October 18, 2025

Odia Express

Here, There and Everywhere

ଏହି ପରି ନିଜ ଘରେ ପ୍ରସ୍ତୁତ କରନ୍ତୁ ୧୦୦% ବିଶୁଦ୍ଧ ଲିମ୍ବ ତେଲ – ଉପାୟ ଏବେ ଜାଣିରଖନ୍ତୁ..

1 min read

ଆଜି ଆମେ ଜାଣିବା ଘରେ କିପରି ଲିମ୍ବ ତେଲ ପ୍ରସ୍ତୁତ କରାଯାଏ। ଲିମ୍ୱ ତେଲ ମଶା ମାନଙ୍କୁ ଘରୁ ତଡିଦେବା ପାଇଁ ବ୍ୟବହାର କରାଯାଇଥାଏ।ଶରୀରରେ ହେଉଥିବା ଚର୍ମ ରୋଗ, କେଶ ରୋଗ ପାଇଁ ଏହା ବହୁତ୍ ଲାଭଦାୟକ ହୋଇଥାଏ।ଆମେ କହିବାକୁ ଯାଉଥିବା ଉପାୟ ଦ୍ୱାରା ଆପଣ ଅତି ସହଜରେ ଏହି ଲିମ୍ବ ତେଲ ପ୍ରସ୍ତୁତ କରି ପାରିବେ।

ଲିମ୍ବ ତେଲର ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଆପଣଙ୍କୁ ଗୋଟିଏ ଲିମ୍ବ ଗଛ ଖୋଜିବାର ଅଛି, ତାପରେ ସେହି ଗଛର ପତ୍ର କୁ ଆଣନ୍ତୁ।ଏହା ପରେ ସେହି ସବୁ ପତ୍ର ଗୁଡ଼ିକୁ ଆନନ୍ତୁ ଓ ତାକୁ ଭଲ ଭାବେ ଧୋଇଦିଅନ୍ତୁ, ଯାହା ଦ୍ଵାରା ସେଥିରେ ଲାଗିଥିବା ମଇଳା ସବୁ ସଫା ହୋଇଯିବ।ତାପରେ ସେ ପତ୍ର ଗୁଡ଼ିକୁ ଭଲ ଭାବରେ ସଫା କରି ସାରିବା ପରେ କିଛି ସମୟ ପାଇଁ ସେହି ପତ୍ର କୁ ଫ୍ୟାନ ତଳେ କିମ୍ବା ଛାଇରେ ଶୁଖାଇ ଦିଅନ୍ତୁ ଯାହା ଫଳରେ ସେଥିରେ ଥିବା ପାଣି ସବୁ ଶୁଖିଯିବ।ତାପରେ ଆପଣ ସେହି ପତ୍ର ଗୁଡିକୁ ନେଇ ଗ୍ରାଇଣ୍ଡର ସାହାଯ୍ୟ ରେ ହେଉ କିମ୍ବା ହେମଦସ୍ତା ସାହାଯ୍ୟ ରେ ତାକୁ ବାଟିଦିଅନ୍ତୁ।

ଏହାପରେ ଏଥିରେ ଆବଶ୍ୟକ ହେଉଥିବା ଦ୍ଵିତୀୟ ଜିନିଷ ହେଉଛି ନଡ଼ିଆ ତେଲ,ସେଥିପାଇଁ ଆମକୁ ୧୦୦ ମି.ଲି ବିଶିଷ୍ଟ ଏକ ନଡ଼ିଆ ତେଲ ନେବାକୁ ହେବ।ଏବେ ଲିମ୍ବ ତେଲ ର ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଜିନିଷ କୁ ସଂଗ୍ରହ କରିସାରିବା ପରେ ଏବେ ଚାଲନ୍ତୁ ଜାଣିବା କିପରି ଲିମ୍ବ ତେଲ ପ୍ରସ୍ତୁତ କରାଯାଏ।ତାପରେ ଆମକୁ ଗୋଟେ ପାତ୍ର ରେ ଆମେ ନେଇଥିବା କିଛି ନଡ଼ିଆ ତେଲ କୁ ନିଅନ୍ତୁ ଓ ଏହାକୁ ଗ୍ୟାସ୍ ସାହାଯ୍ୟ ରେ ୧ ମିନିଟ୍ ପର୍ଯ୍ୟନ୍ତ ଗରମ୍ କରନ୍ତୁ।ଏହା ପରେ ବଟା ଯାଇଥିବା ଲିମ୍ବ ପତ୍ର କୁ ସେହି ଗରମ୍ ନଡ଼ିଆ ତେଲରେ ମିଶାଇ ଦିଅନ୍ତୁ।

ଏବେ ଏକ ଚାମଚ୍ ସାହାଯ୍ୟ ରେ ସେହି ନଡ଼ିଆ ତେଲ ଓ ଲିମ୍ବ ବଟା କୁ ଭଲ ଭାବେ ଗୋଳାନ୍ତୁ, ଯାହା ଫଳରେ ଦୁଇଟା ଯାକ ଜିନିଷ ଭଲ ଭାବେ ମିଶିଯିବ।ଧ୍ୟାନ ରଖିବେ ଯେତେବେଳେ ଲିମ୍ବ ତେଲ ର ପ୍ରସ୍ତୁତି କରୁଥିବେ ସେତେବେଳେ ଗ୍ୟାସ୍ ର ଫ୍ଲେମ୍ କୁ କମ୍ ରଖି ତାହା ପ୍ରସ୍ତୁତ କରନ୍ତୁ, ଯାହା ଫଳରେ ଏହାକୁ ବନେଇବାରେ ଆମେ ସଫଳ ହୋଇପାରିବା।ଏହାପରେ କିଛି ସମୟ ଚାମଚ୍ ସାହାଯ୍ୟ ରେ ସେହି ମିଶ୍ରଣ କୁ ଗୋଳାନ୍ତୁ, କିଛି ସମୟ ପରେ ଦେଖିବେ ସେହି ମିଶ୍ରଣ ସବୁଜ ରଙ୍ଗର ଦେଖାଯିବ।ଏପରି ରଙ୍ଗ ଦେଖା ଗଲେ ଆପଣ ବୁଝିଯିବେ ଯେ ବର୍ତ୍ତମାନ ଆପଣଙ୍କ ର ଲିମ୍ବ ତେଲ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି ଓ ଏହାକୁ ଆପଣ ଏବେ ଆପଣଙ୍କ ବ୍ୟବହାର ରେ ଲଗେଇ ପାରିବେ।

ଏବେ ସେହି ସବୁଜ ରଙ୍ଗର ମିଶ୍ରଣ କୁ ଏକ ପାତ୍ର କୁ ଛାଣି ଦିଅନ୍ତୁ ଓ ଏହା କୁ କୌଣସି ଏକ ଡବା କିମ୍ବା ପାତ୍ର ରେ ସଂଗ୍ରହ କରି ରଖନ୍ତୁ।ଏହି ତେଲ କେବେବି ନଷ୍ଟ ହୁଏ ନାହିଁ ସେଥିପାଇଁ ଆପଣ ଏହାକୁ ଯେତେ ଦିନ ଚାହିଁବେ ସେତେଦିନ ଯାଏଁ ରଖିପାରିବେ ଓ ଏହାକୁ ଆପଣଙ୍କ ଚର୍ମ ରେ,କେଶ ରେ ଇତ୍ୟାଦି ବ୍ୟବହାର କରିପାରିବେ।ଏହା ସମ୍ପୂର୍ଣ୍ଣ ଶୁଦ୍ଧ କାରଣ ଏଥିରେ କୌଣସି କେମିକାଲ ର ପ୍ରୟୋଗ କରାଯାଇ ନାହିଁ। ଏହା ଆମ ଶରୀର ପାଇଁ ନିହାତି ଲାଭଦାୟକ ହୋଇଥାଏ।ଏହି ପରି ଭାବେ ଆପଣ ବି ନିଜ ଘରେ ଲିମ୍ବ ର ତେଲ ପ୍ରସ୍ତୁତ କରନ୍ତୁ ଆଉ ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *