June 21, 2025

Odia Express

Here, There and Everywhere

ଲେମ୍ବୁ ଗଛ ଲଗେଇବା ଘରେ ଶୁଭ କି ଅଶୁଭ ଆସନ୍ତୁ ଜାଣିବା ସେ ବିଷୟରେ…

1 min read

ଲେମ୍ବୁ ଗୋଟେ ଏମିତି ଗଛ ଅଟେ ଯାହା ବିଷୟରେ ସମସ୍ତେ ଜାଣିଛନ୍ତି,ଯଦି ଆମେ ପୁରୁଣା ସଂସ୍କୃତି ବିଷୟରେ ଭାବୁଛୁ ତାହେଲେ ବହୁତ ପ୍ରକାରର କଥା ଆମ ଆଗକୁ ଆସିଥାଏ।ଆମେ ଭିନ୍ନ ଭିନ୍ନ ପ୍ରକାର ଗଛ ଓ ରଙ୍ଗକୁ ଦେଖି ରାଏ ଦେଈଥାଉ ଯାହା ଆମ ପାଇଁ ବହୁତ କ୍ଷତି ପୁର୍ଣ୍ଣ ହୋଇଥାଏ।ଗଛ ଲଗେଇବା ଭୁଲ ନୁହେଁ କେବଳ ତାକୁ ବାସ୍ତୁ ଅନୁସାରେ ଲଗେଇବା ଉଚିତ।ଆଗରୁ ଲୋକମାନେ ବାସ୍ତୁ ବିଷୟରେ ଏତେ କିଛି ଜାଣି ନଥିଲେ ଓ ସେ କେତେକ ଜିନିଷକୁ ଶୁଭ ଓ ଅଶୁଭ କହୁଥିଲେ।

ଆଜି ଆମେ ଏଠାରେ ଜାଣିବା ଲେମ୍ବୁ ଗଛକୁ ଘରେ ଲଗେଇବା ଶୁଭ ହୋଇଥାଏ ନା ଅଶୁଭ।ଦେଖିବାକୁ ଗଲେ ଘରେ ଲେମ୍ବୁ ଗଛ ଲଗେଇବା ଦ୍ୱାରା ବହୁତ କିଛି ସକାରାତ୍ମକ ପ୍ରଭାବ ରହିଥାଏ।ଯଦି ବାସ୍ତୁ ଦୃଷ୍ଟିରୁ ଦେଖାଯାଏ ତାହେଲେ ଘରେ ଲେମ୍ବୁ ଗଛ ରହିବା ନିହାତି ଆଵଶ୍ୟକ ହୋଇଥାଏ।ଆଉ ଯଦି ପୁରୁଣା କାଳର ଲୋକମାନଙ୍କ କଥା ଶୁଣିବା ଓ ତାଙ୍କୁ ଅନୁସରଣ କରିବାତ ସେମାନେ କୁହନ୍ତି ନା ଘରେ ଲେମ୍ବୁ ଗଛ ଲଗେଇବା ଅନୁଚିତ ହୋଇଥାଏ।ପୁରୁଣା କାଳରେ ଲୋକମାନେ ମାନୁଥିଲେକି କୌଣସି ପ୍ରକାରର କଣ୍ଟା ଯୁକ୍ତ ଫୁଲ ବା ଗଛ ଘରେ ଲଗେଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ।

ବାସ୍ତୁବିତ ମାନଙ୍କ ଅନୁସାରେ ଏମିତି କେତେକ କଣ୍ଟା ଯୁକ୍ତ ଗଛ ଥାଏ ଯାହାକୁ ଘରେ ଲଗେଇବା ଦ୍ୱାରା ଘର ଲୋକଙ୍କର ଶୁଭ ହୋଇଥାଏ ଆଉ ଘରର ଉନ୍ନତି ହୋଇଥାଏ।ଲେମ୍ବୁ ଯେମିତି ସ୍ଵାସ୍ଥ୍ୟ ପାଇଁ ଭଲ ହୋଇଥାଏ ଓ ସେହି ଭଳି ଏହା ମଧ୍ୟ ଆମ ଭାଗ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ।ଆପଣ ଦେଖିଥିବେ ଘରୁ କିମ୍ବା ଦୋକାନରେ ଖରାପ ଦୃଷ୍ଟି କାଟିବା ପାଇଁ ଆମେ ଲେମ୍ବୁ ଓ ଲଙ୍କାକୁ ଘରେ ବାନ୍ଧିବା ଆଵଶ୍ୟକ ହୋଇଥାଏ।ଆଉ ଲେମ୍ବୁ ଗଛକୁ ଘରେ ଲଗେଇବା ଦ୍ୱାରା ଘରୁ ବିଭିନ୍ନ ପ୍ରକାରର ନକାରତ୍ମକ ଉର୍ଜାର ଦୁର ହୋଇଥାଏ।

ଆସନ୍ତୁ ଜାଣିବା ଲେମ୍ବୁର କେତେକ ରାମବାଣ ଉପାୟ ଯାହାଦ୍ୱାରା ଆପଣ ନିଜ ଶରୀରକୁ ସୁସ୍ଥ ରଖି ପାରିବେ।ଯଦି କାହାକୁ ଜ୍ୱର ହୋଇଥାଏ ଆଉ କୌଣସି ଔଷଧ ତାଉପରେ କାମ ନକରୁଥିଲେ ସେ ସମୟରେ କଳା ପେନରେ ଲେମ୍ବୁ ଉପରେ ୩୦୭ ଲେଖି ସେ ବ୍ୟକ୍ତି ଉପରେ ଓଲଟା ପଟରେ ୭ ଥର ବୁଲେଇବା ଓ ତାପରେ ଆଣି ଗଛ ମୂଳରେ ପକେଇ ଦେବେ ଆପଣ ଦେଖିବେ ବ୍ୟକ୍ତିର ସ୍ବାସ୍ଥ୍ୟ ଭଲ ହୋଇଯିବ।କାହାକୁ ଯଦି ଭୟାନକ ସ୍ୱପ୍ନ ଆସିଥାଏ ଯାହାଦ୍ୱାରା ବ୍ୟକ୍ତି ସୋଇପାରି ନଥାଏ ଆପଣ ଗୋଟେ ସବୁଜ ଲେମ୍ବୁ ନିଅନ୍ତି ଆଉ ସବୁଦିନ ନିଜ ପାଖରେ ରଖି ଶୋଇବେ।

ଆସନ୍ତୁ ଜାଣିବା ଲେମ୍ବୁ ଗଛ ଲଗେଇବାର ନିୟମ:-ଆପଣ ଏଠି ସେଠି ଚାରିଆଡେ ଲେମ୍ବୁ ଗଛ ଲଗେଇ ପାରିବେ ନାହିଁ।ଭୁଲରେ ବି ମୁଖ୍ୟ ଦ୍ୱାରରେ ଲେମ୍ବୁ ଗଛ ଲଗେଇବା ଉଚିତ ନୁହେଁ ନହେଲେ ଆପଣଙ୍କ ଉପରେ ଭିନ୍ନ ଭିନ୍ନ ସମସ୍ୟା ଆସିପାରେ।ଘରର ଅଗଣାରେ ଲେମ୍ବୁ ଗଛ ଲଗେଇବେ ନାହିଁ,ଆପଣ ନିଜ ଘର ଅଗଣାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି କିନ୍ତୁ ମନରଖିବେ ଲେମ୍ବୁକୁ ଅଗଣା ମଝିରେ ଲଗେଇବା ଦ୍ୱାରା ବହୁତ ଅସୁବିଧା ଆସିପାରେ।ଖରାପ ବାୟୁ ଘରେ ପ୍ରବେଶ କରି ପାରେ ନାହିଁ।ଯେତେବେଳେ ଛୋଟ ଛୁଆ କ୍ଷୀର ବାନ୍ତି କରେ ଓ ପାଣି ପିବା ଛାଡି ଦିଏ ସେତେବେଳେ ଆପଣ ଲେମ୍ବୁ ଦ୍ୱାରା ସେ ଛୁଆର ନଜର ଦୁର କରି ପାରିବେ।

ଗଛରୁ ଗୋଟେ ଦାଗ ବିହୀନ ଲେମ୍ବୁ ନେବେ ଓ ତାକୁ ମଝିରୁ କାଟି ନେବେ ଆଉ କଟା ହେଇଥିବା ଭାଗରେ କଳା ଜିରା ଭର୍ତି କରି ନେବା,ଆଉ ତା ଉପରେ କଳା ସୁତା ଗୁଡେଇ ନେବେ ତାପରେ ସେ ଛୁଆ ଉପରେ ଓଲଟା ପଟ ସାତ ଥର ବୁଲେଇବେ ଓ ଜଳ ନଥିବା ସ୍ଥାନକୁ ଫୋପାଡ଼ି ଦେବେ।ଏମିତି କରିବା ଦ୍ୱାରା ଅଳ୍ପ ସମୟରେ ଛୁଆକୁ ଆରାମ ପହଞ୍ଚିବ।ଏହି ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟୀ ଅଟେ ଓ ଏଥିରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ଥାଏ ଓ ଆମେ ଏହାକୁ ଦିନରେ ଗୋଟେ ସେବନ କରିବା ନିହାତି ଆଵଶ୍ୟକ।

Leave a Reply

Your email address will not be published. Required fields are marked *