June 26, 2025

Odia Express

Here, There and Everywhere

ମାତ୍ର ୩ ମିନିଟରେ ଘରେ ଥିବା କ୍ଷୀର ଦ୍ୱାରା କେକ ସଜାହେଉଥିବା କ୍ରିମ ବନେଇ ପାରିବେ..

1 min read

ଆଜି ଆମେ ଜାଣିବା ଆମେ କିପରି କ୍ଷୀର ସାହାଯ୍ୟରେ କେକକୁ ସୁନ୍ଦର ଭାବରେ ସଜା ହେଉଥିବା କ୍ରିମ କିପରି ତିଆରି କରି ପାରିବା।ଆପଣ କ୍ଷୀର ଛଡା ଲହୁଣୀ ଓ ଆଇସକ୍ରିମ ଦ୍ୱାରା ମଧ୍ୟ କେକ ସଜେଇବା କ୍ରିମ ବନେଇ ପାରିବେ।ଆପଣ କ୍ଷୀରରୁ କ୍ରିମ ବନେଇବାକୁ ହେଲେ ଆପଣଙ୍କୁ ଦରକାର ତାଜା ଓ ସତେଜ କ୍ଷୀରର ସର।ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀରକୁ ଫୁଟେଇ ନେବେ ଓ ତାକୁ ରାତି ସାରା ଶୀତଳିକରଣ ଭଣ୍ଡାର ବା ଫ୍ରିଜରେ ରାତିସାରା ରଖି ଦେବେ। ତାପରେ ଆପଣ ସକାଳୁ ଉଠି ଦେଖିବେ ସେ କ୍ଷୀର ଉପରେ ମୋଟା ସର ବସିଛି।ତାପରେ ଆପଣଙ୍କୁ କ୍ରିମ ବନେଇବାର ଯେମିତି ଅସୁବିଧା ନହେବେ ସେଥିପାଇଁ ଆପଣ ଗୋଟେ ଗିନାକୁ ଫ୍ରିଜରେ ରଖି ଦେବେ। ତାପରେ ତାକୁ ଆଣିବେ ତାପରେ ଗୋଟେ ଛଣା ରଖି ନେବେ,ତାପରେ କ୍ଷୀର ଉପରେ ବସିଥିବା ସରକୁ ଆଣି ଛଣା ଉପରେ ରଖି ଦେବେ ଓ ତାକୁ କିଛି ସମୟ ଛାଡି ଦେବେ ଯେପରି ସେଥିରୁ ପତଳା କ୍ରିମ ବୋହିଯିବ।

ତାପରେ ଗୋଟେ ଚାମୁଚ ନେବେ ଓ ତାକୁ ସେ କ୍ଷୀରର ସର ଉପରେ ହାଲ୍କା ହାଲ୍କା ଭାବରେ ବୁଲେଇ ବାକୁ ଲାଗିବେ ଓ ତାପରେ ଆପଣ ଦେଖିବେ ଗାଢ଼ା ଭାଗ ତାଉପରେ ବସିଯିବ ଓ ପତଳା ଭାଗ ସେ ଛଣା ଦେଇ ଗିନାରେ ପଡିବ।ତାପରେ ସେ ଗାଢ଼ା ମଲେଇକୁ ନେଇ ରଖି ଦେବେ ଓ ତାକୁ ଘିଅ ପାଇଁ ବ୍ୟବହାର କରିବେ।ତଳେ ଆପଣ ଗିନାରେ ଦେଖିବେ ଆପଣଙ୍କୁ କ୍ରିମ ତିଆରି କରିବା ପାଇଁ ଉପାଦାନ ମିଳିଯିବ।

ଆମେ ଏଠି ଗୋଟେ ଥଣ୍ଡା ଗିନା ନେବା ନହେଲେ ଗୋଟେ ବଡ଼ ଗିନା ନେବା ସେଥିରେ ବରଫ ରଖିବା ତାଉପରେ ସେ କ୍ରିମ ଥିବା ଗିନାକୁ ରଖିବା।ତାପରେ ଆମେ ଫେଣ୍ଟିବା ପାଇଁ ଏହାକୁ ଗୋଟେ ପ୍ରକାରର ମେସିନ ର ବ୍ୟବହାର କରିବା ଓ ତାକୁ ୧-୨ ମିନିଟ ପର୍ଯ୍ୟନ୍ତ ସେଭଳି ଆମେ ଗୋଳେଇ ବାକୁ ଲାଗିବା ଓ ତାପରେ ଦେଖିବା ସେ ଗିନାରେ ଥିବା ପଦାର୍ଥର ମାତ୍ରା ବଢିବାକୁ ଲାଗିବ ଓ ତାପଟେ ଏହା ଧୀରେ ଧୀରେ ଗାଢ଼ା ହେବାକୁ ଲାଗିବ।

ଆପଣ ଦେଖିବେ ସେ ଯେତେବେଳେ ଗାଢ଼ା ହେବାକୁ ଲାଗିବ ଆପଣ ସେଥିରେ ଚିନିକୁ ଭଲ ଭାବରେ ଗୁଣ୍ଡକରି ସେ କ୍ରିମ ଭିତରେ ପକେଇ ବାକୁ ଲାଗିବେ।ଆପଣ ସେଥିରେ ଗୋଟେ ଚାମୁଚ ଚିନି ପାଉଡର ପକେଇବା ଓ ତାପରେ ମେସିନ ସାହାଯ୍ୟରେ ପୁଣି ଫେଣ୍ଟିବାକୁ ଲାଗିବା।ଆପଣ ଚିନି ଗୁଣ୍ଡ ପକେଇ ସାରିବା ପରେ ଦେଖିବେ ଏହା ସମ୍ପୂର୍ଣ୍ଣ ଭାବରେ ଗାଢ଼ା ହୋଇଯିବ ଆପଣ ସେଇଠାରେ ରହିଯିବେ ନହେଲେ ତାଠାରୁ ଅଧିକ ବୁଲେଇଲେ ସେଥିରୁ ଲହୁଣୀ ବାହାରି ପଡିବ।

ଆପଣ ଚାହୁଁଛନ୍ତି ଏହି ଭଳି ରଖି ନିଜ କେକ ଉପରେ ସଜେଇ ପାରିବେ ନହେଲେ ଆପଣ ସେଥିରେ ଚକଲେଟ ସିରଫ ବା ପାଉଡର,ଷ୍ଟ୍ରବେରୀ ପାଉଡର ପକେଇ ସଜେଇ ପାରିବେ।କ୍ରିମ ବନେଇବା ପାଇଁ ଆମେ ଜାଣିବା କିଛି ଗୁରୁତ୍ୱ ପୁର୍ଣ୍ଣ ତଥ୍ୟ।୧.ଆପଣଙ୍କ ପାଖରେ ଯଦି ଫେଣ୍ଟିବା ଜନ୍ତ୍ର ନାହିଁ ଆପଣ ଚାମୁଚ ସାହାଯ୍ୟରେ ଫେଣ୍ଟି ବନେଇ ପାରିବେ କିନ୍ତୁ ସମୟ ଅଧିକ ଲାଗିବ।୨.ଆପଣ କ୍ରିମ ବନେଇବା ପାଇଁ କେବଳ ତାଜା ଓ ସତେଜ କ୍ଷୀର ନେବେ।୩.ଆପଣ ଏହାକୁ ମାତ୍ର ଅଳ୍ପ ଫେଣ୍ଟିବେ ନହେଲେ ଏଥିରୁ ଲହୁଣୀ ବାହାରି ପଡିବ।

୪.ଭଲ ସର ବହାରକରିବା ପାଇଁ ଆପଣ ଗାଢ଼ା କ୍ଷୀର ନେବା ଆଵଶ୍ୟକ ଯେଉଁ କାରଣରୁ ସେଥିରୁ ଭଲ ସର ବାହାରିବ ଓ ଭଲ କ୍ରିମ ବାହାରିବ।୫.ଆପଣ ଯେତେବେଳେ ସରକୁ ଚାମୁଚ ସାହାଯ୍ୟରେ ଗୋଳେଇବେ ସେତେବେଳେ ଆପଣ ଧୀରେ ଧୀରେ ଚାମୁଚକୁ ଚଲେଇବେ ଜୋରେ ଜୋରେ ଚଲେଇବେ ନାହିଁ।ଆପଣ ଯେତେବେକେ ଜୋରେ ଜୋରେ ଚଲେଇ ବେ ଆପଣଙ୍କ ସର ସବୁ ଆସିଯିବ ଓ ଆପଣ ଭଲ କ୍ରିମ ପାଇବେ ନାହିଁ।ଏହି ଉପାୟରେ ଆପଣ ମାତ୍ର ୩ ମିନିଟରେ ଭଲ କ୍ରିମ ପାଇ ପାରିବେ।

Leave a Reply

Your email address will not be published. Required fields are marked *