June 28, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଭଗବାନ ରାମଙ୍କ ପୁର୍ବରୁ କେଉଁ କେଉଁ ୪ ଜଣ ଯୋଦ୍ଧା ରାବଣକୁ ହରେଇ ଥିଲେ…

ଦଶାନନ ଲଙ୍କାପତି ରାବଣଙ୍କ ବିଷୟରେ କିଏ ନଜାଣିଛି,ଯିଏ ଜଣେ ବ୍ରାହ୍ମଣ କ୍ଷତ୍ରିୟ ଥିଲେ ଓ ମହାଦେବ ଶିବଙ୍କର ଭକ୍ତ ଥିଲେ।ରାବଣ ସମସ୍ତ ବିଶ୍ୱର ବହୁତ ଜ୍ଞାନି ଥିଲେ,ଅଧିକାଂଶ ଲୋକ ଏହା ଜାଣିଥିବେ କି ରାବଣ କେବଳ ଶ୍ରୀ ରାମଙ୍କ ପାଖରୁ ହାରିଥିଲା କିନ୍ତୁ ଏହା ସତ୍ୟ ନୁହେଁ,ସେ ଶ୍ରୀ ରାମଙ୍କ ବ୍ୟତୀତ ଅନ୍ୟ ଚାରଟି ମହାନ ଯୋଦ୍ଧାଙ୍କ ପାଖରୁ ହାରିଥିଲା।ଚାଲନ୍ତୁ ଆଜି ଆମେ ଏଠି ଆପଣଙ୍କୁ କହିବୁ କିଏ ଥିଲେ ସେ ଚାରୋଟି ମହାନ ଯୋଦ୍ଧା।ସାଙ୍ଗମାନେ ଆମେ କଥା ହେବା ଏବେ ସେହି ପ୍ରଥମ ଯୋଦ୍ଧା ବିଷୟରେ ଯିଏ ସ୍ୱୟଂ ରାଵଣଙ୍କୁ ହରେଇଥିଲେ।ଆମେ କହୁଛୁ ବାଳିଙ୍କ ବିଷୟରେ।ଥରେ ରାବଣ ପହଞ୍ଚି ଯାଇଥିଲା ବାଳି ଶହ ଯୁଦ୍ଧ କରିବାକୁ ସେ ସମୟରେ ବାଳି ଭଗବାନଙ୍କ ପୂଜା କରୁଥିଲେ ତଥାପି ରାବଣ ତାଙ୍କ ପୁଜାରେ ବାଦ୍ଧା ସୃଷ୍ଟି କଲା ସେ ରାବଣ କୁ କାଖ ତଳେ ଜାକି ୪ଟି ସମୁଦ୍ରର ପରିକ୍ରମା କରିଥିଲେ।

ବାଳି ବହୁତ ଶକ୍ତିଶାଳୀ ଥିଲେ ସେ ପ୍ରତିଦିନ ସକାଲୁ ଉଠି ଏହି ଭଳି ୪ଟି ସମୁଦ୍ର ପାର କରୁଥିଲେ ଓ ସୂର୍ଯ୍ୟ ଦେଵଙ୍କୁ ଅନ୍ନ ଅର୍ପଣ କରିଥିଲେ।ସେ ଯେତେବେଳେ ରାଵଣକୁ ନିଜ ହାତରେ ଚାପି ବୁଲୁଥିଲେ ରାବଣ ବହୁତ ପ୍ରୟାସ କଲା କିନ୍ତୁ ସେ ମୁକ୍ତ ହୋଇ ପାରି ନଥିଲା।ପୂଜା ପରେ ସେ ରାବଣ କୁ ଛାଡି ଦେଲେ ଏହାପରେ ରାବଣ ଜାଣି ଗଲା ଯେ ବାଳି ସେୟଂ ବ୍ରହ୍ମ ଦେଵଙ୍କ ପୁତ୍ର ଅଟେ।

ଦ୍ୱିତୀୟ ହେଲେ ସହସ୍ର ହାତ ଥିବା ଅର୍ଜୁନ,ରାବଣ ଯେତେବେଳେ ସହସ୍ର ହାତ ଥିବା ଅର୍ଜୁନଙ୍କ ଶହ ଯୁଦ୍ଧ କରିବାକୁ ଆସିଲେ ସେ ନିଜ ହାତରେ ନର୍ମଦାକୁ ଅଟକାଇ ଦେଲେ ଓ ତାପରେ ଛାଡି ଦେଲେ ଯାହା ଫଳରେ ରାବଣ ଓ ତା ସେନା ପାଣିରେ ଭାସି ଗଲେ।ତୃତୀୟରେ ଆସିବ ଅସୁର ରାଜା ବାଲୀ ପାତାଳର ରାଜା ଅଟନ୍ତି,ସେ ତାଙ୍କ ଶହ ଯୁଦ୍ଧ କରିବା ପାଇଁ ସେ ପାତାଳର ପହଁଚିଲା କିନ୍ତୁ ସେଠାରେ ଖେଳୁଥିବା ଛୋଟ ଛୁଆ ରାବଣ କୁ ଧରି ଘୋଡା ଗାଡ଼ିରେ ବାନ୍ଧି ପକେଇଲେ।

ତାପରେ ଆସିବେ ଚତୁର୍ଥରେ ଦେବଙ୍କ ଦେବ ମହାଦେବ ଥିଲେ,ରାବଣ ବହୁତ ଶକ୍ତି ସାଳି ଥିଲା ଓ ତାର ନିଜ ଶକ୍ତି ଉପରେ ବହୁତ ଅହଂକାର ଥିଲା।ରାବଣ ରହି ଅହଂକାରରେ ଭଗବାନ ଶିବଙ୍କୁ ହରେବାକୁ ଯାଇ ସେ କୈଲାସ ପର୍ବତରେ ପହଞ୍ଚିଲା କିନ୍ତୁ ମହାଦେବ ଧ୍ୟାନରେ ଲିନ ଥିଲେ।ତାପରେ ରାବଣ କୌଳାଶ ପର୍ବତ ଉଠେଇବାକୁ ଲାଗିଲା,ସେ ନିଜର ଗୋଟେ ବୁଢା ଆଙ୍ଗୁଠି ବଳରେ ସେ ପର୍ବତର ଭାର ବଢେଇ ଦେଲେ ଓ ରାବଣ ହାତ ପାହାଡ଼ ତଳେ ଚାପି ହୋଇଗଲା।

ତାର ବହୁତ ଚେଷ୍ଟା ପରେବି ସେ ତା ହାତ କାଢି ପାରିଲା ନାହିଁ ସେ ତାପରେ ଶିବଙ୍କ ତାଣ୍ଡବ ସ୍ତୋତ୍ର ବୋଳିବାକୁ ଲାଗିଲା ଏହା ଶୁଣି ଭଗବାନ ଶିବ ବହୁତ ଖୁସି ହୋଇଗଲେ ଓ ତାକୁ ମୁକ୍ତ କରିଦେଲେ।ଏହା ପରେ ସେ ଶିବଙ୍କୁ ନିଜ ଗୁରୁ ବନେଇନେଲେ।ତାପରେ ପରେ ଭଗବାନ ଶିଵଙ୍କର ରାବଣ ପରମ ଶିବ ଭକ୍ତ ବୋଲି ସମ୍ପୂର୍ଣ୍ଣ ବିଶ୍ୱ ଜାଣିଲା।ରାବଣ ମହାନ ଜ୍ଞାନି ଶହ ବହୁତ ପରାକ୍ରମିଵି ଥିଲା।

Leave a Reply

Your email address will not be published. Required fields are marked *