June 22, 2025

Odia Express

Here, There and Everywhere

ଆଖିର ଜ୍ୟୋତି ବଢ଼ାନ୍ତୁ, ସହଜ ଘରୋଇ ଉପାୟ – ଜୀବନରେ କେବେ ଚଷମା ପିନ୍ଧିବାକୁ ପଡ଼ିବନି..

ଆମ ବ୍ୟସ୍ତବହୁଳ ଜୀବନ ଯାପନ ଭିତରେ ଆମେ ନିଜର ଚେହେରା ତଥା ଅନ୍ୟ ସମସ୍ତ ଜିନିଷ କୁ ଧ୍ୟାନ ଦେଇଥାଉ ମାତ୍ର କେହି ବି ଲୋକ ଏହା କହି ପାରିବେ ନାହିଁ କି ସେମାନେ ନିଜ ଆଖିର ଯତ୍ନ ପାଇଁ ଶେଷ ଥର କେବେ କିଛି କରିଥିଲେ। ଆମ ଜୀବନ ରେ ବୈଦ୍ୟୁତିକ ଯନ୍ତ୍ରପାତି ର ବ୍ୟବହାର ତଥା ରାତିରେ କମ ଶୋଇବା ଇତ୍ୟାଦି କାମ ପାଇଁ ଆମ ଆଖି ଧୀରେ ଧୀରେ ଖରାପ ହେବାକୁ ଲାଗେ। ବହୁତ ଲୋକଙ୍କର ମାନିବା କଥା କି ଯଦି ଥରେ ଚଷମା ଲାଗିଯାଏ ତ ତାହା ଆଉ କେବେ ବାହାରେ ନାହିଁ। ମାତ୍ର କିଛି ଖାଦ୍ୟ ପେୟ ରେ ଧ୍ୟାନ ଦେବାଦ୍ୱାରା ଆମେ ନିଜ ଆଖିର ଯତ୍ନ ନେଇ ପାରିବା। ଆପଣ ଯଦି ପାନମହୁରୀ ଆଉ କାକୁଡି ର ମିକ୍ସଚର କୁ ନିଜ ଆଖି ଉପରେ ଲଗେଇ ରଖିବେ ତ ତାହା ଆଖି ପାଇଁ ବହୁତ ଲାଭ ଦାୟକ ହେଇଥାଏ।

ଆପଣ ପାନମହୁରୀ କୁ ପାଣିରେ ଦୁଇ ଘଣ୍ଟା ଯାଏ ଭିଜେଇ ରଖନ୍ତୁ ଆଉ ତା ପରେ କାକୁଡି ଖଣ୍ଡ କୁ ଗ୍ରାଇଣ୍ଡର ରେ ଗ୍ରାଇଣ୍ଡିଂ କରିବା ପରେ ତାକୁ କିଛି ସମୟ ପାଇଁ ଫ୍ରିଜ ରେ ରଖନ୍ତୁ। ଏହାଦ୍ୱାରା ପ୍ରସ୍ତୁତ ପେଷ୍ଟ କୁ ଆପଣ ନିଜ ଆଖିରେ ଲଗେଇବା ଦ୍ୱାରା ତାହା ଆଖିକୁ ଥଣ୍ଡା ପହଂଚାଇବ। ଏହାପରେ ଆପଣ ଦିନ ତମାମ କମ୍ପୁଟର ଅଥବା ମୋବାଇଲ ରେ କାମ କଲେ କିଛି ଅସୁବିଧା ହେବନି।
ପାନମହୁରୀ ଫଳ ତଥା ଏହାର ମଞ୍ଜି ର ସେବନ କରିବା ବି ଆମ ଆଖି ପାଇଁ ବହୁତ ଲାଭ ଦାୟକ ହେଇଥାଏ। ଏହାକୁ ଖାଇବା ଦ୍ୱାରା ଆମ ଆଖି ବହୁତ ଜଲଦି ଭଲ ରହିଥାଏ।

ଆଖି ରୋଗରେ ପୀଡିତ ନ ହେବା ପାଇଁ ଆପଣଙ୍କୁ ଆଖି ଆଖ ପାଖରେ ମସାଜ କରିବା ଦରକାର। ତେଲ ବ୍ୟବହାର କରି ଆପଣ ଆଖିର ମସାଜ କରିବା ଦ୍ୱାରା ଆଖିର ବହୁତ ରୋଗ ଠିକ କରିପାରିବେ। ଆଖିର ସମସ୍ୟା ରୁ ବଂଚିବା ପାଇଁ ଆପଣଙ୍କୁ କବ୍ଜ ସମସ୍ୟା ଠାରୁ ଦୂରରେ ରହିବା ଦରକାର। ଏହାପାଇ ଆପଣଙ୍କୁ ପେଟ ସଫା ରଖିବା ଦରକାର। ଆଉ ଆପଣଙ୍କୁ ଖାଦ୍ୟ ରେ ସଲାଡ଼, ତଥା ଅମୃତଭଣ୍ଡା ଭଳି ଖାଇବା ର ମାତ୍ରା ବୃଦ୍ଧି କରିବା ଦରକାର।

ଆପଣ ସମସ୍ତ ପରିବା ଆଉ ଫଳ ଯେପରି କି ତରଭୁଜ, ବୋଇତାଳୁ ଇତ୍ୟାଦି କୁ ଖାଇବା ପରେ ଖାଇ ପାରିବେ। ଏହାଦ୍ୱାରା ଆପଣଙ୍କର ଆଖିର ଜ୍ୟୋତି ବଢିଯିବ। ଏହାଦ୍ୱାରା ଆପଣଙ୍କ ପେଟ ସମସ୍ୟା ବି କମିଯିବ। ତାଜା ଆଲୋଭେରା ର ଯୁସ ପିଇବା ଦ୍ୱାରା ଏହା ଆମ ଚେହେରା ବହୁତ ସ୍ଵଛ ରହିଥାଏ ତଥା ଆମ ଆଖି ବି ବହୁତ ଭଲ ରହି ଥାଏ। ଆପଣ ନିଜ ଘର ର ଆଖ ପାଖରୁ ଆଲୋଭେରା ଆଣି ତାର ତାଜା ଯୁସ ବନେଇକି ପିଇବା ଦ୍ୱାରା ବି ଆଖି ରୋଗ ଠିକ ହେଇଯାଏ।

ଆଲୋଭେରା ପରି ତାଜା ଅଁଳା ତଥା ଗାଜର ର ଯୁସ ପିଇବା ବି ଆମ ପାଇଁ ଫାଇଦା ଦେଇଥାଏ। ଅଁଳା କୁ ସକାଳୁ ଖାଲି ପେଟରେ ତଥା ଗାଜର କୁ ଖାଇବା ସମୟରେ ପିଇବା ଦ୍ୱାରା ଆମ ପାଇଁ ଫାଇଦା ଦାୟକ ହେଇଥାଏ।

Leave a Reply

Your email address will not be published. Required fields are marked *