March 11, 2025

Odia Express

Here, There and Everywhere

ସ୍ଵର୍ଗ ଅଟେ ଭାରତର ଏହି ୫ ସୁନ୍ଦର ଗ୍ରାମ, ଦ୍ଵିତୀୟ ନମ୍ବର ବାଲା ଗ୍ରାମକୁ ଯିବା ଅଟେ ସମସ୍ତଙ୍କର ଆଶା – ଏବେ ଦେଖିନିୟନ୍ତୁ…

1 min read

ଗ୍ରାମର ନାମ ଶୁଣିବା ମାତ୍ରେ ହିଁ ଘରର ବଡ ବୟସ୍କ ନିଜର ପୁରାତନ ସମୟକୁ ଚାଲି ଯାଆନ୍ତି ଯେବେ ତାଙ୍କର ଶୈଶବ ଗ୍ରାମର କୌଣସି ଗଳିରେ କଟିଥିଲା । ଭାରତର ଆତ୍ମା ତ ସଠିକ ଅର୍ଥରେ ଗ୍ରାମରେ ହିଁ ରହିଥାଏ । ଯେଉଁଠାରେ ନିଜର ଏକ ସୁନ୍ଦରତା, ନିଜର କାର୍ଯ୍ୟଶୈଳୀ, ନିଜର ପ୍ରାଚୀନ ସଂସ୍କୃତି ଏବଂ ସଭ୍ୟତା ରହିଥାଏ। ଗ୍ରାମୀଣ କ୍ଷେତ୍ରର ଭୂମିରେ ଆପଣଙ୍କୁ ଶୁଦ୍ଧତା ଏବଂ ତାହାର ଭୁରୁଭୁରୁ ବାସ୍ନା ଆମକୁ ମନ୍ତ୍ରମୁଗ୍ଧ କରିଦିଏ। ଏମାନଙ୍କର ସୌନ୍ଦର୍ଜ୍ୟ ଏତେ ଅଦ୍ଭୁତ ଅଟେ ଯେ ଏମାନଙ୍କର ସୌନ୍ଦର୍ଜ୍ୟ ଉପଭୋଗ କରିବା ସମସ୍ତଙ୍କର ସ୍ଵପ୍ନ ହୋଇଥାଏ କିନ୍ତୁ ଆଜିର ବ୍ୟସ୍ତ ଜୀବନରେ କିଏ କେଉଁଠି ଗ୍ରାମର ଶୁଦ୍ଧ ବାତାବରଣରେ ରହିପାରେ ଏବଂ ନା ହିଁ ସେହି ସ୍ଥାନକୁ ଇଚ୍ଛା କରି ମଧ୍ୟ ଯାଇପାରେ। ସ୍ଵର୍ଗ ଅଟେ ଭାରତର ଏହି 5 ସୁନ୍ଦର ଗ୍ରାମ, ଏହି ଗ୍ରାମ ମାନଙ୍କର ସୁନ୍ଦରତା ଦେଖନ୍ତୁ ଏବଂ ଭ୍ରମଣ କରନ୍ତୁ ଏହି ଗ୍ରାମରେ ।

ସ୍ଵର୍ଗ ଅଟେ ଭାରତର ଏହି 5 ସୁନ୍ଦର ଗ୍ରାମ

ଶିଲଙ୍ଗ: ଶିଲଙ୍ଗ ଠାରୁ ପ୍ରାୟ 90କିମି ଦୂରରେ ଅବସ୍ଥିତ ଏହି ଛୋଟିଆ ଗ୍ରାମ, ଯେଉଁଠାରେ ଗଛ ଚେରରୁ ନିର୍ମିତ ମଜବୁତ ପୋଲ, ସୁନ୍ଦର ଝରଣା ମାନ , 85ଫୀଟ ଉଚ୍ଚ ମଞ୍ଚା ଉପରେ ବସି ସମ୍ମୋହିତ କରିଦେଉଥିବା ଦୃଶ୍ୟ ଦେଖିବାକୁ ମିଳେ। ଶିଲଙ୍ଗର ଅଦ୍ଭୁତ ଦୃଶ୍ୟ ଖାସକରି ସେଠାକାର ମନମୋହକ ପର୍ବତ ର ଦୃଶ୍ୟ ଶାନ୍ତି ଆଣି ଦେଇଥାଏ। ଆପଣ ଏହି ଗ୍ରାମର ପ୍ରତ୍ୟେକ ଗଳି ଦେଖି ସେଠାରେ ବାସ କରିବାକୁ ବାଧ୍ୟ ହୋଇଯିବେ। ଏହି ଗ୍ରାମର ପ୍ରକୃତ ପରିଚୟ ଏହାର ସୌନ୍ଦର୍ଜ୍ୟ ଅଟେ ଏବଂ ଏଠାରେ ଅପରିଷ୍କାର କେବଳ ନାମମାତ୍ର ଥିଲା। ଏହି ଗ୍ରାମକୁ ସବୁଠାରୁ ସ୍ଵଚ୍ଛ ଗ୍ରାମର ମୁକୁଟ ପିନ୍ଧା ଯାଇଛି ତାହା ମଧ୍ୟ ଏହାର ଶ୍ରେୟ ଏଠାକାର ଗ୍ରାମବାସୀ ମାନଙ୍କୁ ଦିଆଯାଏ। ପ୍ରତ୍ୟେକ ବର୍ଗର ଲୋକ ହୃଦୟ ଖୋଲିକି ଗ୍ରାମର ସଫେଇ କରନ୍ତି ଏବଂ ଗ୍ରାମୀଣ ନିଜ ଦ୍ଵାରା ବନା ହୋଇଥିବା ବାଉଁଶର ଅଳିଆ ଡବାରେ ଅଳିଆ ଜମା କରି ତାହାକୁ କ୍ଷେତ ନିମନ୍ତେ ପ୍ରୟୋଗରେ ଆଣନ୍ତି ।

ଖୋନୋମା: ଖୋନୋମାକୁ ଏସିଆର ସବୁଠାରୁ ପ୍ରଥମ ସବୁଜ ଗ୍ରାମ ଘୋଷିତ କରାଯାଇଛି। ଏହି ରାମ କୋହିମା ଠାରୁ 20କିଲୋମିଟର ଦୂର । ଖୋନୋମାର ସବୁଜିମା ଘାଟିରେ ଏହା ଅବସ୍ଥିତ । ଏଠାରେ 100ରୁ ମଧ୍ୟ ଅଧିକ ଭିନ୍ନ ଭିନ୍ନ ପ୍ରଜାତିର ବନ୍ୟାପ୍ରାଣୀ ଏବଂ ସୁନ୍ଦର ଜୀବଜନ୍ତୁ ରହନ୍ତି ଯେଉଁମାନେ ଏଠାକୁ ଆସୁଥିବା ଯାତ୍ରୀ ମାନଙ୍କୁ ଆକର୍ଷିତ କରନ୍ତି। ଏଠାକାର ସମସ୍ତ ଘର ପରସ୍ପର ସହିତ ଯୋଡି ହୋଇ ଅଛି ଯାହା ପାହାଡର ଢାଲୁ ବହୁତ ସୁନ୍ଦର ସହିତ ନିର୍ମାଣ ହୋଇଛି। ପ୍ରତ୍ୟେକ ଘରର କବାଟ ଉପରେ ଏକ ସ୍ଵତନ୍ତ୍ର ଧରଣର ସିଙ୍ଗ ଲଟକେଇ ଦିଆଯାଇଥାଏ ଯାହା ଗ୍ରାମବାସୀଙ୍କର ସୁରକ୍ଷା କରିଥାଏ। ଏହି ଗ୍ରାମ ନିଜର ଭିନ୍ନ ପ୍ରକାର କ୍ଷେତ କାରଣରୁ ମଧ୍ୟ ପରିଚିତ ଅଟେ। ଏଠାରେ ଜଙ୍ଗଲି ଫଳ, ପରିବା ସାଇଟ ପ୍ରାୟ 250ବୃକ୍ଷ ପ୍ରଜାତିର ବୃକ୍ଷ ଦେଖିବାକୁ ମିଳେ। କୋହିମା ଠାରୁ ଟ୍ୟାକ୍ସି ଜରିଆରେ ଆପଣ ଖୋନୋମା ସହଜରେ ପହଞ୍ଚି ପାରିବେ ଏବଂ କୋହିମା ପହଞ୍ଚିବା ପାଇଁ ଦିମାପୁର ସବୁଠାରୁ ନିକଟ ରେଲୱେ ଷ୍ଟେସନ ଏବଂ ଏୟାର ପୋର୍ଟ ଅଟେ। ଦିମାପୁର ଠାରୁ କୋହିମାର ଦୁରତ୍ଵ 2ଘଣ୍ଟାର ଅଟେ ।

ମିରିକ: ଦାର୍ଜିଲିଂର ପଶ୍ଚିମରେ ସମୁଦ୍ରପତନ ଠାରୁ ପ୍ରାୟ 4905 ଫୀଟ ଉଚ୍ଚତାରେ ଅବସ୍ଥିତ ମିରିକ ଏକ ଛୋଟ ଗ୍ରାମ ଅଟେ। ଯେଉଁଠାରେ ପ୍ରକୃତି ନିଜର ସୌନ୍ଦର୍ଜ୍ୟ ଚରମ ସୀମାରେ ବିସ୍ତାରିତ କରିଛି। ହିମାଳୟର ଘାଟିରେ ଦେବଦାର ଦ୍ଵାରା ବେଷ୍ଟିତ ମିରିକ ହ୍ରଦ ଏହତକର ଦୃଶ୍ୟକୁ ସୁରମ୍ୟ ବନେଇଦେଇଛି । ଚା ବଗିଚା, ଜଙ୍ଗଲି ଫୁଲର ଚାଦର, କ୍ରିପ୍ଟୋମାରିଆର ବୃକ୍ଷ ଏଠାକୁ ଆସୁଥିବା ଯାତ୍ରୀ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ନିଜ ଲୋକମାନଙ୍କ ସହିତ ଶାନ୍ତିରେ ଏଠାରେ ସମୟ କଟାଇ ପାରିବେ ।

ମଲାନା: ଦୁନିଆର ସବୁଠାରୁ ମହଙ୍ଗା ଚରସ ମଲାନା ମିଲ୍କ ଏବଂ ନିଜର ଆଇନ କାନୁନ ଦ୍ଵାରା ଶଶିତ ହେଉଥିବା ମଲାନା ଗ୍ରାମ ହିମାଚଲ ର କୁଲୁ ଘାଟିର ଉତ୍ତରରେ ପାର୍ବତୀୟ ଘାଟି ଚନ୍ଦ୍ରଖାନିର ସବୁଜିମା ଘାଟିଦ୍ଵାରା ଆଚ୍ଛାଦିତ ଅଟେ। ଏହି ଗ୍ରାମ ମଲାନା ନଦୀର ନିକଟରେ ସୁନ୍ଦର ପାହାଡ ମାନଙ୍କର ତୀରରେ ଅବସ୍ଥିତ ଅଟେ। ଏଠାକାର ଲୋକ ସଂଖ୍ୟା କମ ଏବଂ ପ୍ରକୃତିକ ଚମତ୍କାର ଅଧିକ ଅଟେ। ଏଠାକାର ଅଦ୍ଭୁତ ଦୃଶ୍ୟ ଯାତ୍ରୀ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ଏହି କାରଣ ଅଟେ ଯେ ପର୍ଯ୍ୟଟକ ଶାନ୍ତି ସନ୍ଧାନରେ ଦେଶ-ବିଦେଶରୁ ମଲାନା ଆସନ୍ତି। ପର୍ଯ୍ୟଟକ ଏହି ଗ୍ରାମ ବାହାରେ କ୍ୟାମ୍ପରେ ରହନ୍ତି। ଭିତରେ ଗ୍ରାମକୁ ଯିବା ଏବଂ ସେଠାରେ କୌଣସି ଜିନିଷ ଛୁଇଁବା ପର୍ଯ୍ୟଟକ ମାନଙ୍କୁ ମନା ଅଟେ ।

ସ୍ମିତ: ମେଘାଳୟ ର ରାଜଧାନୀ ଶିଲଙ୍ଗ ଠାରୁ ପ୍ରାୟ 11କିଲୋମିଟର ଦୂରରେ ପାହାଡ ଉପରେ ଅବସ୍ଥିତ ସ୍ମିତ ଗ୍ରାମ ବହୁତ ସୁନ୍ଦର ଅଟେ। ସ୍ମିତ ର ବାୟୁରେ ଶୁଦ୍ଧତା ଏବଂ ସତେଜତା ର ଅନୁଭବ ମିଶ୍ରିତ ହୋଇଛି। ଏହି କାରଣରୁ ଏହି ଗ୍ରାମକୁ ପ୍ରଦୂଷଣ ମୁକ୍ତ ଗ୍ରାମର ଆଖ୍ୟା ପ୍ରାପ୍ତ ହୋଇଛି। ସ୍ମିତ ର ପ୍ରକୃତିର ଚକିତ କରିବା ଭଳି ଦୃଶ୍ୟ ଅଛି ଯାହା ଆପଣଙ୍କ ଆଖିକୁ ଆରାମ ପ୍ରଦାନ କରିଥାଏ। ସ୍ମିତର ଲୋକମାନେ ମୁଖ୍ୟତଃ ଝୁମ ଚାଷର ବ୍ୟବହାର କରନ୍ତି। ଏଠାରେ ପାରିବା ଏବଂ ମସଲାର ଚାଷ କରାଯାଏ। ସ୍ମିତରେ ଚିନୀ ମାଟିର ଚଟ୍ଟାଣ ଆପଣଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥାଏ ।

Leave a Reply

Your email address will not be published. Required fields are marked *