June 27, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଦୁନିଆର ତିନୋଟି ଅବିଶ୍ଵସନୀୟ ସତ୍ୟ – ଯାହା ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ…

1 min read

ଦୁନିଆ ସାରା ଏମିତି କିଛି ବହୁତ ଘଟଣା ଘଟିଥାଏ ଯାହାକୁ ଶୁଣିଲେବି ବିଶ୍ୱାସ କରିହେବନାହିଁ।ସେ ସତ୍ୟ ଘଟଣା ଶହ ଲୋକଙ୍କ ମନରେ ମଧ୍ୟ କିଛି ପ୍ରଶ୍ନ ଆସିଥିଲା ଯାହାର ଉତ୍ତର ବହୁତ ମଜାଳିଆ ଅଟେ।ସେମିତିହିଁ କିଛି ମଜାଳିଆ କଥାକୁ ଆଜି ଆମେ ଏହିଠାରେ ଜାଣିବା।ସେ ସବୁ କଥା ଆପଣ ମାନଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟଜନକ ଲାଗିବ କିନ୍ତୁ ସବୁ ସତ୍ୟ ପଛରେ ବହୁତ ମନରଞ୍ଜକ କାହାଣୀ ଭରି ରହି ଅଛି।ଆସନ୍ତୁ ଜାଣିବା ସେ ରହସ୍ୟ ମୟୀ ସତ୍ୟ।

ସତ୍ୟ ନମ୍ବର୍ ୦୧:-ଏହି ସତ୍ୟଟି ଆଧାରିତ ହେଉଛି ମାନସା ମୁସାଙ୍କ ବିଷୟରେ।କୁହାଯାଏକି ଏହି ସେ ଲୋକଥିଲେ ଯିଏ ଯେଉଁ ସ୍ଥାନ ଦେଇ ଯାଉଥିଲେ ସେଠାରେ ସୁନା ବିଛଉଥିଲେ।ସେମିତି କହିବାକୁ ଗଲେ ଇତିହାସରେ ଏମିତି ଗୋଟେରୁ ବଢି ଗୋଟେ ରାଜା ଅଛନ୍ତି ଯାହାଙ୍କର ବିଷୟରେ ଆମେ ଶୁଣିଥାଉ।ତଥାପି ଆମେ କଥା ହେଉଛୁ ସବୁଠାରୁ ଧନୀ ରାଜା ମନସା ମୁଷାଙ୍କ ବିଷୟରେ ଯିଏ ଟିମ୍ବକ ଟୁମ୍ବର ରାଜା ଥିଲେ।ଏହି ଯାଗା ପଶ୍ଚିମ ଆଫ୍ରିକାର ଦେଶରେ ଅବସ୍ଥିତ ଅଟେ।

ଯେତେବେଳେ ଏ ରାଜାଙ୍କ ପାଲିଙ୍କି ଯେତେବେଳେ କେଉଁଠାରୁ ଅତି ବାହିତ ହେଉଥିଲା ସେ ବହୁତ ସୁନା ଦାନ କରିକି ଯାଉଥିଲେ।କୁହାଯାଏ ରାଜା ଯେତେବେଳେ ମକାମସଜିଦ ପାଇଁ ବାହାରି ଥିଲେ ତାଙ୍କ ଶହ ୬୦,୦୦୦ ଲୋକ ଥିଲେ।ତାଭିତରୁ ୧୨,୦୦୦ ଲୋକ କେବଳ ତାଙ୍କ ନିଜର ସେବା ପାଇଁ ଥିଲେ,ତାସହିତ ତାଙ୍କ ଶହ ୮୦ ଟି ଓଟ ଥିଲା ଓ ସବୁ ଓଟ ଉପରେ ୧୩୬ କିଲୋ ସୁନା ଲଦା ହୋଇଥିଲା। ସେ ସମସ୍ତ ସୁନା ରାସ୍ତାରେ ହିଁ ଦାନ କରିଦେଲେ।

ଆସନ୍ତୁ ଜାଣିବା ସତ୍ୟ ନମ୍ବର୍ ୦୨:-ଏଠାରେ କେବଳ ଗୋଟେ ବାଲ୍ଟି ପାଇଁ ଯୁଦ୍ଧ ହୋଇଥିଲା ଓ ଏହି ଯୁଦ୍ଧରେ ପାଖା ପାଖି ୨୦୦୦ ସୈନିକ ନିଜର ଜୀବନ ହରେଇଥିଲେ।ଏହା ଇଟିଲିର ଦୁଇଟି ସହର ବୋଲଗନା ଓ ମୋଡେନା ଭିତରେ ହୋଇଥିଲା,ସେ ଆଗରୁ ୧୨୯୬ ରେ ଲଢ଼ି ସାରିଥିଲେ ଓ ପୁଣି ସେ ୧୩୨୫ ରେ ବୋଲଗେନା ସହର ମଝିରେ ଥିବା ଖାସ ବାଲ୍ଟିକୁ ମୋଡେନା ସହରର ସୈନିକ ନେଇ ଆସିଲେ କିନ୍ତୁ ବୋଲଗେନାର ସୈନିକ ବିନା କୌଣସି ହିଂସାରେ ସେମାନଙ୍କୁ କହିଲେ ବାଲ୍ଟି ଫେରେଇବାକୁ କିନ୍ତୁ ସେମାନେ ଯେତେବେଳେ ନଦେଲେ ତାଙ୍କ ଭିତରେ ଯୁଦ୍ଧ ହେଲା।ବୋଲଗେନାର ସୈନ୍ୟ ବଳ ୩୨୦୦୦ ଓ ମୋଡ଼ନାର ସୈନ୍ୟ ବଳ ୭୦୦୦ ତଥାପି ଏ ଯୁଦ୍ଧରେ ମୋଡନା ଜିତିଥିଲା।

ଆସନ୍ତୁ ଜାଣିବା ସତ୍ୟ ନମ୍ବର ୦୩:-ଏହା ଗୋଟେ ଏମିତି ଶହର ବିଷୟରେ କୁହାଯାଉଛି ଯେଉଁଠାରେ ସବୁ ମଣିଷ ଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ସମସ୍ତେ ପଥର ପାଲଟି ଗଲେ।କହିବାକୁ ଗଲେ ଦୁନିଆରେ ଏମିତି ରହସ୍ୟ ଅଛି ଯାହାଉପରୁ ପରଦା କଢ଼ା ହେଇନି।ଏହା ତା ମଧ୍ୟରୁ ଅନ୍ୟତମ,କଥା ହେଉଛି ଇଟାଲୀର ଶହର ପୋମ୍ପେଇ ବିଷୟରେ।ଯାହା ହଜାର ବର୍ଷ ପୂର୍ବେ ସାଧାରଣ ସହର ଭଳି ଦେଖା ଯାଉଥିଲା।

ଥରେ ଏମିତି କିଛି ଘଟିଲା ଯାହା ସମ୍ପୂର୍ଣ୍ଣ ସହରର ଭାଗ୍ୟ ଓ ନକ୍ସାକୁ ପରିଵର୍ତ୍ତନ କରିଦେଲା।ସେଠାରେ ଏମିଟି ବହୁତ ମଣିଷ ଓ ପଶୁ ଅଛନ୍ତି ଯେଉଁମାନେ ପଥର ହୋଇ ଯାଇଛନ୍ତି।ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା କି ସେମାନେ ସେଠାରେ ପଥର ହେବାର ମୁଖ୍ୟ କାରଣ ହେଲା ଆଗ୍ନେୟଗିରିର ଫାଟିବାରୁ।ସେଠାରେ ଥିବା ପାହାଡ଼ ମାଉଣ୍ଟ ବେଶେଭିଅସ ରୁ ନିଆଁ ବର୍ଷା ହୋଇଥିଲା ଯାହାଦ୍ୱାରା ୧୧,୦୦୦ ରୁ ୧୫,୦୦୦ ଲୋକଙ୍କ ମୃତ୍ୟୁବରଣ ହୋଇଥିଲା।

Leave a Reply

Your email address will not be published. Required fields are marked *