June 27, 2025

Odia Express

Here, There and Everywhere

ମୁଣ୍ଡ ବିନ୍ଧାରୁ ତୁରନ୍ତ ଛୁଟକାରା ପାଇବାର ଘରୋଇ ଉପାୟ – ଜଲଦି ଦେଖନ୍ତୁ ଓ ବ୍ୟବହାର କରି ଦେଖନ୍ତୁ…

1 min read

ଦିନେ ଦିନେ ଅଧିକ କାମ ଥକା ପଣ କାମ, ଚିନ୍ତା, ଟେନସନ ଆଦି ଯୋଗୁଁ ଆମ ମୁଣ୍ଡ ବିନ୍ଧିଥାଏ। ଆମ ମସ୍ତିଷ୍କ ଦିନରାତି ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ କରିଥାଏ।କାମ ପ୍ରେସର ଯୋଗୁଁ କପାଳ ବିନ୍ଧିବାକୁ ଲାଗେ। ଏହା ବହୁତ ବିରକ୍ତିକର ହୋଇଥାଏ।ମୁଣ୍ଡବିନ୍ଧା ବହୁତ ପ୍ରଭାବଶାଳୀ ଏବଂ ଅସୁବିଧା ପୂର୍ବକ ହୋଇଥାଏ। ଯଦି ଏହାକୁ ଅଣଦେଖା କରାଯାଏ ତେବେ ଏହା ଆହୁରି ଜୋରରେ ବିନ୍ଧିଥାଏ। ମୁଣ୍ଡ ବିନ୍ଧିଲେ ନିଦ ହୁଏନି। ନିଦ ତ ଦୂରର କଥା କୌଣସି କାମ କରିହୁଏ ନାହିଁ।ଯଦି ଏହାର ଉପଚାର ତୁରନ୍ତ କରାଯାଏ ନାହିଁ ତେବେ ଏହା ଆହୁରି ଭୟଙ୍କର ରୁପ ନେଇଥାଏ । ଆମେ ଅନେକ ଥର ବାମ୍ ଅମୃତଜନ ଇତ୍ୟାଦି ମୁଣ୍ଡରେ ଲଗାଉ ପେନ କିଲର ଟାଵଲେଟ ମଧ୍ୟ ଖାଇ ଥାଉ କିନ୍ତୁ ଏହା ଦ୍ୱାରା ଅନେକ ସମୟରେ ଆମକୁ ଫାଇଦା ମିଳେ ନାହିଁ। ମୁଣ୍ଡ ସେହିପରି ଭାବରେ ବିନ୍ଧୁଥାଏ।

କିଛି ପରିମାଣରେ ତ ଏହା କମିଯାଏ କିନ୍ତୁ କିଛି ସମୟ ପରେ ଏହା ପୁନଃ ଫେରି ଆସେ ଏବଂ ଜୋରେ ବିନ୍ଧେ। କିଛି ଗୃହିଣୀ ମାନଙ୍କ ତ ପ୍ରତିଦିନ ମୁଣ୍ଡ ବିନ୍ଧା ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହାକୁ କରିବା ଦ୍ୱାରା ତୁରନ୍ତ ଆପଣଙ୍କ ମୁଣ୍ଡବିନ୍ଧା ର ଉପଚାର ଏବଂ ଏହି ସମସ୍ୟା ର ସମାଧାନ ହୋଇପାରିବ

ପ୍ରଚୁର ପାଣି ପିଅନ୍ତୁ, ପାଣି ପିଇବା ଦ୍ୱାରା ଶରୀର ଡ଼ି ହାଇଡ୍ରେସନ ରୁ ବଞ୍ଚି ପାରିବ। ଲମ୍ବା ଲମ୍ବା ନିଶ୍ୱାସ ନିଅନ୍ତୁ ଯାହାଦ୍ୱାରା କି ଆମ ମସ୍ତିଷ୍କ ରେ ଅମ୍ଳଜାନ ପହଞ୍ଚି ପାରିବ। ଏହା ଦ୍ୱାରା ମଧ୍ୟ ମୁଣ୍ଡ ବିନ୍ଧା କମିଯିବ।

ଦେଶୀ ଗାଈ ଗୁଆ ଘିଅ- ଏହାକୁ ଗରମ କରି ଏହାର ଦୁଇ ବୁନ୍ଦା ନାକରେ ପକାଇ ସୋଇଲେ ମୁଣ୍ଡ ବିନ୍ଧା ସହ ଦେହ ପୀଡ଼ା, ଥଣ୍ଡା ଆଦି ଦୂର ହୁଏ।

ଲବଙ୍ଗ – ଲବଙ୍ଗ କୁ ଭଲ ଭାବରେ ବାଟି ଏହାକୁ ମୁଣ୍ଡ ରେ ଲଗାଇବା ଦ୍ୱାରା ମଧ୍ୟ ମୁଣ୍ଡବିନ୍ଧା ତୁରନ୍ତ ଭଲ ହୁଏ।

କର୍ପୂର ନଡ଼ିଆ ତେଲ – କର୍ପୂର କୁ ଯଦି ଭଲ ଭାବରେ ଗୁଣ୍ଡ କରି ନଡ଼ିଆ ତେଲ ରେ ମିଶେଇ ମୁଣ୍ଡରେ ମାଲିସ କରାଯାଏ। ତେବେ ମୁଣ୍ଡବିନ୍ଧା ତୁରନ୍ତ କମିଯାଏ।

ଚନ୍ଦନ ତିଳକ ଏହାକୁ କାହିଁ ପୂର୍ବ କାଳରୁ ବାବାଜୀ,ସାଧୁ,ପଣ୍ଡିତ ନନେ ନିଜ ମୁଣ୍ଡରେ ଲଗାଇ ଆସୁଛନ୍ତି। ଏକ ରିସର୍ଚ୍ଚ ରୁ ଜଣାପଡିଛି ଯେ ଚନ୍ଦନ ର ବାସ୍ନା ସୁଙ୍ଗିବା ଦ୍ୱାରା ମନରେ ଉଠୁଥିବା ଦୁଃ ଚିନ୍ତା ଦୂର ହୁଏ। ଏହାର ପ୍ରଲେପ ଶରୀର ରେ ଏବଂ ମୁଣ୍ଡରେ ଲଗାଇବା ଦ୍ୱାରା ମଧ୍ୟ ଶାନ୍ତି ମିଳେ। ମୁଣ୍ଡବିନ୍ଧା ମଧ୍ୟ ଦୁର ହୁଏ।

ଲେମ୍ବୁ ପାଣି ଯଦି ମୁଣ୍ଡବିନ୍ଧିବା ସମୟରେ ଆପଣ ଲୁଣ ଲେମ୍ବୁ ପାଣି ପିଇବେ ତେବେ ମଧ୍ୟ ଆପଣଙ୍କ ମୁଣ୍ଡ ବିନ୍ଧା କମିଯିବ।

Leave a Reply

Your email address will not be published. Required fields are marked *