June 27, 2025

Odia Express

Here, There and Everywhere

ଯେବେ ପାରାକୁ ଦେବାକୁ ପଡିଲା ଜୋରିମାନା – କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ..

ବସରେ ବିନା ଟିକେଟ୍ ରେ ଯିବା ଦ୍ୱାରା ଜୋରିମାନା ଦେବାକୁ ପଡିଥାଏ , ଆପଣ ଏହା ଶୁଣିଥିବେ କିନ୍ତୁ ପ୍ରଥମଥର ଯେବେ ଏକ ପାରା ବିନା ଟିକେଟ୍ ରେ ଯାଉଥିଲା ତେବେ ତାକୁ ବି ଜୋରିମାନା ଦେବାକୁ ପଡିଥିଲା । ଆପଣଙ୍କୁ କହିଦେବୁ କି ବସ କିମ୍ବା ଟ୍ରେନ୍ ରେ କେଉଁ ପାଳିତ ପଶୁ କିମ୍ବା ପକ୍ଷୀ ସାଥିରେ ଯାତ୍ରା କରୁଥିଲେ ତେବେ ଆପଣଙ୍କ ସହ ତାଙ୍କୁ ବି ଟିକେଟ୍ ଦେବାକୁ ପଡିଥାଏ , ଏମିତି ଏକ ମାମଲା ସାମ୍ନାକୁ ଆସିଛି ତାମିଲନାଡୁର ହାରୁର୍ ସହରର ଆଦିବାସୀ ଗାଂମ୍ ଏଲ୍ଲାବାଡି ମଧ୍ୟରେ ଚାଲୁଥିବା ବସର ଏହି ବସରେ ଗୋଟେ କଣ୍ତକ୍ଟର କେବଳ ଜୋରିମାନା ଏଥିପାଇଁ ଲଗାଇଲା କାରଣ ସେ ବସରେ ଏକ ପାରା ବିନା ଟିକେଟ୍ ରେ ବସରେ ଯାତ୍ରା କରୁଥିଲା ।

ରାସ୍ତାରେ କର୍ପୋରେସନ୍ ଅଧିକାରୀ ଟିକେଟ୍ ଯାଞ୍ଚ ପାଇଁ ବସ ଅଟକାଇଦେଲେ , ଟିକେଟ୍ ଇନସପେକ୍ଟର ଏକ ମଦୁଆ ବ୍ୟକ୍ତିକୁ ପାରା ସହ କଥାବାର୍ତ୍ତା କରୁଥିବାର ଦେଖିଲେ , ପାରା ତାର ହାତରେ ଥିଲା,  ନିୟମ ମୁତାବିକ ଯଦି କେଉଁ ପଶୁ କିମ୍ବା ପକ୍ଷୀ ବସରେ ଯାତ୍ରା କରୁଥାଏ ତେବେ ଟିକେଟ୍ କରିବା ଅନିର୍ବାଯ୍ୟ ଅଟେ , ଏହି କଥାକୁ ଧ୍ୟାନରେ ରଖି ଟିକେଟ୍ ଇନସିପେକ୍ଟର୍ କଣ୍ତକ୍ଟରକୁ ପଚାରିଲେ କି ଏହି ପାରାର ଟିକେଟ୍ କଟା ହୋଇଛି କି ନାହିଁ ?

କଣ୍ତକ୍ଟର୍ କହିଲା କି ଯେଉଁ ସମୟରେ ସେ ବ୍ୟକ୍ତି ବସିଥିଲା ସେହି ସମୟରେ ତା ହାତରେ ପାରା ନଥିଲା,  କିନ୍ତୁ ଇନସିପେକ୍ଟର ଗୋଟେ ବି କଥା ଶୁଣିଲେ ନାହିଁ ଓ ତାଙ୍କ ବିପକ୍ଷରେ ଏକ ମେମୋ ଜାରି କଲେ , ତାମିଲନାଡୁର ଷ୍ଟେଟ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ ଙ୍କ ମୁତାବିକ କଣ୍ତକ୍ଟର ନିୟମ ଭାଙ୍ଗିବା ଦୋଷି ପାଇଲେ , ଓ ତାଙ୍କ ବିରୁଦ୍ଧରେ ଜରୁରୀ କାର୍ଯ୍ୟନୁଷ୍ଠାନ ନିଆଗଲା , ଯଦି ଆପଣ ଏମିତି କେଉଁ ଆଇନ୍ ବିଷୟରେ ଅଜଣା ଅଛନ୍ତି ତେବେ ଆଗକୁ ପାଳିତ ପଶୁ କିମ୍ବା ପକ୍ଷୀଙ୍କୁ ନେଇଗଲା ବେଳେ ତାଙ୍କ ନାଁରେ ଏକ ଟିକେଟ୍ କରିନେବେ।

Leave a Reply

Your email address will not be published. Required fields are marked *