ବିଦେଶୀମାନଙ୍କର ପଇସା ଶେଷ ହୋଇଗଲା ତ ତାଙ୍କୁ ଘରକୁ ନେଇ ଆସିଲେ ଏହି ପରିବାର , ଖାଇବାକୁ ଦେଲେ , ଓ ଖୁବ୍ କଲେ ଅତିଥି ସଂସ୍କାର ଆଉ ତାପରେ…
ଏହି କଥା ୨୦୧୬ ର ଅଟେ ,ଯେବେ ୬ ଜଣ ବିଦେଶୀ ନାଗରିକଙ୍କ ପାଖରେ ପଇସା ଶେଷ ହୋଇଯାଇଥିଲା , ଓ ତାଙ୍କ ପାଖରେ ଖାଇବାକୁ ପିଇବାକୁ କିଛି ବି ନଥିଲା , ତେବେ ଉତ୍ତରାଖଣ୍ତର ଏକ ପରିବାର ତାଙ୍କ ପାଇଁ ଭଗବାନ ସାଜି ଆସିଲେ , ନୋଟବନ୍ଦୀ ସମୟରେ ଏହି ୬ ଜଣ ବିଦେଶୀ ନାଗରିକ ଓ ତାଙ୍କର ଜଣେ ସାଥୀ ଘର ଆସି ଆଦର ସଂସ୍କାର କରି ପିଥୋରାଗଢର ପାଠକ ପରିବାର ଅତିଥି ଦେବୋ ଭବଃ ଉକ୍ତିକୁ ସାକାର କରିଛନ୍ତି ।ପୋଲାଣ୍ତ ନିବାସୀ ଯୁବତୀ ଏଞ୍ଜିଲ୍ କିସ୍ କୋସମାଲା, ୟୁକ୍ରେନ୍ ର ଯୁବତୀ ଡ୍ୟୋନିବୋଲ୍ ଓଲୋଗୋ, ରୁଷ୍ ନିବାସୀ ପର୍ବତ ଆରୋହୀ ଟାର୍ଜନୋବ ଏଲକୋସି, ହୈତୀ ନିବାସୀ ଫିଲ୍ମ ମେକର ମ୍ୟାକ ଷ୍ଟିଫେନ୍ ଅଲିବର ଫେବଲସ , ଲିଥିନିଆ ନିବାସୀ ରୋକ୍ସ ଜିସିବିସିୟସ୍ , ଫ୍ରାନ୍ସ ନିବାସୀ ଲିୟୋ ମାର୍ଟିନେଜ୍ ଓ ତାଙ୍କର ସାଥିରେ ମୁମ୍ବାଇରୁ ଆସିଥିବା ଡକ୍ୟୁମେଣ୍ଟରି ଫିଲ୍ମ ମେକର ରାହୁଲ୍ ହିମାନ୍ତି ୧୬ ଡିସେମ୍ବରକୁ ପିଥୋରଗଢ ଆସିଥିଲେ ।
ତାଙ୍କ ପାଖରେ ଭାରତୀୟ କରେନ୍ସିର ଅଭାବ ଥିଲା , ବିଦେଶୀ କରେନ୍ସି ବଦଳାଇବା ପାଇଁ ଲୋକେ ବ୍ୟାଙ୍କର ଚକ୍କର କାଟିଥିଲେ କିନ୍ତୁ କିଛି ଫାଇଦା ହୋଇପାରିନଥିଲା ଗୁରୁବାର ଦିନକୁ କୁର୍ମାଚଳ ବ୍ୟାଙ୍କ୍ ଶାଖାରେ ତାଙ୍କର ସାକ୍ଷାତ ଥିଏଟର୍ ଫର୍ ଏଜୁକେସନ୍ ଇନ୍ ମାସ୍ ସୋସାଇଟି ସଚିବ ଯୋଗେଶ ପାଠକଙ୍କ ସହ ହୋଇଇଥିଲା , ଯୋଗେଶ୍ ନିଜ ମା କବିତା ପାଠକ, ପିତା କେଦାର ଦତ୍ତ ପାଠକ ବିଦେଶୀ ଅତିଥିଙ୍କୁ ଘରକୁ ପଠେଇଦେବାକୁ କହିଥିଲେ , ମା ବାପା ତାଙ୍କର ସୌଭାଗ୍ୟ ଭାବିକରି ଶୁକ୍ରବାରକୁ ଘରେ ଭୋଜନ କରିବା ପାଇଁ ବିଦେଶୀ ଅତିଥିଙ୍କୁ ଘରକୁ ଆମନ୍ତ୍ରିତ କରିଥିଲେ ,
ବିଦେଶୀ ନାଗରିକଙ୍କର ଅସୁବିଧା ଦେଖିକରି କୁର୍ମାଚଳ ବ୍ୟାଙ୍କ୍ ଶାଖା ପ୍ରବନ୍ଧକ ପଙ୍କଜ ତିୱାରୀ ଏହି ଲୋକଙ୍କୁ ନିଜ ତରଫରୁ ୧୦୦୦ ଟଙ୍କା ଦେଇଥିଲେ , ଶୁକ୍ରବାର ଦିନ ଦ୍ୱିପହରରେ ଭୋଜନ କରିବାପାଇଁ ବିଦେଶୀ ଅତିଥିଙ୍କୁ ପାଠକ୍ ପରିବାର ଘରେ ପହଞ୍ଚିଲେ ତେବେ ତେବେ ଯୋଗେଶ୍ ଙ୍କ ବାପା ମା ଙ୍କ ସହ ତାଙ୍କ ବଡ ଭାଇ ଦିନେଶ୍ ପାଠକ, ଭାଉଜ ଆଶା ପାଠକ୍, ଦିଦି ରେଣୁ ପାଠକ୍ ଛୋଟ ଭାଇ ଆଶିଷ୍ ପାଠକ ମୁକୁଳ ପାଠକ ଅତିଥିଙ୍କ ସ୍ୱାଗତ କରିଥିଲେ , ଅତିଥିଙ୍କ ସହ ସେ ମଡୁୱାର ରୁଟି, ଧନିଆର ନମକ ,ଝୋଲି ଭାତ ଓ ଭଟିଆ ଭୋଜନ କରିଥିଲେ ।
ସଂସ୍କାର ଦେଖି ବିଦେଶୀ ନାଗରିକ ହେଲେ ଅଭିଭୂତ :
ଏହା ନୁହେଁ ସେମାନେ ଦକ୍ଷିଣା ଦେଇକରି ବିଦା ବି କଲେ । ସ୍ୱାଗତ ସଂସ୍କାରରୁ ଅଭିଭୂତ ବିଦେଶୀ ଅତିଥିଙ୍କୁ ହୃଦୟରୁ ପାଠକ ପରିବାର ଧନ୍ୟବାଦ୍ ଜ୍ଞାପନ କଲେ , ବିଦେଶୀ ନାଗରିକଙ୍କ ଏହି ଦଳ ମୁମ୍ବାଇର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମେକର୍ ରାହୁଲ୍ ହିମାଂନ୍ତି ପାଣ୍ତେଙ୍କ ସହ ମାନବତା ଉପରେ ଲଘୁ ଫିଲ୍ମ ନିର୍ମାଣ କରିବା ପାଇଁ ଏଠାକୁ ଆସିଥିଲେ , ସେମାନେ କୁମାଓଁ ର ସବୁ ଇଲାକାରେ ଫିଲ୍ମ ସୁଟିଂ କରିଥିଲେ , ଏହି ଲୋକ ଲଘୁ ଫିଲ୍ମ ଜରିଆରେ ବିଶ୍ୱର ମାନବତା ର ସନ୍ଦେଶ ଦେଇଛନ୍ତି , ପାଠକ ପରିବାର ଯାହା କଲେ , ତାହାର ବଡ ମାନବତାର ଉଦାହରଣ ଆଉ କଣ ହୋଇପାରିବ ।
ପିଏମ୍ ମୋଦୀ ବି ଏହି କାର୍ଯ୍ୟ ପାଇଁ ବହୁତ କରିଥିଲେ ପ୍ରଶଂସା : ବିଦେଶୀ ଅତିଥି କଳା ଧନ ରୋକିବା ପାଇଁ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଠାଯାଇଥିବା କାର୍ଯ୍ୟ ପ୍ରଶଂସନୀୟ , ଏହି ଲୋକଙ୍କ କହିବା କଥା କି ଏହାର ଭଲ ପରିଣାମ ସାମନାକୁ ଆସିବ , ଭାରତ ଉନ୍ନତିର ରାସ୍ତାରେ ଯିବ ।