କିଏ ସତ ମ କିଏ ମିଛ , ଜାଣିବାର ଅଛି ତ ଆପଣାନ୍ତୁ ଏହି କୌଶଳ – ଥରକରେ ଧରା ପଡିଯିବ ବଡ ରୁ ବଡ ମିଛ…
ଉପରବାଲା ମନୁଷ୍ୟକୁ ବୁଦ୍ଧି ବିବେକ ଭଳି ଗୁଣ ଦ୍ଵାରା ସକ୍ଷମ କରିଛନ୍ତି ଏବଂ ଅନ୍ୟ ପ୍ରଜାତିଙ୍କ ଠାରୁ ଉତ୍ତମ ହେବାର ଯୋଗ୍ୟତା ଦେଇଛନ୍ତି କିନ୍ତୁ ମନୁଷ୍ୟ ଏହି ଯୋଗ୍ୟତାର ପ୍ରୟୋଗ କରି ଅନେକ ଗୁଡିଏ ଖରାପ କାର୍ଯ୍ୟ ଆଦରି ନେଇଛି ଯେଉଁଥିରେ ସବୁଠାରୁ ଖରାପ ଅଟେ ମିଛ କହିବା। ଆଜିକାଲିର ସମୟରେ ଦୁନିଆରେ ପ୍ରାୟ ସମସ୍ତ ମନୁଷ୍ୟ ନିଜର ସୁବିଧାନୁସାରେ ମିଛ କହିଥାଏ। ଅନେକଥର ତ ସାମ୍ନା ବାଲା ଚତୁରତା ଦେଖାଇବାକୁ ଯାଇ ଏତେ କୌଶଳରେ ମିଛ କହେ ଯେ ଆପଣ ତାହାର ମିଛକୁ ସତ ଭାବି ଭୁଲ କରିବାସନ୍ତି ଏବଂ ପରେ ଆପଣଙ୍କୁ ଏହି ଭୁଲର ଅବଶୋଶ ହୋଇଥାଏ। କିନ୍ତୁ କିଛି ଚତୁରତା ଯଦି ଆପଣ ଦେଖେଇ ପାରିବେ ତେବେ ଲୋକଙ୍କର ମିଛର ଠକିବାରୁ ଆପଣ ରକ୍ଷା ପାଇବେ। ଆଜି ଆମେ ଆପଣଙ୍କୁ କିଛି ଏପରି ବ୍ୟବହାରିକ କଥା ବିଷୟରେ ଜଣେଇବୁ ଯାହାର ଧ୍ୟାନ ରଖି ଆପଣ ଲୋକଙ୍କର ମିଛ ଏବଂ ଠକାମିକୁ ସହଜରେ ଧରିପାରିବେ ।
ଆଖି କହିଥାଏ ସବୁକିଛି : ଯଦି ଆପଣଙ୍କୁ କେବେ କେଉଁ ବ୍ୟକ୍ତି ଉପରେ ମିଛ କହିବାର ସନ୍ଦେହ ହୁଏ ତେବେ ସରବପ୍ରଥମେ ତାହାର ଆଖିକୁ ଲକ୍ଷ୍ୟପୂର୍ବକ ନିରୀକ୍ଷଣ କରନ୍ତୁ କାରଣ ଜିଭ ହୁଏତ ମିଛ କହିପାରେ କିନ୍ତୁ ଆଖି ସବୁବେଳେ ସତ କହେ। ସାଧାରଣତଃ ମିଛ କହୁଥିବା ଲୋକ, ଆଖି ମିଶେଇବାର ଚେଷ୍ଟା କରନ୍ତି ନାହିନ କିମ୍ବା କିଛି ଅଧିକ ଆଖି ସଂଯୋଗ କରିବାର ଚେଷ୍ଟା କରିଥାନ୍ତି। ଯଜଦି କେହି ଆପଣଙ୍କର ଆଖିକୁ ଦେଖି କୌଣସି କଥା କହିପାରୁ ନାହିନ ତେବେ ବହୁତ ସମ୍ଭବ ଅଟେ ଯେ ବ୍ୟକ୍ତି ଆପଣଙ୍କୁ ମିଛ କହୁଛି ।
ବଡି ଲାଙ୍ଗୁଏଜରୁ ଚିହ୍ନନ୍ତୁ ମିଛ କହୁଥିବା ବାଲା ଙ୍କୁ : ଲୋକଙ୍କର ହାବଭାବକୁ ନୋଟିସ କରି ଏହା ଜାଣିହୁଏ ଯେ ବ୍ୟକ୍ତି ମିଛ କହୁଛନ୍ତି ନା ସତ! କୌଣସି ବ୍ୟକ୍ତି ଯଦି ଆପଣଙ୍କ ସହିତ ସଚୋଟତା ରକ୍ଷା କରିପାରୁନାହାନ୍ତି ତ ତାଙ୍କର ବଡି ଲାଙ୍ଗୁଏଜରେ ଏକ ଅସହଜତା ନିଶ୍ଚିତ ନୋଟିସ କରିପାରିବେ ଯେପରିକି ଦ୍ରୁତ ଗତିରେ ପଲକ ପକେଇବା, ସ୍ମାଇଲ କମିଯିବା, ହାତ ବାନ୍ଧି ଠିଆ ହେବା, ରକ୍ଷାତ୍ମକ ମୁଦ୍ରାରେ ଆସିଯିବା ।
ଶୈଳୀ ଜଣେଇଦିଏ ମିଛ କିମ୍ବା ସତ : କଥାବାର୍ତ୍ତା ସମୟରେ ମନୁଷ୍ୟର ଶୈଳୀ ମଧ୍ୟ ଏହା ଜଣେଇଦିଏ ଯେ ସାମ୍ନାବାଲା ମିଛ କହୁଛି କି ସତ। ସାଧାରଣତଃ ମିଛ କହୁଥିବା ଲୋକ ଅଳ୍ପ ଖନେଇ ହୁଅନ୍ତି ଏବଂ ସଙ୍କୋଚ କରନ୍ତି ସର୍ତ୍ତ ଏହା ଯେ କୌଣସି ପ୍ରଫେସନାଲ ଏକ୍ସପର୍ଟ ନହୋଇଥିବେ। ତାସହ ମିଛ କହୁଥିବା ଲୋକ ପ୍ରାୟତଃ ସାମ୍ନା ବାଲା ବ୍ୟକ୍ତିଙ୍କର ଶବ୍ଦର ବ୍ୟବହାର କରି ପ୍ରଶ୍ନର ଉତ୍ତର ଦେବାର ଚେଷ୍ଟା କରନ୍ତି ।
କ୍ରୋଧ ଖୋଲିଦିଏ ମିଛର ରହସ୍ୟ: ମିଛ କହୁଥିବା ବାଲା ପ୍ରାୟତଃ ନିଜର ମିଛ ଧରାପଡିଯିବା ଦ୍ଵାରା ଅନେକ ସମୟରେ ହଡବଦେଇ ଯାନ୍ତି ଏବଂ ନିଜର କଥାକୁ ସତ ପ୍ରମାଣିତ କରିବା ପାଇଁ ଆକ୍ରାମକ ହୋଇପାରନ୍ତି। ପ୍ରକୃତରେ ମିଛୁଆ ଲୋକ ଶୀଘ୍ର ରକ୍ଷାତ୍ମକ ମୁଦ୍ରାରେ ଆସିଯାନ୍ତି ଏବଂ ନିର୍ଦୋଷ ବ୍ୟକ୍ତି ମାମଲାରେ ଯୁକ୍ତି କରିପାରେ ଏବଂ ଆକ୍ରାମକ ମୁଦ୍ରା ଅକ୍ତିଆର କରିପାରେ ।
କଥା ବୁଲେଇଥାନ୍ତି ମିଛୁଆ ଲୋକ : ଅନେକ ସମୟରେ ମିଛ କହିବା ପରେ ଲୋକମାନେ ସାମ୍ନାବାଲାଙ୍କର ଧ୍ୟାନଚ୍ୟୁତ କରିବା ପାଇଁ ମୁଖ୍ୟ ପ୍ରସଙ୍ଗରୁ ଦୂରେଇ ଯାଇ ଅନ୍ୟ କଥା ଉପରେ ଚର୍ଚ୍ଚା କରିବାରେ ଲାଗନ୍ତି କାରଣ ଯେବେ ଲୋକ ସତ କହିବାକୁ ଚାହାନ୍ତି ନାହିଁ ତ ସେମାନେ ପ୍ରାୟତଃ ପ୍ରାସଙ୍ଗିକ କଥା ବଦଳରେ ଫାଲତୁ ପଏଣ୍ଟ ଉପରେ ଫୋକସ କରିବା ଆରମ୍ଭ କରିଦିଅନ୍ତି ।
କଥାବାର୍ତ୍ତାର ଟପିକ ବଦଳେଇ ଚିହ୍ନିପାରିବେ ମିଛକୁ : ସାମ୍ନାବାଲାର ମିଛକୁ ଧରିବା ପାଇଁ ଆପଣ ଏକ କୌଶଳ ମଧ୍ୟ ପରୀକ୍ଷା କରିପାରନ୍ତି… ଯଦି ଆପଣଙ୍କୁ ଲାଗେ ଯେ କୌଣସି ବ୍ୟକ୍ତି ମିଛ କହୁଛନ୍ତି ତେବେ କଥାବାର୍ତ୍ତାର ଟପିକ ଶୀଘ୍ର ବଦଳେଇ ଦିଅନ୍ତୁ… ଏପରି କରିବା ଦ୍ଵାରା ଏକଥାର ସୁଯୋଗ ଅଧିକ ଥାଏ ଯେ ମିଛ କହୁଥିବା ବ୍ୟକ୍ତି ଏକଥା ଦ୍ଵାରା ମନେମନେ ଖୁସି ହୋଇଯାଏ ଯେ ଅପନକ ଏଇ ନିଷ୍ପତ୍ତି ଉପରେ ସହଜ ରହିବ, ସେଠାରେ ସତ କହୁଥିବା ବ୍ୟକ୍ତି ଏକହତାରେ ଅଳ୍ପ ଦ୍ଵନ୍ଦରେ ରହିବ ଏବଂ ଆପଣଙ୍କ ଟପିକ ବଦଳେଇବା କଥାର ବିରୋଧ କରିପାରେ ।