March 14, 2025

Odia Express

Here, There and Everywhere

ଶୋଇବା ସମୟରେ ଭୁଲରେ ମଧ୍ୟ ଏହି ଜିନିଷ କୁ ଆପଣଙ୍କ ପାଖରେ ରଖନ୍ତୁ ନାହିଁ..

1 min read

ଶୋଇବା ସମୟରେ ନିଜ ପାଖରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ଜିନିଷ।ଏହା ବାସ୍ତୁ ଶାସ୍ତ୍ର ଅନୁସାରେ ମସ୍ତବଡ଼ ଭୁଲ ଅଟେ। ବାସ୍ତୁଶାସ୍ତ୍ର ର ଅନେକ ନିୟମ ରହିଛି। ଯାହା କୁ ଅଣଦେଖା କରିବା ଦ୍ୱାରା ଆମର ଅନେକ ଅସୁବିଧା ହୋଇଥାଏ। ବାସ୍ତୁ ଶାସ୍ତ୍ରଙ୍କର ପ୍ରଭାବ ଚିରନ୍ତନ, କାରଣ ପୃଥିବୀର ଏହି ପ୍ରବୃତ୍ତି ଚିରନ୍ତନ, ଏହା ପୃଥିବୀର ଗ୍ରହମାନଙ୍କର ଚୁମ୍ବକୀୟ ଶକ୍ତି ଇତ୍ୟାଦିର ମ ମୌଳିକ ସିଦ୍ଧାନ୍ତ ଉପରେ ନିର୍ଭରଶୀଳ ଏବଂ ସମଗ୍ର ବିଶ୍ୱରେ ପ୍ରଚଳିତ, ତେଣୁ ବାସ୍ତୁଶାସ୍ତ୍ର ର ନିୟମ ମଧ୍ୟ ଚିରନ୍ତନ, ସିଦ୍ଧାନ୍ତ ଆଧାରିତ, ସର୍ବଭାରତୀୟ ଏବଂ ବିଶ୍ୱବ୍ୟାପୀ। ଯୁକ୍ତିଯୁକ୍ତତା, ପ୍ରୟୋଗନୀୟତା, ସ୍ଥିରତା, ନୀତି ପ୍ରଯୁଜ୍ୟତା ଏବଂ ଲାଭଦାୟକତା ହେଉଛି ଭସ୍ତୁଙ୍କର ସ୍ଥାୟୀ ଗୁଣ, ଯେକୌଣସି ବିଜ୍ଞାନ ପାଇଁ ଆବଶ୍ୟକ ସମସ୍ତ ଗୁଣ।ବାସ୍ତୁ ଶାସ୍ତ୍ର ର ପ୍ରଭାବ ଆମ ଦୈନଦିନ ଜୀବନ ଉପରେ ପଡ଼ିଥାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏହି ତଥ୍ୟ ଯେ କେଉଁ ଜିନିଷ ବାସ୍ତୁ ଅନୁଯାୟୀ ଶୋଇବା ସମୟରେ ନିଜ ବେଡ଼ ପାଖେ ରଖିବା ଅନୁଚିତ ଅଟେ।

ପର୍ସ;- ପଇସା ପତ୍ର,ଜରୁରୀ କାଗଜ ପତ୍ର ଏବଂ ପର୍ସ ଏଗୁଡିକ କୁ କେବେ ହେଲେ ନିଜ ବିଛଣା ରେ ରଖି ଶୋଇବା ଉଚିତ ନୁହେଁ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଦ୍ୱାରା ଧନ ହାନି ଘଟିଥାଏ।

ଘଣ୍ଟା;- ବସ୍ତୁଶାସ୍ତ୍ର ଅନୁଯାୟୀ ସମୟ ଗଣନା ରେ ବ୍ୟବହୃତ ଜିନିଷ ଏବଂ ଶବ୍ଦ ନିୟମିତ କରୁଥିବା ଜିନିଷ କୁ କେବେ ହେଲେ ନିଜ ପାଖରେ ରଖିବା ଉଚିତ ନୁହେଁ। ଏହା ମାନସିକ ଅଶାନ୍ତି ଦେଇଥାଏ।

ବହି;- ବହି ଆଦି ଜିନିଷ ପାଠ୍ୟକ୍ରମ ର ଅଂଶ ଅଟେ କୁହନ୍ତି ଏଥିରେ ମାତା ସରସ୍ୱତୀ ବାସ କରନ୍ତି। ତେଣୁ ବିଦ୍ୟା ସହ ଜଡ଼ିତ ଜିନିଷ ଯେପରି ରବର,କଟର,କଲମ ଇତ୍ୟାଦି ଶୋଇବା ସମୟରେ ନିଜ ପାଖେ ରଖିବା ଅନୁଚିତ ଏହା ଦ୍ୱାରା ବିଦ୍ୟା ହାନି ଘଟିଥାଏ।

ଚପଲ;- ଶୋଇବା ସମୟରେ ଚପଲ କୁ ମଧ୍ୟ ନିଜ ଖଟ ବିଛଣା ପାଖେ ରଖିବା ଅନୁଚିତ ଅଟେ। ଚପଲ ପାପୋଛା ଭଳି ମଇଳା ଜିନିଷ କୁ ଯଦି ଆମେ ଆମ ଶୋଇବା ସମୟରେ ଖଟ ପାଖେ ରଖିବା ତେବେ ଅନେକ ପ୍ରକାର ଆଶଙ୍କା ଅସୁବିଧା ଜୀବନରେ ଆସେ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା କୁ ବାରଣ କରାଯାଇଛି।

ଦର୍ପଣ;- ଦର୍ପଣ କୁ ଅନେକ ନିଜ ଖଟ ଉପରେ ରଖି ସୋଇ ଯାଆନ୍ତି ଏହା ମଧ୍ୟ ବାସ୍ତୁ ଅନୁସାରେ ଅନୁଚିତ ଅଟେ। ଅନ୍ୟ ଏକ କାରଣ ଏହା ଆମ ପାଇଁ ବିପଦ ମଧ୍ୟ ଅଟେ।ତେଣୁ ଏଗୁଡିକ କୁ ଶୋଇବା ଖଟ ଠାରୁ ଦୂରେଇ ରଖିବା ଉଚିତ। ଏହା ଛଡା କୌଣସି ଧାରୁଆ ଜିନିଷ କି ଧାତୁ ନିର୍ମିତ ଜିନିଷ ମଧ୍ୟ ପାଖଟେ ରଖି ଶୋଇବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *