June 27, 2025

Odia Express

Here, There and Everywhere

ଏହି କାରଣ ପାଇଁ ରେଳ ପଟ୍ରି ଉପରେ ପଥର ପଡିଥାଏ – ଜାଣିଗଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ – ଜାଣିରଖନ୍ତୁ ଟ୍ରେନ ବିଷୟରେ କିଛି ରୋଚକ କଥା…

1 min read

ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ କି ରେଲୱେ ପଟ୍ରି ଉପରେ ପଥର କାହିଁକି ଥାଏ। ଆମେ ଆଜି ଯାଏ ଯେତେ ବି ଟ୍ରେନ ରେ ଯାଇଥିବା ଆମେ ଦେଖିଥିବା କି ପଟ୍ରି ତଳେ କେବଳ ମୁନିଆ ପଥର ପଡିଥାଏ। ଆମ ମନରେ ପ୍ରଶ୍ନ ଉଠୁଥିବ କି ପଥର ବଦଳରେ ଆଉ କିଛି କାହିଁକି ପଡିନଥାଏ। ଆଜି ଆମେ ଆପଣଙ୍କ ପାଖରେ ସେହି ବିଷୟରେ ଚର୍ଚା କରିବାକୁ ଯାଉଛୁ। ଜେବେଠାରୁ ଟ୍ରେନ ର ଆବିଷ୍କାର ହେଇଛି ସେବେଠାରୁ ଟ୍ରେନ ର ପଟ୍ରି ତଳେ ପଥର ବିଛା ଯାଇଥାଏ। ଏହାର କାରଣ କଣ ତାହା ଆମେ କହିବାକୁ ଯାଉଛୁ।
ଆପଣଙ୍କୁ ରେଲୱେ ର ଟ୍ରାକ ଯେତେ ସରଳ ଲାଗେ ତାହା ସେତେ ସରଳ ହେଇନଥାଏ। ଏହାକୁ ତିଆରି କରିବା ପାଇଁ କଂକ୍ରିଟ ର ଟ୍ରେକ , ପଥର ତଥା ଲୁହା ର ଟ୍ରାକ ବିଛା ଯାଇଥାଏ। ଏହା ତଳେ ହି ସାଧାରଣ ଭୂମି ଥାଏ। ଏହାକୁ ବନେଇବା ରେ ସବୁଠୁ ଅଧିକ ଯୋଗଦାନ ଏହି ପଥର ମାନଙ୍କର ହେଇଥାଏ।

ଏହି ଟ୍ରାକ କୁ ସିଧା ସିଧା ଆଣି ମାଟି ଉପରେ ବିଛେଇ ଦିଆ ଯାଇନଥାଏ। କାରଣ ଏକ ଲୁହାର ଟ୍ରେନ ର ଓଜନ ପ୍ରାୟ ୧୦ ଲକ୍ଷ କିଲୋଗ୍ରାମ ଅଟେ। ଏତେ ଓଜନ ର ଜିନିଷ କୁ ସାଧାରଣ ଟ୍ରାକ ସମ୍ଭାଳି ପାରିବ ନାହିଁ। ତେଣୁ ଏହାକୁ ସମ୍ଭାଳିବା ପାଇଁ ଲୁହା ର ଟ୍ରେକ, କଂକ୍ରିଟ ର ଖୁଣ୍ଟ ଆଉ ଏହି ପଥର ଲାଗିଥାଏ।

ସର୍ବାଧିକ ଓଜନ ଏହି ପଥର ମାନଙ୍କ ଉପରେ ହି ପଡିଥାଏ କାରଣ ଏମାନଙ୍କ ପାଇଁ ହି କଂକ୍ରିଟ ର ଟ୍ରେକ ନିଜ ପାଖରୁ ହଲି ନଥାନ୍ତି।
ଏହାକୁ ଟ୍ରାକ ରେ ବିଛେଇବା ପାଇଁ ଅନେକ କାରଣ ଥାଏ।

୧: ଏହାକୁ ବିଛେଇବା ଦ୍ୱାରା କଂକ୍ରିଟ ର ସ୍ଲିପର ନିଜ ନିଜ ଭିତରେ ଯୋଡି ହୋଇକି ରହିଥାନ୍ତି ଯାହାଦ୍ୱାରା କି ସେମାନେ ପରସ୍ପର ଠାରୁ ଅଲଗା ହେଇନଥାନ୍ତି।

୨: ରେଲୱେ ଟ୍ରାକ ରେ ଗଛ ଲତା ଉଠିଗଲେ ତାହା ଟ୍ରେନ ଚାଲିବା ରେ ବାଧା ସୃଷ୍ଟି କରିବ। ତେଣୁ ଏହି ଗଛ ଲତା ନ ଉଥିବା ପାଇଁ ଏହି ଗେଟି ପକା ଯାଇଥାଏ।

୩: ଟ୍ରେନ ଚାଲିବା ଦ୍ୱାରା ବହୁତ ଉତ୍ତାପ ତଥା କମ୍ପନ ସୃଷ୍ଟି ହୁଏ। ଏହାଦ୍ୱାରା ଟ୍ରାକ ଆହୁରି ପ୍ରସାରିତ ହେବାର ସମ୍ଭାବନା ଥାଏ। ଏହି ଗେଟି ସେହି ଉତ୍ତାପ ତଥା କମ୍ପନ କୁ ଗ୍ରହଣ କରନ୍ତି ଆଉ ଟ୍ରାକ କୁ ପ୍ରସାରିତ ହେବାକୁ ଦିଅନ୍ତି ନାହିଁ। ତେଣୁ ବି ଏହି ଗେଟି ମାନଙ୍କର ବ୍ୟବହାର କରାଯାଇଥାଏ।

୪: ଏହା ବହୁତ ମୁନିଆ ହେଇଥିବାରୁ ତାହା ପରସ୍ପର ସହ ଯୋଡି ହୋଇ ରୁହନ୍ତି ଆଉ କଂକ୍ରିଟ ସ୍ଲିପର ମାନଙ୍କୁ ହଳିବାକୁ ଦିଅନ୍ତି ନାହିଁ। ଏହାଦ୍ୱାରା ଟ୍ରେନ ବହୁତ ଶକ୍ତ ଆଉ ସ୍ଥିର ଭାବେ ଚାଲିଥାଏ।

ରେଳ ସମ୍ବନ୍ଧୀୟ ବିଶେଷ ସୂଚନା –

1 – ୧୬ ଏପ୍ରିଲ ୧୮୫୩ ରେ ରେଳ ପ୍ରତିଷ୍ଠା କରାଯାଇଥିଲା।

2 – 2018–2019 ମସିହାରେ ରେଳବାଇର ଆୟ 1.97 ଲକ୍ଷ କୋଟି ଥିଲା।

3 – ଭାରତୀୟ ରେଳବାଇରେ 1.4 ମିଲିୟନରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି, ଯାହାର ଅର୍ଥ ହେଉଛି ରେଳବାଇରେ ବହୁ ସଂଖ୍ୟକ ଲୋକ ନିଯୁକ୍ତି ପାଇଛନ୍ତି।

4- ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ |

5 -2015-16 ସୁଦ୍ଧା, ଭାରତୀୟ ରେଳ ନେଟୱାର୍କ 66,687 କିଲୋମିଟର ଅଞ୍ଚଳରେ ବ୍ୟାପିଛି |

6 – ରେଳ ତଳେ 7,216 ଷ୍ଟେସନ୍ ଅଛି |

7 – 2017 ସୁଦ୍ଧା ରେଳ ଟ୍ରାକ୍ ର ଲମ୍ବ 121,407 କିଲୋମିଟର ଥିଲା |

8 – ଭାରତରେ ରେଳ ନେଟୱାର୍କ ବହୁତ ପ୍ରଶସ୍ତ ଏବଂ ପ୍ରତିଦିନ ପ୍ରାୟ 25 ନିୟୁତ ଯାତ୍ରୀ ରେଳବାଇରେ ଯାତ୍ରା କରନ୍ତି |

9- ଭାରତୀୟ ରେଳବାଇ ବହୁତ ପୁରୁଣା ଏବଂ ବ୍ରିଟିଶମାନେ ଏହି ରେଳ ଭାରତରେ ଆରମ୍ଭ କରିଥିଲେ

10 – ଭାରତରେ ରେଳ ଟ୍ରାକ୍ ପ୍ରତ୍ୟେକ ରାଜ୍ୟରେ ଭଲ ଭାବରେ ବ୍ୟାପିଛି ଏବଂ ପ୍ରାୟ ପ୍ରତ୍ୟେକ ରାଜ୍ୟ ରେଳ ସେବା ଦ୍ୱାରା ସଂଯୁକ୍ତ |

Leave a Reply

Your email address will not be published. Required fields are marked *