ଚା ପିବା ଦ୍ୱାରା ଆମ ଶରୀରକୁ ହେଇଥାଏ ଏତେ ଗୁଡିଏ କ୍ଷତି – ଜାଣିଲେ ଆପଣ କେବେ ଚା ପିଇବେ ନାହିଁ..
1 min read
ଆଜି କୁ ପ୍ରାୟ ୨୦୦ ବର୍ଷ ପୂର୍ବେ ଚା ଆମ ସଂସ୍କୃତି ରେ ନଥିଲା,ନା କାହା ଘରେ ଚା ପିଆଯାଉଥିଲା ନା ତିଆରି ହେଉଥିଲା ଏହା କେବଳ ଇଂରେଜ ମାନଙ୍କ ପାଇଁ ସମ୍ଭବ ହୋଇପାରିଛି।ଆଜି ଆପଣ ଯୁଆଡେ ଯାଆନ୍ତୁ ଅତିଥି ଭାବରେ ଆପଣଙ୍କୁ ସର୍ଵ ପ୍ରଥମେ ଚା ପିବାକୁ ଦିଆଯିବ।ଏହି ଚା କୁ ଆଜିର ଗୋଟିଏ ଅତ୍ୟାବଶ୍ୟ ଅଭ୍ୟାସ କରି ସାରିଲାଣି।ମଣିଷର ଏପରି ଖରାପ ଅଭ୍ୟାସ ଚା ଯାହା ସେ ସକାଳୁ ସକାଳୁ ତାକୁ ଚା ମିଳିଗଲେ ବହୁତ ମଜା ଆସିଥାଏ ନହେଲେ ତାର ସମ୍ପୂର୍ଣ୍ଣ ଦିନ ଖରାପ ହୋଇଯାଇଥାଏ।କେବେବି ଆପଣ ଏଇଟା ଭାବିଛନ୍ତିକି ଖାଲି ପେଟରେ ଆମେ ଚା ପିବା ଦ୍ୱାରା ଆମ ଶରୀରକୁ କେତେ ମାତ୍ରରେ ହାନି ପହଁଚି ଥାଏ।ଆଜି କାଲି ଜୀବନରେ ଆମେ ଆମ ଶରୀର ଉପରେ ଯେତେ ଧ୍ୟାନ ଦେଲେ ମଧ୍ୟ ଆମର ଏହି ଛୋଟ ଛୋଟ ଖରାପ ଅଭ୍ୟାସ ଆମକୁ ମରଣ ମୁହଁକୁ ଟାଣି ନେଇ ଯାଉଛି।ଯାହା ଆଜି ଠାରୁ ଆପଣ ବର୍ଜନ କଲେ ହିଁ ସୁସ୍ଥ ରହିପାରିବେ ନହେଲେ ଆପଣ ଯେତେ ପ୍ରକାର ବ୍ୟାୟମ କସରତ କଲେ ଏହାର କୌଣସି ଲାଭ ହେବ ନାହିଁ।
ଗୋଟେ ସୁସ୍ଥ ଶରୀରକୁ କେତେବେଳେ ହୃଦ୍ଘାତ,କର୍କଟ,ମଧୁମେହ,ରକ୍ତ-
ଚାପ ଭଳି ଅନେକ ରୋଗ ଲାଗି ଯାଇଥାଏ ଯାହା ଆମେ ଜାଣିନଥାଉ।ଆମ ଭାରତ ବର୍ଷରେ ସେ ଗାଁ ହେଉ ଅବା ସହରରେ ସବୁ ଲୋକବା ତାଭିତରୁ ୮୦% ଲୋକଙ୍କ ନିଜ ଦିନର ଆରମ୍ଭ ଗୋଟେ କପ ଚା ରୁ ହୋଇଥାଏ।ସକାଳ ସମୟରେ ଆମେ ଯେତେବେକେ ଉଠି ଥାଆନ୍ତି ଆମ ଶରୀର ଏପରି ଅବସ୍ଥାରେ ରହିଥାଏକି ଯାହାକୁ ଉର୍ଯା ପାଇଁ ପ୍ରୋଟିନ ଓ କାର୍ବୋହାଇଡ୍ରେଟର ଆଵଶ୍ୟକତା ଥାଏ।ଗୋଟେ ଚା କପ ପିବା ଦ୍ୱାରା ଆପଣ ୪୦-୫୦ କ୍ୟାଲୋରୀ ନିଜ ଭିତରକୁ ନେଇଥାନ୍ତି।ଯଦି ଆମେ ଗୋଟେ ଦିନରେ ୪-୫ କପ ଚା ପିଉଛନ୍ତି ତାହେଲେ ଆମ ଶରୀରକୁ ୩୦୦ କ୍ୟାଲୋରୀ ଆମେ ଦେଲେ।ଏହା ଆପଣଙ୍କ ମୋଟାପଣ କୁ ବଢ଼େଇ ଥାଏ।
ଏହାର ଆବଶ୍ୟକତା ଏଥିପାଇଁ ପଡିଥାଏ କାରଣ ଆମେ ରାତିରେ ୮ ଘଣ୍ଟା ସୋଇଥାଉ ଯାହାଫଳରେ ଆମେ ଖାଇ ଥିବା ଖାଦ୍ୟ ହଜମ ହୋଇଯାଇଥାଏ।ଯାହାଫଳରେ ଆମେ ଉଠୁ ଉଠୁ ଆମକୁ ଭୋକ ଲାଗିଥାଏ।ତେଣୁ ଯେତେବେଳେ ଆମ ଶରୀରକୁ ଉର୍ଯା ଦରକାର ହୋଇଥାଏ ଆମେ ସେତେବେଳେ ଚାର ସେବନ କରିଥାଉତ ଆମ ପିଉଥିବା ଚା ରେ କ୍ୟାଫିନର ପରିମାଣ ଅଧିକ ହୋଇଥିବା କାରଣରୁ ଆମ ଶରୀରକୁ ବିଭିନ୍ନ ହାନି ଘଟିଥାଏ।କ୍ଷୀର ଚା ପିଇବା ଦ୍ୱାରା ସେଥିରେ ଥିବା ଭିଟାମିନ ନଷ୍ଟ ହୋଇଯାଏ ଓ ପେଟ ଗରମ ହୁଏ।ବିନା କ୍ଷୀରରେ ଚା ପିବା ଦ୍ୱାରା ଆପଣଙ୍କ ପେଟରେ ଗ୍ୟାସର ପେଟ ଫମ୍ପେଇ ଥାଏ ଓ ଏସିଡିଟି ହୁଏ ଯାହା ଖାଇଲେ ତଣ୍ଟି ପୋଡେ ଓ କୋଷ୍ଠକାଠିନ୍ୟ ଭଳି ଗମ୍ଭୀର ସମସ୍ୟା ଦେଖାଯାଇଥାଏ।
ଚାରେ ରହିଥିବା କ୍ୟାଫିନ ଆମ ଶରୀରରେ ଏସିଡିଟି ବା ଗ୍ୟାସର ମାତ୍ରା ବଢ଼େଇ ଦେଇଥାଏ।ଯାହାଦ୍ୱାରା ଆମ ଶରୀରରେ ଏସିଡିଟି ଓ ଅର୍ସ ପରି ସମସ୍ୟା ମାନ ଦେଖାଯାଇଥାଏ।ଯଦି ଆପଣଙ୍କ ପାକସ୍ଥଳି ଭଲ ନଥାଏ ତାହେଲେ ଆପଣଙ୍କର ଅନେକ ସମସ୍ୟା ଦେଖାଯାଇଥାଏ।ଖାଲି ପେଟରେ ଚା ପିଇଲେ ଆମ ଶରୀରକୁ ସଠିକ ମାତ୍ରରେ ପ୍ରୋଟିନ ମିଳିନଥାଏ ଯାହାଦ୍ୱାରା ଆମକୁ କୁପୋଷଣର ସମସ୍ୟା ଦେଖାଯାଇଥାଏ।ଯାହାଦ୍ୱାରା ଆପଣଙ୍କ ଚୁଟି ଝଡ଼ିବା,ଆଖି ଦୁର୍ବଳ ହେବା ଓ କ୍ୟାଲସିୟମର ଅଭାବ ଦେଖାଦେଇଥାଏ ସେଥିପାଇଁ ଆପଣ ସକାଳୁ ଚା ସେବନ ବର୍ଜନ କରନ୍ତୁ।ଯଦି ଆପଣଙ୍କୁ ସକାଳୁ ନିହାତୀ ଭାବରେ ଚା ଦରକାର ହେଉଛି ଆପଣ କିଛି ଖାଇ ସାରିବା ପରେ ଚା ର ସେବନ କରି ପାରନ୍ତି।