ଏହି ୮ ଟି କାମ କଲେ ଘରକୁ ମା ଲକ୍ଷ୍ମୀ ଆସନ୍ତି ନାହିଁ – ନିଶ୍ଚୟ ଏହି କଥା ଜାଣି ରଖନ୍ତୁ..

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ।କୁହାଯାଏ କି ନାରୀ ହେଉଛି ଗୋଟେ ଘରର ଲକ୍ଷ୍ମୀ ତାଙ୍କର ଯତ୍ନ ନେବା ଓ ତାଙ୍କୁ ସନ୍ନମାନ କରିବା ଉଚିତ।ଗୋଟେ ଘରର ସୁଖ ସଂବୃଦ୍ଧି ସେ ଘରର ସ୍ତ୍ରୀ ଉପରେ ନିର୍ଭର କରିଥାଏ।ସେ ନାରୀ ଘରର ସବୁ କାମ କରିଥାଏ ଓ ସମସ୍ତଙ୍କର ଯତ୍ନ ନେଇଥାଏ।ସେ ସବୁ କାମ କରୁଥିଲେ ମଧ୍ୟ ତା ଭିତରୁ ଏମିତି କିଛି କାମ ଥାଏ ଯାହାକୁ କରିବା ଅନୁଚିତ କରିବା ଦ୍ୱାରା ଆମ ଘରେ ସୁଖ ସଂବୃଦ୍ଧି ଆସିନଥାଏ।ଆଉ ଆମ ଉପରେ ମା ଲକ୍ଷ୍ମୀ ବହୁତ ରାଗି ଯାଆନ୍ତି ଆଉ ଆମ ଘରକୁ ଆସିନଥାନ୍ତି।
ପ୍ରାଚିନ କାଳରୁ ଘରର ମା,ଝିଅ ବୋହୂ ଆଉସବୁ ନାରୀମାନଙ୍କୁ ମା ଲକ୍ଷ୍ମୀଙ୍କ ଅବତାର ବୋଲି ଆମେ ମାନିଥାଉ।ଏମିତି ମାନ୍ୟତା ଅଛିକି ଘରର ବୋହୂ,ଝିଅ ହେଉ ଯେକୌଣସି ସ୍ତ୍ରୀ ଚାହିଁଲେ ଘରକୁ ସ୍ୱର୍ଗ ବନେଇଥାଏ ବା ଚାହିଁଲେ ଘରକୁ ନର୍କ କରିଥାଏ।ଆମ ଶାସ୍ତ୍ରରେ ଘରର ବୋହୂ,ଝିଅ ମାନଙ୍କ ବିଷୟରେ ଏମିତି କୁହାଯାଇଛିକି ସେ ଏହିପରି କାର୍ଯ୍ୟକଳାପ କରିବା ଆଦୌ ଉଚିତ ନୁହେଁ ଯାହାଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ।ଆହୁରି ଏମିତି କିଛି କାମ ଥାଏ ଯାହାଦ୍ୱାରା ଘରରେ ଲକ୍ଷ୍ମୀ ପରିପୁର୍ଣ୍ଣ ହୋଇଥାଏ।
ଏବେ ଆସନ୍ତୁ ଜାଣିବା ଘରର ମହିଳା କେଉଁ ୮ ଟି କାମ କରିବା ଉଚିତ ନୁହେଁ।
୧.ପ୍ରଥମ କଥା ହେଉଛି ଘରର ମହିଳା ଝାଡୁରେ ପାଦ ଲଗେଇବା ଉଚିତ ନୁହେଁ।ଯେଉଁ ମହିଳା ଘରେ ଥିବା ଝାଡୁର ପାଦ ବାଜିଲେ ଘରର ଲକ୍ଷ୍ମୀ ସେଠାରୁ ପଳାନ୍ତି ଓ ଘରରେ ଦରିଦ୍ରତା ବୃଦ୍ଧି ପାଇଥାଏ।କୁହାଯାଏ କି ଝାଡୁର ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ।
୨.ଚୂଲି ବା ଯେକୌଣସି ଚୁଲାରେ ଅଇଁଠା ବାସନ ରଖିବା ଉଚିତ ନୁହେଁ।ବହୁତ ମହିଳାଙ୍କ ଖରାପ ଅଭ୍ୟାସ ଅଛିକି ଶୋଇଲା ବେଳେ ଘରର ଚୁଲା ଉପରେ ଅଇଁଠା ବାସନ କୁସନ ରଖିବା ଉଚିତ ନୁହେଁ।ଏମିତି କରିବା ଦ୍ୱାରା ଘରେ ଦୁଃଖ ଓ ଦରିଦ୍ରତାର କାରଣ ହୋଇଥାଏ।
୩.ଯେଉଁ ଘରର ମହିଳା ଗୋଇଠାମାରି ଘରର କବାଟ ଖୋଲିଥାନ୍ତି ବା କବାଟ ବନ୍ଦ କରିଥାନ୍ତି,ତାହେଲେ ସେ ଘରୁ ମଧ୍ୟ ମା ଲକ୍ଷ୍ମୀ ରାଗି ସେ ଘର ଛାଡି ଚାଲିଯାଆନ୍ତି।
୪.ଘରର ଦୁଆର ବନ୍ଧ ଉପରେ ବସି କେବେ ଖାଇବା ଉଚିତ ନୁହେଁ।ଯଦି କୌଣସି ଘରର ମହିଳା ଘରର ଦୁଆର ବନ୍ଧରେ ବସି ଖାଦ୍ୟ ଖାଇ ଥାଆନ୍ତି ତାହେଲେ ସେ ଘରୁ ମା ଲକ୍ଷ୍ମୀ ପଳେଇଥାନ୍ତି ଓ ଘର ବର୍ବାଦ ହୋଇଥାଏ।
୫.ରୋଷେଇ ଘରେ ଅଇଁଠା ବାସନ ପକେଇବା,ଯେଉଁ ମହିଳା ରୋଷେଇ ଘରେ ରାତିରେ ଅଇଁଠା ଵାସନ ପକେଇ ଶୋଇଥାଏ ତାହେଲେ ସେ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ।
୬.ସନ୍ଧ୍ୟା ରେ ଝାଡୁ,ଯେଉଁ ମହିଳା ସକାଳ ସମୟରେ ଝାଡୁ ନଲଗେଇ ସନ୍ଧ୍ୟା ବା ରାତିରେ ଝାଡୁ ଲଗେଇ ଥାଆନ୍ତି।ସେ ଘରୁ ମା ଲକ୍ଷ୍ମୀଙ୍କ କୃପା ହୋଇନଥାଏ ଆଉ ସେ ଘର ବର୍ବାଦର ଆଡ଼କୁ ଅଗ୍ରସର ହୋଇଥାଏ।
୭.ଡେରି ପର୍ଯ୍ୟନ୍ତ ଶୋଇବା,ଯେଉଁ ଘରର ଝିଅ କିମ୍ବା ବୋହୂ ବହୁତ ଡେରି ପର୍ଯ୍ୟନ୍ତ ଶୋଇରହିଥାନ୍ତି ସେ ଘରୁ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଉଠି ଯାଏ।
୮.ସକାଳୁ ଘରର ଅଗଣା ସଫା ନକରିବା,କୁହାଯାଏ କି ସକାଳ ପ୍ରହରରେ ଘରର ଅଗଣା ଦେଇ ଦେବା ଦେବୀ ଘରକୁ ଆସନ୍ତି ଆଉ ଘର ଉପରେ କୃପା ଦୃଷ୍ଟି ପକାନ୍ତି ସେଥିପାଇଁ ଘରର ଅଗଣା ସଫା ସୁତରା ନଥିଲେ ଘରକୁ ମା ଲକ୍ଷ୍ମୀ ଆସନ୍ତିନି କି ତାଙ୍କର କୃପା ଦୃଷ୍ଟି ପକେଇନଥାନ୍ତି।