June 22, 2025

Odia Express

Here, There and Everywhere

ପୂଜା କରୁଥିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସୁଛି ତ ଏହାର ଅର୍ଥ କଣ ଅଟେ,ଜାଣନ୍ତୁ ଏହି ଆର୍ଟିକିଲ ସାହାଯ୍ୟ ରେ

ଯଦି ଆପଣଙ୍କ ଆଖିରେ ପୂଜା କରୁଥିବା ସମୟରେ ଲୁହ ଆସୁଛି ତ ଏହି ଆର୍ଟିକିଲ ଆପଣଙ୍କ ପାଇଁ ଅଟେ। ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ କି ଯଦି ଆପଣଙ୍କ ଆଖି ରେ ପୂଜା କରୁଥିବା ସମୟରେ ଲୁହ ଆସୁଛି ତ ଆପଣଙ୍କ ଉପରେ କେଉଁ ଦୈବୀ ଶକ୍ତି କାମ କରୁଛି ଯାହା କି ଆପଣଙ୍କୁ ଏତେ ପ୍ରଭାବିତ କରୁଛି।ଶାସ୍ତ୍ର ମାନଙ୍କ ଅନୁସାରେ ଆମର ଏହି ସମ୍ପୂର୍ଣ ବ୍ରହ୍ମାଣ୍ଡ ପୁରା ଖାଲି ଥିଲା। ଠିକ ସେହି ସମୟରେ ଏହି ବ୍ରହ୍ମାଣ୍ଡ ର ମଝିରେ ଏକ ବିଶାଳ ଶିବ ଲିଙ୍ଗ ପ୍ରକଟ ହେଲା ଯାହା ଦ୍ୱାରା କି ସାରା ବ୍ରହ୍ମାଣ୍ଡ ଶକ୍ତି ରେ ଭରିଗଲା। ତା ପରେ ଏହି ବ୍ରହ୍ମାଣ୍ଡ ରେ ପଦାର୍ଥ ମାନଙ୍କର ସୃଷ୍ଟି ହେଲା ଯେପରି କି ଜଳ , ବାୟୁ, ମାଟି ଇତ୍ୟାଦି ର।

ସେଥିପାଇଁ ଏହା କୁହାଯାଏ କି ବ୍ରହ୍ମାଣ୍ଡ ରେ ସେହି ସମସ୍ତ ଜିନିଷ ମାନଙ୍କ ଭିତରେ ଭଗବାନ ଭୋଳା ଶଙ୍କର ଙ୍କର ବାସ ଅଛି ଯାହା କି ଆମ ବଂଚିବା ଉପରେ ନିର୍ଭର କରିଥାଏ।ଈଶ୍ୱର ହି ସର୍ବବ୍ୟାପୀ ଅଟନ୍ତି ତେଣୁ ଆପଣ ଯେତେବେଳେ ବି ଧ୍ୟାନ କରିବାକୁ ବସିଯାନ୍ତି ତ ଆପଣଙ୍କ ଭିତରେ ଈଶ୍ୱର ଙ୍କର ବାସ ରହେ ଏବଂ ଏହା ଆପଣଙ୍କୁ ଧ୍ୟାନ କରାଏ।

ସର୍ବବ୍ୟାପୀ ସର୍ବାତ୍ମା ସମସ୍ତ ଜୀଵ ଜନ୍ତୁ ଙ୍କର ଆତ୍ମା ସହ ଯୋଡ଼ା ଅଛି। ତେଣୁ ଆମେ ଯେତେବେଳେ ବି ପୂଜା ପାଠ କରୁ ତ ଆମର ଆଖ ପାଖର ବାତାବରଣ ସକାରାତ୍ମକ ଶକ୍ତି ରେ ଭରିଯାଏ। ତେଣୁ ଆମକୁ ପ୍ରସନ୍ନତା ଅନୁଭବ ହୁଏ। ଏହି ସକାରାତ୍ମକ ଶକ୍ତି ଆମକୁ ବହୁତ କାମ ଭଲ ଭାବେ କରିବାକୁ ଶକ୍ତି ପ୍ରଦାନ କରେ।

ବହୁତ ସମୟରେ ଅନେକ ବିଦ୍ୟାର୍ଥୀ ପଢ଼ୁଥିବା ସନୟରେ ମାତା ସରସ୍ୱତୀ ଙ୍କର ଧ୍ୟାନ କରନ୍ତି ଯାହାଦ୍ୱାରା କି ତାଙ୍କ ଆଖି ରେ ଲୁହ ଆସିଯାଏ ଆଉ ଏହା କେବଳ ସେହି ଜିନିଷ ର ଚିହ୍ନ କି ମାତା ସରସ୍ୱତୀ ଙ୍କର କୃପା ସେହି ବିଦ୍ୟାର୍ଥୀ ଙ୍କ ଉପରେ ବନୁଛି।
ଏହା ସହିତ ଆମର ଦୈନନ୍ଦିନ ଜୀବନ ରେ ଆମେ ନଜର କରିଥିବା କି ଯଦି ଆମେ ଈଶ୍ୱର ଙ୍କର କିଛି ମହିମା ଅଥବା କଥା ଶୁଣୁ ତ ଆମ ଆଖିରେ ଆପେ ଆପେ ଲୁହ ଆସିଯାଏ ଆଉ ଆମର ଲୋମ ଛିଡା ହେଇଯାଏ।

ଈଶ୍ୱର ଙ୍କର ସେହି ଅନନ୍ତ ଶକ୍ତି କୁ ଆପଣ ଅନୁଭବ କରିବା ଦ୍ୱାରା ହି ଆପଣଙ୍କ ଦେହ ର ଏପ୍ରକାର ଅବସ୍ଥା ହେଇଯାଏ। ତ ଏହା ଈଶ୍ୱର ଙ୍କର ମହିମା ହି ଥାଏ ଯାହା ଆମ ଆଖିରେ ଲୁହ ଆଣିଥାଏ। ତ ଏହା ଈଶ୍ୱର ଙ୍କର ଏକ ସର୍ବବ୍ୟାପୀ ସଂକେତ ହି ହେଇଥାଏ ଯାହା କି ଆମକୁ ତାଙ୍କର ସେହି ଅଲୌକିକ ଶକ୍ତି ରେ ପଶି ଯିବାକୁ ନିର୍ଦ୍ଦେଶ ଦେଇ ଥାଏ। ଏହି ସମସ୍ତ ସଂକେତ ଆପଣଙ୍କୁ ଈଶ୍ୱର ଙ୍କର ସନ୍ତାନ କରିଥାଏ।

Leave a Reply

Your email address will not be published. Required fields are marked *