October 17, 2024

Odia Express

Here, There and Everywhere

ଆସନ୍ତୁ ଜାଣିବା ଆମେ କିପିରି ସହଜରେ ଆଲୁମିନିୟମ ଵାସନ କୁସନକୁ ସହଜରେ ସଫା କରି ପାରିବା

1 min read

ଆମେ ସମସ୍ତେ ନିଜ ଘରେ ରୋଷେଇ କାର୍ଯ୍ୟରେ ବିଭିନ୍ନ ପ୍ରକାରର ବାସନ କୁସନ ବ୍ୟବହାର କରି ପାରିବା ସେଥି ମଧ୍ୟରୁ ଆଲୁମିନିୟମ କୁକର,କଢେ଼ଇ ଯାହାକୁ ଆମେ ସମସ୍ତେ ନିଜ ଘରେ ବ୍ୟବହାର କରୁ।ଆମେ ରୋଷେଇ କରି ସାରିବା ପରେ ଏହାକୁ ଭଲ ଭାବରେ ମାଜିଲେ ଘଷିଲେ ଏଥିରୁ କୌଣସି ପ୍ରକାରର କଳା ବାହାରି ନଥାଏ କିମ୍ବା ଏହା ପୁନର୍ବାର ନୁଆ ଭଳି ଚିକ ଚିକ କରିନଥାଏ।ତାପରେ ବହୁତ ଲୋକଙ୍କ ଘରେ ଏଭଳି କଢେଇ ଥାଏ ଯାହା ବହୁତ ଆଗରୁ ଧୁଆ ହୋଇନଥାଏ।ଆଉ ସେ ଦେଖିବାକୁ ମଧ୍ୟ ବହୁତ ଅସନା ଲାଗେ ଆଜି ଆମେ ଜାଣିବା ଏହାକୁ କିପରି ସଫା କରି ପାରିବା।

ଏବେ ଆସନ୍ତୁ ଜାଣିବା ଆମେ ଏହାକୁ ଆମେ କିପରି ସଫା କରି ପାରିବା ସେ ବିଷୟରେ ଜାଣିବା।ତାପରେ ଆମେ ଆଣିବା ଗୋଟେ କଢେଇ ନେବା ତାପରେ ତାକୁ ଗ୍ୟାସ ଉପରେ ବସେଇବା ଓ ତା ଭିତରରେ ପାଣି ଗରମ କରିବା ଓ ତା ଭିତରେ କପଡା ସଫା କରିବା ସର୍ଫ୍ ପକେଇବା।ଆପଣ ବେଶି ରେ ବେଶି ଗୋଟେ ଚାମୁଚ ସର୍ଫ୍ ପକେଇବେ ଯଦି ଆପଣଙ୍କ କଢେଇ ଅଧିକ ଅସନା ହୋଇଥିବ ଆପଣ ଅଧିକ ସର୍ଫ୍ ପକେଇ ପାରିବେ।ତାପରେ ତାକୁ ଫୁଟିଲା ପର୍ଯ୍ୟନ୍ତ ଛାଡି ଦେବେ।

ତାପରେ ସେ ଫୁଟିଲା ପର୍ଯ୍ୟନ୍ତ ଆମେ ଗ୍ୟାସ କମେଇ ନେବା।ତାପରେ ଆମକୁ ନେବାର ଅଛି ଗୋଟେ ଲେମ୍ଭୁ ତାପରେ ତାକୁ କାଟି ଅଧା କରି ନେବେ ଓ ତାର ରସ ବାହାର କରି ନେବେ।ତାପରେ ତାକୁ ଚାମୁଚ ସାହାଯ୍ୟରେ ଭଲ ଭାବରେ ଗୋଳେଇ ନେବେ।ତାପରେ ଚା ଯେମିତି ଫୁଟି ଫୁଟି ଉପରକୁ ଉଠେ ତାକୁ ସେହି ଭଳି ଫୁଟେଇବା ଓ ତାପରେ ଗ୍ୟାସକୁ କମେଇ ନେବା।ଏହି ଆଲୁମିନିୟମ କଢେଇ ସଫା କରିବା ପାଇଁ ଆପଣଙ୍କୁ କୌଣସି ବାହାର ଜିନିଷ ଦରକାର ନାହିଁ ସବୁ ଆପଣଙ୍କ ଘରେ ମିଳିଯିବ।

ଆମେ ଏଠାରେ ଲେମ୍ଭୁର ବ୍ୟବହାର କରିଛୁ ଯଦି ଆପଣଙ୍କ ପାଖରେ ଲେମ୍ବୁ ନାହିଁ ଭିନେଗାର ଅଛି ଆପଣ ତାର ବ୍ୟବହାର କରି ପାରିବେ।ତାହେଲେ ଆପଣ ଗୋଟେ ଛୋଟ ଚାମୁଚ ଭିନେଗାର ପକେଇ ପାରିବେ।ତାପରେ ଚା ଉତ୍ତୁରିଲା ଭଳି ଆପଣ ତାକୁ ଛାଡି ଦେବେ ଓ ତାପରେ ଆପଣ ଗ୍ୟାସକୁ କମେଇ ନେବେ।ଆପଣ ବେଶିରୁ ବେଶି ୪-୫ ମିନିଟ ପର୍ଯ୍ୟନ୍ତ ତାକୁ ଫୁଟିବାକୁ ଛାଡି ଦେବେ।ଆପଣ ସେହି ଭଳି ତାକୁ ୪-୫ ମିନିଟ ପାଇଁ ଭଲ ଭାବରେ ଫ୍ଲେମ କମେଇବେ ଓ ବଢ଼େଇବେ ତାକୁ ଉତ୍ତୁରିବାରୁ ରକ୍ଷା ପାଇବେ।

ଆପଣ ଲେମ୍ଭୁ ଚୁପୁଡି ସାରିଲା ପରେ ଆପଣ ସେ ଲେମ୍ଭୁ ଚୋପାକୁ ଫୋପାଡିବେ ନାହିଁ କାରଣ ଏହା ସଫା କରିବାରେ ଭଲ ଭାବରେ କାମରେ ଆସିବ।ତାପରେ ଏହା ୩-୪ ଥର ଫୁଟିଲା ପରେ ଆପଣ ତାକୁ ନେଇ ଭଲ ଭାବରେ ବନ୍ଦ କରିନେବା ଓ ଗୋଟେ ବଡ଼ କୁଣ୍ଡରେ ସେଫୁଟୁଥିବା ପାଣିକୁ ପକେଇବା।ତାପରେ ସେ ମିଶ୍ରଣକୁ ୫ ମିନିଟ ପର୍ଯ୍ୟନ୍ତ କଡା ପଛପଟକୁ ବୁଡ଼େଇ ଥଣ୍ଡା ହେବାକୁ ଛାଡି ଦେବେ।ଆପଣ ୫ ମିନିଟ ପରେ ଦେଖିବେ କଡା ଚାରି ପାଖରେ ଥିବା କଳା ବାହାରି ଆସିବ।ଆଉ ଯଦି ଆପଣଙ୍କ କଢେ଼ଇରେ ବେଶି କଳା ଲାଗିଛି ଆପଣ ଭଲ ଭାବରେ ୧୦ ମିନିଟ ପର୍ଯ୍ୟନ୍ତ ରଖି ପାରିବେ।

ତାପରେ ସର୍ଫ୍ ରେ ଗୋଟେ ଚାମୁଚ ବେକିଙ୍ଗ ସୋଢ଼ା ପକେଇବେ,ତାପରେ ତାକୁ ଚାମୁଚ ସହାୟତାରେ ଆପଣ ଭଲ ଭବାରେ ଗୋଳେଇ ନେବେ।ତାପରେ ଆପଣ ସେ ସର୍ଫ୍ ଓ ବେକିଙ୍ଗ ସୋଢ଼ା ଲଗେଇବେ ଓ ଆପଣ ଗୋଟେ ସ୍ପଞ୍ଜ ବା ତାର ଜାଲି ସାହାଯ୍ୟରେ ସେ କଢେଇକୁ ଭଲ ଭାବରେ ଘସିବାକୁ ଲାଗିବେ।ତାପରେ ତାର ଉପର ପାଖରେ ଘସି ସାରିବା ପରେ କଢେଇ ତଳ ପାର୍ଶ୍ଵକୁ ଭଲ ଭାବରେ ବାଲି କାଗଜରେ ତାର ତଳ ପାର୍ଶ୍ଵକୁ ଘସି ନେବେ।ଆପଣ ଦେଖିବେ ଏଥିରୁ କଳା ଦାଗ ଭଲ ଭବାରେ ବାହାରି ଯିବ।ଆପଣ ୫ ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ଘସି ବାହାର କରି ନେବେ।

ତାପରେ ଆପଣଙ୍କ ପାଖରେ ଥିବା ସେ ଲେମ୍ଭୁ ଚୋପାକୁ ନେବା ସେଥିରେ ସର୍ଫ୍ ଓ ବେକିଙ୍ଗ ସୋଢ଼ା ଲଗେଇବେ ଓ ତାକୁ ଭଲ ଭାବରେ ସେ କଢେଇ ସାହାଯ୍ୟରେ ଆପଣ ଘସି ଘସି ସଫା କରିନେବେ।ଆଉ ଦେଖିବେ ସେଥିରୁ କିପରି କଳା ପାଣି ବାହାରୁଛି।ତାପରେ ଆପଣ ଭିତର ବାହାର ସବୁ ପାଖରେ ଭଲ ଭାବରେ ଆପଣ ସେ ଲେମ୍ଭୁ ଦ୍ୱାରା ଘସି ନେବେ ଓ ଦେଖିବେ ସମ୍ପୂର୍ଣ୍ଣ ନୂଆ ଭଳି ଏହା ଚିକ ଚିକ କରିବ।ତାପରେ ହ୍ୟାଣ୍ଡେଲ ପାଖରେ ଲାଗିଥିବା କଳାକୁ ଆପଣ ଗ୍ୟାସ ସହାୟତାରେ ଗରମ କରି ଆପଣ ଚାମୁଚ ସହାୟତାରେ ଘସି କଳା ଛଡେ଼ଇ ପାରିବେ।

Leave a Reply

Your email address will not be published. Required fields are marked *