June 27, 2025

Odia Express

Here, There and Everywhere

ସାମ୍ପୁରେ ଏ ତିନୋଟି ଜିନିଷ ମିଶେଇବା ଦ୍ୱାରା ଚୁଟି ବହୁତ ଶିଘ୍ର ଶିଘ୍ର ବଢ଼ିବାରେ ଲାଗିବ..

1 min read

ଆମ ଶରୀରରେ ଚୁଟି ଆମ ମସ୍ତିଷ୍କରେ ଶୋଭା ବଢ଼େଇ ଥାଏ ଓ ଆମର ସୁନ୍ଦରତା ବଢେ଼ଇବାରେ ସାହାଯ୍ୟ କରେ।ଆଉ ଚୁଟି ମଧ୍ୟ ଆମକୁ ଖରା,ବର୍ଷା,ସିତ ଓ କାକରରୁ ଆମକୁ ରକ୍ଷା କରିଥାଏ।କହିବାକୁ ଗଲେ ପୁଅ ପିଲାମାନଙ୍କ ଅପେକ୍ଷା ଝିଅ ପିଲାମାନେ ନିଜ ଚୁଟିର ଅଧିକ ଧ୍ୟାନ ରଖନ୍ତି।ଝିଅ ମାନେ ସବୁବେଳେ ପ୍ରୟାସ କରିଥାନ୍ତି କିପରି ସେମାନେ ନିଜ ଚୁଟିକୁ ସୁନ୍ଦର ଓ ଲମ୍ବା,ଗହଳିଆ ଆଉ ସୁଶୋଭିତ କରିପାରିବେ, ସେଥିପାଇଁ ବିଶେଷ ଧ୍ୟାନ ଦେଇ ଥାଆନ୍ତି।ଆଜିକାଲି ସମସ୍ତେ ନିଜ ଚୁଟିକୁ ଲମ୍ବା ଓ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରୁଛନ୍ତି।

ଆଜି ଆମେ ଆପଣ ମାନଙ୍କ ପାଇଁ ସେହି ଭଳି କିଛି ଉପାୟ ନେଇ ଆସିଅଛୁ ଯାହାଦ୍ୱାରା ଆପଣ ମାନେ ବହୁତ ଉପକୃତ ହେବେ ଓ ଶିଘ୍ର ଶିଘ୍ର ଆପଣଙ୍କ ଚୁଟିର ଲମ୍ବତ୍ୱକୁ ବଢ଼ାଇ ପାରିବେ।ବେଳେବେଳେ ଏମିତି ହୋଇଥାଏ ଆପଣଙ୍କ ଚୁଟି ବଢିବା ମଝିରେ ମଝିରେ ଅଟକି ଯାଇଥାଏ, ଏହା ସାଧାରଣତଃ ଭିନ୍ନ ଭିନ୍ନ କାରଣ ଦୃଷ୍ଟିରୁ ହୋଇଥାଏ।ବୟସ ବଢିଲେ ଆପଣଙ୍କ ଚୁଟି ଝଡିଥାଏ,ଚୁଟି ଛିଡିଥାଏ ନେହେଲେ ବେଳେ ବେଳେ ଚୁଟି ବଢିବା ହିଁ ବନ୍ଦ ହୋଇଯାଇଥାଏ।ଆଜି ଆମେ ଏଠାରେ ଏମିତି କାର୍ଯ୍ୟକାରୀ ଉପାୟ ତିଆରି କରିବୁ ଯାହାଦ୍ୱାରା ଆପଣ ବହୁତ ଲାଭବାନ ହେବେ।

ଏହି ଉପାୟକୁ ଆମେ ୪ ଟି ଜିନିଷ ସାହାଯ୍ୟରେ ତିଆରି କରିବାକୁ ଯାଉଛୁ:-ପ୍ରଥମ ଜିନିଷଟି ହେଲା ସାମ୍ପୁ,ଆଉ ଧ୍ୟାନ ରଖିବେ ଆପଣ ମାତ୍ର ଗୋଟେ ପ୍ରକାରର ସାମ୍ପୁର ବ୍ୟବହାର କରନ୍ତୁ ଆପଣ ନିଜ ସାମ୍ପୁର ବାର ବାର ପରିବର୍ତ୍ତନ କରନ୍ତୁ ନାହିଁ।ତାପରେ ଗୋଟେ ସାମ୍ପୁର ପ୍ୟାକେଟକୁ ନେଇ ଗୋଟେ ଗିନାକୁ କାଢି ନେବେ।ତାପରେ ଦ୍ୱିତୀୟ ଜିନିଷ ଯାହା ଆପଣଙ୍କୁ ଦରକାର ସେ ହେଉଛି ଚା ପତି।ଏହି ସାମ୍ପୁ ଭିତରେ ମାତ୍ର ଅଧା ଚାମୁଚ ଚା ପତି ମିଶେଇ ନେବେ।ଚା ପତି ଭିତରେ ଥିବା ଅଭୁତ ଗୁଣ ଆମ ଚୁଟିର ଲମ୍ବା ପଣ ବଢେ଼ଇବାରେ ସାହାଯ୍ୟ କରେ।

ତାପରେ ତୃତୀୟ ଜିନିଷ ଯାହା ଆମକୁ ମିଶେଇବାର ଅଛି ସେ ହେଉଛି ଅଁଳା ପାଉଡର।ଆପଣଙ୍କୁ ବଜାରରୁ ଅଁଳା ପାଉଡରର ଗୋଟେ ଡ଼ବା ଆଣିବାର ଅଛି।ତାପରେ ତା ଭିତରେ ଅଧା ଚାମୁଚ ଅଁଳା ଗୁଣ୍ଡ ମିଶେଇ ବାର ଅଛି।ଆପଣ ଭଲ ଭାବରେ ଜାଣିଥିବେ ଅଁଳା ଭିତରେ କେତେ ପ୍ରକାରର ଔଷଧୀୟ ଗୁଣ ରହିଛି।ଏହି ଅଁଳା ଗୁଣ୍ଡ ଆପଣଙ୍କ ଚୁଟି କଳା କରେ,ପାଚିବାରୁ ରକ୍ଷା କରିଥାଏ।ଏହା ଆମ ଚୁଟି ପାଇଁ ବହୁତ ମହତ୍ୱ ପୁର୍ଣ୍ଣ ହୋଇଥାଏ।ଏବେ ଚତୁର୍ଥ ଜିନିଷ ଯାହା ମିଶେଇବାର ଅଛି ସେ ହେଉଛି ଆଲୋବେରା ଜେଲ।ଆପଣ ଗୋଟେ ଚାମୁଚ ମାତ୍ରାରେ ଆଲୋବେରା ଜେଲକୁ ମିଶେଇବାର ଅଛି।

ତାପରେ ସେ ସବୁକୁ ଗୋଟେ ଚାମୁଚ ସାହାଯ୍ୟରେ ଭଲ ଭାବରେ ମିଶେଇବାର ଅଛି।ତାକୁ ଭଲ ଭାବରେ ମିଶେଇ ସାରିବା ପରେ ଏବେ ଆମେ ଜାଣିବା ଏହାକୁ ଆମେ କିପରି ଆମର ଚୁଟିରେ ବ୍ୟବହାର କରି ପାରିବା।ଏହାକୁ ମିଶେଇ ସାରିବା ପରେ ଗାଧେଇଲା ବେଳେ ଏହାକୁ ନିଜ ଚୁଟିରେ ଲଗେଇ ନେବେ ଓ ୫-୭ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ନିଜ ଚୁଟିରେ ମାଲିସ କରିବାର ଅଛି।ଆପଣ ଧ୍ୟାନ ଦେଇ ୧୦ ମିନିଟ ପୂର୍ବରୁ ଏହାକୁ ଧୋଇନେବେ ଯେପରି ଏହାର କୌଣସି ଖରାପ ପ୍ରଭାବ ଆପଣଙ୍କ ଚୁଟିରେ ଯେମିତି ନପଡୁ ସେଥି ପ୍ରତି ଧ୍ୟାନ ଦେବେ।ତାପରେ ଆପଣ ଦେଖିବେ ଆପଣଙ୍କ ଚୁଟିର ବଢିବା କ୍ଷମତା ବଢିଯିବ ଓ ଏ ମିଶ୍ରଣ ଆମକୁ ବିଭିନ୍ନ ପ୍ରକାରର ଅସୁବିଧାରୁ ଆମ ଚୁଟିକୁ ରକ୍ଷା କରିବ।

Leave a Reply

Your email address will not be published. Required fields are marked *