June 27, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଏକ ଉଡାଜାହାଜର ଦାମ କେତେ ହୋଇଥାଏ,ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ…

1 min read

କଣ ଜଣେ ସାଧାରଣ ଲୋକ ପ୍ରାଇଭେଟ ବିମାନ କିଣିପାରିବ।ଆପଣଙ୍କ ଉତ୍ତର ନା ହିଁ ଆସିବ ଓ ଏହା ମଧ୍ୟ ଠିକ।କାରଣ ଜଣେ ସାଧାରଣ ଲୋକ ବାଇକ ,କାର କିଣିପାରିବ କିନ୍ତୁ ଗୋଟେ ପ୍ରାଇଭେଟ ବିମାନ କିଣିବା ସହଜ ନୁହେଁ କାରଣ ଏହା ବହୁତ ଦାମୀ ହୋଇଥାଏ ଯାହା ସମସ୍ତଙ୍କ ପାଇଁ କିଣିବା ସମ୍ଭବ ହୋଇନଥାଏ।ଆଜି ଆମେ ଜାଣିବା ଏକ ସାଧାରଣ ଲୋକ କିପରି ଗୋଟେ ପ୍ରାଇଭେଟ ବିମାନ କିଣିପାରିବ ଓ ଏହା ପାଇଁ କେତେ ଟଙ୍କା ଆବଶ୍ୟକ ହେବ।ତେବବ ଆସନ୍ତୁ ଜାଣିବା।

କେବେ କେବେ ଆପଣ ବିମାନରେ ଯିବା ସମୟରେ ପାଖ ଲୋକଙ୍କ ସହ ବସିବା ଆପଣଙ୍କୁ ପସନ୍ଦ ହୋଇନଥାଏ କିନ୍ତୁ ଆପଣ ବାଧ୍ୟରେ ବସିଥାନ୍ତି ଏହାର ଏକ ବିକଳ୍ପ ମଧ୍ୟ ଅଛି ଯଦି ଆପଣ ଏକ ପ୍ରାଇଭେଟ ବିମାନ କିଣିବେ ତେବେ ଆପଣ ଅତି ସହଜରେ ଏକ ବସି ଯାଇପାରିବେ।ଯାହା ପାଖରେ ବି ପ୍ରାଇଭେଟ ବିମାନ ଥାଏ ସେ ବହୁତ ଖୁସି ହୋଇଥାଏ କିନ୍ତୁ ତାକୁ ଏଥିପାଇଁ କେତେ ଖର୍ଚ୍ଚ କରିବାକୁ ପଡିଥାଏ ଏହା ସେହିଁ ଜାଣିଛି।ପ୍ରାଇଭେଟ ବିମାନ କିଣିବା ସହିତ ତାର ମେଣ୍ଟେନାନ୍ସ ରହିବା ବହୁତ କଷ୍ଟ ହୋଇଥାଏ।

ପ୍ରାଇଭେଟ ବିମାନରେ ଯିବାର ମଜା ହିଁ କିଛି ଅଲଗା ହୋଇଥାଏ ଆପଣ ଆକାଶରେ ଏକ ନିଜ ଘରେ ବସିଲା ଭଳି ବସିକି ଯାଇଥାନ୍ତି।କିନ୍ତୁ ତାର ମେଣ୍ଟେନାନ୍ସ ରଖିବା ପାଇଁ ଅବସ୍ଥା ଖରାପ ହୋଇଯାଇଥାଏ।ଆପଣଙ୍କ ନିଜର ପ୍ରାଇଭେଟ ବିମାନ ହେଲେବି ଯେଉଁ ସ୍ଥାନରେ ଆପଣ ଲ୍ୟାଣ୍ଡ କରିବେ ସେଠି ଆପଣଙ୍କୁ ପଇସା ଦେବାକୁ ପଡିବ।ଏହାକି ରଖିବା ପାଇଁ ଆପଣଙ୍କୁ ପ୍ରତିବର୍ଷ ୮୦ ହଜାର ଡ଼ଲାର ଦେବାକୁ ହେବ।ଏତେ ଟଙ୍କା ଦେଇ କିଣିବେ ମାନେ ଏହାର ଇନ୍ସରୁରାନ୍ସ ବି କରିବାକୁ ପଡିବ ଯାହା ପାଇଁ ଆପଣଙ୍କୁ ପ୍ରତି ବର୍ଷ ୩୪ ହଜାର ଡ଼ଲର ଦେବାକୁ ହେବ।

ଏହା ସହିତ ଗୋଟେ ପ୍ରାଇଭେଟ ବିମାନ ପାଇଁ ଆପଣଙ୍କୁ କିଛି କର୍ମଚାରୀ ଆବଶ୍ୟକ ଯାହାଙ୍କ ଦରମା ବାବଦକୁ ଆପଣଙ୍କୁ ପ୍ରତି ବର୍ଷ ୨ ଲକ୍ଷ ଡଲାର ଦେବାକୁ ହେବ ଓ ଏହା ସହ ସେମାନଙ୍କ ରହିବା ଓ ଖାଇବା ଖର୍ଚ୍ଚ ବି ଆପଣଙ୍କୁ କରିବାକୁ ପଡିବ।ନୂଆ ଟାଇଆର ପାଇଁ ଆପଣଙ୍କୁ ୮ ହଜାର ଡ଼ଲାର ଖର୍ଚ୍ଚ କରିବାକୁ ପଡିବ।୨୭୦୦ କିଲୋମିଟର ରୁ ଅଧିକ ଗଲେ ବି ଆପଣଙ୍କୁ ପଇସା ଦେବାକୁ ହେବ।

ସମସ୍ତେ ମାନେ କୌଣସି ଧନୀ ବ୍ୟକ୍ତି ଜିଏ ପ୍ରାଇଭେଟ ବିମାନ କିଣିବାକୁ ଚାହୁଁଛି ସେ ୧ କୋଟି ୨୦ ଲକ୍ଷ ଦେଇ Cessana Citation XLS କିଣିପାରିବ।ଯାହା ଭିତରେ ଆପଣଙ୍କୁ ୮ ଜଣ ଲୋକ ବସିବା ସହିତ ୪ ଜଣ ଟିମ ମେମ୍ବର ବସିବା ପାଇଁ ସିଟ ଦିଆଯାଇଥାଏ।ଯେଉଁ ପ୍ରାଇଭେଟ ବିମାନ ଟ୍ରମ୍ପ ବ୍ୟବହାର କରିଥାନ୍ତି ତାର ମୂଲ୍ୟ ୧୦୦ ମିଲିୟନ ଡ଼ଲାର ଅଟେ ଏବେ ଆପଣ ଜାଣିପାରିଥିବେ ପ୍ରାଇଭେଟ ବିମାନ କିଣିବା ଓ ତାକୁ ରଖିବା ପାଇଁ କେତେ ଖର୍ଚ୍ଚ କରିବାକୁ ପଡିଥାଏ।

Leave a Reply

Your email address will not be published. Required fields are marked *