March 11, 2025

Odia Express

Here, There and Everywhere

ଭାରତର 5 ସୁନ୍ଦର ରାଜ୍ୟର ଟୁରିଷ୍ଟ ସ୍ପଟସ , ଯେଉଁଠାରେ ଭ୍ରମଣ ନିମନ୍ତେ ଭାରତୀୟଙ୍କୁ ମଧ୍ୟ ଅନୁମତି ନେବାକୁ ପଡିଥାଏ…

1 min read

ଭ୍ରାରତରେ ଭ୍ରମଣ ନିମନ୍ତେ ସ୍ଥାନର କୌଣସି ଅଭାବ ନାହିଁ । ପ୍ରତ୍ୟେକ ରାଜ୍ୟରେ ଆପଣଙ୍କୁ ବହୁତ ଗୁଡିଏ ପର୍ଯ୍ୟଟନ ସ୍ଥଳ ମିଳିବ। ଯଦି ଆପଣ ଭାରତରେ ଭ୍ରମଣ ପାଇଁ ବାହାରିବେ ତ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସଂସ୍କୃତି, ବେଶଭୁଷା, ଜୀବନ ଶୈଳୀ ଏବଂ ଟୁରିଷ୍ଟ ପ୍ଲେସ ଆପଣଙ୍କୁ ଦେଖିବାକୁ ମିଳିଯିବ। ବିଦେଶରୁ ପ୍ରତି ବର୍ଷ ଆମ ଦେଶକୁ ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀ ସୁନ୍ଦର ପର୍ଯ୍ୟଟନ ସ୍ଥଳର ମଜା ନେବାକୁ ଆସନ୍ତି। ଯଦି ଆପଣ ବିଦେଶରେ ଭ୍ରମଣ କରିବାର ଶଉକ ରଖନ୍ତି ତ ଆପଣ ଜାଣିଥିବେ ଯେ କୌଣସି ଦେଶରେ ଯିବା ପୂର୍ବରୁ ଭିସା ତଥା ପାସପୋର୍ଟର ଆବଶ୍ୟକତା ହୋଇଥାଏ। ଯଦିଓ ନେପାଲ ଭଳି କିଛି ନିର୍ବାଚିତ ଦେଶ ଏପରି ମଧ୍ୟ ଅଛନ୍ତି ଯେଉଁଠାରେ ଭାରତୀୟ ମାନଙ୍କର ଭିସା ଦରକାର ହୋଇନଥାଏ। କିନ୍ତୁ ଯଦି ଆପଣ ନିଜ ଦେଶରେ ଭ୍ରମଣର କଥା କହିବୁ ତ ଆପଣ ଭାବୁଥିବେ ଯେ ଏଠାରେ କୌଣସି ଅନୁମତି ନେବା ଦରକାର ନାହିଁ କିନ୍ତୁ ଆମେ ଆପଣଙ୍କୁ ଜଣେଇଦେବୁ ଯେ ଭାରତରେ ମଧ୍ୟ କିଛି ସ୍ଥାନ ଏପରି ଅଛି ଯେଉଁ ସ୍ଥାନକୁ ଯିବାକୁ ଅନୁମତି ନେବା ଆବଶ୍ୟକ ହୋଇଥାଏ। ଆସନ୍ତୁ ଆପଣାକୁ ଜଣେଇବୁ ଯେ ସେହି ସ୍ଥାନ ଗୁଡିକ କଣ ଅଟେ ।

ଲାଦାଖ: ଭାରତର ଉତ୍ତର ରାଜ୍ୟ ଜମ୍ମୁ-କାଶ୍ମୀରରେ ହିମାଳୟର ମଧ୍ୟ ସ୍ଥଳରେ ବିସ୍ତାରିତ ବିଶାଳ ସ୍ଥାନ ଲଢାଖ ଭାରତର ସବୁଠାରୁ ସୁନ୍ଦର ପର୍ଯ୍ୟଟନ ସ୍ଥଳ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ଲାଦାଖରେ ଅନେକ ବଲିଉଡ ଫିଲ୍ମ ମାନଙ୍କର ଶୁଟିଙ୍ଗ ମଧ୍ୟ ହୋଇସାରିଛି। ଲାଦାଖର ସୁନ୍ଦରତା ଅନନ୍ତ ଅଟେ। ପ୍ରାୟ ସମସ୍ତଙ୍କ ମନରେ ଏହି ସ୍ଵପ୍ନ ଥାଏ ଯେ ସେ ନିଜର ଜୀବନରେ ଥରେ ଲାଦାଖର ସୁନ୍ଦରତାକୁ ନିଶ୍ଚିତ ଦେଖିବେ । ଲାଦାଖର କିଛି ପ୍ରମୁଖ ପର୍ଯ୍ୟଟନସ୍ଥଳର କଥା କହିବୁ ତ ନୁବ୍ରା ଘାଟି, ହେମିସ ଲମୟୋରୁ, ଜନସ୍କର ଘାଟି, କାର୍ଗିଲ, ଅହମ ପାଇଗଙ୍ଗ ତ୍ସୋ ଭଳି ଅନେକ ସୁନ୍ଦର ଟୁରିଷ୍ଟ ସ୍ପଟସ ରହିଛି। କିନ୍ତୁ ସେ ସ୍ଥାନକୁ ଯିବା ଏତେ ସହଜ ନୁହେଁ । ଯେହେତୁ ଏହା ଭାରତ ପାକିସ୍ଥାନ ସୀମାର ବିଲକୁଲ ନିକଟରେ ଅବସ୍ଥିତ ଅଟେ ଏଥିପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଏଠାକୁ ଆସିବା ପୂର୍ବରୁ ଅନୁମତି ନେବା ଆବଶ୍ୟକ ଅଟେ ଏବଂ ଏହା ଏକ ଆଇନଗତ ପ୍ରକ୍ରିୟା ଅଟେ ।

ସିକ୍କିମ: ଦ୍ଵିତୀୟ ନମ୍ବରରେ ଆସେ ହିମାଳୟର ନିମ୍ନ ସ୍ଥଳରେ ଅବସ୍ଥିତ ଭାରତର ଏକ ଛୋଟ ଏବଂ ସୁନ୍ଦର ରାଜ୍ୟ ସିକ୍କିମ ଯାହାକି ମିନି ସ୍ଵିଜର୍ଲାଣ୍ଡ ନାମରେ ମଧ୍ୟ ପରିଚିତ ଅଟେ। ଏହି ରାଜ୍ୟର ସୁନ୍ଦରତ ବିଲକୁଲ ସ୍ଵର୍ଗ ଭଳି ଅଟେ। ନଦୀ, ଝରଣା ଏବଂ କୁହୁଡି ଢଙ୍କା ପାହାଡ ମାନ ଙ୍କର ଅଦ୍ଭୁତ ପ୍ରକୃତିକ ସୁନ୍ଦରତ ଏହି ରାଜ୍ୟରେ ଅବସ୍ଥିତ ଅଟେ ଯାହା ପ୍ରତ୍ୟେକ ପର୍ଯ୍ୟଟକଙ୍କର ହୃଦୟ ଛୁଇଁ ଯାଏ । କିନ୍ତୁ ତିନି ଦେଶରେ ନେପାଲ, ଭୁଟାନ ଏବଂ ଚୀନର ସୀମା ସହିତ ଲାଗିଥିବା କାରଣରୁ ଏସ୍ଥାନକୁ ବିନା ଅନୁମତିରେ ଭ୍ରମଣ ସମ୍ଭବ ନୁହେଁ ।

ନାଗାଲାଣ୍ଡ: ଭାରତର ଉତ୍ତର ପୂର୍ବରେ ଅବସ୍ଥିତ ଏକ ଅନ୍ୟ ଏବଂ ଛୋଟ ରାଜ୍ୟ ନାଗାଲାଣ୍ଡ ମଧ୍ୟ ସୁନ୍ଦର ପର୍ଯ୍ୟଟନ ସ୍ଥଳ ହିସାବରେ ଅଗ୍ରଣୀ ଅଟେ । ଏଠାକାର ପ୍ରକୃତିକ ସୌନ୍ଦର୍ଜ୍ୟ ଏବଂ ଅଦ୍ଭୁତ ସଂସ୍କୃତି ପର୍ଯ୍ୟଟକ ମାନଙ୍କର ହୃଦୟ ସ୍ପର୍ଶ କରିଥାଏ । କିନ୍ତୁ ନାଗାଲାଣ୍ଡ ଯେତେ ସୁନ୍ଦର ଅଟେ ସେତିକି ସ୍ପର୍ଶକାତର ଅଟେ । ଏଥିପାଇଁ ଏଠାରେ କିଛି ସ୍ଥାନକୁ ବିନା ଅନୁମତି ଭ୍ରମଣ କରିବାର ଅନୁମତି ଦିଆଯାଏ ନାହିଁ ।

ଅରୁଣାଚଳପ୍ରଦେଶ: ଭାରତର ଏହି ପୂର୍ବ ରାଜ୍ୟରେ ମଧ୍ୟ ପର୍ଯ୍ୟଟନ ସ୍ଥଳର ଆନନ୍ଦ ନେବାପାଇଁ କଡା ସୁରକ୍ଷା ଏବଂ କିଛି ଅସୁବିଧା ଦେଇ ଯିବାକୁ ପଡିଥାଏ। ବାହାରୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ସୁରକ୍ଷା କାରଣରୁ ପ୍ରଥମେ ଅନୁମତି ନେବାକୁ ପଡିଥାଏ। ପ୍ରକୃତରେ ଅରୁଣାଚଳପ୍ରଦେଶର କିଛି ଅଂଶରେ ଭାରତ ଏବଂ ଚୀନ ମଧ୍ୟରେ ମତଭେଦ ଚାଲୁଅଛି ଯେଉଁ କାରଣରୁ ଏଠାକୁ ଆସିବା ଆଗରୁ ଅନୁମତି ନେବା ଅନିର୍ବାର୍ଜ୍ୟ ଅଟେ ।

ମିଜୋରମ: ପାହାଡ ଏବଂ ରୋଲିଙ୍ଗ ହିଲ୍ସ ରେ ଅବସ୍ଥିତ ଭାରତର ରାଜ୍ୟ ମିଜୋରମ ମଧ୍ୟ ପ୍ରାକୃତିକ ସୌନ୍ଦର୍ଜ୍ୟର ଅଦ୍ଭୁତ କେନ୍ଦ୍ର ଅଟେ। ସବୁଜ ଘାଟି, ନଦୀ ଏବଂ ଜଙ୍ଗଲପୂର୍ଣ୍ଣ ଏହି ରାଜ୍ୟ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ଫୱାଙ୍ଗପୁଇ ହିଲ୍ସ, ୱାନତୱାଙ୍ଗ  ଫଲ, ଚିଙ୍ଗ ପୁଇ ହେରିଟେଜ ସାଇଟ, ପାଲକ ଲେକ ଏଠାକାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଅଟେ। କିନ୍ତୁ ଏଠାରେ ଭ୍ରମଣ ନିମନ୍ତେ ପର୍ଯ୍ୟଟନ ବିଭାଗରୁ ଅନୁମତି ନେବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *