June 23, 2025

Odia Express

Here, There and Everywhere

ଗରୁଡ଼ ପୁରାଣ ଅନୁସାରେ ଏପରି ୧୦ ଟି ବ୍ୟକ୍ତି ଙ୍କ ଘରେ ଭୋଜନ କଲେ ନର୍କ ଯିବାକୁ ପଡ଼େ..

1 min read

ଗରୁଡ଼ ପୁରାଣ ବହୁତ ପୁରୁଣା ହିନ୍ଦୁ ଧର୍ମ ଲିଖିତ ଦଣ୍ଡବିଧାନ ସମ୍ବିଧାନ ଅଟେ। ଏଥିରେ କେଉଁ କର୍ମ ର କେଉଁ ଦଣ୍ଡ ସେସବୁ ବିଷୟରେ ଲେଖା ଯାଇଛି।ଏବଂ କେଉଁ କର୍ମ କଲେ ପାପ ହୁଏ ଏବଂ କେଉଁ କର୍ମ କଲେ ପୁଣ୍ୟ ହୁଏ ସେ ବିଷୟରେ ମଧ୍ୟ ଜ୍ଞାନ ପ୍ରଦାନ କରାଯାଇଛି।

ଚୋର:-ଚୋର ବ୍ୟକ୍ତି ଘରେ ଭୋଜନ କଲେ ବିଭିନ ପ୍ରକାର ବ୍ୟକ୍ତି ଙ୍କ ନିଶ୍ୱାସ ପଡ଼େ। ସେମାନଙ୍କ ଅର୍ଜିତ ଧନ କୁ ଆପଣ ଭାଗିଦାରୀ ହେବାରୁ। ସମସ୍ତ ଙ୍କ କାନ୍ଦ ଆପଣଙ୍କ ଉପରେ ପଡେ। ଏଣୁ ଆପଣ କେବେ ମଧ୍ୟ ଆଗକୁ ବଢି ପାରିବେ ନାହିଁ।ଏଣୁ ଚୋର ଘରେ ଖାଦ୍ୟ ଗ୍ରହଣ କରିବା ଅନୁଚିତ।

ଚାରିତ୍ରହୀନା ନାରୀ:-ଚରିତ୍ର ହୀନା ନାରୀ ବା ବେଶ୍ୟା ଦୁଇ ଧାର ଥିବା ଖଣ୍ଡା ଅଟେ ଏଭଳି ନାରୀ ଟଙ୍କା ଆଉ ଗର୍ଵ ପାଇଁ କିଛି ବି କରିପାରେ ଏପରି ଲୋକ ଙ୍କ ଘରକୁ ଭୋଜନ କରିବା କୁ ଗଲେ ନିଜ ସମାନ ମାନ ହାନି ହୁଏ। ଏହି ଖାଦ୍ୟରେ ଗୋଟିଏ ନାରୀ ର ପାପ ରହିଥାଏ। ଏହାକୁ ଖାଇବା ଦ୍ୱାରା ପାପ ଲାଗେ।

ସାହୁକାର ବ୍ୟବସାୟୀ:- ବ୍ୟବସାୟୀ ଲୋକ ପର ଧନ ରଖନ୍ତି ଧନ ନେବା ଆଣିବା କରନ୍ତି। ଏହି ଧନ ଉପରେ କୋଉ ଗରିବ ର ହାୟ ପଡ଼ିବ କେହି ଜାଣନ୍ତି ନାହିଁ।ତେଣୁ ଏଭଳି ଲୋକ ଘରେ ଖାଇବା ଉଚିତ ନୁହଁ।

ରୋଗୀ:-  ରୋଗୀ ଘରେ ଖାଦ୍ୟ ଗ୍ରହଣ କିମ୍ବା ଜଳ ଗ୍ରହଣ କରିବାରୁ। ତା ଦେହ ର ଜୀବାଣୁ ଆପଣଙ୍କ ଦେହ କୁ ଆସେ ତେଣୁ ରୋଗୀ ଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ।

ରାଗି:- କ୍ରୋଧି ଲୋକ ଙ୍କ ମନ ଖୁବ ଶୀଘ୍ର ପରିବର୍ତ୍ତନ ହୁଏ। ଏଭଳି ଲୋକ ଘରେ ଭୋଜନ କରିବା ଖଣ୍ଡା ଉପରେ ଚାଲିବା ସହ ସମାନ ହୋଇଥାଏ।

ନିର୍ଦୟୀ:- ନିର୍ଦୟୀ ଯାହା ମନେ କାହା ପ୍ରତି ଦୟା ନଥାଏ। ପର ତଣ୍ଟି ଚିପି ଧନ ଶୋଷଣ କରେ ସେପରି ଲୋକ ଙ୍କ ଘରେ ଭୋଜନ କରିବା ଦ୍ୱାରା ଲକ୍ଷ୍ମୀ ଛଡା ହେବାକୁ ପଡେ।

ରାଜା:-  ରାଜା ଙ୍କ ଘରେ ଭଲ ସ୍ୱାଦିଷ୍ଟ ଭୋଜନ ମିଳୁଥିଲେ ହେ ଯଦି ସେହି ରାଜା ସ୍ଵଭାଵ ଭଲ ହୋଇନଥାଏ ତେବେ ସେଠି ଭୋଜନ କରିବା ଅନୁଚିତ।

ଲୋଭୀ:- ଲୋଭି ବ୍ୟକ୍ତିର ସମ୍ପୂର୍ଣ୍ଣ ଇଚ୍ଛା ଆପଣଙ୍କୁ ଖାଇବା ଦେବାର ନଥାଏ। ବାଧ୍ୟ ହୋଇ ସେ ଖାଇବା କୁ ଦିଏ ଏବଂ ତା ଉପରେ ମଧ୍ୟ ନଜର ପକାଏ ଏଭଳି ଲୋକ ଘରେ ଭୋଜନ କଲେ ରୋଗାକ୍ରାନ୍ତ ଏବଂ ଅସୁସ୍ଥ ହେବାର ସଂଭାବନା ଥାଏ।

ଚୁଗୁଲି କରୁଥିବା ବ୍ୟକ୍ତି:- ଏପରି ବ୍ୟକ୍ତି ଯିଏ ୟା କଥା ତା ଆଗେ କୁହେ। ତା କଥା ୟା ଆଗେ କୁହେ ସେପରି ବ୍ୟକ୍ତି ଘରେ ଖାଇବା ଦ୍ୱାରା ମାନ ସମ୍ମାନ ହାନି ହୁଏ।

ନିଶା କାରବାର କରୁଥିବା ବ୍ୟକ୍ତି:- ନିଶା କାରବାର କରୁଥିବା ବ୍ୟକ୍ତି ଘରେ ଭୋଜନ କରିବ ଦ୍ୱାରା ଆପଣଙ୍କ ଉପରେ ଖରାପ ଦଶା ପଡ଼େ। ନିଶା ଯୋଗୁ ପାପ ହୁଏ ଓ ସେହି ପାପ ର ହକ୍ଦାର ହେଉଛି ବ୍ୟବସାୟୀ। ତାଘରେ ଅନ୍ନ ଗ୍ରହଣ କରିବା ଦ୍ୱାରା ଆପଣ ମଧ୍ୟ ସେହି ପାପ ର ଭାଗୀ ହୋଇଯିବେ।

Leave a Reply

Your email address will not be published. Required fields are marked *