March 12, 2025

Odia Express

Here, There and Everywhere

ଗୌତମ ବୁଧ ଙ୍କ ଏହି ବାଣୀ କୁ ମାନିଲେ ଆପଣ ଜଣେ ସଫଳ ବ୍ୟକ୍ତି ହୋଇପାରିବେ..

ଆମେ ସମସ୍ତେ ଗୌତମ ବୁଦ୍ଧଙ୍କ ବିଷୟରେ ଅଳ୍ପ ବହୁତେ ଜାଣୁ।ଅନେକେ ହୁଏତ ତାଙ୍କ ଜୀବନ ବିଷୟରେ ଇତିହାସର ପୃଷ୍ଠାରେ ପଢିଥିବେ। କିନ୍ତୁ ଆମେ ନିଜ ଜୀବନରେ ଗୌତମ ବୁଦ୍ଧଙ୍କ କଥା ଅନୁସରଣ କରିବାକୁ କେତେ ଚେଷ୍ଟା କରୁ, ଆପଣ ନିଜକୁ ଏହି ପ୍ରଶ୍ନ ପଚାରିପାରିବେ। ଅହିଂସା ବିଷୟରେ ଗୌତମ ବୁଦ୍ଧଙ୍କ ବାର୍ତ୍ତା ଇତିହାସ ପୁସ୍ତକରେ ରହିଯାଇଛି। ଯଦି ଆପଣ ବୁଦ୍ଧଙ୍କ ଶବ୍ଦକୁ କାର୍ଯ୍ୟରେ ଲଗାଇ ପାରିବ, ତେବେ ହୁଏତ ଜୀବନ ଅଲଗା ହେବ। ଚେଷ୍ଟା କରିବାରେ କ’ଣ କ୍ଷତି?ଗୌତମ ବୁଧ ଙ୍କୁ ହିନ୍ଦୁ ଧର୍ମରେ ବିଷ୍ଣୁ ଙ୍କ ଅବତାର ବୋଲି କୁହାଯାଏ। ଗୌତମ ବୁଧ ନିଜ ନିଜ ସ୍ୱଶ୍ଚ ବାଣୀ ସତ୍ୟତା ନୀତି ପାଇଁ ଜନ ମାନସରେ ଅମର ହୋଇ ପାରିଛନ୍ତି।

ଗୌତମ ବୁଧ ଙ୍କ ପୂର୍ବ ନାମ ସିଦ୍ଧାର୍ଥ ଥିଲା ପରେ ସେ ନିଜ ସାଂସାରିକ ଜୀବନ ନିଜ ପରିବାର ସ୍ତ୍ରୀ ଙ୍କୁ ତ୍ୟାଗ କରି ମହାତ୍ମା ବୁଧ ବନିଯାଇଥିଲେ। ଆଜି ମଧ୍ୟ ବୁଧ ଙ୍କ ବାଣୀ ଅମର ବାଣି ଅଟେ ଏହା ର ମୁଲ୍ୟ ଆଜି ମଧ୍ୟ ରହିଛି।ଜୀବନରେ ସଫଳତା ପାଇବାର ମାର୍ଗରେ ଆପଣ ମଧ୍ୟ ସଫଳ ହୋଇପାରିବେ ଯଦି ଆପଣ ଏହି ନିୟମ ଗୁଡିକ କୁ ଅନୁସରଣ କରନ୍ତି।

ଯଦି କୌଣସି ସ୍ଥାନ ରେ ଆପଣଙ୍କୁ ନିନ୍ଦା ମିଳୁଛି ତେବେ ସେ ସ୍ଥାନ କୁ ସେ ପର୍ଯ୍ୟନ୍ତ ପରିତ୍ୟାଗ କରନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ସେହି ଲୋକ ମାନେ ଆପଣଙ୍କ ପ୍ରଶଂସା ନିଜ ମୁଖରୁ କରି ନାହାଁନ୍ତି।

ତୁମେ ନିଜେ, ସମଗ୍ର ବ୍ରହ୍ମାଣ୍ଡର ଯେକୌଣସି ବ୍ୟକ୍ତି, ତୁମର ପ୍ରେମ ଏବଂ ସ୍ନେହର ଯୋଗ୍ୟ ଅଟେ। କାରଣ ପରତ୍ମା ସଭିଙ୍କ ମଧ୍ୟରେ ଅଛନ୍ତି। ପ୍ରେମ ଦେଲେ ହିଁ ପ୍ରେମ ପ୍ରତିଫଳନ ହୋଇ ତୁମ ପାଖକୁ ଆସିବ।

ଯଦିଓ ଆପଣ ଅନେକ କଥା କୁହନ୍ତି, ଯଦି ଆପଣ ସେମାନଙ୍କ ଉପରେ କାର୍ଯ୍ୟ ନକରନ୍ତି ତେବେ ଆପଣଙ୍କ ଜୀବନ ମୂଲ୍ୟହୀନ ହୋଇଯିବ। ସମାଜ ରେ କିଛି କହିବା ପୂର୍ବରୁ ତାହାକୁ ନିଜେ ପାଳନ କରିବା ଉଚିତ।

ହିଂସା କେବଳ କାମନା ର ବିଫଳତା ଅଟେ, କାମନା ହିଁ ଦୁଃଖ ର କାରଣ। କାମନା ର ବିନାଶ ରେ ହିଁ ଦୁଃଖ ର ବିନାଶ ଅଟେ। ଅନ୍ୟ ପ୍ରତି କେବେ ମଧ୍ୟ ଇର୍ଷାନିତ ହେବା ଉଚିତ ନୁହେଁ। କାରଣ ଇର୍ଷା ର ଅଗ୍ନି ଠାରୁ ତୀବ୍ର ଅନ୍ୟ କୌଣସି ଅଗ୍ନି ଏହି ସଂସାର ରେ ନାହିଁ। ନିଜ କୁ ସର୍ବଦା ଇର୍ଷା ରୁ ଦୁରେଇ ରଖି ଯେତିକି ଆବଶ୍ୟକ ସେତିକି ରେ ଖୁସି ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *