June 27, 2025

Odia Express

Here, There and Everywhere

ମହିମା ଚୌଧୁରୀଙ୍କ ଝିଅ ସୁନ୍ଦରୀ ମାମଲାରେ ଅଟେ ନିଜର ମାଆଙ୍କ ଠାରୁ ମଧ୍ୟ 10 ପାଦ ଆଗରେ, ଫଟୋ ଦେଖିକି ଅନେକ ହେଲେ ଦିୱାନା..

1 min read

ବଲିଉଡରେ ଶାହରୁଖ ଖାନଙ୍କ ସହିତ ‘ପରଦେଶ’ ଫିଲ୍ମରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ବଲିଉଡର ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି। ହୁଏତ ସେ ଇଣ୍ଡଷ୍ଟ୍ରିରେ ନିଜର ପାଦ ଜମେଇବାରେ ଅସଫଳ ରହିଲେ କିନ୍ତୁ ତଥାପି ସାରା ଦୁନିଆରେ ତାଙ୍କୁ ପରିଚୟ ମିଳିଛି। ନିକଟରେ ମହିମାଙ୍କର କିଛି ଫଟୋ ବହୁତ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କର ଓଜନ ବହୁତ ବଢିଥିବା ଲାଗୁଥିଲା। ଫଟୋ ଗୁଡିକ ଭାଇରାଲ ହେବା ମାତ୍ରେ ଲୋକମାନେ ତାଙ୍କର ବହୁତ ମଜା କରିବା ଆରମ୍ଭ କରିଦେଲେ । ଯଦିଓ, ବୃଦ୍ଧି ପାଇଥିବା ଓଜନ ପରେ ମଧ୍ୟ ମହିମାଙ୍କର ସୌନ୍ଦର୍ଯ୍ୟରେ କୌଣସି ଅଭାବ ହୋଇନାହିଁ। ସେ ଆଜି ମଧ୍ୟ ସେତିକି ସୁନ୍ଦରୀ ଦେଖାଯାନ୍ତି ଯେତିକି ସେ ପୂର୍ବରୁ ଦେଖାଯାଉଥିଲେ। ଜଣେଇଦେବୁ, 44ବର୍ଷୀୟ ମହିମା ଚୌଧୁରୀଙ୍କର ଗୋଟିଏ ସୁନ୍ଦରୀ ଝିଅ ଅଛି ଯାହାର ନାମ ଅର୍ଯ୍ୟାନା ଚୌଧୁରୀ ଅଟେ। ବର୍ତ୍ତମାନ ଅର୍ଯ୍ୟାନା ଏବେ ଛୋଟ ଅଟେ କିନ୍ତୁ ସେ ବିଲକୁଲ ନିଜର ମାଆ ଭଳି ଦେଖାଯାଉଛି। ଏହି କଥାରେ କୌଣସି ଦ୍ଵିରୁକ୍ତି ନାହିଁ ଯେ ସେ ବଡ ହୋଇ ବଲିଉଡ ଇଣ୍ଡଷ୍ଟ୍ରିରେ ରାଜୁତି କରିବ।

ଜଣେଇଦେବୁ ଯେ ମହିମା 2006ରେ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କର ବିବାହ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା। 2013ରେ ଦୁହିଁଙ୍କ ମଧ୍ୟରେ ଅଲଗା ହେବାର ନିଷ୍ପତ୍ତି ନିଆଗଲା ଏବଂ ଏବେ ମହିମା ମୁମ୍ବାଇରେ ହିଁ ନିଜର ଝିଅ ଅର୍ଯ୍ୟାନା ସହିତ ରହୁଛନ୍ତି। ମହିମା ଭିଜେ ରହିସାରିଛନ୍ତି ଏବଂ ସେ ଅନେକ ବିଜ୍ଞାପନରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ମହିମା ଟେନିସ ଖେଳାଳି ଲିୟେଣ୍ଡର ପେସଙ୍କୁ ମଧ୍ୟ ଡେଟ କରିଛନ୍ତି। ଖବର ଅନୁଯାୟୀ ଦୁଇଜଣଙ୍କର 6ବର୍ଷ ପର୍ଯ୍ୟନ୍ତ ଅଫେୟାର ଚାଲିଥିଲା। କିନ୍ତୁ ଲିୟେଣ୍ଡର ମହିମାଙ୍କୁ ଧୋକା ଦେଇ ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ ।

ମହିମା ବହୁତ ସମୟରୁ ଫିଲ୍ମଠାରୁ ଦୂରରେ ଅଛନ୍ତି ଏବଂ ଯେବେ ଏ ବିଷୟରେ ତାଙ୍କୁ ପଚରାଗଲା ତ ସେ କହିଲେ ଯେ ସେ ଏକ ଶିଂଗଲ ମଦର ଥିଲେ ଏବଂ ସିଙ୍ଗଲ ମଦର ପାଇଁ ନିଜର ସନ୍ତାନକୁ ପାଳିବା କିଛି କଷ୍ଟକର ଅଟେ। ସେ ଜଣେଇଲେ ଯେ ତାଙ୍କୁ ଟଙ୍କା ଆୟ କରିବାର ଥିଲା ଏବଂ ଝିଅ ବହୁତ ଛୋଟ ଥିଲା ଏଥିପାଇଁ ତାକୁ ଛାଡିକି ଶୁଟିଙ୍ଗକୁ ଯିବା ମଧ୍ୟ ମୁସ୍କିଲ ଥିଲା। ଏଥିପାଇଁ ସେ ନିଜର ସମସ୍ତ ଧ୍ୟାନ ନିଜର ଝିଅ ପାଇଁ ଲଗେଇଥିଲେ ଏବଂ ଫିଲ୍ମରୁ ଦୂରତା ବନେଇଲେ । ମହିମା ଆଜି ସିଙ୍ଗଲ ମଦର ଅଟନ୍ତି ଏବଂ ଏକୁଟିଆ ନିଜର ଆଠ ବର୍ଷର ଝିଅର ଦେଖାଶୁଣା କରନ୍ତି। ଆଜି ଆମେ ପଣଙ୍କ ନିମନ୍ତେ ମହିମାଙ୍କ ଝିଅ ଅର୍ଯ୍ୟାନାର କିଛି ସୁନ୍ଦର ଫଟୋ ନେଇ ଆସିଛୁ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ତାଙ୍କର ସୁନ୍ଦରତାର ପାଗଳ ହୋଇଯିବେ ।

ମହିମା ଚୌଧୁରୀଙ୍କର ଜନ୍ମ 12ସେପ୍ଟେମ୍ବର, 1973ରେ ଦାର୍ଜିଲିଂ, ପଶ୍ଚିମ ବଂଗରେ ହୋଇଥିଲା। ମହିମାଙ୍କୁ ବଲିଉଡରେ ଆଣିବାର ଶ୍ରେୟ ନିର୍ଦେଶକ ସୁଭାଷ ଘାଇଙ୍କୁ ଯାଇଥାଏ। ସେ ଫିଲ୍ମ ‘ପରଦେଶ’ରେ ମହିମାଙ୍କୁ ଶାହରୁଖ ଖାନ ଏବଂ ଅପୂର୍ବ ଅଗ୍ନିହୋତ୍ରୀଙ୍କ ବିପକ୍ଷରେ ସୁଯୋଗ ଦେଇଥିଲେ। ଏହି ଫିଲ୍ମ ସୁପରହିଟ ହୋଇଥିଲା ଏବଂ ମହିମାଙ୍କୁ ଫିଲ୍ମଫେୟାର ସର୍ବଶ୍ରେଷ୍ଠ ନୂତନ କଳାକାରର ପୁରସ୍କାର ମଧ୍ୟ ମିଳିଥିଲା। ଏହି ଫିଲ୍ମ ପରେ ସେ ‘ଦାଗ-ଦ ଫାୟାର’, ଲଜ୍ଜା, ୟେ ତେରା ଘର ୟେ ମେରା ଘର, ଓମ ଜୟ ଜଗଦୀଶ, ଦିଲ ହୈ ତୁମହାରା ଭଳି ଫିଲ୍ମରେ ନଜର ଆସିଥିଲେ। ଯଦିଓ ତାଙ୍କର ଏହି ଫିଲ୍ମ ସବୁ କିଛି ଖାସ କମାଲ କରିପାରିନଥିଲା। ନିକଟରେ ମହିମା ନିଜର ସ୍ଵିସ ବ୍ୟାଙ୍କ ଆକାଉଣ୍ଟକୁ ନେଇ ବହୁତ ଖବରରେ ଥିଲେ। ଆପଣ ଦେଖନ୍ତୁ ମହିମାଙ୍କୁ ଏବଂ ତାଙ୍କର ଝିଅ ଅର୍ଯ୍ୟାନାର କିଛି ସୁନ୍ଦର ଫଟୋ ସବୁ ।

Leave a Reply

Your email address will not be published. Required fields are marked *