ଯଦି ଆପଣଙ୍କୁ ମଧ୍ୟ ପସନ୍ଦ ଅଟେ ମାଂସାହାରୀ ଭୋଜନ ତେବେ ପଢନ୍ତୁ ଏହି କାହାଣୀ, ବଦଳିଯିବ ଆପଣଙ୍କର ପୁରା ଜୀବନ…
1 min read
ଏହି ପୃଥିବୀରେ ଦୁଇ ପ୍ରକାରର ଲୋକ ଅଛନ୍ତି, ପ୍ରଥମ ଯେଉଁମାନେ ଶାଗ- ପରିବା ଖାଇ ନିଜର ଜୀବନ ବିତାଉଛନ୍ତି ଏବଂ ଦ୍ଵିତୀୟ ଯେଉଁମାନେ ଏହା ସହିତ ମାଂସ ମଧ୍ୟ ଖାଉଛନ୍ତି। ମାଂସର ସେବନ ମାଂସାହାରୀ ଜୀବଙ୍କ ନିମନ୍ତେ ହୋଇଛି ନା କି ମନୁଷ୍ୟ ମାନଙ୍କ ନିମନ୍ତେ । ମନୁଷ୍ୟ ମାନଙ୍କର ଆକୃତି ମାଂସ ଖାଇବା ଅନୁଯାୟୀ ହୋଇନାହିଁ । ଯେଉଁ ବ୍ୟକ୍ତି ମାଂସର ସେବନ କରେ, ତାହାର ଜୀବନରେ ଅନେକ ପ୍ରକାର ରୋଗର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ। ଭାରତରେ ତ କମ କିନ୍ତୁ ବିଦେଶରେ ମାଂସାହାରୀଙ୍କର ସଂଖ୍ୟା ବହୁତ ଅଧିକ ଅଟେ। ସେଠାରେ ବୋଧହୁଏ କୌଣସି ଏପରି ବ୍ୟକ୍ତି ଥିବେ ଯିଏ ମାଂସର ସେବନ କରୁନଥିବେ ।
ଏପରି କାହାଣୀ ଯାହାକୁ ଜାଣିଲେ ଆପଣଙ୍କର ପୁରା ଜୀବନ ବଦଳି ଯିବ
ଆଜି ଆମେ ଆପଣଙ୍କୁ ଏକ ଏପରି କାହାଣୀ ଜଣେଇବାକୁ ଯାଉଛୁ, ଯାହାକୁ ଜାଣିଲେ ଆପଣଙ୍କ ସାରା ଜୀବନ ବଦଳି ଯାଇପାରେ। ବହୁତ ପୂର୍ବର କଥା ଅଟେ। ଜଣେ ରାଜା ଥିଲେ। ତାଙ୍କର ଶିକାର କରିବାର ବହୁତ ସଉକ ଥିଲା । ସେ ଜେବେ ଶିକାର ପାଇଁ ଜଙ୍ଗଲ ଯାଉଥିଲେ ତ ସେଠାରେ ହାହାକାର ଘୋଟି ଯାଉଥିଲା। ଏହାଦ୍ବାରା ବଣର ସମସ୍ତ ଜୀବଙ୍କ ମଧ୍ୟରେ ବହୁତ ଦୁଃଖର ପରିବେଶ ରହୁଥିଲା । ସେହି ସବୁ ଜୀବଙ୍କ ମଧ୍ୟରେ ଗୋଟିଏ ମୃଦୁଭାଷୀ ହରିଣ ମଧ୍ୟ ଥିଲା। ସେ ବଣର ଜୀବଙ୍କର ଦୁଃଖକୁ ଦେଖି ବହୁତ ଦୁଃଖୀ ଥିଲା ।
ସେ ସବୁବେଳେ ଭାବୁଥିଲା ଯେ ଇଶ୍ଵର ମନୁଷ୍ୟକୁ ଖାଇବା ପାଇଁ ଅନେକ ଜିନିଷ ବନେଇଛନ୍ତି, ତଥାପି ସେ ନିଜର ପେଟ ପୂରେଇବା ପାଇଁ କାହିଁକି ଜଙ୍ଗଲର ନିରୀହ ଜୀବଙ୍କର ଶିକାର କରୁଛନ୍ତି। ସେ ରାଜାଙ୍କ ପାଖକୁ ଯିବାର ନିର୍ଣ୍ଣୟ ନେଲା। ସକାଳର ସମୟ ଥିଲା । ରାଜା ଶିକାରକୁ ଯିବା ପାଇଁ ପ୍ରସ୍ତୁତି କରୁଥିଲେ। ଅଚାନକ ସେ ମୃଗ ରାଜାଙ୍କ ଆଗରେ ଯାଇ ଠିଆ ହୋଇଗଲା । ମୃଗ ବହୁତ ସରଳତା ସହିତ କହିଲା, ହେ ରାଜନ ଆପଣ ପ୍ରତିଦିନ ଜଙ୍ଗଲକୁ ଯାଇ ଜୀବମାନଙ୍କର ଶିକାର କରୁଛନ୍ତି। ତାସହ କିଛି ଜୀବ ଆପଣନାଙ୍କ ହାତୀ ଘୋଡାଙ୍କ ତଳକୁ ଆସି ଚାପି ହୋଇ ମରିଯାଉଛନ୍ତି ।
ମୋର ଶରୀରର ଭିତରେ କସ୍ତୁରର ଭଣ୍ଡାର ରହିଛି। ତାହା ବହୁତ ମୂଲ୍ୟବାନ ଅଟେ। କୃପାକରି ଆପଣ ତାହା ନେଇଯାନ୍ତୁ ଏବଂ ଜଙ୍ଗଲର ଜୀବଙ୍କର ଶିକାର କରିବା ତ୍ୟାଗ କରନ୍ତୁ । ମୃଗର କଥା ଶୁଣିକି ରାଜା ଚିନ୍ତିତ ହୋଇଗଲେ ଏବଂ କହିଲେ, ତୁମେ ସେମାନଙ୍କୁ ରକ୍ଷା କରିବା ପାଇଁ ନିଜର ପ୍ରାଣର ଆହୁତି ଦେବାକୁ ଚାହୁଁଛ? ତୁମେ ଏକଥା ଜାଣ ଯେ କସ୍ତୁରୀ ନେବା ନିମନ୍ତେ ମୋତେ ତୁମକୁ ମାରିବାକୁ ହେବ । ରାଜାଙ୍କ କଥା ଶୁଣିକି ମୃଗ କହିଲା,‘ରାଜନ ଆପଣ ମୋତେ ବଦ୍ଧ କରି କସ୍ତୁରୀର ଭଣ୍ଡାର ନେଇଯାନ୍ତୁ ଏବଂ ନିର୍ଦ୍ଦୋଷ ଜୀବଙ୍କୁ ମାରିବା ଛାଡି ଦିଅନ୍ତୁ।‘
ରାଜା ସେହି ମୃଗର ଏକଥା ଶୁଣିକି ତାକୁ ସତର୍କ କରିବାର ଚେଷ୍ଟା କଲେ ଏବଂ କହିଲେ, ତୁଆର ସରର ତ ବହୁତ ସୁନ୍ଦର ଅଟେ। ମୃଗ ରାଜାଙ୍କୁ ଉତ୍ତର ଦେଇ କହିଲା ମହାରାଜ ଏହି ସୁନ୍ଦର ଶରୀର ନଶ୍ଵର ଅଟେ। ମୁଁ ଅନ୍ୟ ମାନଙ୍କ ପ୍ରାଣ ରକ୍ଷା କରିବାକୁ ଯାଇ ନିଜର ପ୍ରାଣର ଆହୁତି ଦେଇଦେବି, ଏହାଠାରୁ ଭଲ କଣ ହୋଇପାରେ। ମୃଗର କଥା ଶୁଣିକି ରାଜାଙ୍କର ମନ ବଦଳିଗଲା। ସେ ଚିନ୍ତା କରିବାରେ ଲାଗିଲେ ଯେ ସେ ପଶୁ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ନିଜର ଜୀବନ ଦେବାକୁ ପ୍ରସ୍ତୁତ ଏବଂ ମନୁଷ୍ୟ ହୋଇ ଜୀବଙ୍କର ଶିକାର କରୁଛି। ସେହି ଦିନ ପରେ ରାଜା ଜୀବ ବଦ୍ଧ କରିବା ବନ୍ଦ କରିଦେଲେ । ସେ ଏକଥା ଭଲ ଭାବରେ ବୁଝି ଯାଇଥିଲେ ଯେ ଏହି ନଶ୍ଵର ଶରୀରର ସାର୍ଥକତା ଅନ୍ୟ ମାନଙ୍କର ମଙ୍ଗଳ କରିବା ଦ୍ଵାରା ହୋଇଥାଏ ।