ଦିନରେ ମାତ୍ର ଥରେ ନିଜ ଚୁଟିରେ ଲଗେଇ ନିଅନ୍ତୁ ଅଳ୍ପ ଦିନରେ ଚୁଟି ସମସ୍ୟା ସମ୍ପୂର୍ଣ ଦୁରେଇ ଯିବ – ନିଶ୍ଚୟ ଦେଖନ୍ତୁ ଏହି ଉପାୟ ..
1 min readସାଧାରଣତଃ ଆମ ଶରୀରରେ ଚୁଟି ଆମ ମସ୍ତିଷ୍କରେ ଶୋଭା ବଢ଼େଇ ଥାଏ ଓ ଆମର ସୁନ୍ଦରତା ବଢେ଼ଇବାରେ ସାହାଯ୍ୟ କରେ।ଆଉ ଚୁଟି ମଧ୍ୟ ଆମକୁ ଖରା,ବର୍ଷା,ସିତ ଓ କାକରରୁ ଆମକୁ ରକ୍ଷା କରିଥାଏ।କହିବାକୁ ଗଲେ ପୁଅ ପିଲାମାନଙ୍କ ଅପେକ୍ଷା ଝିଅ ପିଲାମାନେ ନିଜ ଚୁଟିର ଅଧିକ ଧ୍ୟାନ ରଖନ୍ତି।ଝିଅ ମାନେ ସବୁବେଳେ ପ୍ରୟାସ କରିଥାନ୍ତି କିପରି ସେମାନେ ନିଜ ଚୁଟିକୁ ସୁନ୍ଦର ଓ ଲମ୍ବା,ଗହଳିଆ ଆଉ ସୁଶୋଭିତ କରିପାରିବେ, ସେଥିପାଇଁ ବିଶେଷ ଧ୍ୟାନ ଦେଇ ଥାଆନ୍ତି।
ତାପରେ ଆଜିକାଲି ଲୋକମାନେ ନିଜ ଚୁଟିରେ ହେଉଥିବା ଅସୁବିଧାକୁ ନେଇ ବହୁତ ଚିନ୍ତାରେ ରହୁଛନ୍ତି।ଯେମିତିକି ସେ ସମସ୍ୟା ଗୁଡିକ ହେଲା ଚୁଟି ପାଚିବା,ଚୁଟି ଶୁସ୍କ ଦେଖାଯିବା,ଚୁଟି ଝଡ଼ିବା,ଚୁଟି ଲମ୍ବା ନହେବା।ଏହି ଭଳି ବହୁତ ସମସ୍ୟା ଚୁଟିକୁ ନେଇ ଦେଖାଯାଏ।ଏହି ସବୁ କାରଣକୁ ଦୁର କରିବା ପାଇଁ ଆମେ ଆପଣଙ୍କ ପାଇଁ ଏକ ସୁନ୍ଦର ଓ କାର୍ଯ୍ୟକାରୀ ଉପାୟ ନେଇ ଆସିଅଛୁ।ଯାହାକୁ ଆପଣ ନିତ୍ୟଦିନ ବ୍ୟବହାରରେ ମାତ୍ର ୪ ଦିନ ଭିତରେ ଆପଣଙ୍କୁ ଏହାର ସୁଫଳ ଦେଖିବାକୁ ମିଳିବ।
ଏହି ଉପାୟର ବ୍ୟବହାର ଦ୍ୱାରା ଆପଣଙ୍କ ଚୁଟି ସୁନ୍ଦର,କଳା,ଲମ୍ବା ଓ ଗହଳିଆ ହୋଇଯିବ।ଏବେ ଆସନ୍ତୁ ଜାଣିବା ଏହାକୁ ତିଆରି କରିବା ପାଇଁ ବ୍ୟବହାର ହେଉଥିବା ଜିନିଷ ଓ ଏହାକୁ ତିଆରି କରିବାର ପ୍ରଣାଳୀ ବିଷୟରେ।ଆପଣଙ୍କୁ ଏଠାରେ ଚାରୋଟି ଜିନିଷର ଦରକାର ପଡିବ:-ଯେମିତି ପ୍ରଥମ ଜିନିଷ ସେ ଯାହା ହେଉଛି ମେଥି ଦାନା।ଏହା ଆପଣଙ୍କୁ ଘରେ ବହୁତ ସହଜରେ ମିଳିଯିବ ଓ ଏଥିରେ ଥିବା ବିଭିନ୍ନ ପ୍ରକାର ପ୍ରୋଟିନ ଆମ ଚୁଟିକୁ ଲମ୍ବା ଓ ମଜବୁତ କରିବାରେ ସାହାଯ୍ୟ କରେ।
ଦ୍ୱିତୀୟ ଜିନିଷ ଯାହା ଆମକୁ ଦରକାର ସେ ହେଉଛି କଳା ଜିରା,ଏହି କଳା ଜିରା ଆପଣଙ୍କ ଚୁଟିକୁ ମୂଳରୁ କଳା କରିବାରେ ସାହାଯ୍ୟ କରେ।ଆଉ ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ଚୁଟି ବହୁତ ଟାଣ ଓ ସୁନ୍ଦର ହୋଇଥାଏ।ତୃତୀୟ ଜିନିଷ ଯାହା ଆପଣଙ୍କୁ ଦରକାର ସେ ହେଉଛି ନଡିଆ ତେଲ।ଏହା ଆପଣଙ୍କୁ ସହଜରେ ଯେକୌଣସି ଦୋକାନରେ ମିଳିଯିବ।ଚତୁର୍ଥ ଜିନିଷ ଯାହା ଆପଣଙ୍କୁ ଦରକାର ସେ ହେଉଛି ରିଠା ପାଉଡର।ଏହି ପାଉଡର ଆପଣଙ୍କୁ ଯେକୌଣସି ଔଷଧ ଦୋକାନରେ ସହଜରେ ମିଳିଯିବ।
ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବା ?ଆପଣଙ୍କୁ ଗୋଟେ ପାତ୍ର ଭିତରେ ପାଣି ନେଇ ତାକୁ ଗରମ କରିବେ ଓ ତାପରେ ସେଥିରେ ୨ ଚାମୁଚ ମେଥି ପାଉଡର ଓ ୨ ଚାମୁଚ କଳା ଜିରା ମିଶେଇବ।ତାକୁ ସବୁ ଭଲ ଭାବରେ ଫୁଟେଇ ନେବ,ତାପରେ ଛଣା ସାହାଯ୍ୟରେ ସେ ପାଣିକୁ ଛାଣି ନେବେ ଓ ତାପରେ ତାଭିତରେ ସେ ରୀଠା ପାଉଡର ଗୋଟେ ଚାମୁଚ ମିଶେଇ ନେବେ।ତାପରେ ଆମେ ସେଥିରେ ଦୁଇ ଚାମୁଚ ନଡ଼ିଆ ତେଲ ମିଶେଇ ନେବେ।ଆପଣ ସବୁ ଦିନ ଗାଧେଇବା ଆଗରୁ ନହେଲେ ଶୋଇବା ଆଗରୁ ଦିନରେ ମାତ୍ର ଥରେ ନିଜ ଚୁଟିରେ ଏହାକୁ ଲଗେଇ ପାରିବେ।ଆପଣ ଯଦି ରାତିରେ ଲଗେଇ ଶୋଉଛନ୍ତି ତାହେଲେ ତାପରଦିନ ସକାଳୁ ଉଠି ଆପଣ ଚୁଟିକୁ ସାମ୍ପୁ କରି ଭଲ ଭାବରେ ଧୋଇନେବେ ଓ ଅଳ୍ପ ଦିନରେ ଦେଖିବେ ଚୁଟି ଧଳା ହେବା,ଚୁଟି ଝଡ଼ିବା,ଚୁଟି ପାଚିବା ଭଳି ସମସ୍ୟା ଦୁର ହୋଇଯିବ।