June 27, 2025

Odia Express

Here, There and Everywhere

ଖଜୁରି ଖାଇବାର ମିଳେ ଅନେକ ଗୁଡିଏ ଲାଭ – ଜାଣିଲେ ଆପଣ ଆଜିଠୁ ଖାଇବା ଆରମ୍ଭ କରିବେ..

1 min read

ଆଜି ଆମେ ଜାଣିବା ଖଜୁରି କୋଳିର ଉପକାରିତା ବିଷୟରେ,ଏହା ଆଇରନରେ ପରି ପୁର୍ଣ୍ଣ ହୋଇଥାଏ ଓ ତାସହିତ ଫାଇବର, ପୋଟାସିୟମ,ଭିଟାମିନ ଭଳି ଆବଶ୍ୟକୀୟ ତତ୍ୱ ଆମେ ପାଇଥାଉ।ଯଦି ଆପଣ ସବୁଦିନ ମାତ୍ର ୩ ଟି ଖଜୁରି କୋଳି ଖାଉଅଛନ୍ତି ତାହେଲେ ଆପଣଙ୍କ ଶରୀରକୁ ଇନ୍ସଟାଣ୍ଟ ଶକ୍ତି ମିଳିଥାଏ ତାସହିତ ଏଥିରେ ପୋଟାସୀୟମ ଥାଏ।ସବୁ ଦିନ ସକାଳ ଭୋଜନରେ ଆପଣ ଖଜୁରିକୋଳି ଖାଇବା ଦ୍ୱାରା ଆମକୁ ଦିନସାରା ଶକ୍ତିମିକିଥାଏ ଓ ଆମକୁ ଦିନରେ ଥକାପଣ ଲାଗିଥାଏ। ଖଜୁରି କୋଳି କୋଷ୍ଠ କାଠିନ୍ୟ ଭଳି ସମସ୍ୟାରୁ ଆମକୁ ରକ୍ଷା କରିଥାଏ।ଯେଉଁ ମାନଙ୍କୁ କବ୍ଜ ଅଛି ସେମାନେ ରାତିରେ ୪-୫ ଟି ଖଜୁରି କୋଳିକୁ ଭିଜେଇ ରଖି ଦେବା ଓ ସକାଳୁ ଏଗୁଡ଼ିକୁ ସେହି ପାଣିରେ ମିଶେଇ ବାଟୀ ନେବେ।ଆଉ ଏହି ଜୁସକୁ ଆପଣ ସବୁଦିନ ସକାକୁ ଖାଳି ପେଟରେ ସେବନ କରି ପାରିବା ତାହେଲେ ଆପଣ ପୁରୁଣା ରୁ ପୁରୁଣା କବ୍ଜ ଠାରୁ ରକ୍ଷା ମିଳିପାରିବ।ଯେଉଁ ମାନଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରା କମଥାଏ ସେମାନେ ଖଜୁରି କୋଳି ଖାଇବା ନିହାତି ଆବଶ୍ୟକ ହୋଇଥାଏ।

ଆଉ ଖଜୁରି କୋଳିରେ ଭିଟାମିନ-ସି ର ମାତ୍ରା ଅଧିକ ଥୁବାରୁ ଏହା ଆମ ରକ୍ତରେ ହିମୋଗ୍ଲୋବିନ ମିସେଇବାର ସହାଯ୍ୟ କରେ ଭଲ ଫଳ ପାଇଁ ଆପଣ ଖଜୁରୀକୁ ସକାଲୁ ଏହାକୁ କ୍ଷୀର ସହିତ ସେବନ କରି ପାରିବେ।ଖଜୁରି କୋଳିରେ ଏମିତି ପୋଷକ ତତ୍ୱ ଥାଏ ଯାହା ଗର୍ଭବତୀ ସମୟରେ ଉଭୟ ମା ଓ ଛୁଆଙ୍କ ପାଇଁ ବହୁତ ଭଲ ହୋଇଥାଏ।ଖଜୁରି ନିଶା କମେଇବାରେ ସାହାଯ୍ୟ କରେ।ଗୋଟେ ଗିନା ପାଣିରେ ୪-୫ ଖଜୁରି ବୁଡ଼େଇ ରଖି ଦେବେ ତାପରେ ତଅଭିତରୁ ମଞ୍ଜି ଅଲଗା କରି ଦେବେ।ଆଉ ପାଣି ସହିତ ମିଶେଇ ଗ୍ରଇଣ୍ଡର ରେ ପୁରେଇ ବାଟୀ ନେବେ।ଏହାକୁ ପିବା ଦ୍ୱାରା ନିଶା ଝଡି ଯାଏ।

ଖଜୁରୀରେ ଥିବା ଏମିତି କିଛି ତତ୍ୱ ଆମ ହୃଦୟକୁ ଭଲ ରଖେ।ଏଥିରେ ଅଳ୍ପ ସୋଡିୟମ ଓ ହାଇ ପୋତାସୀୟମ ଥାଏ।ଏହା ହୃଦୟର ସ୍ପନ୍ଦନ ଠିକ କରିଥାଏ ଓ କୋଳେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ।ଆପଣ ସବୁଦିନ ୨-୩ ଖଜୁରି ଖାଇବାତ ଆପଣଙ୍କୁ ହୃଦ୍ଘାତ ଭଳି ସମସ୍ୟାରୁ ଆମେ ରକ୍ଷା ପାଇ ପାରିବା।ଏଥିରେ ଭିଟାମିନ-ବି ଥୁବରୀ ଏହା ଆମ ନର୍ବସ ସିଷ୍ଟମ ଭଲ ରଖିଥାଏ।ଏଥିରେ ଥିବା ପୋଟାସୀୟମ ଆମ ହୃଦୟର ଯତ୍ନ ନେଇଥାଉ।ଆଖିର ଦୃଷ୍ଟି ଶକ୍ତି ବଢିଥାଏ।ଖଜୁରି ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟାରୁ ଆମକୁ ରକ୍ଷା ମିଳିଥାଏ।ଖଜୁରି ଖାଇବା ଦ୍ୱାରା ଚର୍ମଜନିତ ସମସ୍ୟା ଶିଘ୍ର ଭଲ ହୋଇଥାଏ।

ଦାନ୍ତ ଜନିତ ସମସ୍ୟା ଖଜୁରି ଖାଇବା ଦ୍ୱାରା ଭଲ ରହିଥାଏ।ଖଜୁରି ଶରୀରରେ ଥିବା ଭଲ ବ୍ୟାକ୍ଟେରିଆ କୁ ବଢ଼େଇଥାଏ।ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଖଜୁରି ନିଶ୍ଚିନ୍ତ ଖାଇବା ଆଵଶ୍ୟକ ହୋଇଥାଏ।ଶରୀରର ଓଜନ ବଢ଼େଇବା ପାଇଁ ଖଜୁରି ଖାଇବା ଦରକାର।ଆପଣ ୮-୧୦ ଟି ଖଜୁରି କୋଳିକୁ କ୍ଷୀରରେ ଫୁଟେଇ ପିବା ଆଵଶ୍ୟକ ହୋଇଥାଏ।ଦୁର୍ବଳ ଶିଶୁ ମାନଙ୍କୁ ଖଜୁରି କୋଳିରେ ମହୁ ମିଶେଇ ଖାଇବାକୁ ଦେବା ଉଚିତ।ଖଜୁରି ମଞ୍ଜି କୁ ପାଣିରେ ବାଟୀ ଲଗେଇବା ଦ୍ୱାରା ଉକୁଣୀ କମିଥାଏ।ଖଜୁରି ଖାଇବା ଦ୍ୱାରା ମହିଳା ମାନଙ୍କର ମାସିକ ସ୍ରାବ ଭଲ ଭାବରେ ହୋଇଥାଏ ଓ ସେମାନଙ୍କୁ ବିନ୍ଧା ବିନ୍ଧି ହୋଇନଥାଏ।ଖଜୁରି ଖାଇବା ଦ୍ୱାରା ପୁରୁଷ ମାନଙ୍କର ଯୌନ ଶକ୍ତିରେ ବୃଦ୍ଧି ଆସିଥାଏ।

Leave a Reply

Your email address will not be published. Required fields are marked *