June 27, 2025

Odia Express

Here, There and Everywhere

ଆଜି ଆମେ ଜାଣିବା କେମିତି ଘରୋଇ ଉପଚାର ରେ ଆଖିର ଦୃଷ୍ଟି ଶକ୍ତି ବଢ଼େଇବା – ଜୀବନରେ ଆଉ ଚଷମା ଦରକାର ହେବ ନାହିଁ..

ଆଖି ଆମ ଶରୀର ର ଗୋଟେ ମୁଖ୍ୟ ଅଙ୍ଗ ଅଟେ । ଯେଉଥିରେ ଖରାପ ଆସିଗଲେ ଶରୀର ପୁରା ଅଧୁରା ରହିଯାଏ, ବହୁତ ସମୟରେ ଏହା ଦେଖା ଯାଏ କି ସାଧାରଣତଃ ଲୋକମାନେ ଚୁଟି ,ଶରୀର, ଏବଂ ମୁଂହ ଏବଂ ଶରୀର ର ଅନ୍ୟ ଅଙ୍ଗ ଗୁଡିକର ଯତ୍ନ ନେଇଥାନ୍ତି କିନ୍ତୁ ଆଖି ପାଇଁ ସେମାନେ ବିଶେଷ କିଛି କରି ନଥାନ୍ତି ଆଉ ସେଥିପାଇଁ ବୟସ ସହ ଆଖିର ର ଦୃଷ୍ଟି ଶକ୍ତି କମିବାରେ ଲାଗିଥାଏ ଯାହାକି ଉଚିତ ନୁହେଁ ।ବେଳେ ବେଳେ କମ ବୟସରେ ମଧ୍ୟ ଆଖି ଖରାପ ହୋଇଥାଏ ଯାହାକି ଦିନକୁ ଦିନ ବଢିବାରେ ଲାଗିଛି , ଯାହାର ମୁଖ୍ୟ କାରଣ କମ୍ପୁଟର,ଟିଭି,ମୋବାଇଲ ଏବଂ ଏହା ସହ ପ୍ରଦୂଷଣ ବି ଅଟେ । ଆଖି ଦୃଷ୍ଟି ଶକ୍ତି ବଢାଇବାକୁ ହେଲେ ଆପଣଙ୍କୁ ବାହାର ଏବଂ ଭିତର ଦୁଇ ଜାଗାର ଉପଚାର କରିବାକୁ ପଡିବ ।

ସର୍ବ ପ୍ରଥମେ ଆପଣ କିଛି ମାତ୍ରାରେ ବାଦାମ ତେଲ ନେବା ଏବଂ ଏହାକୁ ଆଖିର ଉପର ପତାରେ ଏବଂ ଆଖିର ଚାରି ଦିଗରେ ଏହାକୁ ଭଲ ଭାବେ ଘସିବେ ଏମିତି ୫ ରୁ ୭ ମିନିଟ କରନ୍ତୁ ମସାଜ଼ କରି ସରିଲା ପରେ ଆଖି ଉପରେ କାକୁଡି ଦୁଇଟା କାଟି ଆଖି ବନ୍ଦ କରି ଏହା ଉପରେ ରଖି ଦିଅନ୍ତୁ, କାକୁଡି ଜାଗାରେ ଆପଣ ଓଦା କପଡା ମଧ୍ୟ ବ୍ୟବହାର କରି ପାରିବେ, କାକୁଡି କିମ୍ବା ଓଦା କପଡାକୁ ଅତି କମରେ ୧୦ ମିନିଟ ରଖନ୍ତୁ । ଏମିତି କଲେ ଆମ ଆଖିର ସିର ରେ ଜୋର ରେ ରକ୍ତ ପ୍ରବାହିତ ହବାକୁ ଲାଗିଥାଏ ଯାହା ଫଳରେ ଆଖିକୁ ଥଣ୍ଡା ଲାଗିଥାଏ ଏବଂ ଆରମ ମିଳିଥାଏ । ଯଦି ଆପଣ ମସାଜ଼ କରିବା ପୂର୍ବରୁ ଟିକେ ଗିଲାପ ଜଳ ଆଖିରେ ପକାଇବ ପରେ ମସାଜ଼ କରୁଛିନ୍ତି ତାହାଲେ ଏହା ଅଧିକ ଲାଭ ଦାୟକ ହେବ ।

ଯଦି ଆପଣ ଏମିତି ସବୁଦିନ ଗୋଟେ ମାସ ପର୍ଯ୍ୟନ୍ତ କରୁଛନ୍ତି ଏହା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି କୁ ନିଶ୍ଚିନ୍ତ ଭାବେ ବଢ଼ାଇ ଦେବା ସହିତ ଆଖି ତଳେ ଥିବା କଳା ଦାଗ ଏବଂ ଖାଲ ଥିଲେ ତାକୁ ମଧ୍ୟ ଦୁରେଇ ଦେବ । ଆପଣ ଆଖି ଧୋଇବା ପାଇଁ ସାଧାରଣତଃ ତିନି ପ୍ରକାର ପାଣି ଵ୍ୟଵହାର କରି ପାରିବେ ଏହା ହେଉଛି ଅଁଳା, ତ୍ରିଫଳା, ଏବଂ ଧନିଆ । ଯଦି ଆପଣ ଧନିଆ ପାଣି ରେ ମୁଂହ ଧୋଉଛଂନ୍ତି ତାହେଲେ ଦୁଇ ରୁ ତିନି ଚାମଚ ଧନିଆ ପାଉଡର କୁ ଜିତେ ଜଗ ପାଣି ରେ ମିଶାଇ ଭଲ ଭାବେ ଫୁଟେଇ ଦିଅନ୍ତୁ ଏହା ଫୁଟି ସରିବା ପରେ ଏହାକୁ ଥଣ୍ଡା କରି ଆଖି କୁ ଧୁଅନ୍ତୁ, ଆପଣ ଚାହିଁଲେ ଏହି ପାଣି କୁ ରଖି ଦିନକୁ ତିନି ରୁ ଚାରି ଥର ମୁଁହ ଧୋଇ ପାରିବେ କିମ୍ବା ଖାଲି ସକାଳ ଏବଂ ସନ୍ଧ୍ୟାରେ ମଧ୍ୟ ଧୋଇ ପାରିବେ ।

ଯଦି ଆପଣ ମୁଁହ ଧୋଇବା ପାଇଁ ଅଁଳା ପାଣି ର ବ୍ୟବହାର କରୁଛନ୍ତି ତାହାଲେ ରାତିରେ ଗୋଟେ ଜଗ ପାଣିରେ ଅଁଳା କୁ ଭଲ ଭାବେ ଚୁନା କରି ଦୁଇ ରୁ ତିନି ଚାମଚ ପକାଇ ରାତି ସାରା ରଖିଦିଅନ୍ତୁ ।ସକାଳୁ ଉଠିବ ପରେ ଏହି ପାଣିକୁ ଛାଣି ଏଥିରେ ଆଖି କୁ ଧୋଇ ଦିଅନ୍ତୁ ଆପଣ ଯଦି ବାହାରୁ ଆସୁଛନ୍ତି ତାହାଲେ ଏହି ପାଣିରେ ମୁଁହ ଧୋଇଦେବା ଉଚିତ। ମନେ ରଖିଥିବେ ଆଖି କିମ୍ବା ମୁଁହ ଧୋଇବା ସମୟରେ ପାଟିରେ ପାଣି ପୁରାଇ ଆଖିକୁ ଧୁଅନ୍ତୁ ଏମିତି କଲେ ଆଖିରେ ଥିବା ସବୁ ମଇଳା ବାହାରି ଯାଏ । ଏହି ତିନି ପ୍ରକାର ପାଣି ରେ ଆଖିକୁ ଧୋଇଲେ ଆଖିର ଦୃଷ୍ଟି ଶକ୍ତି ବଢି ଥାଏ ଆପଣ ଯେତେ ନମ୍ବରର ଚଷମା ପିନ୍ଧିଲେ ବି ଏହା ଦୁରେ ଯାଇଥାଏ।

Leave a Reply

Your email address will not be published. Required fields are marked *