June 23, 2025

Odia Express

Here, There and Everywhere

ଅସନା କଳା ଓ ଯଦିଆ କଢେଇକୁ କିପରି ସଫା କରିବା ? ଘରେ ଦେଖିଲେ ସମସ୍ତେ ଆପଣଙ୍କ ପ୍ରଶଂସା କରିବେ..

ଆମେ ନିଜ ଘରେ ରୋଷେଇ କାର୍ଯ୍ୟରେ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରି ଥାଉ ସେଥି ମଧ୍ୟରୁ ଆଲୁମିନିୟମ କଢେ଼ଇ ମୁଖ୍ୟ ହୋଇଥାଏ।ଯାହାକୁ ଆମେ ସମସ୍ତେ ନିଜ ଘରେ ବ୍ୟବହାର କରୁ।ଆମ ରୋଷଇରେ ବ୍ୟବହାର ହୋଇ ହୋଇ କଳା ହୋଇଯାଇ ଥାଏ। ପୁନର୍ବାର ନୁଆ ଭଳି ଚିକ ଚିକ କରିବା କଷ୍ଟକର ହୋଇଥାଏ।ତାପରେ ବହୁତ ଲୋକଙ୍କ ଘରେ କଢେଇ ସଫା ହେଲା ପରେବି ଏଥିରେ ତେଲ ଦାଗ ରହିଥାଏ।ଆଉ ସେ ଦେଖିବାକୁ ମଧ୍ୟ ବହୁତ ଅସନା ଲାଗେ ଆଜି ଆମେ ଜାଣିବା ଏହାକୁ କିପରି ସଫା କରି ପାରିବା।

ଏବେ ଆସନ୍ତୁ ଜାଣିବା ଏହାକୁ ଆମେ କିପରି ସଫା କରି ପାରିବା।ତାପରେ ଆମେ ସେ କଢେଇ ନେବା ତାପରେ ତାକୁ ଗ୍ୟାସ ଉପରେ ବସେଇବା ଓ ତା ଭିତରରେ ପାଣି ଗରମ କରିବା ଓ ତା ଭିତରେ କପଡା ସଫା କରିବା ସର୍ଫ୍ ପକେଇବା।ଆପଣ ବେଶି ରେ ବେଶି ଦୁଇ ଚାମୁଚ ସର୍ଫ୍ ପକେଇବା ତାପରେ ଗୋଟେ ଚାମୁଚ ଲୁଣ ପକାଇବା।ତାପରେ ଆମକୁ ନେବାର ଅଛି ଗୋଟେ ଲେମ୍ଭୁ ତାପରେ ତାକୁ କାଟି ଅଧା କରି ନେବେ ଓ ତାର ରସ ବାହାର କରି ଚୋପା ସହ ଦୁଇ ଫାଳ ପକେଇବା।ତାପରେ ତାକୁ ଚାମୁଚ ସାହାଯ୍ୟରେ ଭଲ ଭାବରେ ଗୋଳେଇ ନେବେ।

ତାପରେ ଚା ଯେମିତି ଫୁଟି ଫୁଟି ଉପରକୁ ଉଠେ ତାକୁ ସେହି ଭଳି ଫୁଟେଇବା ଓ ତାପରେ ଗ୍ୟାସକୁ କମେଇ ନେବା।ତାପରେ ଚା ଉତ୍ତୁରିଲା ଭଳି ଆପଣ ତାକୁ ଛାଡି ଦେବେ ଓ ତାପରେ ଆପଣ ଗ୍ୟାସକୁ କମେଇ ନେବେ।ଆପଣ ବେଶିରୁ ବେଶି ୫ ମିନିଟ ପର୍ଯ୍ୟନ୍ତ ତାକୁ ଫୁଟିବାକୁ ଛାଡି ଦେବେ।ଆପଣ ସେହି ଭଳି ତାକୁ ୫ ମିନିଟ ପାଇଁ ଭଲ ଭାବରେ ଫ୍ଲେମ କମେଇବେ ଓ ବଢ଼େଇବେ ତାକୁ ଉତ୍ତୁରିବାରୁ ରକ୍ଷା ପାଇବେ।ତାପରେ ୫ ମିନିଟ ଗଲା ପରେ ଆପଣ ଗ୍ୟାସକୁ ବନ୍ଦ କରି ନେବେ।

ଗୋଟେ ବଡ଼ କୁଣ୍ଡରେ ସେଫୁଟୁଥିବା ପାଣିକୁ ପକେଇବା।ତାପରେ ସେ ମିଶ୍ରଣ ଭିତରେ ୩୦ ମିନିଟ ପର୍ଯ୍ୟନ୍ତ କଡା ପଛପଟକୁ ବୁଡ଼େଇ ଥଣ୍ଡା ହେବାକୁ ଛାଡି ଦେବେ।ଆପଣ ୩୦ ମିନିଟ ପରେ କଢ଼ାକୁ ବାହାରକୁ ନେଇ ଆସିବେ।

ତାପରେ ଲୁଣ, ଓ ସେ ପ୍ରସ୍ତୁତ ହୋଇଥିବା ମିଶ୍ରଣ ନେବେ।ତାପରେ ଆପଣ ଲୁଣ ଓ ସର୍ଫ୍ ସେ ମିଶ୍ରଣ ଲଗେଇ ଆପଣ ଗୋଟେ ସ୍ପଞ୍ଜ ବା ତାର ଜାଲି ସାହାଯ୍ୟରେ ସେ କଢେଇକୁ ଭଲ ଭାବରେ ଘସିବାକୁ ଲାଗିବେ ତାଭିତରେ ଆପଣ ଲୁଣ ଓ ସର୍ଫ୍ ପକଉଥିବେ।ତାପରେ ତାର ଉପର ପାଖରେ ଘସି ସାରିବା ପରେ କଢେଇ ତଳ ପାର୍ଶ୍ଵକୁ ଭଲ ଭାବରେ ବାଲି କାଗଜରେ ତାର ତଳ ପାର୍ଶ୍ଵକୁ ଘସି ନେବେ ଓ ଘସିଲା ବେଳେ ମଝିରେ ମଝିରେ ସର୍ଫର ବ୍ୟବହାର କରିବେ।ଆପଣ ଦେଖିବେ ଏଥିରୁ କଳା ଦାଗ ଭଲ ଭବାରେ ବାହାରି ଯିବ।ଆପଣ ସେ ପର୍ଯ୍ୟନ୍ତ ଘଷିବେ ଯେ ପର୍ଯ୍ୟନ୍ତ ସବୁ କଳା ବାହାରି ନଯାଇଛି।

ତାପରେ ଆପଣଙ୍କ ପାଖରେ ଥିବା ଲୁଣ ଓ ସର୍ଫ୍ ସାହାଯ୍ୟରେ ଆପଣ ସେ କଢେଇର ଭିତର ପାଖକୁ ମଧ୍ୟ ସେ ଭଳି ସଫା କରିବାକୁ ଲାଗିବେ।ଆଉ ଦେଖିବେ ସେଥିରୁ କିପରି କଳା ପାଣି ବାହାରୁଛି।ତାପରେ ଆପଣ ଭିତର ବାହାର ସବୁ ପାଖରେ ଭଲ ଭାବରେ ଆପଣ ଘସି ନେବେ ଓ ଦେଖିବେ ସମ୍ପୂର୍ଣ୍ଣ ନୂଆ ଭଳି ଏହା ଚିକ ଚିକ କରିବ।ଆପଣ ଘସି ସଫା ପାଣିରେ ଧୋଇ ସାରିବା ପରେ ଆପଣ ପୂର୍ବ ଓ ବର୍ତ୍ତମାନ ଭିତରେ ଫରକ ଦେଖି ପାରିବେ।

Leave a Reply

Your email address will not be published. Required fields are marked *