June 25, 2025

Odia Express

Here, There and Everywhere

ଏହି କାରଣରୁ ବିଦ୍ୱାନ ସମୁଦ୍ରରେ ପକାଇ ଦେଇଥିଲେ ନିଜ ଜୀବନସାରା କମାଇଥିବା ଧନ…

ବହୁତ ପୁର୍ବର କଥା ଅଟେ ,ଏହି କାହାଣି ସାଉଦି ଆରବର ଅଟେ । ସାଉଦି ଆରବରେ ବୁଖାରୀ ନାଁରେ ଏକ ବହୁତ ପ୍ରସିଦ୍ଧ ବିଦ୍ୱାନ ରହୁଥିଲେ । ବୁଖାରୀ ପୁରା ଆରବରେ ନିଜ ଇମାନଦାରୀ ପାଇଁ ଜଣାଯାଉଥିଲେ , ଥରେ ବୁଖାରୀ ବାବା ଲମ୍ବା ଯାତ୍ରା ପାଇଁ ସମୁଦ୍ରର ଜାହାଜରେ ବାହାରିଲେ , ବୁଖାରୀ ବାବା ଖର୍ଚ୍ଚ ପାଇଁ ଏକ ହଜାର ଦିନାର ନିଜ ପୁଟୁଳିରେ ବାନ୍ଧିକରି ରଖିଦେଲେ , ଯାତ୍ରାରେ ବହୁତ ଲୋକ ଥିଲେ , ଏଥିପାଇଁ ଯାତ୍ରା ସମୟରେ ତାଙ୍କର ସାକ୍ଷାତ ବହୁତ ଅନ୍ୟ ଯାତ୍ରୀଙ୍କ ସହ ହୋଇଥିଲା,  ସେ ତାଙ୍କୁ ଜ୍ଞାନର କଥା କହୁଥିଲେ ।ଜାହାଜରେ ଏକ ଯାତ୍ରୀ ଥିଲେ ଯାହା ସହ ବୁଖାରୀ ବାବାଙ୍କ ସଂମ୍ପର୍କ ଘନିଷ୍ଠ ବଢିବାରେ ଲାଗିଲା , କାରଣ ବୁଖାରୀ ବହୁତ ଇମାନଦାର୍ ଓ ଭଲ ବ୍ୟକ୍ତି ଥିଲେ , ଏଥିପାଈଁ ସେ ସମସ୍ତଙ୍କୁ ବୁଝାଉଥିଲେ,  ଓ ସମସ୍ତଙ୍କ ଉପରେ ଭରସା କରୁଥିଲେ , ଦିନେ କଥା କଥାରେ ହିଁ ସେ ସେହି ଯାତ୍ରୀକୁ ନିଜ ଦିନାର ପୁଟୁଳି ଦେଖାଇଦେଲେ,  ଏତେ ଦିନାର ଦେଖିକରି ସେହି ଯାତ୍ରୀକୁ ଲୋଭ ଆସିଗଲା , ସେ ବୁଖାରୀଙ୍କ ପୁଟୁଳିରେ ନିଜ କବଜା ଜମାଇବାକୁ ଯୋଜନା ବନାଇଲା ।

ଦିନେ ସକାଳ ସମୟରେ ସେହି ବ୍ୟକ୍ତି ଜୋର୍ ଜୋର୍ ରେ ଚିତ୍କାର୍ କରିବାକୁ ଆରମ୍ଭ କରିଦିଏ , ହେ ଭଗବାନ ମୋର ଚୋରୀ ହୋଇଯାଈଛି , ମୋର ଏକ ହଜାର ଦିନାର ଚୋରି ହୋଇଗଲା , ଏହା ଶୁଣିକରି ସେ ବହୁତ ଜୋରରେ କାନ୍ଦିବାକୁ ଲାଗିଲା,  ତାହାକୁ କାନ୍ଦୁଥିବାର ଦେଖି ଜାହାଜ କର୍ମଚାରୀମାନେ କହିଲେ ତୁମେ ଚିନ୍ତା କରନି, ଯିଏ ତୁମ ଦିନାର ଚୋରି କରିଛି,  ସେ ଏହି ଜାହାଜରେ ହିଁ ଥିବ,  ଆମେ ଜଣେ ଜଣେ ବ୍ୟକ୍ତିଙ୍କ ଠାରୁ ତଲାସି କରିନେବୁ, ସବୁ ଯାତ୍ରୀଙ୍କ ତାହାପରେ ଖୋଜା ଆରମ୍ଭ ହୋଇଗଲା

ଯେବେ ବୁଖାରୀ ବାବାଙ୍କ ତଲାସି ପାଇଁ ଆସିଲେ ତେବେ ନିଜେ ତଲାସି କରୁଥିବା ଲୋକଙ୍କୁ ସେ କହିଲେ ଆପଣ କଣ ଖୋଜିବେ , ଆପଣଙ୍କ ଉପରେ ସନ୍ଦେହ କରିବା ବି ଭୁଲ୍ ଅଟେ , ସେହି ଲୋକଙ୍କର କଥା ଶୁଣିକରି ବୁଖାରୀ ବାବା କହିଲେ ନା ତାଙ୍କର ଦିନାର ଚୋରି ହୋଇଛି , ତାହାର ମନରେ ସନ୍ଦେହ ରହିବ,  ଏଥିପାଇଁ ମୋର ଯାଞ୍ଚ କରାଯାଉ , ବୁଖାରୀଙ୍କ ତଲାସି ନିଆଗଲା ଓ ତାଙ୍କ ପାଖରେ କିଛି ମିଳିଲା ନାହିଁ , ୨ ଦିନ ପରେ ଉଦାସ ହୋଇକରି ସେହି ଯାତ୍ରୀ ବୁଖାରୀଙ୍କୁ ପଚାରିଲା କି ଆପଣଙ୍କ ପାଖରେ ଏକ ହଜାର ଦିନାର ଥିଲା କଣ ହେଲା ସେ ଗୁଡିକ ?

ସେହି ବ୍ୟକ୍ତିର କଥା ଶୁଣିକରି ବୁଖାରୀ ହସିକରି କହିଲେ କି ମୁଁ ତାକୁ ସମୁଦ୍ରରେ ପକାଇଦେଲି, ତୁମେ ଜାଣିବାକୁ ଚାହିଁବ କି କଣପାଇଁ ମୁଁ ଏମିତି କଲି ? କାରଣ ମୁଁ ମୋ ଜୀବନରେ ଦୁଇ ପ୍ରକାରର ଧନ ଉପାର୍ଜନ କରିଛି , ପ୍ରଥମ ଇମାନଦାରୀ ଓ ଦ୍ୱିତୀୟ ଟି ହେଲା ବିଶ୍ୱାସ , ଯଦି ଖୋଜୁଥିବା ଲୋକ ମୋର ପାଖରେ ଦିନାର ପାଇଥାନ୍ତେ ତେବେ ମୁଁ କହିଥାନ୍ତି ମୋର ବୋଲି ଓ ଲୋକ ବି ବିଶ୍ୱାସ କରିନେଇଥାନ୍ତେ , କିନ୍ତୁ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତେ,  ମୁଁ ଧନ ହରାଇପାରିବି , କିନ୍ତୁ ଇମାନଦାରୀ ଓ ସତ୍ୟତାକୁ ନୁହେଁ , ଏହା ଶୁଣିକରି ଯାତ୍ରୀ କୁ ଆତ୍ମଗ୍ଲାନୀ ଅନୁଭବ ହେଲା ଓ ସେ ନିଜ ଭୁଲ୍ ମାନିଲା ।

Leave a Reply

Your email address will not be published. Required fields are marked *