November 22, 2024

Odia Express

Here, There and Everywhere

କାଉ ଦ୍ୱାରା କୁହାଯାଉଥିବା କେତେକ ଶୁଭ ସଙ୍କେତ – ସମସ୍ତେ ନିଶ୍ଚୟ ଜାଣିରଖନ୍ତୁ..

କାଉ ଦ୍ୱାରା କୁହାଯାଇଥିବା ୧୪ ଟି ଶୁଭ ସଙ୍କେତ ଯାହାଉପରେ ସମ୍ପୂର୍ଣ୍ଣ ସମାଜ ଆଖି ବନ୍ଦ କରି ବିଶ୍ୱାସ କରିଥାଏ।କାଉ ଗୋଟେ ଏମିତି ପ୍ରାଣୀ ହୋଇଥାଏ ଯାହାକୁ କୌଣସି ଘଟଣା ଭଲ ହେଉ ଅବା ଖରାପ ତାକୁ ଆଗରୁହିଁ ଜଣା ପଡିଯାଇଥାଏ।ଆମ ବେଦ ପୁରାଣରରେ ମଧ୍ୟ କାଉ ସହିତ ଜଡିତ ଶୁଭ ଅଶୁଭ ସବୁ ପ୍ରକାର କଥା ଏଠାରେ ଉଲ୍ଲେଖ କରାଯାଇ ଅଛି।ଶକୁନ ଶାସ୍ତ୍ରରେ ମଧ୍ୟ କାଉକୁ ନେଇ ଭଲ ଓ ଖରାପ କଥା ଏଠାରେ ବର୍ଣ୍ଣନା କରାଯାଇଅଛି।ଆଜି ଆମେ ଏଠାରେ ଆପଣଙ୍କୁ ସେ ବିଷୟରେ କିଛି ଜ୍ଞାନ ଦେବୁ।

ଯାତ୍ରା ସମୟରେ କାଉ କୌଣସି ଵାସନ ଭିତରେ ମୁହଁ ବୁଡେଇ ପାଣି ପିଉଥିବାର ଦେଖାଯାଏତ ଏହା ଧନ ଲାଭର ସଙ୍କେତ ହୋଇଥାଏ ଓ ଆପଣଙ୍କ ଯାତ୍ରା ନିଶ୍ଚିନ୍ତ ଭାବାରେ ସଫଳ ହେଇଥାଏ।ରାସ୍ତାରେ ଯଦି କୌଣସି କାଉ ତା ନିଜ ମୁହଁରେ ରୁଟି କିମ୍ବା ମାଂସ ଖଣ୍ଡ ଧରିଥିବାର ଦେଖାଯାଏତ ଏହା ଆପଣଙ୍କ କୌଣସି ବଡ଼ ଇଚ୍ଛା ପୁର୍ଣ୍ଣ ହେବାର ସଙ୍କେତ ହୋଇଥାଏ।ଯଦି ସକାଳୁ ସକାଳୁ ଆପଣ ନିଦରୁ ଉଠିବା ପରେ କୌଣସି କାଉ ଆସି ଆପଣଙ୍କୁ ନିଜ ପାଦ ଦ୍ୱାରା ଛୁଇଁ ଦେଇ ଯାଏତ ଏହା ଆପଣଙ୍କ ଉନ୍ନତି ଓ ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ।

ଏମିତି ପ୍ରଥା ଅଛି ଯଦି କାଉ ମାଟି ଖୋଳୁଥିବାର ଦେଖାଯାଏତ ବହୁତ ବଡ଼ ଓ ଅବିଶ୍ଵସନୀୟ ଲାଭର ପ୍ରାପ୍ତି ହୋଇପାରେ।ରାସ୍ତାରେ ଯିବା ସମୟରେ କାଉ ଯଦି କୌଣସି ତୋରଣ ଉପରେ ବସିଥିବାର ଦେଖାଯାଏ ତ ଆପଣଙ୍କ ମଣିବାଞ୍ଚିତ ବା ଆପଣଙ୍କ ଇଚ୍ଛା ଅନୁସାରେ ଆପଣଙ୍କୁ ଫଳ ମିଳିଥାଏ।ସକାଳ ଭୋରୁ ବା ସୂର୍ଯ୍ୟୋଦୟ ସମୟରେ ଯଦି ଆପଣଙ୍କ ଘର ଆଗରେ ବା ସାମ୍ନାରେ କାଉ ଚୋବେଇ ଥାଏ ଏହା ଆପଣଙ୍କ ପ୍ରତିଷ୍ଠା ଓ ସଂବୃଦ୍ଧିର ସୁଚକ ହୋଇଥାଏ।

ଯଦି କୌଣସିବି କାଉକୁ ନିଜ ଥଣ୍ଟରେ କୌଣସି ବସ୍ତୁର ଗୋଟେ ଖଣ୍ଡକୁ ଧରି ଯାଉଥାଏ ଓ ତାହେଲେ ଆପଣ ଯଦି ତାକୁ ଦେଖନ୍ତି ତାହେଲେ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି।ଆପଣ ଘରୁ ବହାରି କୌଣସି ସ୍ଥାନକୁ ଯାତ୍ରାକରୁଥିବା ସମୟରେ ଯଦି କୌଣସି କାଉ ମଧୁର ବାଣୀ କହୁଥିବା ବେଳେ ଆପଣଙ୍କ ଡ଼ାହାଣ ପଟୁ ବାହାରି ଯାଏ ଓ ସେହି ଦିଗରେ ଉଡି ଚାଲିଯାଏ ତାହେଲେ ଆପଣ ଯାଉଅଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ଭବାରେ ସଫଳ ହୋଇଥାଏ।

ଠିକ ଦିନର ଖରାବେଳେ ବା ଦ୍ବିପ୍ରହର ପୂର୍ବରୁ ବା ଉତ୍ତର ଦିଗ ଆଡୁ କୌଣସି କାଉ ଯଦି କୌଣସି ଗଛ ଉପରେ ବସି ବୋଵଉଥିବା ବେଳେ ଆପଣ ତାର ସ୍ୱର ଶୁଣନ୍ତି,ତ ଏହା ଦ୍ୱାରା ଆପଣଙ୍କୁ ସ୍ତ୍ରୀ ସୁଖର ସଙ୍କେତ ପ୍ରାପ୍ତ ହୋଇଥାଏ।ଯଦି କୌଣଇସି ସ୍ତ୍ରୀ ଲୋକ ମୁଣ୍ଡରେ ପାଣିର ମାଠିଆ ଥାଉ ଓ ତାଉପରେ କାଉ ଆସି ବସିଯାଏ।ତାହେଲେ ଏହା ସେ ସ୍ତ୍ରୀ ପାଇଁ ଶୁଭ ସଙ୍କେତ ହୋଇଥାଏ।

ଯଦି କୌଣସି କାଉ ମୁହଁରେ ବାଲି,ଫଳ,ଫୁଲ,ମାଟି ଭର୍ତ୍ତିକରି ନିଜ ମୁହଁରେ ନେଇ ଆସିଥାଏ।ତାହେଲେ ଏହା ଏକ ଅକସ୍ମାତ ହେଉଥିବା ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ।ବୈଶାଖ ମାସରେ ଯେତେବେଳେ କାଉ ନିଜେ ସବୁଜ ବୃକ୍ଷ ଉପରେ ବସା ତିଆରି କରିଥାଏ ତ ଏହା ଦ୍ୱାରା ବର୍ଷା ହେବାର ସଙ୍କେତ ଆସିଥାଏ।ରାସ୍ତାରେ ଯଦି ଆପଣ ପରସ୍ପର କାଉଙ୍କୁ ନିଜ ନିଜ ମୁହଁରେ ଖାଦ୍ୟ ଦେବାର ଦେଖାଯାନ୍ତି ଏହା ବହୁତ ବଡ଼ ଶୁଭ ସଙ୍କେତ ହୋଇଥାଏ।ଆପଣ ସକାଳୁ ଶୋଇକି ଉଠିବା ପରେ ଯଦି କାଉ ଆସେ ଓ ବାରମ୍ବାର ବୋବେଇ ଥାଏ ତାହେଲେ କୌଣସି ଅତିଥି ଆଗମନର ସଙ୍କେତ ହୋଇଥାଏ।

Leave a Reply

Your email address will not be published. Required fields are marked *