June 27, 2025

Odia Express

Here, There and Everywhere

କୁମ୍ଭକର୍ଣ୍ଣର ଏହି ୩ଟି ଗୁପ୍ତ କଥା କେହି ଜାଣି ନାହାଁନ୍ତି, ରାମାୟଣର ସବୁଠୁ ଶକ୍ତିଶାଳୀ ଯୋଦ୍ଧା…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ରାମାୟଣରେ ଭଗବାନ ରାମ ଓ ରାବଣ ବିଷୟରେ ସମସ୍ତେ ଭଲସେ ଜାଣିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କୁମ୍ଭକର୍ଣ୍ଣ ସହିତ ଜଡିତ ଏପରି କଥା ଯାହା କେହି ଜାଣିନାହାନ୍ତି।ସାଙ୍ଗମାନେ ଆପଣ ସମସ୍ତେତ ଜାଣିଥିବେ ବ୍ରହ୍ମା କୁମ୍ଭକର୍ଣ୍ଣକୁ ଛଅ ମାସ ଶୋଇବାର ବରଦାନ ଦେଇଥିଲେ। ଏହି କଥା ସେହି ସମୟର ରାବଣ , କୁମ୍ଭକର୍ଣ୍ଣ ଓ ବିଭୀଷିଣ ତିନିଭାଇ ବରପ୍ରାପ୍ତ ପାଇଁ ବ୍ରାହ୍ମାଙ୍କୁ କଠୋର ତପସ୍ୟା କରିଥିଲେ ଶେଷରେ ବ୍ରହ୍ମା ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କୁ ବର ଦେଇଥିଲେ। ରାବଣ ଓ ବିଭୀଷିଣକୁ ତାଙ୍କ ଇଚ୍ଛା ଅନୁସାରେ ବର ଦେଇକି ଶେଷରେ କୁମ୍ଭକର୍ଣ୍ଣ ପାଖରେ ପହଁଚିଲେ।

ପ୍ରଥମେତ ବ୍ରାହ୍ମା କୁମ୍ଭକର୍ଣ୍ଣକୁ ବର ଦେବାପାଇଁ ଚିନ୍ତିତ ଥିଲେ କାରଣ ଯଦି କୁମ୍ଭକର୍ଣ ଏହିପରି ଖାଇବାରେ ଲାଗିବ ଏ ଜଗତରୁ ସବୁ ଖାଦ୍ୟ ସରିଯିବ।ଏଥିପାଇଁ ବ୍ରହ୍ମା କୁମ୍ଭକର୍ଣ୍ଣ ବର ମାଗିବା ପୂର୍ବରୁ ଦେବୀ ସରସ୍ୱତୀଙ୍କ ଦ୍ବାରା ତାର ବୁଦ୍ଧି ନଷ୍ଟ କରିଦେଇଥିଲେ ଯାହା ଫଳରେ କୁମ୍ଭକର୍ଣ୍ଣ ଯାହା ମାଗିବାକୁ ଚାହୁଁଥିଲି ତାହା ମାଗି ପାରି ନଥିଲା । ସରସ୍ଵତୀ ତାର ଜିଭରେ ବସିଗଲେ ଓ କୁମ୍ଭକର୍ଣ୍ଣ ୬ ମାସ ଶୋଇବାର ବରଦାନ ମାଗିଦେଲା।କଣ ଆପଣଙ୍କୁ ଜଣାଅଛି କୁମ୍ଭକର୍ଣ୍ଣ ରାବଣଠୁବି ଅଧିକ ଶକ୍ତିଶାଳୀ ଥିଲା ତାକୁ କେହି ହେରେଇପାରି ନଥାନ୍ତେ। ତାକୁ କେବଳ ପ୍ରଭୁ ରାମ ହିଁ ମାରିପାରିବେ ଏହି କଥା ବି ରାମଚନ୍ଦ୍ରମାନସରେ ବି ଲେଖା ଅଛି। ରାବଣ ଭାଇ କୁମ୍ଭକର୍ଣ୍ଣ ଅତ୍ୟନ୍ତ ବଳଶାଳୀ ଥିଲା ଏ ଜଗତରେ ତା ଶକ୍ତି ଆଗରେ ବଡ ନଥିଲେ। ବ୍ରହ୍ମାଙ୍କ ବର ଅନୁସାରେ ସେ ୬ ମାସ ଶୋଇରହୁଥିଲା।

କଣ ଆପଣଙ୍କୁ ଜଣା ଅଛି ଗୋଟେ ସମୟରେ କୁମ୍ଭକର୍ଣ୍ଣ ନିଜ ଭାଇ ରାବଣ ସହିତ ବି ଯୁଦ୍ଧ କରିଥିଲା । ଏହି କଥା ସେହି ସମୟର ଯେବେ ରାବଣ ମାତା ସୀତାଙ୍କୁ ହରଣ ପରେ ରାମଚନ୍ଦ୍ର ବାନର ସେନା ସହିତ ଲଙ୍କା ପହଞ୍ଚିଥିଲେ ଓ ରାବଣ ସହିତ ଯୁଦ୍ଧ ହେଉଥିଲା ସେହି ସମୟରେ ବି କୁମ୍ଭକର୍ଣ୍ଣ ଶୋଇଥିଲା। ରାବଣର ଅନେକ ବଡ ଯୋଦ୍ଧା ମରିଗଲେ ଶେଷରେ ରାବଣ କୁମ୍ଭକର୍ଣ୍ଣକୁ ଉଠାଇବାକୁ ଆଦେଶ ଦେଇଥିଲା। ଅନେକ ଚେଷ୍ଟା ପରେ ଯେବେ କୁମ୍ଭକର୍ଣ୍ଣ ଉଠିଲା ଏହା ପରେ କୁମ୍ଭକର୍ଣ୍ଣ ଜାଣିଲା ରାବଣ ମାତା ସୀତାଙ୍କୁ ହରଣ କରିଛି ସେ ଦୁଃଖ ପ୍ରକାଶ କରି ରାବଣକୁ କହିଲା ମୂର୍ଖ ତୁ ମାତା ସୀତାଙ୍କୁ ହରଣ କରି ଏବେ ଜିତିବାକୁ ଆଶା କରିଛୁ ଏହା ପରେ ସେ ଅନେକ ଥର ରାବଣକୁ ବୁଝାଇବାକୁ ଚେଷ୍ଟା କରିଥିଲା।

କଣ ଆପଣଙ୍କୁ ଜଣା ଅଛି କୁମ୍ଭକର୍ଣ୍ଣ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିଲା ସେ ବାଧ୍ୟରେ ଯୁଦ୍ଧକୁ ଯାଇଥିଲା।କୁମ୍ଭକର୍ଣ୍ଣ ରାଵଣକୁ ଯୁଦ୍ଧ ବନ୍ଦ ପାଇଁ କହିଥିଲା କିନ୍ତୁ ରାବଣ କୌଣସି ପ୍ରକାର ରାଜି ନ ହେବାରୁ କୁମ୍ଭକର୍ଣ୍ଣ ବାଧ୍ୟ ହୋଇ ଯୁଦ୍ଧ କରିବାକୁ ଗଲା । ସେ ରାମଚନ୍ଦ୍ର ହାତରୁ ମୁକ୍ତି ପାଇଁ ଆଶା କରିଥିଲା।ସାଙ୍ଗମାନେ ଏହା ଥିଲା କୁମ୍ଭକର୍ଣ୍ଣ ସହିତ ଜଡିତ କିଛି ତଥ୍ୟ।ଯଦି ଆପଣଙ୍କୁ ଏହି ଲେଖା ଭଲ ଲାଗୁଛି ଏହାକୁ ଲାଇକ କରନ୍ତୁ ଓ ସେୟାର କରନ୍ତୁ ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *