June 26, 2025

Odia Express

Here, There and Everywhere

ବିବାହିତ ମହିଳାମାନେ ଭୁଲରେ ବି ଏହି ଜିନିଷ ସବୁକୁ ଅନ୍ୟ ସ୍ତ୍ରୀ ଲୋକଙ୍କୁ ଦେବା ଉଚିତ ନୁହେଁ..

ଆପଣ ମାନେ ସମସ୍ତେ ଜାଣିଥିବେ ହିନ୍ଦୁ ଧର୍ମରେ ଆପଣ ମାନେ ନାରୀ ମାନଙ୍କୁ ସ୍ୱୟଂ ଦେବୀ ପ୍ରତିମା ଭାବରେ ପୂଜା କରିଥାନ୍ତି।ଘରର ସୁହାଗ ସ୍ତ୍ରୀ ଲୋକ ସାକ୍ଷାତ ଦେବୀ ପ୍ରତିମା ବୋଲି ଆମେ ମାନି ଥାଉ।ଏମିତି କୁହାଯାଏ ଯେଉଁ ଘରେ ନାରୀ ମାନଙ୍କର ସନ୍ନମାନ ହୁଏ ନାହିଁ ସେ ଘରକୁ ମା ଲକ୍ଷ୍ମୀ କେବେ ଯାଇ ନଥାନ୍ତି ବା ନିଜର କୃପା ଦୃଷ୍ଟି କେବେ ପକେଇ ନଥାନ୍ତି।ଏହି ଘରେ ରହୁଥିବା ପୁରୁଷ ସବୁବେଳେ ଧନ ଅଭାବର ଶିକାର ହୋଇଥାନ୍ତି।ସେ ଯିଏ ହେଉ ମା,ଭଉଣୀ ଅଥବା ପତ୍ନୀ ହେଉ ଏମାନଙ୍କର କେବେ ଅପମାନ କରିବେ ନାହିଁ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସର୍ବୋତ୍ତମ ଉପାୟ ହେଉଛି ଘରେ ଥିବା ମହିଳା ବା ସ୍ତ୍ରୀ ମାନଙ୍କର ସନ୍ନମାନ କରିବା ଆଵଶ୍ୟକ କିନ୍ତୁ ଆମ ହିନ୍ଦୁ ଧର୍ମ ଗ୍ରନ୍ଥରେ କେତେ ଗୁଡିଏ ନିୟମ ମାନର ଉଲ୍ଲେଖ ଅଛି।ବହୁତ ସ୍ତ୍ରୀ ଏମିତି ଅଛନ୍ତି ଯାହା ନିଜର ଭୁଲ କାରଣରୁ ନିଜର ସନ୍ନମାନ ହରେଇ ବସନ୍ତି।ଯେଉଁମାନଙ୍କର କର୍ମଫଳ ପାଇଁ ଘର ବର୍ବାଦ ହୋଇଯାଇଥାଏ।ସେଥିପାଇଁ ମହିଳା ମାନଙ୍କୁ କିଛି କଥାର ଧ୍ୟାନ ରଖିବା ଅତ୍ୟନ୍ତ ଆଵଶ୍ୟକ ହୋଇଥାଏ।ଶାସ୍ତ୍ର ଅନୁସାରେ ଘରର ମହିଳା ମାନଙ୍କୁ ବେଶି ସଜେଇ ହେବା ଆଵଶ୍ୟକ ହୋଇଥାଏ।

ସେମାନଙ୍କ ଶରୀରରେ ସୁନା ଗହଣା ରହିବା ଅତି ଆଵଶ୍ୟକ ହୋଇଥାଏ।ଯେଉଁ ଘରର ମହିଳା ଶରୀରରେ ସୁନା କିମ୍ବା ଚାନ୍ଦିର କୌଣସି ଆଭୂଷଣ ନଥାଏ ସେ ଘର ଦରିଦ୍ରତାର ଶିକାର ହୋଇଥାଏ।ତାସହିତ ସୁହାଗ ମହିଳା ମାନଙ୍କ ପାଇଁ ମଧ୍ୟ ବହୁତ ନିୟମ ମାନଙ୍କର ଉଲ୍ଲେଖ ଅଛି।ଏମିତି ବହୁତ କିଛି ଜିନିଷ ଅଛି ଯାହା ଭୁଲରେ ଅନ୍ୟ ସ୍ତ୍ରୀ ମାନଙ୍କ ସହିତ ବାଣ୍ଟିବା ଉଚିତ ହୋଇନଥାଏ।ଯଦି ଆପଣ ଏହି ଜିନିଷ ତାଙ୍କୁ ବ୍ୟବହାର କରିବାକୁ ଦିଅନ୍ତି ତାହେଲେ ଏହାର ଖରାପ ପ୍ରଭାବ ଆପଣଙ୍କ ସାଂସାରିକ ଜୀବନ ଉପରେ ପଡି ପାରେ।

ପ୍ରଥମ ଜିନିଷ ହେଉଛି ମଙ୍ଗଳ ସୁତ୍ର,ବିବାହିତ ମହିଳା ମାନଙ୍କ ପାଇଁ ମଙ୍ଗଳ ସୁତ୍ରର ବହୁତ ଅଧିକ ମହତ୍ୱ ଥାଏ।କୌଣସି ମହିଳାକୁ ନିଜ ମଙ୍ଗଳ ସୁତ୍ର ନିଜ ସାଥି କିମ୍ବା ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ।ଏହା ଦ୍ୱାରା ସ୍ୱାମୀ ଜୀବନରେ ଅସୁବିଧା ଆସିଥାଏ।ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହିତ ମହିଳା ପାଇଁ ସିନ୍ଦୁରହିଁ ତାର ସବୁଠାରୁ ବଡ଼ ପରିଚୟ ଅଟେ।ସେଥିପାଇଁ ସବୁ ସୁହାଗ ସ୍ତ୍ରୀ ଲୋକଙ୍କୁ ଏହାର ସନ୍ନମାନ କରିବା ଆଵଶ୍ୟକ।

ବହୁତ ଲୋକ ସିନ୍ଦୁର ଲଗେଇବା ବେଳେ ଧ୍ୟାନ ଦିଅନ୍ତି ନାହିଁ,ଆଉ କେତେବେଳେ ବି ନିଜ ମଥା ଭରି ନିଅନ୍ତି କିନ୍ତୁ ଏହାର ସଠିକ ଉପାୟ ହେଉଛି ଗାଧେଇବା ପରେ ନିଜ ମଥାରେ ଓଢଣୀ ରଖି ସିନ୍ଦୁର ଲଗେଇବା ଉଚିତ।ବହୁତ ମହିଳା ଅନ୍ୟ ମହିଳା ମାନଙ୍କୁ ନିଜ ସିନ୍ଦୁର ନିଅନ୍ତି ଓ ସିନ୍ଦୁର ଦେଇଥାନ୍ତି ଏହା ବହୁତ ଖରାପ ହୋଇଥାଏ।ଏମିତି କରିବା ଦ୍ୱାରା ଆପଣଙ୍କ ଘରେ କଳି ଝଗଡା ହୋଇପାରେ।ବିବାହିତ ମହିଳା ମାନଙ୍କୁ ନିଜ କଜଳ ମଧ୍ୟ ଅନ୍ୟ ସହିତ ବାଣ୍ଟିବା ଉଚିତ ନୁହେଁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଏମିତି କଲେ ଆପଣଙ୍କ ସ୍ୱାମୀର ଭଲ ପାଇବା ଆପଣଙ୍କ ପ୍ରତି କମି ପାରେ।ସେମିତି ସୁହାଗ ସ୍ତ୍ରୀ ଲୋକ ନିଜ ହାତରେ ପିନ୍ଧିଥିବା ଚୁଡ଼ି ମଧ୍ୟ ଅନ୍ୟକୁ ଦେବା ଉଚିତ ନୁହେଁ।ଏମିତି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଦୁର୍ବଳ ହୋଇଥାଏ।ଶାସ୍ତ୍ର ଅନୁସାରେ ବିବାହିତ ମହିଳାଙ୍କୁ ନିଜ ମଥାର ବିନ୍ଦି ମଧ୍ୟ ଅନ୍ୟ ସ୍ତ୍ରୀ ଲୋକଙ୍କୁ ଦେବା ଉଚିତ ନୁହେଁ।ଏହା ଦ୍ୱାରା ସ୍ୱାମୀର ଜୀବନକୁ ବିପଦ ଆସି ପାରେ।ତାପରେ ଗୋଡ଼ ମୁଦି ଅନ୍ୟ କାହାକୁ ଦେବା ଦ୍ୱାରା ଅପଣଙ୍କ ସୌଭାଗ୍ୟ ପଳେଇ ପାରେ।ଏହା ଦ୍ୱାରା ଆର୍ଥିକ ସମସ୍ୟା ଆସି ପାରେ।ବିବାହରେ ବ୍ୟବହୃତ ଶାଢ଼ୀ ମଧ୍ୟ କାହାକୁ ଦେବା ଉଚିତ ନୁହେଁ କାରଣ ଏହା ଦ୍ୱାରା ନିଜ ଘରର ସଂବୃଦ୍ଧିରେ ପ୍ରଭାବ ଆସି ପାରେ।

Leave a Reply

Your email address will not be published. Required fields are marked *