June 27, 2025

Odia Express

Here, There and Everywhere

ଏହି ପ୍ରସିଦ୍ଧ ତାରକାମାନେ ନିଜର ସୁରକ୍ଷାକର୍ମୀଙ୍କୁ ଦିଅନ୍ତି କୋଟି କୋଟି ଟଙ୍କାର ଦରମା, ଜାଣନ୍ତୁ କିଙ୍ଗ ଖାନ କେତେ ଦରମା ଦିଅନ୍ତି?

ବଲିଉଡରେ ବହୁତ କଳାକାର କଳାକାର ଅଛନ୍ତି, ଯେଉଁ ମାନଙ୍କର ଭିନ୍ନ ଭିନ୍ନ ପରିଚୟ ଅଛି। ସେଲିବ୍ରିଟି ହୋଇଥିବା କାରଣରୁ ସେମାନଙ୍କୁ ଅନେକ ବିପଦ ମଧ୍ୟ ଥାଏ। ନିଜର ସୁରକ୍ଷା ନିମନ୍ତେ ସେମାନଙ୍କୁ ଅନେକ ପ୍ରକାରର ଉପାୟ କରିବାକୁ ହୁଏ। ଏମିତିରେ ନିଜ ପାଇଁ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମଧ୍ୟ ରଖନ୍ତି, ଯିଏ ଏମାନଙ୍କ ସହିତ ଛାଇ ଭଳି ଉପସ୍ଥିତ ରହିବେ। ରାତି ହେଉ କିମ୍ବା ଦିନ ଏମାନଙ୍କ ଚାରିପଟେ ରହିବେ। ଏବେ ନହେବ ବା କାହିଁକି, କାରଣ ଏହି ତାରକାଙ୍କର ପ୍ରଶଂସକ ମାନେ ଏତେ କ୍ରେଜି ଅଟନ୍ତି ଯେ ଏମାନଙ୍କୁ ଦେଖି ସେମାନେ ନିଜର ହୋଶ ଉଡେଇ ଦିଅନ୍ତି, ଯେଉଁ କାରଣରୁ ଏମାନଙ୍କୁ ନିଜର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ଯେ ମନର ଏହି ଲେଖାରେ ଆପଣଙ୍କ ନିମନ୍ତେ କଣ ରହିଛି?

ପ୍ରତ୍ୟେକ ଷ୍ଟାରଙ୍କ ପାଖରେନିଜର ବଡିଗାର୍ଡସ ଅଛନ୍ତି। ଆଶ୍ଚର୍ଯ୍ୟର କଥା ତ ଏହା ଯେ ପ୍ରତ୍ୟେକ ଷ୍ଟାରଙ୍କ ପାଖରେ ନିଜର ଏକ ବଡିଗାର୍ଡ ଅଛି ଯିଏ କି ତାଙ୍କର ସୁରକ୍ଷା କରିବା ନିମନ୍ତେ ନିଜର ଶକ୍ତି ଲଗେଇ ଦେଇଥାନ୍ତି। ଏହି ତାରକା ମାନଙ୍କର ପାଖକୁ ଆସୁଥିବା ବିପଦର ସମ୍ମୁଖୀନ ଏହି ବଡିଗାର୍ଡ ପ୍ରଥମେ ନିଜେ କରନ୍ତି। ଏମାନଙ୍କ ସୁରକ୍ଷା ନିମନ୍ତେ ଏମାନେ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ରହନ୍ତି। ଏତିକି ହିଁ ନୁହେଁ , ଏମାନେନିଜର ଜୀବନର ବାଜି ଲଗେଇ ଏମାନଙ୍କ ସୁରକ୍ଷାରେ ଦିନରାତି ରହନ୍ତି। ଏମାନଙ୍କ ଉପସ୍ଥିତିରେ କେହି ମଧ୍ୟ ଅନୁପ୍ରବେଶ କରିପାରିବେ ନାହିଁ । ଆସନ୍ତୁ ଜାଣିବା ଯେ କେଉଁ ଷ୍ଟାର ନିଜର ବଡିଗାର୍ଡଙ୍କୁ ସବୁଠାରୁ ଅଧିକ ଦରମା ଦେଉଛନ୍ତି ।

ସଲମାନ ଖାନ: ସଲମାନ ଖାନଙ୍କର ବଡିଗାର୍ଡ ଶେରା ଏମିତି ତ ଅନେକ ସମୟ ତାଙ୍କ ସହିତ ଦୃଶ୍ୟ ହୋଇଥାଏ । ଯେଉଁଠାରେ ମଧ୍ୟ ସଲମାନ ଖାନ ଥାନ୍ତି , ସେଠାରେ ସେ ଥାଏ। ସଲମାନଙ୍କ ସହିତ ସେ ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ । ଆପଣଙ୍କୁ ଜଣେଇଦେବୁ ଯେ ସଲମାନ ଶେରାକୁ ବହୁତ ଅଧିକ ମାନନ୍ତି। ଏଥିପାଇଁ ସେ ଶେରାକୁ ବାର୍ଷିକ ଦୁଇ କୋଟି ଟଙ୍କା ଦରମା ଦିଅନ୍ତି, ଯାହାକି ଏକ ବୃହତ ରାଶି ଅଟେ। ଶେରା ସଲମାନ ଖାନଙ୍କର ସୁରକ୍ଷା ନିମନ୍ତେ ସବୁବେଳେ ପ୍ରସ୍ତୁତ ରହିଥାଏ, ସେ ସଲମାନଙ୍କୁ କେବେ ମଧ୍ୟ ଏକୁଟିଆ ଛାଡେ ନାହିଁ ।

ଆମିର ଖାନ: ଆମିର ଖାନଙ୍କର ଜାଦୁ ବଲିଉଡରେ ବହୁତ ଅଧିକ ଚାଲିଥାଏ। ବର୍ଷରେ ଗୋଟିଏ ଫିଲ୍ମ କରନ୍ତି, କିନ୍ତୁ ସେ ଫିଲ୍ମ ସୁପରହିଟ ହୁଏ, ଯାହାକି ତାଙ୍କୁ ସବୁଠାରୁ ଭିନ୍ନ କରିଥାଏ। ଆମିର ଖାନଙ୍କର ପ୍ରଶଂସକ ସାରା ଦୁନିଆ ଅଟେ। ଏହି କାରଣ ଅଟେ ଯେ ଆମିରଙ୍କୁ ବଲିଉଡରେ ମିଷ୍ଟର ପରଫେକ୍ଟ କୁହାଯାଏ। ଜଣେଇଦେବୁ ଯେ ଆମିର ଖାନଙ୍କର ବଡିଗାର୍ଡର ନାମ ଯୁବରାଜ ଘୋରପଡେ ଅଟେ, ତାଙ୍କୁ ବାର୍ଷିକ ଦରମା 2କୋଟି ଟଙ୍କା ଦିଅନ୍ତି। ଯୁବରାଜ ଆମିରଙ୍କ ସହିତ ଅନେକ ସମୟରେ ନଜର ଆସିଥାଏ। ଆମିରଙ୍କର ସୁରକ୍ଷାକୁ ସେ ପୂର୍ଣ୍ଣ ଧ୍ୟାନ ରଖେ ।

ଅମିତାଭ ବଚ୍ଚନ: ଅମିତାଭ ବଚ୍ଚନଙ୍କୁ ଶତାବ୍ଦୀର ମହାନାୟକ କୁହାଯାଏ। ତାଙ୍କର ଅଭିନୟ ଯେତିକି ଦମଦାର ଅଟେ, ସେତିକି ବୋଧହୁଏ ପୁଣି କେବେ ଦେଖିବାକୁ ମିଳିନପାରେ । ଅମିତାଭଙ୍କ ଭଳି ଦ୍ଵିତୀୟ କେବେ ହୋଇନପାରେ। ଅମିତାଭ ନିଜର କ୍ୟାରିଆରରେ ଅନେକ ଉତ୍ତମ ଫିଲ୍ମ କରିଛନ୍ତି, ଯାହାକି ତାଙ୍କୁ ଅନ୍ୟ ମାନଙ୍କ ଠାରୁ ବିଲକୁଲ ଭିନ୍ନ ସ୍ଥାନ ଦେଇଥାଏ। ଅମିତାଭ ବଚ୍ଚନଙ୍କର ବଡିଗାର୍ଡଙ୍କ ନାମ ଜିତେନ୍ଦ୍ର ସିଂହ ଅଟେ, ଯାହାଙ୍କର ଦରମା ବାର୍ଷିକ 1.5କୋଟି ଟଙ୍କା ଅଟେ। ଅମିତାଭଙ୍କ ସହିତ ଜିତେନ୍ଦ୍ର ପ୍ରାୟତଃ ନଜର ଆସନ୍ତି ଇ।

ଶାହରୁଖ ଖାନ: ରୋମାନ୍ସ କିଙ୍ଗ ଶାହରୁଖ ଖାନ ନିଜର ଫିଲ୍ମ ମାନଙ୍କ ଜରିଆରେ ଲୋକଙ୍କୁ ପ୍ରେମ କରିବା ଶିଖେଇଛନ୍ତି । ଶାହରୁଖଙ୍କର ଅଧିକତର ଫିଲ୍ମ ରୋମାନ୍ସ ଉପରେ ଆଧାରିତ ଅଟେ। ଏହି କାରଣ ଅଟେ ଯେ ତାଙ୍କୁ ରୋମାନ୍ସକିଙ୍ଗ କୁହାଯାଏ। ଏତିକି ହିଁ ନୁହେଁ, ଯୁବକ ମାନଙ୍କ ଉପରେ ଯେଉଁ ପ୍ରେମ ନିଶା ଅଛି, ତାହାର ଶ୍ରେୟ ଶାହରୁଖଙ୍କର ଫିଲ୍ମକୁ ମଧ୍ୟ ଦିଆଯାଇଥାଏ। ରୋମାନ୍ସ କିଙ୍ଗଙ୍କର ପ୍ରେମ ନିଜର ବଡିଗାର୍ଡଉପରେ ମଧ୍ୟ ବର୍ଷିଥାଏ । ଶାହରୁଖ ଖାନଙ୍କ ବଡିଗାର୍ଡଙ୍କର ନାମ ରବି ସିଂହ ଅଟେ, ଯାହାକୁ ସେ ବାର୍ଷିକ ବେତନ 2.5କୋଟି ଟଙ୍କା ପ୍ରଦାନ କରିଥାନ୍ତି ।

ଅକ୍ଷୟ କୁମାର: ଅକ୍ଷୟ କୁମାରଙ୍କୁ ବଲିଉଡରେ ଖିଲଦି କୁମାର କୁହାଯାଏ। ଏକ ରୁ ବଳି ଅନ୍ୟ ଫିଲ୍ମ ଦେଇଥିବା ଅକ୍ଷୟ କୁମାରଙ୍କର ହୃଦୟ ମଧ୍ୟ ବହୁତ ବଡ ଅଟେ। ଅକ୍ଷୟ ପ୍ରାୟତଃ ସାମାଜିକ କାର୍ଯ୍ୟ ସହିତ ଓତପ୍ରୋତ ଜଡିତ ରହନ୍ତି। ଏହି କାରଣ ଅଟେ ଯେ ତାଙ୍କ ବିଶାଳ ହୃଦୟ ନାମରେ ମଧ୍ୟ ଜଣାଯାଏ । ଆପଣଙ୍କୁ ଜଣେଇଦେବୁ ଯେ ଅକ୍ଷୟଙ୍କର ବଡିଗାର୍ଡଙ୍କ ନାମ ଶ୍ରେୟସ ଠେଲେ ଅଟେ, ବାର୍ଷିକ ବେତନ 1.2କୋଟି ଟଙ୍କା ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *