June 21, 2025

Odia Express

Here, There and Everywhere

ଏହି ଜିନିଷ କଳିଯୁଗର ଅମୃତ କହିଲେ ଭୁଲ ହେବ ନାହିଁ – ଗୋଟିଏ ପତ୍ର ର ଲାଭ ଅନେକ…

1 min read

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ।ଆଜି ଆମେ ଜାଣିବା ଗିଲୟର ଲାଭ ବିଷୟରେ।ଆଉ ଏହି ଗିଲୟ ବିଷୟରେ ଆପଣ ମାନେ ବହୁତ ପଢିଥିବେ କିନ୍ତୁ ଆଜି ଆମେ ଏହାର ଉପଯୋଗୀ ବିଷୟରେ ଜାଣିବା।ଏହା ଆପଣଙ୍କ ଶରୀରର ସମସ୍ତ ଭାଗରେ ଭଲ ଭାବରେ କାର୍ଯ୍ୟ କରିଥାଏ।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁକି ରହି ଗିଲୟର ବ୍ୟବହାର ଦ୍ୱାରା ହେଉଥିବା ସବୁଠାରୁ ୧୦ ଟି ଲାଭ ଦାଇ ଗୁଣ ବିଷୟରେ।ଯାହାଭିତରେ ଆପଣ ଏହାକୁ ବ୍ୟବହାର କଲେ ଏହା ବହୁତ ଭଲ ବ୍ୟବହାରରେ ଆସିଥାଏ।

୧.ରୋଗପ୍ରତିରୋଧ:-ଏହା ଏମିତି ଏକ ଜିନିଷ ଯାହା ଆମକୁ ଆଜୀବନ ଦରକାର ପଡିଥାଏ।ଆଉ ଏହି ଗିଲୟ ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢେଇବାରେ ଏହା ସାହାଯ୍ୟ କରିଥାଏ।ଏହି ଗିଲୟ ଭିତରେ ପ୍ରଚୁର ପରିମାଣରେ ଆଣ୍ଟି ଆକ୍ସିଡେଣ୍ଟ ରହିଥାଏ ତେଣୁ ଏହା ଆମ ଶରୀରରୁ ଟାକ୍ସିକ ବା ଅଳିଆ ପଦାର୍ଥକୁ ବାହାରକୁ ଫୋପାଡ଼ି ଆମର ସାହାଯ୍ୟ କରିଥାଏ।ଯଦି ଆପଣ ନିଜର ରୋଗ ପ୍ରତିରୋଧ ବଢେ଼ଇବାକୁ ଚାହୁଁଛନ୍ତିବତାହେଲେ ଆପଣ ଏହାର ପ୍ରୟୋଗ କରନ୍ତୁ।

୨.କୋଷ୍ଠକାଠିନ୍ୟ:-ଏହାର ସବୁଦିନର ପ୍ରୟୋଗ ଦ୍ୱାରା ଆପଣଙ୍କ ପେଟ ସଫା ହେବାର ଲାଗିବ ଓ ଆପଣଙ୍କ ଶରୀରରେ ଥିବା କୋଷ୍ଠକାଠିନ୍ୟ ଜିନିତ ରୋଗ ବହୁତ ସହଜରେ ଭଲ ହୋଇଯିବ।

୩.ମଧୁମେହ:-ଯଦି ଆପଣଙ୍କ ରକ୍ତରେ ଶର୍କରାର ମାତ୍ରା ଅଧିକ ରହୁଛି ତାହେଲେ ଆପଣ ଏହି ଗିଲୟର ବ୍ୟବହାର କରନ୍ତୁ।ଆଉ ଯଦି ଆପଣଙ୍କ ରକ୍ତରେ ଶର୍କରାର ମାତ୍ରା ସ୍ଥିର ରହୁଛି ବା କମ ରହୁଛି ଆପଣ ଗିଲୟର ବ୍ୟବହାର କରନ୍ତୁ ନାହିଁ ନେହେଲେ ଆପଣ ମୂର୍ଚ୍ଛିତ ହୋଇ ପାରନ୍ତି।

 

୫.ଆଖି ରୋଗ:-ଯଦି ଆପଣଙ୍କ ଆଖି ରୋଗ ଅଛି ବା ଦିନକୁ ଦିନ ଦୁର ଦୃଷ୍ଟି କମିବାରେ ଲାଗିଛି,ଏହା ସାଧାରଣତଃ ଏବେ ଛୁଆ ମାନଙ୍କ ଭିତରେ ଦେଖାଯାଉଛି।ତେଣୁ ସେମାନଙ୍କୁ ଏହି ଗିଲୟ ଖାଇବାକୁ ଦେବା ଦ୍ୱାରା ଆମ ଆଖି ସୁସ୍ଥ ରହେ।

୬.ଆଣ୍ଠୁ ଓ ଗଣ୍ଠି ରୋଗ:-ଆମ ଶରୀରରେ ଯଦି ଆଣ୍ଠୁରେ ଯନ୍ତ୍ରଣା ହେଉଛି ଗିଲୟର ଥିବା ଆଣ୍ଟି ଇନଫ୍ରାମେଟିକ ତତ୍ୱ ଆମ ଆଣ୍ଠୁ ଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ।

୭.ଯକୃତ ରୋଗ:-ଏହି କ୍ଷେତ୍ରରେ ଯଦି ଆପଣଙ୍କ ଯକୃତ ଫୁଲି ଯାଇଛି ଓ ଏହା ସଠିକ ଉପାୟରର କାର୍ଯ୍ୟ କ୍ରୁ ନାହିଁ।ଏହି ସବୁ ଅସୁବିଧାରେ ଏହି ଗିଲୟର ବ୍ୟବହାର ବହୁତ ଲାଭ ଦାୟୀ ହୋଇଥାଏ।

୮.ପାଇଲସ:-ବଵାସିର କ୍ଷେତ୍ରରେ ମଧ୍ୟ ଗିଲୟର ଆପଣ ବହୁତ ଭଲ ବ୍ୟବହାର କରି ପାରିବେ।ଆଗରୁ କୁହା ହୋଇଛି ଏହା କୋଷ୍ଠକାଠିନ୍ୟ ହେବାକୁ ଦେବନି ତେଣୁ ପାଇଲସର କୌଣସି ଅସୁବିଧା ଏଠାରେ ଦେଖାଯାଇ ନଥାଏ।

୯.ମୂତ୍ର ରୋଗରେ:-ମୂତ୍ର ନଳୀ ସଂକ୍ରମଣ ହେଉ ବା ମୂତ୍ର କୁ ନେଇ ଯେକୌଣସି ଅସୁବିଧା ହେଉ ଯେମିତି ଆପଣଙ୍କ ମୂତ୍ର ଭଲ ଭାବରେ ହେଉନାହିଁ ରହି ରହି ଆସୁଛି।ତାସହିତ ମୂତ୍ର ନଳି ବନ୍ଦ ଥିବା ଲୋକଙ୍କ ପାଇଁ ମଧ୍ୟ ଗିଲୟ ବହୁତ ଭଲ ପ୍ରାକୃତିକ ଔଷଧି ଭାବେ ବିବେଚିତ ହୋଇଅଛି।

୧୦.ଚର୍ମ କ୍ଷେତ୍ରରେ:-ସବୁ ପ୍ରକାରର ଚର୍ମ ରୋଗ କ୍ଷେତ୍ରରେ ଏହା ବହୁତ ଲାଭ ଦାଇ ହୋଇଥାଏ।ବ୍ରଣ କୁଣ୍ଡେଇ କାଣ୍ଡେଇ କୁ ନେଇ ଯେକୌଣସି ଚର୍ମ ରୋଗ ହୋଇଥାଏ ତାହେଲେ ଏହି ଗିଲୟ ଆମକୁ ଏହି ସବୁ ରୋଗରୁ ରକ୍ଷା କରି ଥାଏ।

ଏବେ ଆସନ୍ତୁ ଜାଣିବା ଏହାକୁ ସେବନ କିପରି କରିବା ?ଆପଣ ଯଦି ଏହାର ପତ୍ର ପାଉଛନ୍ତି ତାହେଲେ ଏହାକୁ ବାଟୀ ଏହାର ସେବନ କରି ପାରିବେ ନହେଲେ ଆପଣ ଏହାର ବଟିକା ଆଣି ଖାଲି ପେଟରେ ସକାଳ ଓ ସନ୍ଧ୍ୟାରେ ଗୋଟେ ଗୋଟେ ଗୁଳି ଏହାକୁ ଖାଇବା ଆଵଶ୍ୟକ।ଆପଣ ଚାହିଁଲେ ଏହାର ହୋମିଅ ପାତି ଔଷଧ ନେବେ ଓ ଏହାକୁ ଦିନରେ ଗରମ ପାଣିରେ ପକେଇ ପିବେ।ଆପଣ ୧୦ ବର୍ଷରୁ ଅଧିକ ହେଲେ ୧୯-୧୫ ବୁନ୍ଧା ନେବେ ଓ ୧୦ ବର୍ଷରୁ କମ ୫-୭ ବୁନ୍ଦା ନେବା।

Leave a Reply

Your email address will not be published. Required fields are marked *