June 29, 2025

Odia Express

Here, There and Everywhere

ଆଜିର ମଜାଦାର ପ୍ରଶ୍ନ – ଡାଳ ନାହିଁ କି ପତ୍ର ନାହିଁ , ଫୁଲ ନାହିଁ କି ଫଳ ନାହିଁ ରଙ୍ଗ ତାର କଳା ଆଉ ଗଛ ସିଏ ଲତା, ମଣିଷକୁ ଛାଇ ଦିଏ ଖରାକୁ ସେ ଛତା କଣ ତାହାର ନାମ କୁହ…

1 min read

ଚାଲନ୍ତୁ କିଛି ପଜଲ ବିଷୟରେ ଜାଣିବା। ଏହି ପ୍ରହେଳିକା ଛୋଟ ଛୋଟ ପିଲାଙ୍କର ଜ୍ଞାନକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଯାହାକି ପିଲାଦିନେ ଆମେ ଏଭଳି ଅନେକ ଢଗ ଢମାଳି ଶୁଣିବାକୁ ପାଉ | ତେବେ ଆଜି ଆସନ୍ତୁ ଏପରି କିଛି ନୂତନ ଜ୍ଞାନ ଆହରଣ କରିବା | ଯାହାକି ଆପଣଙ୍କ ପିଲା ଓ ଆପଣଙ୍କ ସାଙ୍ଗ ସହ ନିଶ୍ଚୟ ସେୟାର କରିବେ ଓ ଏଭଳି ମଜାରେ ,ମଜାରେ କିଛି ଜ୍ଞାନ ଆହରଣ କରିବେ | ତେବେ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା।

୧. ଡାଳ ନାହିଁ କି ପତ୍ର ନାହିଁ , ଫୁଲ ନାହିଁ କି ଫଳ ନାହିଁ
ରଙ୍ଗ ତାର କଳା ଆଉ ଗଛ ସିଏ ଲତା, ମଣିଷକୁ ଛାଇ
ଦିଏ ଖରାକୁ ସେ ଛତା.

ଉତ୍ତର:- କେଶ ।

୨.ଦୁହେଁ ମିଶିଲେ କରଇ ଶବ୍ଦ, ଯନ୍ତ୍ର ନୁହେଁ ସେ ତଥାପି ବାଦ୍ୟ।

ଉତ୍ତର:- ହାତ ତାଳି।

୩. ଏମିତି ବାଘ ସେ ଛାଡେନି ଘର ଖାଏନି ମଣିଷ ପିଏ ସେ କ୍ଷୀର ମା ନଦେଖିଲେ ମାଉସୀ ଦେଖେ ଲୋ କୁକୁରକୁ ତାର ପ୍ରବଳ ଡର।

ଉତ୍ତର:- ବିଲେଇ।

୪. ନିମିଷେ ପଡେ କବାଟ ତାର ,ନିମିଷେ ହୁଏ ଖୋଲା
କବାଟ ପଡିଲେ ବିଜୁଳି କଟଇ, ଅନ୍ଧାର ଦିଶଇ ଗୋଲା।

ଉତ୍ତର:- ଆଖିପତା।

୫. ଲାଞ୍ଜ ଅଛି ହେଲେ ଡେଣା ନାହିଁ , ଆକାଶରେ ଉଡେ ସାଇଁ ସାଇଁ ,ଏହି ଉତ୍ତର କହିବ ଯିଏ ମକର ଚାଉଳ ଖାଇବ ସିଏ।

ଉତ୍ତର:- ଗୁଡି।

୬.ଦଉଡି ଦେଇ ଗଛରେ ଝୁଲେ ,ଖୁସି ହୁଅନ୍ତି ଦେଖିଲେ ପିଲେ ବସନ୍ତି ଯାଇ ତା ଉପରେ ,ଗାଆନ୍ତି ଗୀତ ମନ ଖୁସିରେ।

ଉତ୍ତର:- ଦୋଳି।

୭. ଅଧା ଫୁଲ ମୁଁ ଅଧା ଫଳ ହେଲେ ତୋଳା ହୁଏ ନାହିଁ ଗଛରୁ ଡଉଲ ଡାଉଲ ରଙ୍ଗ ମୋ ଝରେ ରସ ମୋ ଦେହରୁ।

ଉତ୍ତର:- ଗୋଲାପ ଜାମୁ।

୮. ଗଛ ଦାରୁ ପତ୍ର ସରୁ ,ଫୁଲ ଧଳା ଫଳ କଳା ସେ ଫଳ ଯଦି ଖାଇବା ପାଖରେ ପାଣି ଥୋଇବ।

ଉତ୍ତର:- କଂଚାଲଙ୍କା।

୯. ପବନ ଖାଏ ସେ ପବନ ପିଏ ,ପବନରେ ତାର ଜୀବନ ଥାଏ ,ବାଜିଗଲେ କଣ୍ଟା ଦେହରେ ତାହାର ଅକାଳରେ ତାର ଜୀବନ ଯାଏ।

ଉତ୍ତର:- ବେଲୁନ।

Leave a Reply

Your email address will not be published. Required fields are marked *