June 28, 2025

Odia Express

Here, There and Everywhere

ଆମେ ପିଉଥିବ ଚା ଓ କଫି ବଦଳରେ ଏହି ଜିନିଷ ସେବନ କରନ୍ତୁ – ଯାହା ପିଇବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

1 min read

ଆପଣମାନେ ଜାଣିଛନ୍ତିକି ଚା କିମ୍ବା କଫି ପିବା ବହୁତ ହାନି କାରକ ଅଟେ।ଏଥିରୁ ପାଉଥିବା କ୍ୟାଫିନ ଆମ ମୁଣ୍ଡ ଉପରେ ସିଧାସଳଖ ପ୍ରଭାବ ପକେଇଥାଏ,ଯାହାଦ୍ୱାରା ଆମ ମସ୍ତିସ୍କ କରୁଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ।ସେଥିପାଇଁ ଯେଉଁବ୍ୟକ୍ତି ସବୁ ଦିନ ଚା ସେବନ କରନ୍ତି ତାଙ୍କର ଅଭ୍ୟାସରେ ପରିଣତ ହୋଇଥାଏ।ତାପରେ ଚା କୁ ଦିନେ ନପିଲେ ମୁଣ୍ଡ ଭାରି ହବାକୁ ଲାଗିଥାଏ ଓ ବହୁତ ଅସୁସ୍ତ ଲାଗିଥାଏ।କଣ ହେବ ଯଦି ଆମେ ଚା କିମ୍ବା ଅନ୍ୟ ଯିନିଶ ବଦଳରେ ଆମେ ଅଲଗା କୌଣସି ପାନୀୟ ନେବା ଯାହା ଆମକୁ ଚା କିମ୍ବା କଫି ଭଳିଆ ଆମକୁ ତାଜ କରିବ।

ସବୁଦିନ ଚା କିମ୍ବା କଫି ପିବା ଦ୍ୱାରା ଆମ ଶରୀରର ଭିତରେ ଥିବା ନମି କମ ହୋଇଯାଇଥାଏ ଯାହାଦ୍ୱାରା ଆମ ଚେହେରାରେ ରିଙ୍କିଲ ଆସିବାର ସମ୍ବାବନା ଅଧିକ ଥାଏ।ଚିନି ମିଶେଇ ଯଦି ଆମେ ଚା କିମ୍ବା କଫିର ଅଭ୍ୟାସ କରୁ ଏହା ଆମର ଅଭ୍ୟାସରେ ପରିଣତ ହୋଇଥାଏ।ଏହା ଆମ ଶରୀରର ହରମୋନ ସନ୍ତୁଳନ ଖରାପ କରିଥାଏ।ଏହା ଦ୍ୱାରା ମଣିଷ ବହୁତ ଚିଡ଼ଚିଡ଼ ବହୁତ ଉଦାସ,ବହୁତ ରାଗି ସ୍ୱଭାବର ହୋଇଥାନ୍ତି।ସକାଳୁ ସକାଳୁ ପିଆ ଯାଉଥିବା ଚା କିମ୍ବା କଫି ଆମ ପାଇଁ ବହୁତ ହାନି କାରକ ହୋଇଥାଏ ଏହା ଗୁଣରୁ ଏସିଡିକ ହେଇଥିବା କାରଣରୁ ଆମକୁ ଉଚ୍ଚରକ୍ତଚାପ ସହିତ ବ୍ଳଡ଼ପ୍ରେସର ଆଦି ରୋଗରେ ପୀଡିତ ହେବାର ସମ୍ବାବନା ଥାଏ।

ଆସନ୍ତୁ ଜାଣିବା ଚା ଓ କଫି ବଦଳରେ ପିଆ ଯାଉଥିବା ବିଭିନ୍ନ ଲାଭ ଦାଇ ପାନୀୟ କଣ ଓ କିପରି ବନେଇବା ଆସନ୍ତୁ ଜାଣିବା।ମାଚା ଟି ଜାପାନ ରେ ପିଆ ଯାଉଥିବା ପ୍ରସିଦ୍ଧ ପାନୀୟ ଅଟେ ବେସି ଦିନ ଯଦି ବଞ୍ଚିବା କଥା କୁହାଯାଏ ଜାପାନୀ ମାନେ ସେମାନଙ୍କ ମଧରୁ ଅଟନ୍ତି।ତାର ପଛରେ ଥିବା ରହସ୍ୟ ହେଉଛି ସେଠାରେ ପିଆ ଯାଉଥିବା ପାରମ୍ପାରିକ ଚା,ଏହି ଚା ଏକ ଗ୍ରିନ ଚା ଅଟେ କିନ୍ତୁ ଏହା ଅନ୍ୟ ତୁଳନାରେ ଅତ୍ୟନ୍ତ ଗୁଣବାନ ହୋଇଥାଏ।ଏହାକୁ ବିଭିନ୍ନ ଲୋକ ବହୁତ ପରିମାଣରେ ସେବନ କରନ୍ତି ଯେମିତିକି ବିଭିନ୍ନ ଶ୍ରେଣୀର ଲୋକ।

ଏହି ଟିକୁ ବନେଇବା ପ୍ରଣାଳୀ ବହୁତ ଖାସ ହୋଇଥାଏ,ଏହାକୁ ବ୍ୟବହାର ପାଇଁ ପାଣିକୁ ଟିକେ ଗରମ କରିବେ ଓ ଏଥିରେ ଅଧା ଚାମୁଚ ପାଉଡର ମିଶେଇ ଏହାକୁ ଭଲ ଭାବରେ ମିସେଇଦେବେ।ଏହା ସାଧାରଣ ଚାମୁଚରେ ଭଲ ଭାବରେ ଗୋଳେଇ ହୁଏ ନାହିଁ ତେଣୁ ଏହାକୁ ବହୁତ ଲୋକ ଗ୍ରାଇଣ୍ଡରରେ ମିଶାଯାଇ ଥାଏ।ମିଠାସ ପାଇଁ ଏଥିରେ ମହୁ କିମ୍ବା ଗୁଡ଼ ମିଶେଇ ପାରିବେ।ଆପଣ ଏହାକୁ ପାଣି ବ୍ୟତୀତ ସବୁ ଜିନିଷରେ କରି ପାରିବେ।ଏହା ବହୁତ ପ୍ରଭାବସାଳି ହୋଇଥାଏ ସେଥିପାଇଁ ଏହାର ପ୍ରଥମ ସେବନ କରିବାକୁ ହେଲେ ଅଳ୍ପ ମାତ୍ରାରେ ସେବନ କରିବେ।

ଏହା ଆମ ଶରୀର କିମ୍ବା ମସ୍ତିସ୍କରେ କୌଣସି ଖରାପ ପ୍ରଭାବ ପକେଇନଥାଏ।ଏଥିରେ ଥିବା ଏଲ-ଥିଏନ ଆମ ମନ ଭଲ ରଖେ ଆମ ଶରୀର ଭଲ ରଖେ ଓ ଆମ ମାନସିକ ଶକ୍ତି ବଢ଼େଇଥାଏ ଓ ମସ୍ତିସ୍କ ଥଣ୍ଡା ରଖିଥାଏ।ତାପରେ ଆସିବ ବାରଲେ ଟି ବା ଯଅ ରୁ ତିଆରି ଚା ଚାଇନା ବା କୋରିଆର ବହୁତ ଆଗରୁ କରାଯାଉଛି।ଯଅ ଆମେ ସାଧାରଣତ ଅଟା ଭଳି ବ୍ୟବହାର କରିଥାଉ ଏହା ଗହମ ଭଳି ଏକ ଉପାଦାନ ଅଟେ।ଏହାର ବ୍ୟବହାର ଦ୍ୱାରା ଆମ ପାଚନ କ୍ଷମତା ବଢିଥାଏ।ଆସନ୍ତୁ ଜାଣିବା ତାର ଚା କିପରି ବନେଇବା।

ଆମେ ଯଅ କୁ ଭଲଭାବରେ ଧୋଇବା ଓ ତାପରେ ଭଲଭାବରେ ତାକୁ ଗୋଟେ କଡ଼ାରେ ପକେଇ ତାକୁ ଭଲ ଭାବରେ ଭାଜିବା।ତାପରେ ଭଲଭାବରେ ଭଜା ହୋଇଥିବା ଯଅକୁ ଗରମ ପାଣିରେ ପକେଇ କିଛି ସମୟ ପାଇଁ ଛାଡି ଦେବ ଓ ମହୁ ମିଶେଇ ତାର ସେବନ କରିବେ।ଏହାର ଆମ ଶରୀର ଉପରେ କୌଣସି ପ୍ରଭାବ ପଡିନଥାଏ।ଆମ ଶରୀର ଭିତରୁ ଡ଼ିଟକ୍ସ୍ କରିଥାଏ।ଆପଣଙ୍କୁ ଚା କିମ୍ବା କଫି ଉପରେ ଆଉ ନିର୍ଭର ହେବାକୁ ପଡିବ ନାହିଁ।

ଯେଉଁମାନଙ୍କୁ କେବଳ କଫି ପିବାର ଅଭ୍ୟାସ ଅଛି ସେମାନଙ୍କ ପାଇଁ ଚିକରି ପାଉଡର,ଏହା ଡାର୍କ କଫି ଭଳି ବହୁତ ପିତା ହୋଇଥାଏ।ସେଥିପାଇଁ ଏହାକୁ ମିଠା ଖିର ଶହ ସେବନ କରିବା ଉଚିତ,ଓ ଆପଣ ଚାହିଁଲେ ଖଜୁରିର ବ୍ୟବହାର କରି ପାରିବେ।ଯେଉଁମାନେ ଅଧିକ କଫି ପିଅନ୍ତି ସେମାନେ କଫିରେ ମିଶାଇ ପିବା ଦରକାର।ଏହା ଆମ ପାଚନ ପାଇଁ ବହୁତ ଫାଇଦା କାରୀ ହୋଇଥାଏ।ତାସହିତ ଧଳା ଚାର ସେବନ ଚା କିମ୍ବା କଫିର ବ୍ୟବହାର କରିପାରିବେ।ଏହା ଦୁନିଆର ସବୁଠୁ ଭଲ ଚା ଅଟେ,ଏହା ସବୁଠୁ ହାଲୁକା ଓ ଫାଇଦା କାରୀ ଅଟେ।କେମୋମାଇଲ ଟି ଓ ହେବିଷ ଟି,ଏ ଗୁଡିକବି ବହୁତ ଲାଭଦାଇ ଅଟେ ଓ ଏହାର ସେବନ ଦ୍ୱାରା ଆମ ଶରୀର ବହୁତ ଲାଭ ଦାଇ ହୋଇଥାଏ ଓ ଆମ ଶରୀରକୁ ବହୁତ ସୁସ୍ଥ କରିଥାଏ।

Leave a Reply

Your email address will not be published. Required fields are marked *