March 8, 2025

Odia Express

Here, There and Everywhere

କେହି ଆମର ଅପମାନ କଲେ ଆମକୁ କଣ କରିବା ଦରକାର – ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତ ଆଗକୁ ପଢନ୍ତୁ…

କଣ ଲୋକମାନେ ଆପଣଙ୍କୁ ହାସ୍ୟର ପାତ୍ର ବନଉଛନ୍ତି,ଆପଣଙ୍କ ଇଜ୍ଜତ କରୁନାହାନ୍ତି,ଆପଣଙ୍କ ବିଷୟରେ ବହୁତ ଖରାପ କଥା କହୁଛନ୍ତି ଆପଣ ଜାଣି ପାରନ୍ତିନି କି ସେମାନେ ଏମିତି କାଇଁ କରୁଛନ୍ତି ଓ ଆପଣ ଚାହୁଁଛନ୍ତିକି ଆଜି ପରଠାରୁ ଆପଣ ତାଙ୍କୁ ସଠିକ ଜବାଵ ଦିଅନ୍ତୁ ଓ ତାଙ୍କର ସାହସ ହେବ ନାହିଁ ମତେ ଛୁଇଁ ବା ପାଇଁ କିମ୍ବା କିଛି ବି ସେ ଆପଣଙ୍କୁ ନ କୁହନ୍ତୁ ବୋଲି ଆସନ୍ତୁ ଆଜି ଆମେ ସେ ବିଷୟରେ ଆଲୋଚନା କରିବା।କହିବାର ତାତ୍ପର୍ଯ୍ୟ ସେମାନେ ଯଦି କିଛି କହୁଛନ୍ତି ଆପଣ କଣ କରିବେ।

ସାଧାରଣ ଉଦାହରଣ ଦେଖିବା କୌଣସି ଗୋଟେ କ୍ଲାସରେ ଧର ଆପଣଙ୍କୁ ଆପଣଙ୍କ ଶିକ୍ଷକ କିଛି ପଢିବାକୁ କହିଛନ୍ତି ଆପଣ ପଢି ନାହାନ୍ତି। ଶିକ୍ଷକ ପଚାରିଲେ ଆପଣଙ୍କୁ ଆସିଲାଣି ସେ ଆପଣଙ୍କ ସାଙ୍ଗମାନଙ୍କ ଆଗରେ ଆପଣଙ୍କୁ ଦୁଇ ପଦ କଣ କହିଦେଲେ ଯାହା ଦ୍ୱାରା ଆପଣଙ୍କୁ ଅପମାନିତ ଅନୁଭବ ହେଲା।କହିବାକୁ ଗଲେ ସତରେ ସେ କଣ ଆପଣଙ୍କୁ ବେସନ୍ନମାନ କଲେ ନା ସତ କହିବାକୁ ଗଲେ ଆପଣଙ୍କ ଈଗୋ ଆଘାତ ହେଲା।

ଆପଣଙ୍କୁ ପ୍ରଥମେ ବୁଝିବାର ଅଛିକି ଅପମାନ କଣ,କାରଣ ସବୁବେଳେ ରାଗିଲେ କୌଣସି କାମ ହୋଇନଥାଏ।ଆପଣ ପ୍ରଥମେ ଦେଖନ୍ତୁ ଜଣେ କଣ କହୁଛି ଯଦି ତା କଥାରେ କିଛି ମୁଲ୍ୟ ଅଛି ତାହେଲେ ଆପଣ ପ୍ରତିକ୍ରିୟା ଦିଅନ୍ତୁ ନହେଲେ ଚୁପ ରୁହନ୍ତୁ।ତାପରେ ନେବା ଆଉ ଏକ ଉଦାହରଣ ଆପଣଙ୍କ ସମ୍ପର୍କୀୟ ଯଦି ଆପଣଙ୍କ ଉପରେ ରାଗି କିଛି କହିଦିଅନ୍ତି ସମସ୍ତଙ୍କ ଆଗରେ ଆପଣ ତାକୁ ଅପମାନ ବୋଲି ଭାବି ନେଇଥାନ୍ତି।

କହିବାର ତାତ୍ପର୍ଯ୍ୟ ଏହାକି ଯଦି ସାମ୍ନା ଲୋକ କିଛି କହୁଛି ଆପଣଙ୍କୁ ପ୍ରତିଉତ୍ତର ଦେବା ଦରକାର ନାହିଁ।ଭଲସେ ବୁଝନ୍ତୁ ସେ କଣ କହିବାକୁ ଚାହୁଁଛନ୍ତି।ଯଦି ସେ ବେଜତି କରୁଛନ୍ତି ଆପଣ କଣ କରିବେ ନା ଆପଣ କିଛି କହିବେନି ଆପଣ ସିଧାସଳଖ ଆପଣ ଅଣଦେଖା କରିଦିଅନ୍ତୁ।ଯମାବି ରାଗିକି କିଛି କହିବେନି ସେ ଚାହୁଁଛନ୍ତି ଆପଣ ରାଗନ୍ତୁ ଓ ରାଗିକି କିଛି କୁହନ୍ତୁ ଯାହାଫଳରେ ସେ ପୁଣି ଆପଣଙ୍କୁ ନିଚା ଦେଖେଇ ପାରିବେ।ଯଦି ସେ ଥରେ ଦୁଇଥର କିଛି କହୁଛନ୍ତି ତାହେଲେ ଠିକ ଅଛି କିନ୍ତୁ ବାର ବାର କଲେ ଆପଣ ଭଲ ଭାବରେ ଯବାବ ଦେବା ଉଚିତ।

ଆପଣ ଜବାବ ଦେବେ ମାନେ କଣ ରାଗ ଦେଖେଇବେ ନା ଆପଣ ରାଗିବେନି ଓ ତାଙ୍କୁ କିଛି ଖରାପ କହିବେନି।ଆପଣ ଜମାବି ରାଗିବେନି ଯଦି ଆପଣ ରାଗୁଛନ୍ତି ତାହେଲେ ଆପଣ ତାଙ୍କ କଥାକୁ ସିଦ୍ଧ କରି ଦେବେକି ଆପଣଙ୍କର କିଛି ଭୁଲ ଅଛି ବୋଲି।ଆପଣଙ୍କର ମୁଖ୍ୟ ଅସୁବିଧା ହେଉଛି ଯଦି ଆପଣଙ୍କର କେହି ପ୍ରଶଂସା କରୁଛନ୍ତି ଆପଣଙ୍କର ହଜମ ହୋଇନଥାଏ କିନ୍ତୁ ଖରାପ କଥା କହିଲେ ଆପଣଙ୍କ ବିଷୟରେ ଆପଣ ତାକୁ ସାଙ୍ଗେ ସାଙ୍ଗେ ଗ୍ରହଣ କରି ନିଅନ୍ତି।

ଆପଣ ରାଗ ଦେଖେଇବା ପରିବର୍ତ୍ତେ ଆପଣ ତାକୁ ମଜାକରେ କାଟି ଦିଅନ୍ତୁ।ଉଦାହରଣ ଯଦି ଗହଳି କିମ୍ବା କୌଣସି ସ୍ଥାନରେ ଆପଣଙ୍କ କେହି ବେଜତି କରୁଛନ୍ତି ଆପଣ ତାକୁ ମଧ୍ୟ ହସିକି ଉଡେଇ ଦିଅନ୍ତୁ।ଯଦି ସାମ୍ନାରେ ଥିବା ବ୍ୟକ୍ତି କିଛି ଅଧିକ କହୁଛି ଆପଣ ତାରି ଜବାବରେ ତାକୁ ଉତ୍ତର ଦେବେ।ଯଦି କେହି ଆପଣଙ୍କୁ ନେଇ ପରିହାସ କରୁଛନ୍ତି ତାହେଲେ ଆପଣ ବି ସେଇଆ କରନ୍ତୁ।ଆପଣ ତାକୁ ଦେଖେଇ ଦିଅନ୍ତୁ ଆପଣ ଦୁର୍ବଳ ନୁହେଁ ଆପଣ ବି କିଛି କହି ପାରନ୍ତି।

ଆପଣ ବୁଝେଇବା ପରେ ଯଦି ସେ ନ ବୁଝେ ଆପଣଙ୍କୁ କିଛି କହିବାର ନାହିଁ ବାସ କହିବେ ତୁ ଯାହା ସହିତ କରୁଥିବୁ କର କିନ୍ତୁ ମତେ ଏ ସବୁ ପସନ୍ଦ ନୁହେଁ ଏହା କହି ତାକୁ ବୁଝାନ୍ତୁ।ଯଦି ସେ ଆପଣଙ୍କୁ ବେଶି କିଛି କହୁଛି ଆପଣ ରାଗ ଦେଖେଇ ପାରିବେ।କାହିଁକି ନା ଜୀବନରେ ଇଜ୍ଜତ ବହୁତ ଦରକାରୀ ଅଟେ।ସେ ପଛେ ଯିଏ ହେଉ ସାଙ୍ଗମାନେ ବା ଆପଣଙ୍କ ଜୀବନ ସାଥି ହେଉ ଯଦି ଆପଣଙ୍କ ଇଜ୍ଜତ ନକରୁଛନ୍ତି ଆପଣ ତାଙ୍କୁ ସଠିକ ଜବାବ ଦେଇ ପାରିବେ।

ଆମେ ସର୍ବ ଶେଷରେ କହିବାକୁ ଚାହୁଁଛନ୍ତିକି ପ୍ରଥମେ ଦେଖନ୍ତୁ ସେ ଆପଣଙ୍କ ବେଜତି କରୁଛନ୍ତି ନା ନାହିଁ।ତାପରେ ଦେଖନ୍ତୁ ତାଙ୍କ କଥାର କିଛି ମାନ ବା ଭ୍ୟାଲ୍ୟୁ ଅଛି ନା ନାହିଁ ଯଦି ନାହିଁ ତାହେଲେ ହସିକି ଉଡେଇ ଦିଅନ୍ତୁ ବା ସେ କଥାକୁ ଅଣଦେଖା କରନ୍ତୁ।ଯଦି ତାପରେବି ସେ ନ ମାନୁଛନ୍ତି ଆପଣ ତାର ପ୍ରତିଉତ୍ତର ଦିଅନ୍ତୁ।

Leave a Reply

Your email address will not be published. Required fields are marked *