June 27, 2025

Odia Express

Here, There and Everywhere

ଇଣ୍ଟରନେଟ କିପରି ଚାଲେ – ସବୁଦିନ ବ୍ୟବହାର କରୁଛେ କିନ୍ତୁ ଏହା କିପରି ଚାଲେ ଆଜି ଜାଣିରଖନ୍ତୁ..

ଆଜି ଆପଣ ନିଜ ମୋବାଇଲ ସାହାଯ୍ୟରେ ଯେଉଁ ଆର୍ଟିକିଲ ଦେଖୁଛନ୍ତି ତାହା ଇଣ୍ଟରନେଟ ସାହାଯ୍ୟରେ ଦେଖୁଛନ୍ତି। ଆପଣ ଆଜି ଦିନରେ ତିନି ଘଣ୍ଟା ବିନା ଖାଇ ପିଇ ରହି ପାରିବେ ମାତ୍ର ଗୋଟେ ଘଣ୍ଟା ବି ବିନା ଇଣ୍ଟରନେଟ ରେ ରହି ପାରୁ ନାହାନ୍ତି। ଏହି କଥା ରୁ ଆପଣ ଅନୁମାନ କରି ପାରୁଥିବେ କି ଇଣ୍ଟରନେଟ ଆମ ପାଇଁ କେତେ ଜରୁରୀ ଅଟେ। ତ ଆଜି ଆମେ ଆପଣଙ୍କ ପାଖରେ ଏହି ଇଣ୍ଟରନେଟ ର ସତ୍ୟତା କହିବାକୁ ଯାଉଛୁ ଯାହା କି କିପରି ଚାଲେ ତାହା କହିବ। ତ ଆସନ୍ତୁ ଜାଣିବା।

ଆମେ ସାଧାରଣ ଭାବେ ଜାଣିଥାଉ କି ଆମ ମୋବାଇଲ ଅଥବା ଆମ କମ୍ପ୍ୟୁଟର ର ଡାଟା ସ୍ୟାତେଲାଇଟ ଦ୍ୱାରା ଆମ ମୋବାଇଲ ଯାଏ ପହଂଚି ଥାଏ ଆଉ ଆମ ମୋବାଇଲ ରେ ଆମେ ଦେଖୁଥିବା ସବୁ ଭିଡିଓ ତଥା ସମସ୍ତ ଗେମ ଆମେ ସେହି ଜାଗା ରେ ଷ୍ଟୋର କରିକି ରହିଥିବାର ଦେଖିବାକୁ ପାଉ। ତ ପରେ ଆମ ମନ ରେ ପ୍ରଶ୍ନ ଆସୁଥିବ କି ତାହା ଆମ ମୋବାଇଲ ଯାଏ ପହଞ୍ଚେ କିପରି। ତ ଏହା ଆମ ମୋବାଇଲ ଯାଏ ଡାଟା ଫାଇବର ଦ୍ୱାରା ପହଂଚି ଥାଏ।

ଦୁନିଆ ର କିଛି ବି କମ୍ପ୍ୟୁଟର କୁ ଆମେ ତାର ଆଇ ପି ଆଡ୍ରେସ ଦ୍ୱାରା ଚିହ୍ନି ପାରିବା, ଏହା ଆମ ଘର ଆଡ୍ରେସ ଭଳି ହି ହେଇଥାଏ ଯାହା ଦ୍ୱାରା କି ଆମ ଘର ତଥା ଆମ ମୋବାଇଲ ଯାଏ ପହଂଚି ହେଇ ପାରେ।

ସେହିପରି ଆମେ ଯେତେ ବି ମୋବାଇଲ ଅଥବା କମ୍ପ୍ୟୁଟର ନେଇଥାଉ ତାର ଏକ ଆଇପି ଆଡ୍ରେସ ନିଶ୍ଚୟ ଥାଏ। ଏହା ଆମ କମ୍ପ୍ୟୁଟର କୁ ଅନ୍ୟ ଡାଟା ସେଣ୍ଟର ରେ ଚିହ୍ନାଇ ଥାଏ ଆଉ ତାହାଦ୍ୱାରା ଆମେ ଏକ କମ୍ପ୍ୟୁଟର ଯାଏ ଡାଟା ପହଞ୍ଚାଇ ପାରୁ।

ଏକ ଡାଟା ସେଣ୍ଟର ରେ ବି ଆଇପି ଆଡ୍ରେସ ଥାଏ ଯାହା କି ଅନ୍ୟ ସ୍ୟାତେଲାଇଟ ରୁ ଡାଟା ସଂଗ୍ରହ କରି ମାତ୍ର ଏତେ ସାରା ଆଇପି ଆଡ୍ରେସ କୁ ମନେ ରଖିବା ଜଣେ ସାଧାରଣ ମନୁଷ୍ୟ ପକ୍ଷେ ଅସମ୍ଭବ ହେଇଥାଏ। ତେଣୁ ତାକୁ ଏକ ୱେବ ଦ୍ୱାରା ମନେ ରଖାଯାଏ।

ଏବେ ଆପଣ ଜାଣିବେ କି ସାଧାରଣ ଡୋମେନ ନେମ ଦ୍ୱାରା ତାର ଆଇପି ଆଡ୍ରେସ କିପରି ଜଣା ପଡ଼ିଯାଏ। ତ ଏହାର ଉତ୍ତର ହେଉଛି କି ଡାଟା ସେଣ୍ଟର ମାନଙ୍କରେ ଡିଏନେସ ସେଣ୍ଟର ଭଳି ଜାଗା ଥାଏ ଯାହା କି ଏହି ସାଧାରଣ ନାମକୁ ଆଇପି ଆଡ୍ରେସ ଭାବେ ପରିବର୍ତ୍ତନ କରିଥାଏ।

ଏହି ଇଣ୍ଟରନେଟ ର ସିଗ୍ନାଲ କୁ ଆମେ ନିୟନ୍ତ୍ରଣ କରିବା ପାଇଁ ଫାଇବର କେବୁଲ ଗୁଡିକ ର ସାହାରା ନେଇଥାଉ। ଏହି କେବୁଲ ବହୁତ ସମୟରେ ଗଭୀର ସମୁଦ୍ର ତଥା ଉଚ୍ଚ ପାହାଡ଼ ମଧ୍ୟ ଦେଇ ବି ବିଛା ଯାଇଥାଏ ଆଉ ଏହି କେବୁଲ ଦ୍ୱାରା ଇଣ୍ଟରନେଟ ତଥା ଡିଏନେସ ର ସିଗ୍ନାଲ ସେଣ୍ଟର ଯାଏ ପହଞ୍ଚେ ଆଉ ତା ପରେ ତାହା ଆମ ମୋବାଇଲ ଭିତରକୁ ଏଲେକ୍ଟ୍ରୋ ମ୍ୟାଗ୍ନେଟିକ ୱେଭ ଦ୍ୱାରା ପହଂଚି ଥାଏ।

Leave a Reply

Your email address will not be published. Required fields are marked *