June 28, 2025

Odia Express

Here, There and Everywhere

ରାତିରେ ଶୋଇବା ସମୟରେ ଗୋଟେ ଚାମଚ ଖାଆନ୍ତୁ, ଆପଣଙ୍କ ପାଚନ ଶକ୍ତି ଏତେ ବଢିଯିବ କି ଖାଇବା ତୁରନ୍ତ ହଜମ ହେଇଯିବ

ଡାଇଜେଷ୍ଟିଭ ସିଷ୍ଟମ ଅଥବା ପାଚନ ତନ୍ତ୍ର ଆମ ଶରୀର ର ଏକ ଏପରି ଅଙ୍ଗ ଅଥବା ଯାହାକୁ ଆମେ ମେସିନ ବୋଲି କହିଥାଉ, ଆମ ପାଇଁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ ଅଟେ। ତାହା ଆମ ଶରୀର ରେ ଖାଦ୍ୟ ହଜମ କରି ତାକୁ ପଚେଇବା ତଥା ତା ଭିତରୁ ସମସ୍ତ ପ୍ରକାର ଖାଦ୍ୟସାର ବାହାର କରିବା ଇତ୍ୟାଦି କାମ କରିଥାଏ। ଏଥିରେ କିଛି ବି ଅସୁବିଧା ହେବା ଦ୍ୱାରା ଆମକୁ ଅତ୍ୟନ୍ତ ଅଶାନ୍ତି ର ସାମ୍ନା କରିବାକୁ ପଡିପାରେ। ଆଜିର ଦୁନିଆ ରେ ଆମେ ଅଧିକ ଜଙ୍କ ଫୁଡ଼ ତଥା ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆମ ପାଚନ ତନ୍ତ୍ର ରେ ଖରାବି ଦେଖିବାକୁ ମିଳୁଛି। ଏହାଦ୍ୱାରା ଆମ ଶରୀର ଅତ୍ୟନ୍ତ ଅସୁସ୍ତ ରହୁଛି।

ଆମର ପାଚନ ତନ୍ତ୍ର ଖରାପ ହେବା ଦ୍ୱାରା ଆମ ଶରୀର କୁ ଉଚିତ ପୋଷଣ ମିଳି ପାରୁ ନାହିଁ। ଏହାଦ୍ୱାରା ଆମକୁ ବିଭିନ୍ନ ପ୍ରକାର ର ରୋଗ ର ସାମ୍ନା କରିବାକୁ ପଡୁଛି। ଟିକେ ଥଣ୍ଡା ଦ୍ୱାରା ଆମକୁ ଜର ହେଇଯାଉଛି, ଟିକେ କିଛି କରିବା ଦ୍ୱାରା ଆମକୁ ଥକାପଣ ଅନୁଭବ ହେଉଛି। ଆଜିକାଲି ଆମେ ସମୟ ବଞ୍ଚେଇବା ତଥା କେବଳ ଭୋକ ସମାପ୍ତ କରିବା ପାଇଁ ହି ବଜାର ରେ ମିଳୁଥିବା ବିଭିନ୍ନ ଫାଷ୍ଟ ଫୁଡ଼ ଯେପରିକି ପିଯା, ବର୍ଗର ତଥା ନୁଡୁଲସ ଇତ୍ୟାଦି ଖାଉଛୁ।

ଏହାଦ୍ୱାରା ଆମକୁ ଅନେକ ରୋଗ ଯେପରି ଖଟା ଢେଙ୍କାର , ଗ୍ୟାସ ଇତ୍ୟାଦି ସମସ୍ୟା ହେଇଯାଉଛି। ଏହାର ପ୍ରଥମ କାରଣ ଆମ ଶାରୀରିକ ବ୍ୟାୟାମ ନ କରିବା । ଆମେ ଆଜି କାଲି ସମସ୍ତ କାମ ମେସିନ ରେ କରୁଛୁ ଯାହା ଦ୍ୱାରା କି ଆମ ଶରୀର ବହୁତ ଅଳସୁଆ ହେଇଯାଉଛି, ଏହାଦ୍ୱାରା ଆମ ଶରୀର ରେ ପଡିଥିବା ଖାଦ୍ୟ ହଜମ ହେଇ ପାରୁ ନାହିଁ ଯାହାଦ୍ୱାରା କି ଆମକୁ ଗ୍ୟାସ ର ସାମ୍ନା କରିବାକୁ ପଡୁଛି। ତ ଆପଣ ଯେତେ ଅଧିକ ଚେଷ୍ଟା କରନ୍ତୁ କି ସକାଳୁ କିଛି ନା କିଛି ବ୍ୟାୟାମ କରିବାକୁ। କାରଣ ଏହାଦ୍ୱାରା ଆମ ପାଇଁ ବହୁତ ଫାଇଦା ଅଛି। ପେଟର ସମସ୍ୟା ପାଇଁ ହଜାର ହଜାର ଉପାୟ ଆୟୁରଭେଦ ରେ ଅଛି। ଏହିଭଳି ଏକ ଉପାୟ ଆଜି ଆମେ ଆପଣଙ୍କ କହିବାକୁ ଯାଉଛୁ।

ଆପଣ ଏହି ଔଷଧିକୁ ତିଆରି କରିବା ପାଇଁ ବାସ ଜୁଆଣି, ପାନମହୁରୀ ତଥା ମିଶିରି କୁ ଆଣି ବରାବର ପେଷି ଦିଅନ୍ତୁ। ତା ପରେ ଆପଣ ତାକୁ ମିଶେଇ ଏକ ପାଉଡର ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା ଆପଣ ଦେଖିବେ କି ତାହା ଏକ ଚୁରଣ ଭଳି ହେଇଯିବ।

ଆପଣ ଏହି ଚୁରଣ କୁ ରାତିର ଶୋଇବା ଆଗରୁ କ୍ଷୀର ରେ ଗୋଳେଇକି ପିବାର ଅଛି। ଏହା ଆପଣ ଛେଳି ଖୀର ରେ କରନ୍ତୁ। ଆପଣଙ୍କୁ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ଆପଣ ଜାଣିବା ଦରକାର କି ଛେଳିର କ୍ଷୀର ଆମ ଶରୀର ର ପାଚନ ତନ୍ତ୍ର କୁ ମଜବୁତ କରିଥାଏ। ଆପଣଙ୍କୁ ଯଦି ଛେଳି କ୍ଷୀର ନ ମିଳୁଛି ତ ଆପଣ ଏହାର ପାଉଡର ବନେଇକି ପିଇ ପାରିବେ। ଏହା ଆପଣ ସାତ ଦିନ ଯାଏ କରନ୍ତୁ ଆପଣଙ୍କୁ ଫାଇଦା ଦେଖା ଯିବ।

Leave a Reply

Your email address will not be published. Required fields are marked *