୍କ ବିଷୟରେ କହିବାକୁ ଯାଊଛୁ ଯାହାଙ୍କ କାହାଣି ବହୁତ ମଜାଦାର୍ ଅଟେ , ସ୍ପେନର ଏକ ଯୁବକ ଆମେରିକାର ଯୁବତୀ ଏବେ କିଛି ଦିନ ହେବ ଭାରତ ପରିଭ୍ରମଣରେ ଆସିଥିଲେ ତାଙ୍କର ସାକ୍ଷାତ ଦିଲ୍ଲୀରେ ହୋଇଥିଲା,  ଏହି ସାକ୍ଷାତରେ ସେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମରେ ବଦଳିଗଲା , ପରିଶେଷରେ ଦୁହେଁ ବିବାହ୍ କରିବାର ଫଇସଲା ନେଲେ , କିନ୍ତୁ ଲକଡାଉନ୍ କୁ ନେଇ ନିଜ ଦେଶ ଫେରିଯାଇପାରିଲେ ନାହିଁ ସେ ଦୁହେଁଙ୍କ ବିବାହ ଏକ ସ୍ୱପ୍ନ ହୋଇ ରହିଗଲା ।

କିନ୍ତୁ ଭାଗ୍ୟରେ କିଛି ହେବାର ଯଦି ଅଛି ତେବେ ତାହାକୁ କେହି ବି ଅଟକାଇପାରିବେ ନାହିଁ , ଏହି ପ୍ରେମୀଯୋଡି ରୁଦ୍ରପରାଗ ରୁ ୨୬ କିମି ଦୂର ବାଂସୱାଡାରେ ଗାଁ ଲୋକଙ୍କର ସାହାଯ୍ୟରେ ସେଠାରେ ଏକ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ , ଆପଣ ବହୁତଥର ସାତ ସମୁଦ୍ର ପାରି ବାଲା ଫିଲ୍ମ ଦେଖିଥିବେ , କିନ୍ତୁ ଏହି ପ୍ରେମ କାହାଣୀ କେଉଁ ବଲିଉଡ୍ ଫିଲ୍ମରୁ କମ୍ ନୁହେଁ , ଭାରତ ବୁଲିବାକୁ ଆସିଥିବା ଏହି ଯୁବକ ଯୁବତୀ କେବେ ସ୍ୱପ୍ନରେ ଭାବିନଥିଲେ କି ତାଙ୍କର ଏହି ଟ୍ରିପ୍ ତାଙ୍କ ଜୀବନସାଥୀଙ୍କୁ ଦେଖାକରିଦେବ , ଲକ୍ ଡାଉନ୍ କୁ ନେଇ ଦୁହେଁ ଏଠାରେ ଫସିଗଲେ , ଯେବେ ଦୁହେଁ ଙ୍କ ପଇସା ଶେଷ ହୋଇଗଲା ସେମାନେ ପଦଯାତ୍ରା କରି ବୁଲିବାର ନିର୍ଣ୍ଣୟ କଲେ , ଏମିତିରେ ପଦଯାତ୍ରା ସମୟରେ ଦୁହେଁ ପ୍ରେମ କରିବସିଲେ ଓ ବାହାହେବାର ନିଷ୍ପତ୍ତି ନେଇଥିଲେ ।

ପଦଯାତ୍ରା କରୁକରୁ ଦୁହେଁ ବହୁତଥର ଏକାସାଙ୍ଗେ ଲିଫ୍ଟ୍ ନେଇଥିଲେ , ଓ ରାତି ବିତାଇବାପାଇଁ ଏକ ଶସ୍ତା ହୋଟେଲ୍ ବ୍ୟବସ୍ଥା କଲେ,  ଏମିତିରେ ଗତ ସପ୍ତାହରେ ଦୁହେଁ ଋଷିକେଶ କୁ ରୁଦ୍ରପରାଗ ହେବାବେଳେ ସେମାନେ ବାଂଶୱାଡା ପହଞ୍ଚିଲେ,  ସେଠାରେ ତାଙ୍କର ସାକ୍ଷାତ ଏକ ସାମାଜିକ କାର୍ଯ୍ୟକର୍ତ୍ତା ଅମିତ୍ ସଜବାନଙ୍କ ସହ ହେଲା,  ଦୁହେଁ ଅମିତଙ୍କୁ ନିଜ ପ୍ରେମ କାହାଣୀ ବିଷୟରେ କହିଲେ ଓ ପରିଶେଷରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିବାହ ସଂପନ୍ନ ହୋଇଥିଲା,  ଏହି ବାହାଘର୍ ଗତ ସପ୍ତାହ କୁଟିର ମନ୍ଦିରରେ କରାଗଲା , କହିଦେବୁ କି ଯୁବକ ନାଁ ସିଜଲ ଅଟେ  ଓଯୁବତୀଙ୍କ ନାଁ ମେରିକ୍ କୁହାଯାଉଛି

ଏହି ବାହାଘର ସମୟରେ ହିନ୍ଦୁ ରୀତିନୀତିରେ ପାଳନ କରାଯାଇଥିଲା, ବିବାହ ସଂପନ୍ନ ହେବାପରେ ଦୁହେଁଙ୍କ ଚେହେରାରେ ଖୁସି ଦେଖାଯାଇଥିଲା, ସୁଚନା ମୁତାବିକ, ରୁଦ୍ରପରାଗ ରେ ଏହି ପ୍ରେମୀଯୋଡି ନିଜ କାହାଣୀ ପୋଲିସ୍ କୁ ଶୁଣାଇଥିଲେ,  କିନ୍ତୁ ତାଙ୍କ ଦ୍ୱାରା କିଛି ସାହାଯ୍ୟ ମିଳିପାରିନଥିଲା , ମିଡିଆ ରିପୋର୍ଟ ଅନୁସାରେ ବିବାହ କରିଥିବା ଯୁବକ ସିଜଲ ଏକ କାରୋବାରୀ ଅଟନ୍ତି , ଯେବେକି ତାଙ୍କ ସ୍ତ୍ରୀ ମେରିକ୍ କିଛି ସମୟ ପୁର୍ବରୁ ନିଜର ସ୍ନାତକ ପାଠପଢା ପୂରା କରିଥିଲେ

ଭାରତ ଆସିବା ପୂର୍ବରୁ ଦୁହେଁ ଦୁହିଁଙ୍କୁ ଜାଣିନଥିଲେ,  କିନ୍ତୁ ଏମାନଙ୍କ ଲଭ୍ ଷ୍ଟୋରୀ ଲକ୍ ଡାଉନ୍ ରେ ଇଣ୍ତିଆରେ ଲକ୍ କରିଦେଲା , ଏବେ ଦୁହେଁ ବିବାହ କରି ଖୁସିରେ ଅଛନ୍ତି , ଏବେ ସେମିତି ସେମାନେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିପାରିନାହାନ୍ତି , କିନ୍ତୁ ଭାରତର ରୀତିନୀତି ଓ ପରମ୍ପରାକୁ ମାନି ଆଜି ଚଳୁଛନ୍ତି ।

Leave a Reply

Your email address will not be published. Required fields are marked *